ଜୁଆରରେ ଉଜୁଡ଼ିଯାଉଛି ଝାଉଁ ଜଙ୍ଗଲ

ବାହାନଗା, ୧୦।୯ (ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ଝାଉଁ ଜଙ୍ଗଲ ଜୁଆର ମାଡରେ ଉଜୁଡିଯିବାକୁ ବସିଲାଣି। ଏପରିକି ବରିପଦା ପଞ୍ଚାୟତର ମହାରୁଦ୍ରପୁର ଆଡିଆ ସମେତ ଆଡିଆର ବଙ୍ଗାଳିସାହି ଓ କଲ୍ୟାଣି ପଞ୍ଚାୟତର ଜହ୍ନିପୁରର ଭିଲ୍ଲା ଆଡିଆ ଗ୍ରାମଗୁଡିକ ସମୁଦ୍ର ଗର୍ଭରେ ଲୀନ ହେବାକୁ ବସିଲାଣି। ଲୁଣି ବନ୍ଧ ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରି ଥକିଗଲେଣି, ତଥାପି ସମସ୍ୟା ପ୍ରତି ଗୁରୁତ୍ୱ ଦିଆଯାଉନି।
ଏକଦା ସମୁଦ୍ର କୂଳବର୍ତ୍ତୀ ଗ୍ରାମର ଲୋକଙ୍କୁ ଲୁଣି ପାଣିରୁ ସୁରକ୍ଷା ଦେବା ଓ ଚାଷ ଜମି ସମେତ ଗ୍ରାମ ଭିତରକୁ ଜୁଆର ନ ଯିବା ପାଇଁ ସରକାର ସମୁଦ୍ର କୂଳରେ ଝାଉଁ ଜଙ୍ଗଲ ସୃଷ୍ଟି କରିଥିଲେ। ମାତ୍ର ସେହି ଝାଉଁ ଜଙ୍ଗଲକୁ ସୁରକ୍ଷା ଦେବା ନିମନ୍ତେ କୂଳରେ ସମୁଦ୍ର ବାଲି ପକାଇ ଉଚ୍ଚା ଆଡି କରାଯାଇଥିଲା ା ମାତ୍ର ଜୁଆର ପାଣି ଏବେ ଆସି ଧୀରେ ଧୀରେ କୂଳରେ ମାଡ ହୋଇ ଉଚ୍ଚା ବାଲିବନ୍ଧ ଧୋଇଯିବାରୁ ଝାଉଁ ଗଛଗୁଡିକ ମୂଳରୁ ଉପୁଡି ପଡୁଛି। ଫଳରେ ଦୀର୍ଘବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା ବନ୍ଧ ଜୁଆର ମାଡରେ ନଷ୍ଟ ହୋଇଯାଇଛି। ସମୁଦ୍ର ଲୁଣି ଜୁଆର ପାଣି ଧୀରେ ଧୀରେ କଲ୍ୟାଣି ପଞ୍ଚାୟତର ଜହ୍ନିପୁର ଭିଲ୍ଲା ଆଡିଆ ଗ୍ରାମ ଓ ବରିପଦା ପଞ୍ଚାୟତର ମହାରୁଦ୍ରପୁର ଆଡିଆ, ବଙ୍ଗାଳି ସାହି ସମେତ ଗଦେଇ ସାଗର ନାଳ ଅଞ୍ଚଳରେ ଥିବା ଜନବସତି ଓ ଝାଉଁଜଙ୍ଗଲ ସମେତ ଚାଷଜମି ଆଡକୁ ମାଡିଯାଉଛି। ଯଦି ସମୁଦ୍ର କୂଳରେ ସରକାର ଲୁଣି ବନ୍ଧ ନିର୍ମାଣ ନ କରିବେ ତାହେଲେ ସମୁଦ୍ର କୂଳରେ ଥିବା ଝାଉଁ ଜଙ୍ଗଲ ସମ୍ପୂର୍ଣ୍ଣ ନଷ୍ଟ ହେବା ସହିତ ଦୁଇଟି ପଞ୍ଚାୟତର ୩ଟି ସାହି ସମୁଦ୍ର ଗର୍ଭରେ ଦିନେ ଲୀନ ହୋଇଯିବ। ଏଥିନିମନ୍ତେ ସ୍ଥାନୀୟ ଅଞ୍ଚଳର ଅକ୍ଷୟ ନନ୍ଦ ଦାସ, ଅଚ୍ୟୁତନନ୍ଦ ଦାସ, ଗୟାଧର ମହାଳିକ, ଅବନ୍ତି ମଣ୍ଡଳ, କାଳିଚରଣ ଦାସ, ସନ୍ତୋଷ କୁମାର ମଣ୍ଡଳ, ଜଗବନ୍ଧୁ ମଲ୍ଲିକ, ଅଶୋକ ଦାସ, କାର୍ତ୍ତିକ ମଣ୍ଡଳ, ଗଣେଶ ମଣ୍ଡଳ ଓ ଗୌତମ ମଣ୍ଡଳ ପ୍ରମୁଖ ଗ୍ରାମବାସୀ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ଜିଲା ଏମ୍‌ପି ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କୁ ଦେଖା କରି ସମୁଦ୍ର କୂଳର କଲ୍ୟାଣି ପଞ୍ଚାୟତର ଭିଲ୍ଲା ଆଡିଆଠାରୁ ବରିପଦାର ମହାରୁଦ୍ରପୁର ଆଡିଆ ସମେତ ଗଦେଇ ସାଗର ନାଳ ପର୍ଯ୍ୟନ୍ତ ୨ କିଲୋମିଟର ଦୂରତ୍ୱ ନିମନ୍ତେ ଏକ ଲୁଣି ବନ୍ଧ ନିର୍ମାଣ ପାଇଁ ଦାବିପତ୍ର ପ୍ରଦାନ କରିଥିଲେ। ହେଲେ ଏପର୍ଯ୍ୟନ୍ତ କଣ ପଦକ୍ଷେପ ନିଆଯାଇଛି ତାହା ସେମାନେ ଜାଣିନାହାନ୍ତି। ଲୁଣି ବନ୍ଧ ନିର୍ମାଣ କରାଗଲେ ସମୁଦ୍ର କୂଳରେ ନଷ୍ଟ ହେବାକୁ ଯାଉଥିବା ଝାଉଁ ଜଙ୍ଗଲ ସମେତ ଦୁଇଟି ପଞ୍ଚାୟତର ୩ଟି ଗ୍ରାମ ଓ ଚାଷ ଜମି ସୁରକ୍ଷିତ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri