କୁବେର ହେବାର ଗଳାବାଟ

ଡ. ଅଜୟ କୁମାର ନନ୍ଦ

 

ଗଣତନ୍ତ୍ରର ଗରିମାକୁ ଅକ୍ଷୁଣ୍ଣ ରଖିବା ଓ ଏହାର ମହତ୍‌ ଉଦ୍ଦେଶ୍ୟକୁ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବାର ମୁଖ୍ୟ ମାଧ୍ୟମ ହେଉଛି ଶାସନ; ଯାହା ସମ୍ବିଧାନର ଆତ୍ମା କହିଲେ ଅତ୍ୟୁକ୍ତି ହେବନାହିଁ। ଏହି ଶାସନ କଳଟି ପ୍ରଶାସନିକ କ୍ଷମତା ହାସଲ କରିଥିବା ବ୍ୟକ୍ତିବିଶେଷଙ୍କ ଦ୍ୱାରା ନିୟନ୍ତ୍ରିତ ହୁଏ। ସରକାର ଓ ଜନତାଙ୍କ ମଧ୍ୟରେ ଉତ୍ତମ ଯୋଗସୂତ୍ର ସ୍ଥାପନକରି ଉତ୍ତମ ଶାସନର ବାହକ ରୂପେ କାର୍ଯ୍ୟ କରିଥାନ୍ତି। ଫଳରେ ସରକାରଙ୍କ ଉପରେ ସାଧାରଣ ଜନତାଙ୍କର ଅଖଣ୍ଡ ବିଶ୍ୱାସ ରହିଥାଏ କାରଣ ଏହା ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିୟନ୍ତ୍ରିତ ହୁଏ। ନିଯୁକ୍ତି ସମୟରେ ସରକାରୀ ଅମଲାମାନଙ୍କ ସମେତ ପ୍ରଶାସନିକ ଅଧିକାରୀ, ତାଙ୍କର ଚାକିରି ସର୍ତ୍ତାବଳୀର ସମସ୍ତ ନିୟମ ମାନି, ଲୋକଙ୍କ ସେବାରେ ବର୍ତ୍ତି ହେବାପାଇଁ ସହମତି ପ୍ରକାଶ କରିବା ସହିତ ଲିଖିତ ସତ୍ୟପାଠ ଦାଖଲ କରନ୍ତି। ବର୍ତ୍ତମାନ ଘଟୁଥିବା ରୋଚକ ଘଟଣାରେ ବିଶେଷ କରି ସରକାରୀ ବାବୁମାନଙ୍କ ସମ୍ପୃକ୍ତି ସହ କ୍ଷମତା ଲୋଭରେ ବଶବର୍ତ୍ତୀ ହୋଇ, କ୍ଷମତାର ଅପବ୍ୟବହାର କରି ସରକାରୀ ତହବିଲ ହରିଲୁଟ କରି କୁବେର ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହା ସରକାରୀ ବାବୁଙ୍କ ଏବେ ନିଶାରେ ପରିଣତ ହୋଇଛି। ଦୁର୍ନୀତି ବିଭାଗ ଜାଲରେ ଖୋଦ ପୋଲିସ ବିଭାଗର ମାଳ ମାଳ କୁବେର ଓ ତାଙ୍କ କଳା ସାମ୍ରାଜ୍ୟର ଦସ୍ତାବିଜ, ସବୁ କୋଟିରେ ହିସାବ। ସରକାରୀ ନିୟୋଜନ ସଂସ୍ଥା କିରାଣିଙ୍କ କୋଟି କୋଟି ଟଙ୍କାର ଆୟବହିର୍ଭୂତ ସମ୍ପତ୍ତି ଠୁଳ ସାଙ୍ଗକୁ ପାଲିସ ବିଭାଗରେ ଚାକିରି କରିଥିବା ଜଣେ କନଷ୍ଟେବଳଙ୍କ ଆଖି ଦୃଶିଆ ସମ୍ପତ୍ତି ତଦନ୍ତକାରୀ ଦଳଙ୍କ ହୋସ୍‌ ଉଡ଼ାଇଛି। ସେଇଭଳି ଅତୀତରେ ଜଣେ ଅଙ୍ଗନଓ୍ବାଡି କର୍ମଚାରୀ, କୁନି କୁନି ପିଲାଙ୍କ ପାଇଁ ଆସୁଥିବା ସରକାରୀ ଅନୁଦାନକୁ ହରିଲୁଟ କରି ସମ୍ପତ୍ତି ଠୁଳ କରିବା କ’ଣ ମୌଳିକ କର୍ତ୍ତବ୍ୟ? ଏ ସବୁ ଆଢୁଆଳରେ ଅନେକ ବଡ଼ ବଡ଼ ବ୍ୟକ୍ତିଙ୍କ ସମ୍ପୃକ୍ତିକୁ ଅସ୍ବୀକାର କରାଯାଇ ନ ପାରେ।
ଜନତାଙ୍କ ସେବା ପାଇଁ ଉଦ୍ଦିଷ୍ଟ ଶାସନ କଳଟି ଭ୍ରଷ୍ଟାଚାର, ଅପରାଧ, ଲୁଣ୍ଠନ ଓ ଅରାଜକତା ଭଳି ଦୁର୍ନୀତି ଜାଲରେ ଛନ୍ଦି ହୋଇପଡ଼ିଛି। ମନ୍ତ୍ରୀଙ୍କଠାରୁ ଯନ୍ତ୍ରୀ, ଅଫିସରଙ୍କଠାରୁ ଠିକାଦାର, ପ୍ରଶାସନିକ ଅଧିକାରୀଙ୍କଠାରୁ ଅମଲା ପର୍ଯ୍ୟନ୍ତ ଏହି ଦୁର୍ନୀତି ମହାମାରୀରେ ସମସ୍ତେ ଆକ୍ରାନ୍ତ। ବାଡ଼ ଯଦି ଫସଲ ଖାଏ ନ୍ୟାୟରେ ଦେଶ ବା ରାଜ୍ୟର ରାଜକୋଷ ଅବକ୍ଷୟ ହେବାରେ ଲାଗିଛି। ବିଡ଼ମ୍ବନା ହେଉଛି, ଜବତ ହେଉଥିବା ଆୟ ବହିର୍ଭୂତ ସମ୍ପତ୍ତିରୁ କେତେ ବାଜ୍ୟାପ୍ତ ହେଲା ଓ ତହିଁରୁ କେତେ ଜନ ମଙ୍ଗଳ କାର୍ଯ୍ୟରେ ଉପଯୋଗ ହେଲା ତାହା ସାଧାରଣରେ ପ୍ରକାଶ ହେଉନାହିଁ। ଏହା ଜାଣିବା ସାଧାରଣ ଜନତାଙ୍କ ଅଧିକାର, କାରଣ ତାଙ୍କ ପାଇଁ ଆସୁଥିବା ସରକାରୀ ଅନୁଦାନର ଏହା ଏକ ଅଂଶ, ତା’ ସହିତ ବିଭିନ୍ନ ଭାବରେ ଟିକସ ଆକାରରେ ଦେଉଥିବା ରାଜସ୍ବ ଆୟ । ଆଉ ଆଶ୍ୱସ୍ତିକର ଖବରଟି ହେଲା, ଯେଉଁ ଘଟଣାଟି ସରକାରଙ୍କ ଭାବମୂର୍ତ୍ତି ଉପରେ ଆଞ୍ଚ ଆଣୁଛି ସେଠାରେ ସରକାରଙ୍କ ‘ଶୂନ୍ୟ ସହନଶୀଳନ’ ରୂପକ ଯନ୍ତ୍ରଣା ନିବାରକ ନିଦାନ ଦେଇ ତତ୍କାଳ ତାଙ୍କୁ ଚାକିରିରୁ ଅନ୍ତର କରି ଜେଲକୁ ପଠାଇ କର୍ତ୍ତବ୍ୟ ସମ୍ପାଦନ କରାଯାଉଛି। ପରେ ପରେ ସେମାନେ ଆଇନର ଗଳା ବାଟ ଦେଇ ମୁକୁଳି ସ୍ବାଧୀନ ଭାବରେ ରହୁଛନ୍ତି, ଯାହା ଦୁର୍ନୀତିର ମୂଳକୁ ଆହୁରି ସଶକ୍ତ ହେବାରେ ସାହାଯ୍ୟ କରୁଛି। ଏସବୁ ଘଟଣାକୁ ତର୍ଜମା କଲେ ଗୋଟିଏ କଥାରେ ନିଶ୍ଚିତ ଯେ, ଯେଉଁମାନେ ଚାକିରି ହରାଉଛନ୍ତି ବା ଜେଲ ଯାଉଛନ୍ତି ସେମାନେ କେବେ ସରକାରୀ କଳକୁ ଉପଯୋଗ କରି ରାତାରାତି କୁବେର ହୋଇନାହାନ୍ତି, ଏଥିପାଇଁ ଦରକାର ହୁଏ ପର୍ଯ୍ୟାପ୍ତ ସମୟ। ଦୁର୍ନୀତି ରୋକିବା ପାଇଁ ସରକାରଙ୍କ ଦ୍ୱାରା ପରିଚାଳିତ ଅନେକ ସଂସ୍ଥା ଯଥା ଆୟକର, ସିବିଆଇ, ଭିଜିଲାନ୍ସ,ଏନ୍‌ସିବି, ଇଓଡବ୍ଲୁ, ଇଡି ଭଳି ସଂସ୍ଥାକୁ ଚକମା ଦେବା ଏତେ ସହଜ ନୁହଁ, ତଥାପି ଲୋକେ ଯଦି ଏହା କରିପାରୁଛନ୍ତି ତେବେ ସରକାରଙ୍କ ଶାସନ ପ୍ରତି ଲୋକଙ୍କର ଅସନ୍ତୋଷ ରହିବା ସହିତ ଗଣତନ୍ତ୍ର ପ୍ରତି ବିମୁଖ ହେବେ।
ରାଜନୀତିର ହସ୍ତକ୍ଷେପ ଦୁର୍ନୀତି ବଢ଼ିବାରେ ଅନେକ ସହାୟକ ହେଉଛି। ଦୁର୍ନୀତି ସେତେବେଳେ ରୋକାଯାଇପାରିବ ଯେତେବେଳେ ଜଣେ ଭୋଟର ଚାପ ମୁକ୍ତସହ ବିନା ଉତ୍କୋଚରେ ବଶବର୍ତ୍ତୀ ହୋଇ ନିଜର ମତଦାନ ସାବ୍ୟସ୍ତ କରିପାରିବ। ନିର୍ବାଚନକୁ ବ୍ୟୟମୁକ୍ତ କରାଗଲେ ଅନେକେ ସକାରାତ୍ମକ ଜନ ପ୍ରତିନିଧି ସେବା ପାଇଁ ଆଗେଇ ଆସିବେ। ସରକାରୀ ଚାକିରି କରୁଥିବା ବାବୁମାନେ ନିଜର ସମ୍ପତ୍ତି ତାଲିକା ବାର୍ଷିକଭିତ୍ତିରେ ସରକାରଙ୍କ ପାଖରେ ଉପସ୍ଥାପନ କରନ୍ତୁ ଏବଂ ସରକାର ସେଗୁଡ଼ିକୁ ଯାଞ୍ଚକରି ସଚ୍ଚୋଟ କର୍ମଚାରୀଙ୍କୁ ପଦୋନ୍ନତି କଲେ ଏହା ଦୁର୍ନୀତି ରୋକିବାରେ ସହାୟକ ହୋଇପାରନ୍ତା।
ବିଶ୍ୱନାଥ କୁଟୀର, ନୀଳକଣ୍ଠପୁର, ପୁରୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?