ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ପରେ ଚାଲିଛି ମୂଲ୍ୟାଙ୍କନ, ଏହି ଦଳ ମାରିବ ବାଜି…

ହାଟଡିହୀ,୨୬ା୫: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନୀ ପରୀକ୍ଷା ସରିଯାଇଛି। କାହା ସପକ୍ଷରେ କେତେ ଭୋଟ୍‌ ଯିବ ତାକୁ ନେଇ ଏବେ ମୂଲ୍ୟାଙ୍କନ ଚାଲିଛି। ଜନାଦେଶ ଫଳାଫଳ ଜୁନ୍‌ ୪ରେ ସ୍ପଷ୍ଟ ହୋଇଯିବ। କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ୨୯୧ଟି ଭୋଟ୍‌ କେନ୍ଦ୍ରରେ ଭୋଟ୍‌ ଗ୍ରହଣ ହୋଇସାରିଛି। ଏହି ବିଧାନସଭା କ୍ଷେତ୍ରଟି ହାଟଡିହୀ ଏବଂ ଆନନ୍ଦପୁର ବ୍ଲକ, ଆନନ୍ଦପୁର ମୁନ୍ୟୁସିପାଲିଟିକୁ ନେଇ ଗଠିତ। ମୋଟ୍‌ ୭ଜଣ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନୀ ମଇଦାନରେ ପ୍ରତିଦ୍ବନ୍ଦ୍ୱିତା କରିଥିଲେ। ବିଜେଡିରୁ ଅଭିମନ୍ୟୁ ସେଠୀ, ଭାଜପାରୁ ଆଲୋକ ସେଠୀ, କଂଗ୍ରେସରୁ ପୂର୍ବତନ ବିଧାୟକ ଜୟଦେବ ଜେନା, ସ୍ବାଧୀନରୁ ଝାନ୍ସିରାଣୀ ଦାସ ଏବଂ ବିଶ୍ୱ ପ୍ରତାପ ଜେନା, ବହୁଜନ ସମାଜ ପାର୍ଟିରୁ ଦେବେନ୍ଦ୍ର ଜେନା,ଏସ୍‌ୟୁସିଆଇରୁ ନୀଳକଣ୍ଠ ଜେନା ନିର୍ବାଚନ ଲଢ଼ିଥିଲେ। ବିଜେଡି ପ୍ରାର୍ଥୀ ଅଭିମନ୍ୟୁ ନୂଆ ମୁହଁ ଭାବେ ପ୍ରଥମଥର ପାଇଁ ନିର୍ବାଚନକୁ ସମ୍ମୁଖୀନ କରିଥିଲେ। କଂଗ୍ରେସର ଜୟଦେବ ୧୦ମ ଥର ପାଇଁ ନିର୍ବାଚନ ଲଢ଼ୁଥିବା ବେଳେ ଭାଜପାର ଆଲୋକ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ୁଛନ୍ତି।
ଭୋଟ ଗ୍ରହଣ ସରିଯାଇଥିବା ବେଳେ ପ୍ରାର୍ଥୀମାନଙ୍କ ଶିବିରରେ ଏବେ ଗହଳି ଲାଗିଛି। ବିଜେଡି ବିଜୟୀ ହେବାକୁ ଆଶା ରଖିଥିବା ବେଳେ କଂଗ୍ରେସ ଏବଂ ଭାଜପା ମଧ୍ୟ ବିଜୟୀ ହେବ ବୋଲି ଆଶାବାଦୀ ରହିଛନ୍ତି। ପ୍ରାର୍ଥୀମାନେ କର୍ମୀ ଏବଂ ସମର୍ଥକଙ୍କୁ ଡାକି ବୁଥ୍‌ ଅନୁସାରେ କେତେ ସଂଖ୍ୟକ ଭୋଟ୍‌ ମିଳିବ ତାକୁ ନେଇ ଆଲୋଚନା ଏବଂ ମୂଲ୍ୟାଙ୍କନ କରୁଛନ୍ତି। ମୁଖ୍ୟ କଥା ହେଉଛି କିଛି ବିଜେଡି କର୍ମୀ ଅଘୋଷିତ ଭାବେ ବିରୋଧୀ କଂଗ୍ରେସ ସପକ୍ଷରେ ମତଦାନ କରିଥିବା ଏବଂ ଏହାର ପରିଣାମ ସ୍ବରୂପ ବିଜେଡିର ଭୋଟ୍‌ ସଂଖ୍ୟା ପରିମାଣ କମାଇବ ବୋଲି ଆଶା କରାଯାଇଛି। ଫଳରେ ଅଳ୍ପ ସଂଖ୍ୟକ ଭୋଟ୍‌ ବ୍ୟବଧାନ ପ୍ରାୟ ୧୫ରୁ ୨୦ ହଜାରରେ ବିଜେଡି ବିଜୟୀ ହେବ ବୋଲି ମୂଲ୍ୟାଙ୍କନ କରାଯାଉଛି। ସ୍ବାଧୀନ ପ୍ରାର୍ଥୀଙ୍କ ଭୂମିକା କଂଗ୍ରେସ ଏବଂ ଭାଜପାକୁ ସୁହାଇବା ସହ ବିଜେଡି ଉପରେ ସେତେଟା ପ୍ରଭାବ ପକାଇବନି ବୋଲି ଅନୁମାନ କରାଯାଇଛି। କଂଗ୍ରେସ ଏବଂ ଭାଜପା ମଧ୍ୟ ବହୁ ଭୋଟ୍‌ ବ୍ୟବଧାନରେ ବିଜୟୀ ହେବେ ବୋଲି ମୂଲ୍ୟାଙ୍କନ କରୁଥିବା ଜଣାପଡ଼ିଛି। ରାଜନୈତିକ ସମୀକ୍ଷକଙ୍କ ମତରେ ଏଥର କଡ୍ଡା ଟକ୍କର ନିର୍ବାଚନ ହୋଇଛି। ବିଜେଡି ବିଜୟୀ ହେବାର ସମ୍ଭାବନା ଅଧିକ ରହିଥିବା ବେଳେ କ୍ରସ୍‌ ଭୋଟିଂ ପାଇଁ ଭୋଟ୍‌ ବ୍ୟବଧାନ କମ୍‌ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

କର୍ଲାମୁଣ୍ଡା ବ୍ଲକ ପାଇଁ ଗୌରବ: ପ୍ରଥମ ମହିଳା ଭାବେ ପିଏଚ୍‌ଡି ଡିଗ୍ରୀ ହାସଲ କଲେ ସୀମନ୍ତିନୀ ସେଠ

ରିଷିଡ଼ା, ୧୯।୯ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ସୀମନ୍ତିନୀ ସେଠ ସଂସ୍କୃତ ବିଷୟରେ ଗବେଷଣା କରି ପିଏଚ୍‌ଡି (PhD) ଡିଗ୍ରୀ ହାସଲ…

ବେଙ୍ଗାଲୁରୁରେ କେନ୍ଦୁଝର ଯୁବକଙ୍କ ଅକାଳ ମୃତ୍ୟୁ: MP ଅନନ୍ତ ନାୟକଙ୍କ ହସ୍ତକ୍ଷେପ ପରେ ଗାଁକୁ ଫେରିଲା ପାର୍ଥିବ ଶରୀର

ପାଟଣା,୧୯।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ବେଗନା ଗ୍ରାମର ସଞ୍ଜୀବ ସେଠୀଙ୍କ ୩୪ ବର୍ଷୀୟ ପୁଅ ଦୀପେଶ ସେଠୀଙ୍କ ବେଙ୍ଗାଲୁରୁରେ ଅକାଳ ମୃତ୍ୟୁ ଘଟିଛି।…

ପରିବେଶ ସୁରକ୍ଷାରେ ଗଞ୍ଜାମ ଗ୍ରାସିମର ବାଜିମାତ୍: ମିଳିଲା “ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷତା ପୁରସ୍କାର – ୨୦୨୬”

ଗଞ୍ଜାମ, ୧୯।୯ (ବିଦ୍ୟାଧର ସାହୁ): ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି)ର ୪୩ତମ ପ୍ରତିଷ୍ଠା ଦିବସ ଅବସରରେ ଶିଳ୍ପ ବର୍ଗରେ ଗଞ୍ଜାମ ସ୍ଥିତ ଗ୍ରାସିମ୍ କମ୍ପାନୀ…

ମଞ୍ଚସ୍ଥ ହୋଇ ଦର୍ଶକଙ୍କ ମନ ଜିଣିଲା ନାଟକ ‘ଅବୁଝା ଲୁହ’; ଉଦ୍‌ଘାଟନ କଲେ ଦିଗପହଣ୍ଡି ବିଧାୟକ

ଦିଗପହଣ୍ଡି,୧୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମର ଠାକୁରାଣୀ ଛକଠାରେ ଶ୍ରୀ ଗଣେଶ ପୂଜା ଅବସରରେ ସାମାଜିକ ନାଟକ ‘ଅବୁଝା ଲୁହ’…

‘ଏକ ପେଡ୍‌ ମା’ କେ ନାମ୍‌’: ସିମନବାଡ଼ିରେ ଛାତ୍ରଛାତ୍ରୀଙ୍କ ନିଶାମୁକ୍ତ ସଚେତନତା ପଦଯାତ୍ରା-ବୃକ୍ଷରୋପଣ

ଦାରିଙ୍ଗବାଡ଼ି,୧୯ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିସ୍ଥିତ ପାଦ୍ରୀ ପିଓ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ନିଶାମୁକ୍ତ ସଚେତନତା କାର୍ଯ୍ୟକ୍ରମ ଓ ପଦଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?