୭ ଦଫା ଦାବିରେ ଟିପିସିଓଡିଏଲ୍‌ କାର୍ଯ୍ୟାଳୟ ଘେରାଉ

ରଘୁନାଥପୁର, ୮।୭(ରାଜେନ୍ଦ୍ର ନାରାୟଣ ସିଂହ): ବିଦ୍ୟୁତ୍‌ ସମସ୍ୟା ପ୍ରତିବାଦରେ ୭ ଦଫା ଦାବି ନେଇ ରଘୁନାଥପୁରର ଟିପିସିଓଡିଏଲ କାର୍ଯ୍ୟାଳୟକୁ ଶୁକ୍ରବାର ସ୍ଥାନୀୟ ବିଦ୍ୟୁତ୍‌ ଉପଭୋକ୍ତା ସଂଘ ପକ୍ଷରୁ ଘେରାଉ କରାଯାଇଛି। ସଂଘ ସଭାପତି ରଞ୍ଜନ କୁମାର ମହାନ୍ତି ଓ ସମ୍ପାଦକ ଗୋବିନ୍ଦ ଜେନା ଏହାର ନେତୃତ୍ୱ ନେଇଥିଲେ। ଆଗାମୀ ୧୫ ଦିନ ମଧ୍ୟରେ କୌଣସି ପ୍ରତିକାର କରା ନ ଗଲେ ବାଧ୍ୟହୋଇ ରାଜରାସ୍ତାକୁ ଓଲ୍ହାଇବାକୁ ସେମାନେ ଚେତାବନୀ ଦେଇଛନ୍ତି। ଏନେଇ ଟିପିସିଓଡିଏଲ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା କରାଯାଇ ସଂଘ ପକ୍ଷରୁ ଏସ୍‌ଡିଓଙ୍କ ଅନୁପସ୍ଥିତିରେ ଯନ୍ତ୍ରୀ ହୃଷିକେଶ ଦାସଙ୍କୁ ଲିଖିତ ଅବଗତ କରାଯିବା ସହ ଏସ୍‌ଇ ପାରାଦୀପ, ଶକ୍ତିମନ୍ତ୍ରୀ ଓ ସଚିବ ଏବଂ ୫-ଟି ସଚିବଙ୍କୁ ଡାକଯୋଗେ ଲିଖିତ ଅଭିଯୋଗ ପ୍ରେରଣ କରାଯାଇଛି। ଏହି ଅବସରରେ ସଂଘ କର୍ମକର୍ତ୍ତା ବିନୋଦ ବିହାରୀ ମହାନ୍ତି କହିଛନ୍ତି, ରଘୁନାଥପୁର ଅଞ୍ଚଳରେ ଲୋଭୋଲ୍ଟେଜ ଓ ଅଘୋଷିତ ବିଦୁତ କାଟ ଏକ ଚିରନ୍ତନ ସମସ୍ୟା। ଏହାଛଡା ୧୧ ଓ ୩୩ କେଭି ଲାଇନ ମେଣ୍ଟେନାନ୍ସ ଆଳରେ ମନମୁଖୀଭାବେ ବିଦୁତ ସଂଯୋଗ କଟାଯାଉଛି। ଦୀର୍ଘବର୍ଷ ତଳୁ ରଘୁନାଥପୁର ଅଞ୍ଚଳରେ ଏକ ବିଦୁତ ଷ୍ଟ୍ରକ୍ଚର ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲେ ସୁଧା ସରକାର ଏହାକୁ କର୍ଣ୍ଣପାତ କରୁନାହାନ୍ତି ବୋଲି ସାମାଜିକ କର୍ମୀ ସରିତ ମହାପାତ୍ର କହିଛନ୍ତି। ସେହିପରି ସୌଭାଗ୍ୟ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ମଧ୍ୟ ଅଧିକାଂଶ ଲୋକ ବିଦ୍ୟୁତ ସଂଯୋଗରୁ ବଞ୍ଚିତ ହୋଇଛନ୍ତି। ଏହାଛଡା ଟ୍ରାନ୍ସଫର୍ମରଗୁଡ଼ିକ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରି ନାହିଁ ବୋଲି ଅଭୟ ସାମନ୍ତରାୟ ପ୍ରକାଶ କରିଛନ୍ତି। ସେହିପରି ଠିକ ସମୟରେ ମିଟର ରିଡିଂ କରା ନ ଯାଇ ମନଇଚ୍ଛା କରାଯାଉଛି ବୋଲି ରାଜେଶ କୁମାର ସ୍ବାଇଁ ଓ ଜଗନ୍ନାଥ ମହାପାତ୍ର ଅଭିଯୋଗ କରିଛନ୍ତି। ଦୀର୍ଘବର୍ଷ ଧରି ଦାୟିତ୍ୱରେ ଥିବା ଅଧିକାରୀ ଓ କେତେଜଣ କର୍ମଚାରୀ ଗୋଟିଏ ସ୍ଥାନରେ ରହି ନିଜର ଆସନକୁ ମଜବୁତ କରିବା ସହ ଲୋକଙ୍କ ଅଭିଯୋଗକୁ ଅଣଦେଖା କରୁଛନ୍ତି ବୋଲି ଅଭିଯୋଗ ହୋଇଥିଲା। ଏନେଇ କାର୍ଯ୍ୟାନୁଷ୍ଠାନ ନେବା ସହ ଅନ୍ୟାନ୍ୟ ସମସ୍ୟା ସମାଧାନ ଲାଗି ପଦକ୍ଷେପ ନେବାକୁ ଦାବ କରାଯାଇଛି। ଏହି ପ୍ରତିବାଦ ସଭାରେ ଚନ୍ଦ୍ରଶେଖର ସିଂହ, ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ଅରୁଣ ସ୍ବାଇଁ, ନାରଣ ସିଂହ, ଉତ୍ତମ ବେହୁରା, ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ଲଘୁଚାପ ସମ୍ଭାବନା: ୨୧ ଜିଲାକୁ ଝଡ଼ବର୍ଷା ସତର୍କତା

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ) – ୪ଦିନ ହେବ ରାଜ୍ୟରେ ବର୍ଷା ନ ଥିବାବେଳେ ଖରା ଓ ଗୁଳୁଗୁଳି ଜାରି ରହିଛି। ଏପରିସ୍ଥିତିରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ…

ପାହାଡିଆ ରାସ୍ତାରେ ଜୀବନ: ପଡିଯାଇ ବାହାରିପଡିଲା ଛାତ୍ରଙ୍କ ଅନ୍ତନଳୀ

ମୋହନା,୨୧ା୮(ମନ୍ମଥ ମିଶ୍ର): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ରହିଛି ଧରାକୋଟ ବ୍ଲକର ତାନାର୍ଜିପଲ୍ଲୀ ଗାଁ। ବିଦ୍ୟାଳୟକୁ ବାଲିପଦର ଗ୍ରାମକୁ ୫ କି.ମି. ଛାତ୍ରୀଛାତ୍ରଙ୍କୁ ପାହାଡିଆ, ପଥୁରିଆ…

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri