Posted inଜାତୀୟ

ଭାଗ ହେବ ‘ଟାଇମ୍ସ ଗ୍ରୁପ୍‌’

ମୁମ୍ବାଇ, ୫।୫: ଭାରତର ସବୁଠୁ ଖ୍ୟାତନାମା ମିଡିଆ କମ୍ପାନୀ ‘ଟାଇମ୍ସ ଗ୍ରୁପ୍‌’ ଭାଗ ଭାଗ ହେବାକୁଯାଉଛି। ଦୁଇ ଭାଇ ସମୀର ଓ ବୀନିଥ ଜୈନ ଅନେକ ଦିନ ଏକାଠି କମ୍ପାନୀ ପରିଚାଳନା କରୁଥିବାବେଳେ ଦୁହିଁଙ୍କ ମଧ୍ୟରେ ମତ ପାର୍ଥକ୍ୟ ଦେଖାଯାଇଛି, ଯେଉଁ କାରଣରୁ ଟାଇମ୍ସ୍‌ ଗ୍ରୁପ୍‌ ମିଡିଆ କମ୍ପାନୀର ଭାଗ ବଣ୍ଟାଯିବ ବୋଲି ଖବର ପ୍ରକାଶ ପାଇଛି। ଏ ନେଇ ଫାଇନାନ୍ସରଙ୍କ ସହିତ କମ୍ପାନୀର ଅର୍ଥକୁ ଭାଗ କରିବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ଖବରକାଗଜ, ଟେଲିଭିଜନ୍‌, ରେଡିଓ, ଡିଜିଟାଲ, ଚଳଚ୍ଚିତ୍ର, ସଙ୍ଗିତ, ଶିକ୍ଷା ଏବଂ ବିରତି କ୍ଷେତ୍ରରେ ଟାଇମ୍ସ ଗ୍ରୁପ୍‌ ବହୁ ବର୍ଷ ଧରି କାର୍ଯ୍ୟ କରିଆସୁଥିବାବେଳେ ଅନେକ ଛାପ ଛାଡ଼ିଛି। ୨୦୨୧ରେ କମ୍ପାନୀ ଭାଗ ହେବା ନେଇ ପ୍ରଥମେ ଗୁଜବ ଶୁଣିବାକୁ ମିଳିଥିଲା। କିନ୍ତୁ ସେ ସମୟରେ ଇଷ୍ଟହ୍ବାଇଲ୍‌ ଚେୟାରମ୍ୟାନ୍‌ ତଥା ସମୀରଙ୍କ ମା’ ଇନ୍ଦୁ ଜୈନ ଏହାକୁ ଖଣ୍ଡନ କରିଥିଲେ।
ବିନେଟ୍‌ କୋଲେମାନ ଆଣ୍ଡ କୋ ଦ୍ୱାରା ପରିଚାଳିତ ମିଡିଆ ଗ୍ରୁପ୍‌କୁ ଠିକ୍‌ ଭାବେ ବାଣ୍ଟିବା ଲାଗି ସମୀର ଓ ବୀନିଥ ସମାଧାନ ଖୋଜୁଛନ୍ତି। ଦେଶର ଲୋକପ୍ରିୟ ଖବରକାଗଜ ଦ ଟାଇମ୍ସ ଅଫ୍‌ ଇଣ୍ଡିଆ, ଏବଂ ଫାଇନାନ୍ସିଆଲ ଡେଲି ଦ ଇକୋନୋମିକ୍‌ ଟାଇମ୍ସ ମଧ୍ୟରେ ମଧ୍ୟସ୍ଥତା ବିଭାଜନ ପୂର୍ବ ବର୍ଷ କରାଯାଇଥିଲା। ଏହାକୁ ଗୋପନୀୟ ରଖାଯାଇଥିବାବେଳେ ଏ ନେଇ କୌଣସି ଖବର ପ୍ରକାଶ କରାଯାଇ ନ ଥିଲା । ତେବେ ଦୁଇ ଭାଇଙ୍କ ମଧ୍ୟରେ ଯିଏ ଖବରକାଗଜ ଛପା ବ୍ୟବସାୟ ସମ୍ଭାଳିବେ ସେ ହିଁ କମ୍ପାନୀ ଅର୍ଥକୁ ବ୍ୟବହାର କରିପାରିବେ ବୋଲି କୁହାଯାଉଛି। ଟାଇମ୍ସ ଗ୍ରୁପ୍‌ ୩ ଭାଗରେ ବଣ୍ଟାଯିବ। କମ୍ପାନୀ ବଣ୍ଟାଯିବା ପରେ ଇନ୍‌ଭେଷ୍ଟରମାନଙ୍କୁ ନିଜ ୟୁନିଟ୍‌ରେ ରଖିବା ପାଇଁ ଦୁଇ ଭାଇଙ୍କ ମଧ୍ୟରେ ଛକାପଞ୍ଝା ଦେଖାଯାଇପାରେ। ଏ ନେଇ ସମୀର, ବୀନିଥ ଜୈନଙ୍କ ସହ କମ୍ପାନୀ ପ୍ରତିନିଧି କୌଣସି ଇ-ମେଲ୍‌ କିମ୍ବା ମେସେଜ୍‌ର ଉତ୍ତର ଦେଉନାହାନ୍ତି। ଅନ୍ୟପକ୍ଷେ ବର୍ତ୍ତମାନ ସମୟରେ ଭାରତୀୟ ମିଡିଆ ଓ ଏଣ୍ଟରଟେନ୍‌ମେଣ୍ଟ ସେକ୍ଟରରୁ ଭଲ ଆୟ ହେଉଛି। ଆସନ୍ତାବର୍ଷ ଏହା ୨.୩ ବିଲିୟନ୍‌ ଡଲାର ଛୁଇବ ବୋଲି ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ପ୍ରାର୍ଥୀ ଦେବାଶିଷଙ୍କ ନାମାଙ୍କନ ରଦ୍ଦ, ଯିବେ ହାଇକୋର୍ଟ

କୋଲକାତା,୨୬।୪: ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ବୀରଭୂମ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଦେବାଶିଷ ଧରଙ୍କ ନାମାଙ୍କନକୁ ବାତିଲ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାଜପା...

ବାଇକ୍‌ ରାଇଡ୍‌ରେ ବାହାରିଲେ ’ସ୍ପାଇଡର୍‌ମ୍ୟାନ, ସ୍ପାଇଡର୍‌ ଓମେନ୍‌’, ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୨୬।୪: ସୁପରହିଟ୍, ସ୍ପାଇଡରମ୍ୟାନ୍ ଏବଂ ସ୍ପାଇଡର୍-ଓମେନ୍‌ ପୋଷାକ ପିନ୍ଧି ବାଇକ୍‌ ରାଇଡ୍‌ କରୁଥିବା ଜଣେ ଯୁବକ ଏବଂ ଯୁବତୀଙ୍କୁ ପୋଲିସ ଗିରଫ କରିଛି। ଦକ୍ଷିଣ ପଶ୍ଚିମ...

ଆଜି ଗଣତନ୍ତ୍ର ପାଇଁ ବିଜୟର ଦିନ:ମୋଦି

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ପ୍ରଚାର ଚାଲିଛି। ତୃତୀୟ ପର୍ଯ୍ୟାୟରେ ବିହାରର ଅରାରିଆରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି।...

ସନ୍ଦେଶଖାଲି ମାମଲାରେ ସିବିଆଇ ଚଢ଼ାଉ

କୋଲକାତା,୨୬ା୪: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଶୁକ୍ରବାର ଅନେକ ସ୍ଥାନରେ ଚଢ଼ାଉ କରିଛି। ଅନୁସନ୍ଧାନକାରୀ ସଂସ୍ଥା ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ...

ନୋଟାକୁ ସର୍ବାଧିକ ଭୋଟ ମିଳିବାରୁ ପୁନର୍ବାର ନିର୍ବାଚନ କରିବାକୁ ଦାବି, ନିର୍ବାଚନ କମିଶନଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୪: ଭୋଟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଶୁକ୍ରବାର ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସମୟରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।...

ସିସୋଡିଆଙ୍କୁ ଝଟ୍‌କା, ମେ’ ୮ ପର୍ଯ୍ୟନ୍ତ ରହିବେ ଜେଲରେ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ଏକ୍ସାଇଜ ମାମଲାରେ ହୋଇଥିବା ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ମେ ୮ ପର୍ଯ୍ୟନ୍ତ...

ରାହୁଲଙ୍କୁ ଶାହାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନ ପାଇଁ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ଦାବି କରିଛନ୍ତି...

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri