ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ପରେ ଚାଲିଛି ମୂଲ୍ୟାଙ୍କନ, ଏହି ଦଳ ମାରିବ ବାଜି…

ହାଟଡିହୀ,୨୬ା୫: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନୀ ପରୀକ୍ଷା ସରିଯାଇଛି। କାହା ସପକ୍ଷରେ କେତେ ଭୋଟ୍‌ ଯିବ ତାକୁ ନେଇ ଏବେ ମୂଲ୍ୟାଙ୍କନ ଚାଲିଛି। ଜନାଦେଶ ଫଳାଫଳ ଜୁନ୍‌ ୪ରେ ସ୍ପଷ୍ଟ ହୋଇଯିବ। କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ୨୯୧ଟି ଭୋଟ୍‌ କେନ୍ଦ୍ରରେ ଭୋଟ୍‌ ଗ୍ରହଣ ହୋଇସାରିଛି। ଏହି ବିଧାନସଭା କ୍ଷେତ୍ରଟି ହାଟଡିହୀ ଏବଂ ଆନନ୍ଦପୁର ବ୍ଲକ, ଆନନ୍ଦପୁର ମୁନ୍ୟୁସିପାଲିଟିକୁ ନେଇ ଗଠିତ। ମୋଟ୍‌ ୭ଜଣ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନୀ ମଇଦାନରେ ପ୍ରତିଦ୍ବନ୍ଦ୍ୱିତା କରିଥିଲେ। ବିଜେଡିରୁ ଅଭିମନ୍ୟୁ ସେଠୀ, ଭାଜପାରୁ ଆଲୋକ ସେଠୀ, କଂଗ୍ରେସରୁ ପୂର୍ବତନ ବିଧାୟକ ଜୟଦେବ ଜେନା, ସ୍ବାଧୀନରୁ ଝାନ୍ସିରାଣୀ ଦାସ ଏବଂ ବିଶ୍ୱ ପ୍ରତାପ ଜେନା, ବହୁଜନ ସମାଜ ପାର୍ଟିରୁ ଦେବେନ୍ଦ୍ର ଜେନା,ଏସ୍‌ୟୁସିଆଇରୁ ନୀଳକଣ୍ଠ ଜେନା ନିର୍ବାଚନ ଲଢ଼ିଥିଲେ। ବିଜେଡି ପ୍ରାର୍ଥୀ ଅଭିମନ୍ୟୁ ନୂଆ ମୁହଁ ଭାବେ ପ୍ରଥମଥର ପାଇଁ ନିର୍ବାଚନକୁ ସମ୍ମୁଖୀନ କରିଥିଲେ। କଂଗ୍ରେସର ଜୟଦେବ ୧୦ମ ଥର ପାଇଁ ନିର୍ବାଚନ ଲଢ଼ୁଥିବା ବେଳେ ଭାଜପାର ଆଲୋକ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ୁଛନ୍ତି।
ଭୋଟ ଗ୍ରହଣ ସରିଯାଇଥିବା ବେଳେ ପ୍ରାର୍ଥୀମାନଙ୍କ ଶିବିରରେ ଏବେ ଗହଳି ଲାଗିଛି। ବିଜେଡି ବିଜୟୀ ହେବାକୁ ଆଶା ରଖିଥିବା ବେଳେ କଂଗ୍ରେସ ଏବଂ ଭାଜପା ମଧ୍ୟ ବିଜୟୀ ହେବ ବୋଲି ଆଶାବାଦୀ ରହିଛନ୍ତି। ପ୍ରାର୍ଥୀମାନେ କର୍ମୀ ଏବଂ ସମର୍ଥକଙ୍କୁ ଡାକି ବୁଥ୍‌ ଅନୁସାରେ କେତେ ସଂଖ୍ୟକ ଭୋଟ୍‌ ମିଳିବ ତାକୁ ନେଇ ଆଲୋଚନା ଏବଂ ମୂଲ୍ୟାଙ୍କନ କରୁଛନ୍ତି। ମୁଖ୍ୟ କଥା ହେଉଛି କିଛି ବିଜେଡି କର୍ମୀ ଅଘୋଷିତ ଭାବେ ବିରୋଧୀ କଂଗ୍ରେସ ସପକ୍ଷରେ ମତଦାନ କରିଥିବା ଏବଂ ଏହାର ପରିଣାମ ସ୍ବରୂପ ବିଜେଡିର ଭୋଟ୍‌ ସଂଖ୍ୟା ପରିମାଣ କମାଇବ ବୋଲି ଆଶା କରାଯାଇଛି। ଫଳରେ ଅଳ୍ପ ସଂଖ୍ୟକ ଭୋଟ୍‌ ବ୍ୟବଧାନ ପ୍ରାୟ ୧୫ରୁ ୨୦ ହଜାରରେ ବିଜେଡି ବିଜୟୀ ହେବ ବୋଲି ମୂଲ୍ୟାଙ୍କନ କରାଯାଉଛି। ସ୍ବାଧୀନ ପ୍ରାର୍ଥୀଙ୍କ ଭୂମିକା କଂଗ୍ରେସ ଏବଂ ଭାଜପାକୁ ସୁହାଇବା ସହ ବିଜେଡି ଉପରେ ସେତେଟା ପ୍ରଭାବ ପକାଇବନି ବୋଲି ଅନୁମାନ କରାଯାଇଛି। କଂଗ୍ରେସ ଏବଂ ଭାଜପା ମଧ୍ୟ ବହୁ ଭୋଟ୍‌ ବ୍ୟବଧାନରେ ବିଜୟୀ ହେବେ ବୋଲି ମୂଲ୍ୟାଙ୍କନ କରୁଥିବା ଜଣାପଡ଼ିଛି। ରାଜନୈତିକ ସମୀକ୍ଷକଙ୍କ ମତରେ ଏଥର କଡ୍ଡା ଟକ୍କର ନିର୍ବାଚନ ହୋଇଛି। ବିଜେଡି ବିଜୟୀ ହେବାର ସମ୍ଭାବନା ଅଧିକ ରହିଥିବା ବେଳେ କ୍ରସ୍‌ ଭୋଟିଂ ପାଇଁ ଭୋଟ୍‌ ବ୍ୟବଧାନ କମ୍‌ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଆସିବେ ମୁଖ୍ୟମନ୍ତ୍ରୀ: ‘କିଷାନ ସମ୍ମାନ ନିଧି ଯୋଜନା’ର କିସ୍ତି ଟଙ୍କା ବଣ୍ଟନ ଉତ୍ସବରେ ଦେବେ ଯୋଗ

ବରଗଡ଼,୧୭ା୬(ପ୍ରେମାନନ୍ଦ ଖମାରୀ): ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ଟଙ୍କା ବଣ୍ଟନ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହେବ। ଏହି କ୍ରମରେ ବରଗଡ଼ରେ ହେବାକୁ...

ଶଙ୍ଖ ଭବନରେ ବସିବ ବୈଠକ, ଚୟନ ହେବେ ବିଧାୟକ ଦଳ ନେତା

ଭୁବନେଶ଼୍ବର, ୧୭।୬: ଆସନ୍ତା ୧୯ ତାରିଖ ଦିନ ବିଜୁ ଜନତା ଦଳର ବିଧାୟକମାନଙ୍କୁ ନେଇ ବୈଠକ ବସିବ । ବିଜେଡି କାର୍ଯ୍ୟାଳୟ ଶଙ୍ଖ ଭବନରେ ଏହି...

ସରକାର ଯିବା ପରେ ଏବେବି କ୍ଷମତାପୂର୍ଣ୍ଣ BJD, ଭାଜପାକୁ…

ନୂଆଦିଲ୍ଲୀ, ୧୭।୬: ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଏନ୍‌ଡିଏ ସମର୍ଥନରେ ସରକାର ଗଠନ କରିଛି । ଏହାଛଡ଼ା ଦଳ ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେଡିକୁ...

ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼: ବରିଷ୍ଠ ଅଧିକାରୀ, ଅତିରିକ୍ତ ଫୋର୍ସ ଗଲେ ପୁରୀ

ପୁରୀ,୧୭ା୬: ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯିବା ପରେ ଅପ୍ରତ୍ୟାଶିତ ଭାବେ ଶ୍ରଦ୍ଧାଳୁଙ୍କ ଆଗମନ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ରବିବାର ରାଜ୍ୟ ସରକାର ଅତିରିକ୍ତ ଫୋର୍ସ...

ସିଆଇଡି ଆଗରେ ହାଜର ହେବେ ପୂର୍ବତନ ମୁଖ୍ୟମନ୍ତ୍ରୀ, ନାବାଳିକାଙ୍କୁ…

ନୂଆଦିଲ୍ଲୀ, ୧୭।୬: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ବିଏସ୍‌ ୟେଦୁରପ୍ପା ଆଜି ଜାତୀୟ ତଦନ୍ତକାରୀ ବିଭାଗ (ସିଆଇଡି) ନିକଟରେ...

ପାହାଡ଼ରେ ପିଟିହେଲା ବସ୍‌

ବଣାଇ,୧୭ା୬: ସୁନ୍ଦରଗଡ଼ ଜିଲା ବଣାଇ ଘାଟିରେ ପାହାଡ଼ରେ ଏକ ବସ୍‌ ପିଟି ହୋଇଛି। ଫଳର ବସ୍‌ରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୧୫ ଜଣ ଆହତ ହୋଇଥିବା...

ରାୟଗଡ଼ାରେ ଡିପ୍‌ଥେରିଆ ଆତଙ୍କ

ଭୁବନେଶ୍ୱର/ ରାୟଗଡ଼ା,୧୭ା୬(ଅସମାପିକା ସାହୁ/ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ମନୁଷପଦର  ଗାଁରେ ଅଜଣା ରୋଗରେ ୫ ଶିଶୁଙ୍କ ମୃତ୍ୟୁ ପରେ କାରଣ...

ମଜୁରି ବୃଦ୍ଧି ଯୋଗୁ ଚାଷୀ ଅଣନିଃଶ୍ୱାସୀ

ପଟ୍ଟାମୁଣ୍ଡାଇ,୧୭ା୬ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ନିଅଣ୍ଟିଆ ବର୍ଷା ଏବଂ ଚାଷଖର୍ଚ୍ଚ ବୃଦ୍ଧିକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ଏପରି କି ଅନେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri