ପର୍ଯ୍ୟଟକଙ୍କ ଆକର୍ଷଣ ସାଜିଛି ୩ ବର୍ଷର ଧଳା କୁମ୍ଭୀର

ରାଜନଗର, ୨୯ା୧୧(ଡି.ଏନ୍‌.ଏ.): ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଳଠାରେ ଥିବା ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ରରେ ୩ ବର୍ଷର ଧଳା କୁମ୍ଭୀର ଏବେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଭିତରକନିକାକୁ ବୁଲିବାକୁ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକମାନଙ୍କ ପାଇଁ ଏହି ଛୁଆ ଧଳା କୁମ୍ଭୀର ଏବେ ଆକର୍ଷଣ ସାଜିଛି। ଛୁଆ ଧଳା କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଥିବା ଆବଦ୍ଧ କୁଣ୍ଡରେ ପହଞ୍ଚତ୍ ଓ ଖରା ପୋଇଁବାର ଦୃଶ୍ୟ ଦେଖିବାକୁ ମିଳିଛି। ଭିତରକନିକାର ଡାଙ୍ଗମାଳଠାରେ ପୂର୍ବରୁ ଗୋରୀ ଓ ମଲ୍ଲୀ ୨ଟି ଧଳା କୁମ୍ଭୀର ଥିବାବେଳେ ଏବେ ଧଳା କୁମ୍ଭୀର ସଂଖ୍ୟା ୩ରେ ପହଞ୍ଚତ୍ଛି।
୧୯୭୫ରେ ୧୧୫ ବର୍ଗ କିମି ଅଞ୍ଚଳରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ଦେଶର ପ୍ରଥମ ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ର ଗଢ଼ି ଉଠିଥିଲା। ସେହିବର୍ଷ କାଳିଭଡି ଅସଂରକ୍ଷିତ ଜଙ୍ଗଲରୁ ୨୫ଟି ଅଣ୍ଡା ସଂଗ୍ରହ କରାଯାଇ ଗବେଷଣା କେନ୍ଦ୍ରରେ କୃତ୍ରିମ ଉପାୟରେ ଛୁଆ ଫୁଟା ଯାଇଥିଲା। ସେଥିରୁ ଗୋଟିଏ ଛୁଆ ଧଳା ରଙ୍ଗର ହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଶରୀର ଧଳା ହୋଇଥିବାରୁ ତା’ର ନାମ ଗୋରୀ ରଖାଯାଇଥିଲା। ଗୋରୀ ଜନ୍ମ ହେବାର ଦୀର୍ଘବର୍ଷ ଯାଏଁ ଭିତରକନିକାରେ ଧଳା କୁମ୍ଭୀର ଦେଖିବାକୁ ମିଳି ନ ଥିଲା। ୨୦୦୩ରେ ବାଙ୍କୁଆଳ ଗଁା ପଛ ଜଙ୍ଗଲରୁ ୨ଟି ଧଳା କୁମ୍ଭୀର ଛୁଆଙ୍କୁ ଦେଖିବାକୁ ମିଳିଥିଲା। ଗୋଟିଏ ସବୁଠୁ ସଫା ଦିଶୁଥିବା ଧଳା କୁମ୍ଭୀର ମଲ୍ଲୀକୁ ଆଣି ଏକ ଆବଦ୍ଧ ପୋଖରୀରେ ରଖାଯାଇଥିଲା। ଗୋରୀ ବୟସାଧିକ ହେତୁ ରଙ୍ଗ କମି ଆସୁଛି। ମଲ୍ଲୀ ଏବେ ଦେଶ ବିଦେଶର ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଛି। ମାତ୍ର ଚଳିତବର୍ଷ ଭିତରକନିକାର ଡାଙ୍ଗମାଳଠାରେ ଥିବା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ରରେ ଧଳା କୁମ୍ଭୀର ଛୁଆ ଖରା ପୋଇଁବା ଓ ଆବଦ୍ଧ କୁଣ୍ଡରେ ପହଁରିବାର ଦୃଶ୍ୟ ଦେଖିବାକୁ ମିଳୁଛି। ୨୦୧୮ରେ ଭିତରକନିକା ଗରେଖିଆଠାରେ ଏକ କୁମ୍ଭୀର ବସା ଜୁଆର ମାଡ଼ରେ ନଷ୍ଟ ହୋଇ ଯାଇଥିଲା। ସେହି ବସାରୁ ୫୮ଟି ଅଣ୍ଡା ସଂଗ୍ରହ କରାଯାଇ ପ୍ରଜନନ କେନ୍ଦ୍ରରେ କୃତ୍ରିମ ଉପାୟରେ ଛୁଆ ଫୁଟା ଯାଇଥିଲା। ସେହି ଅଣ୍ଡାରୁ ୩୨ଟି ଛୁଆ ବାହାରିଥିଲା। ଛୁଆ ବାହାରିବା ବେଳେ ଛୋଟ ହୋଇଥିବାରୁ ସେମାନଙ୍କ ରଙ୍ଗ ଜାଣି ହେଉ ନ ଥିଲା। ପରେ ପ୍ରଜନନ କେନ୍ଦ୍ରର କୁଣ୍ଡ ମଧ୍ୟରେ ଧଳା କୁମ୍ଭୀର ଛୁଆ ପହଁରୁଥିବା ଦେଖିବାକୁ ମିଳିଥିଲା। ମାତ୍ର ଧଳା କୁମ୍ଭୀର ଛୁଆ ଦେଖିବାକୁ ଭିଡ ହେବା ଆଶଙ୍କା ରଖି ବନ ବିଭାଗ ପକ୍ଷରୁ ଏଭଳି ଛୁଆ ନ ଥିବା ନେଇ କୁହାଯାଇଥିଲା। ମାତ୍ର ଚଳିତବର୍ଷ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଧଳା କୁମ୍ଭୀର ଛୁଆକୁ ଦେଖିବାକୁ ମିଳିଛି। ବନ ବିଭାଗ ସୂଚନା ମୁତାବକ, ଧଳା କୁମ୍ଭୀର ଛୁଆକୁ ବର୍ତ୍ତମାନ ୩ ବର୍ଷ ୪ ମାସ ଚାଲିଛି। ଏହା ପାଖାପାଖି ୨ ଫୁଟ ଲମ୍ବ ହୋଇଗଲାଣି। ପ୍ରତିଦିନ ଏହି ଛୁଆକୁ ୧୫୦ ଗ୍ରାମର ଜୀବନ୍ତ ଚିଙ୍ଗୁଡି ଖାଇବାକୁ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri