ବର୍ଷାରେ ଧୋଇଗଲା ଅସ୍ଥାୟୀ ପୋଲ, ଯାତାୟାତ ବାଧାପ୍ରାପ୍ତ

ପାଟପୁର,୨୩ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ଅଞ୍ଚଳରେ ବୁଧବାର ସନ୍ଧ୍ୟାରୁ ଜାରିରହିଛି ଲଗାଣ ବର୍ଷା। ଏହାର ପ୍ରଭାବରେ ବୁଧବାର ପୋଚକା ନାଳ ଉପର ମୁଣ୍ଡରେ ବର୍ଷା ଯୋଗୁ ଗୁରୁବାର ଭୋର୍‌ରୁ ଚୁଡଙ୍ଗପୁର ପଞ୍ଚାୟତ ବୁଧେଶ୍ୱର ଗ୍ରାମ ନିକଟ ରଘୁନାଥ ସାଗରରେ ବନ୍ୟାପାଣି ଆସି ଅସ୍ଥାୟୀ ପୋଚକା ପୋଲ ଧୋଇ ହୋଇଯାଇଛି। ଫଳରେ ଦିଗପହଣ୍ଡି-ଆସିକା ମୁଖ୍ୟ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି । ତଳିଆ ଅଞ୍ଚଳରେ ଚାଷଜମି ଜଳମଗ୍ନ ହୋଇରହିଛି।
ସୂଚନାଯୋଗ୍ୟ, ଅକ୍ଟୋବର ୫ତାରିଖରେ ପୋଚକା ନାଳପୋଲ ଭୁଶୁଡ଼ି ଯାଇଥିବାରୁ ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସେଠାରେ ଏକ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା। ଏହି ପୋଲ ନିର୍ମାଣର ଏକ ମାସ ପରେ ଲଗାଣ ବର୍ଷା ହୋଇଥିବାରୁ ଅକ୍ଟୋବର ୨୪ ତାରିଖରେ ଅସ୍ଥାୟୀ ପୋଲଟି ଧୋଇ ହୋଇଯାଇଥିଲା। ପୁଣି ଅସ୍ଥାୟୀ ପୋଲ ନିିର୍ମାଣ ହେବାର ୮ ମାସ ପରେ ଗୁରୁବାର ସକାଳୁ ପୋଲଟି ସମ୍ପୂର୍ଣ୍ଣ ଧୋଇ ହୋଇଯାଇ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବର୍ତ୍ତମାନ ଚାଷ କାମ ଲାଗିଥିବାରୁ ତୁରନ୍ତ ଅସ୍ଥାୟୀ ପୋଲ ନିର୍ମାଣ କରିବାକୁ ଚାଷୀମାନେ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସେବାଶ୍ରମ ଛାତ୍ରୀ ଗର୍ଭବତୀ ଘଟଣା: ଗିରଫ ହେଲେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ବାମୀ

ଜୟପୁର,୬।୧୨(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁର ବ୍ଲକ ଅଞ୍ଚଳ ମଙ୍ଗଳବିଭାଗ ଦ୍ୱାରା ପରିଚାଳିତ ଏକ ସେବାଶ୍ରମରେ ଜଣେ ସପ୍ତମ ଶ୍ରେଣୀ ଛାତ୍ର ଗର୍ଭବତୀ ହୋଇଥିବା ଜଣାପଡ଼ିଛି। ଏହି...

କାଉ ହତ୍ୟା ମାମଲା: ପ୍ରମାଣ ଅଭାବରୁ ୯ ଅଭିଯୁକ୍ତ ନିର୍ଦ୍ଦୋଷ ସାବ୍ୟସ୍ତ

ବ୍ରହ୍ମପୁର ଅଫିସ,୭।୧୨: ଗଞ୍ଜାମ ଜିଲା ଅତିରିକ୍ତ ଦୌରାଜଜ୍‌ – ୧ (ଏଡିଜେ) ପ୍ରସନ୍ନ କୁମାର ପଣ୍ଡା ଶନିବାର କାଉ ଓରଫ ଧର୍ମେନ୍ଦ୍ର ଦାସ ହତ୍ୟା ମାମଲାର...

ଜାମୁନାଳିଆରେ ପଶିଲେ ୨୨ହାତୀ: ୨ଶହ ଏକର ଧାନଫସଲ ନଷ୍ଟ

ରାଇସୁଆଁ, ୫।୧୧(ଡି.ଏନ.ଏ.)- କେନ୍ଦୁଝର ଜିଲା ସଦର ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ବନ ବିଭାଗର ଚିନ୍ତା ବଢାଇଛି। ହାତୀପଲ ଧାନ ଓ ଅନ୍ୟ ଫସଲ ଖାଇବାକୁ...

କାମରେ ଲାଗୁନି ସ୍ଲଟର ହାଉସ

କେନ୍ଦୁଝର, ୧୯ା୫ (ସ୍ବ.ପ୍ର.)-କେନ୍ଦୁଝର ସହରରେ ଏଣେତେଣେ ମାଂସ ଓ ମାଛ ଦୋକାନ ଖୋଲିଥିବାରୁ ସହରର ପରିବେଶ ପ୍ରଦୂଷିତ ହେବାକୁ ଲାଗିଛି ା ଏହାର ପ୍ରତିକାର କରିବା...

ବଉଳଗାଁ, ସୁନ୍ଦରପୁର ୭ ଦିନ ଶଟ୍‌ଡାଉନ୍‌

ଛତ୍ରପୁର,୧୨ା୭(ଡି.ଏନ୍‌.ଏ.): କରୋନା ପଜିଟିଭ୍‌ ଚି଼ହ୍ନଟ ପରେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ବଉଳଗାଁ ଓ ସୁନ୍ଦରପୁର ଗାଁକୁ ୭ ଦିନ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ସୁନ୍ଦରପୁର...

ଲକ୍‌ଡାଉନ୍‌ ଯୋଗୁ ଭୋକ ଉପାସରେ ଅସହାୟ: ଖାଦ୍ୟ ବିତରଣ କଲା ବରଗଡ଼ ପୋଲିସ

ବରଗଡ଼ ଅଫିସ,୨୬।୩- ଘାତକ କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ମଙ୍ଗଳବାର ମଧ୍ୟରାତ୍ରିରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ କଟକଣା ଲାଗୁ କରାଯାଇଛି। ଏଭଳି ସ୍ଥିତିରେ ଅସହାୟ ଅବସ୍ଥାରେ...

ଧାନରେ ସାଆରା ରୋଗ: ଚାଷୀ ଆତଙ୍କିତ

କର୍ଲାମୁଣ୍ଡା,(ଡି.ଏନ୍‌.ଏ): ୮।୧୨: କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଚାଷୀ ଧାନ ଅମଳ ସମୟରେ ‘ସାଆରା’ ରୋଗ ଆକ୍ରମଣ ଯୋଗୁ ଆତଙ୍କିତ ହୋଇଛନ୍ତି। ଚଳିତବର୍ଷ ବ୍ଲକରେ ଜୁନ,...

ଧାନ କିଣାବିକାରେ ଟୋକନ ବ୍ୟବସ୍ଥାକୁ ବିରୋଧ: ଅତାବିରାରେ ୧୨ ଘଣ୍ଟିଆ ବନ୍ଦ ଆରମ୍ଭ

ବରଗଡ ଅଫିସ,୨୦।୧୧: ଚଳିତ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାର ଟୋକନ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିଛନ୍ତି। ସରକାରଙ୍କ ଏହି ବ୍ୟବସ୍ଥାକୁ ଚାଷୀମାନେ ଦୃଢ ବିରୋଧ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *