ନିଜଆଡୁ ବଜାର ବନ୍ଦ କଲା ବ୍ୟବସାୟୀ ସଂଘ

ଟିଟିଲାଗଡ଼,୨୩।୪: ବଲାଙ୍ଗୀର ଜିଲା ଟିଟିଲାଗଡ଼ ପୌରାଞ୍ଚଳରେ କରୋନାର ଦ୍ୱିତୀୟ ଲହର ଭୟ ସୃଷ୍ଟି କରିଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବ୍ୟବସାୟୀ ସଂଘର ଆହ୍ବାନ କ୍ରମେ ଗତ ବୁଧବାର ସନ୍ଧ୍ୟାରୁ ସୋମବାର ସକାଳ ପର୍ଯ୍ୟନ୍ତ ସହରରେ ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଛି। ଫଳରେ ରାସ୍ତାଘାଟ ଶୁନଶାନ୍‌ ହୋଇପଡିଛି। ଅନ୍ୟପକ୍ଷେ ପ୍ରଶାସନ ପକ୍ଷରୁ ସହରରେ ରାତ୍ରୀକାଳୀନ କର୍ଫ୍ୟୁ ତଥା ସପ୍ତାହାନ୍ତ ଶଟ୍‌ଡାଉନ୍‌ ବଳବତ୍ତର ରହିଛି। ଔଷଧ ଦୋକାନ, ପେଟ୍ରୋଲ, ପନିପରିବା, ଫଳ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଖୋଲା ରହୁଥିବା ବେଳେ ଅନ୍ୟ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି। କେତେକ ବ୍ୟାଙ୍କର କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବାରୁ ଗ୍ରାହକ ସେବା ବନ୍ଦ କରାଯାଇଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଜିଲାରେ ଦିଆଯିବ କୋଭାକ୍ସିନ

ଭୁବନେଶ୍ୱର, ୩ା୭(ବ୍ୟୁରୋ): ଚଳିତ ମାସରୁ ଗଞ୍ଜାମ ଜିଲାରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ କୋଭାକ୍ସିନ ଟିକା ଦିଆଯିବ। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ଘରୋଇ ଚିକିତ୍ସାଳୟ, ନିଦାନ କେନ୍ଦ୍ରରେ ଲାଗିବ ଲଗାମ: କାର୍ଯ୍ୟକାରୀ ହେବ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା

ନୟାଗଡ ଅଫିସ,୭ା୨: ନୟାଗଡ଼ ଜିଲାର ସମସ୍ତ ଘରୋଇ ଚିକିତ୍ସାଳୟ ଓ ନିଦାନ କେନ୍ଦ୍ର ଉପରେ ଲଗାମ ଲାଗିବ। ଜିଲାରେ ଥିବା ଏସବୁ କେନ୍ଦ୍ରଗୁଡ଼ିକରେ ବାୟୋମେଟ୍ରିକ ଉପସ୍ଥାନ...

ସମ୍ଭାବନା ବିକଶିତ ହେଲେ ମିଳିବ ନିଯୁକ୍ତି ସୁଯୋଗ

ବାଲେଶ୍ୱର ଅଫିସ, ୧୦।୬-କେନ୍ଦ୍ରରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ପ୍ରାଣୀଧନ, ଦୁଗ୍ଧ ଉତ୍ପାଦନ ଏବଂ ମତ୍ସ୍ୟ ସମ୍ପଦ ବିଭାଗ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ନେବା...

ଦିଲୀପ ସ୍ବାଇଁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ ଅଭିଯୁକ୍ତଙ୍କ ସହ ଥାନାଧିକାରୀଙ୍କ ସେଲ୍‌ଫି

ପୁରୀ ଅଫିସ,୧୫ା୧୦: ଏକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କ ସହ ରାମଚଣ୍ଡୀ ଥାନା ଅଧିକାରୀ ବୁଲୁ ମୁଣ୍ଡା ପୋଲିସ ଭ୍ୟାନରେ ଭିତରେ ନେଇଥିବା ସେଲଫି ସୋମବାର ସୋସିଆଲ...

ଆଜିଠୁ ୩ ଜିଲାରେ ଗାଡ଼ି ବିକ୍ରି, ପଞ୍ଜୀକରଣ

ଭୁବନେଶ୍ୱର,୧ା୬(ବ୍ୟୁରୋ): ରାଜ୍ୟର ୩ ଜିଲା ସୁନ୍ଦରଗଡ଼, ନୂଆପଡ଼ା ଓ ଗଜପତିରେ ମଙ୍ଗଳବାରଠାରୁ ନୂଆ ଗାଡ଼ି ପଞ୍ଜୀକରଣ ଆରମ୍ଭ ହେବ। ଏସବୁ ଜିଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ...

ପୌର ବ୍ୟାଙ୍କ ଖାତାରୁ ୨ କୋଟି ୪୪ ଲକ୍ଷ ଟଙ୍କା ଲୁଟ୍‌

ବଡ଼ବିଲ, ୨୪।୩ (ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ପୌର କାର୍ଯ୍ୟାଳୟ ବ୍ୟାଙ୍କ ଖାତାରୁ ୨ କୋଟି ୪୪ ଲକ୍ଷ ଟଙ୍କା ଲୁଟ୍‌ ହେବା ସୂଚନା ପାଇ ପୌର...

ଅନୁଭବ ମହାନ୍ତିଙ୍କୁ ଗିରଫ ଦାବି: ଦାବିପତ୍ର ପ୍ରଦାନ

ଚୌଦ୍ୱାର,୮।୯(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ଥାନାରେ ମଙ୍ଗଳବାର ଅନ୍ତର୍ଜାତୀୟ ମାନବାଧିକାର ସଙ୍ଗଠନର ରାଜ୍ୟ ସଭାପତି ସସ୍ମିତା ଦାସଙ୍କ ତରଫରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନ୍ୟାୟ ଯୋଗାଇଦେବା...

ଜମି ବିବାଦ: ଶୁଣିଲାଣି ପ୍ରଶାସନ, ଜବରଦଖଲ ଉଚ୍ଛେଦ କଲା ସ୍ବୟଂ ସହାୟକ ଗୋଷ୍ଠୀ

ଦାରିଙ୍ଗବାଡ଼ି,୧୫ା୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଜୋହନପଲି ସାହିର ୫୯ନଂ ଜାତୀୟ ରାଜପଥ କଡ଼ରେ ଥିବା ଏକ ଜମିକୁ ନେଇ ବିବାଦ ଦେଖାଦେଇଛି।...

Advertisement
Archives

Model This Week