ଏଇ ଭାରତରେ

ହରିଆଣାର ଜଣେ ରିକ୍ସାବାଲାଙ୍କ ସଫଳତା କାହାଣୀ ବେଶ୍‌ ପ୍ରେରଣାଦାୟକ। ଯମୁନାନଗର ଜିଲା ଡାମ୍‌ଲା ଗାଁ ନିବାସୀ ଧରମବୀର କମ୍ବୋଜ ନିଷ୍ଠା ବଳରେ ଜଣେ କୃଷକ, ଗ୍ରାମୀଣ ଉଦ୍ଭାବକ ତଥା ଉଦ୍ୟୋଗୀ ହୋଇପାରିଛନ୍ତି। ନିଜେ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ହଜାର ହଜାର ଲୋକଙ୍କୁ ଆତ୍ମନିର୍ଭର କରିଛନ୍ତି। ଧରମବୀର ଦିଲ୍ଲୀରେ ରିକ୍ସା ଟାଣିବା ସହ ବିଭିନ୍ନ କାମ କରୁଥିଲେ। ପରେ ଗାଁକୁ ଫେରି ଚାଷ ଆରମ୍ଭ କରିଥିଲେ ଓ ନିଜ ଜ୍ଞାନକୌଶଳରେ ଏକ ଛୋଟ ଫୁଡ୍‌ ପ୍ରୋସେସିଂ ମେଶିନ ତିଆରି କରି ଖାଦ୍ୟ ପ୍ରୋସେସିଂ ଆରମ୍ଭ କଲେ। ଏବେ ଏଥିରୁ ସେ ବାର୍ଷିକ ୮ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ସେ ୨ ଏକର ବିଶିଷ୍ଟ ଫାର୍ମର ମାଲିକ ଓ ଏହି ଫାର୍ମରୁ ଜୈବିକ ଶସ୍ୟ ଉତ୍ପାଦନ କରି ତାହାକୁ ପ୍ରୋସେସିଂ କରି ବିକ୍ରି କରୁଛନ୍ତି। ଧରମବୀର ଫୁଡ୍‌ ପ୍ରୋସେସିଂ ପ୍ରାଇଭେଟ୍‌ ଲିମିଟେଡ୍‌ ଗଠନ କରି ଦେଶରେ ଫୁଡ୍‌ ପ୍ରୋସେସିଂ ସମ୍ପର୍କରେ ପ୍ରସେସିଂ କାର୍ଯ୍ୟକ୍ରମ ଓ କର୍ମଶାଳାର ଆୟୋଜନ କରି ୭,୦୦୦ କୃଷକଙ୍କୁ ପ୍ରଶିକ୍ଷଣ ଦେଇସାରିଛନ୍ତି ଏବଂ ଏମାନଙ୍କ ମଧ୍ୟରୁ ୪,୦୦୦ ମହିଳା ରହିଛନ୍ତି। ନିଜ ହାତ ତିଆରି ପ୍ରୋସେସିଂ ମେଶିନର ପାଣ୍ଟେଟ୍‌ କରି ତାହାକୁ ବିକ୍ରି କରୁଛନ୍ତି ଓ ଏ ବାବଦରେ ବାର୍ଷିକ ୧୫-୨୦ ଲକ୍ଷ ଟଙ୍କା ପାଉଛନ୍ତି। ସେ ମଧ୍ୟ ତାଙ୍କ ଫୁଡ୍‌ ପ୍ରୋସେସିଂ ମେଶିନକୁ ଆମେରିକା, ଇଟାଲୀ, ନେପାଳ, ଅଷ୍ଟ୍ରେଲିଆ, କେନିଆ, ନାଇଜେରିଆ, ଜିମ୍ବାଓ୍ବେ, ଉଗାଣ୍ଡା ଆଦି ଦେଶକୁ ରତ୍ପାନୀ କରୁଛନ୍ତି। ଧରମବୀର ସ୍କୁଲରେ ପଢ଼ୁଥିବା ବେଳେ ଅଷ୍ଟମ ଶ୍ରେଣୀରେ ଏକ ବ୍ୟାଟେରୀ ସେଲ୍‌ ଓଡିକେଡ୍‌ସ ବ୍ୟବହାର କରି ଲ୍ୟାମ୍ପ ପ୍ରସ୍ତୁତ କରିଥିଲେ। ଶିକ୍ଷାରେ ବାଧା ଆସିବା ପରେ ଦିଲ୍ଲୀ ଆସି ରିକ୍ସା ଟାଣି ରୋଜଗାର କରିଥିଲେ। କିନ୍ତୁ ସମୟ ତାଙ୍କୁ ପୁଣି ଉଦ୍ଭାବନ କରିବାକୁ ପ୍ରେରିତ କଲା ଓ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଲା। କୃଷି ସହ ଜଡ଼ିତ ଥିବାରୁ ଲୋକେ ତାଙ୍କୁ ଶ୍ରଦ୍ଧାରେ ‘କିଶାନ ଧରମବୀର’ ବୋଲି ସମ୍ବୋଧନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

ବ୍ରିକ୍ସ: ସାମର୍ଥ୍ୟ ଅଛି ଶକ୍ତି ନାହିଁ

ବ୍ରିକ୍ସ କ୍ରମଶଃ ପ୍ରତିଷ୍ଠା ଲାଭ କଲେ ମଧ୍ୟ ଅନ୍ତର୍ଜାତୀୟ ଆହ୍ବାନଗୁଡିକୁ ମୁକାବିଲା କରିବାରେ ସଫଳ ହୋଇପାରୁନାହିଁ। ସେଥିପାଇଁ ଚଳିତ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ…

ନକଲି ଆଇନଜୀବୀ

ଦେଶରେ ଥିବା ଆଇନଜୀବୀଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ଲାଗି ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ପକ୍ଷରୁ ୨୦୨୫ ଜାନୁଆରୀରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ…

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri