ମନ୍ଦିର ପରିସର ସାପମୟ

ଭୁବନେଶ୍ୱର, ୧୯।୯(ଅସମାପିକା ସାହୁ):ନୀଳାଦ୍ରିବିହାରସ୍ଥିତ ଇସାନେଶ୍ୱର ମନ୍ଦିର ପରିସର ସୋମବାର ସାପମୟ ହୋଇଯାଇଥିଲା। ମନ୍ଦିରର ଜଣେ ପୂଜକ ସଞ୍ଜୟ କୁମାର ଦାସ ଦୈନନ୍ଦିନ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଯାଉଥିବାବେଳେ ତାଙ୍କ ସାମ୍ନାରେ ବଉଳ ଗଛରୁ କିଛି ଗୋଟେ ପଦାର୍ଥ ପଡ଼ିବା ଦେଖିବାକୁ ପାଇଲେ। ଜିନିଷଟି କ’ଣ ଦେଖୁ ଦେଖୁ ତା’ଭିତରୁ ଏକ ସବୁଜ ରଙ୍ଗର ସାପ ବାହାରି ଧିରେ ଧିରେ ଚାଲିବାକୁ ଲାଗିଲା। ତା’ପରେ ଗୋଟିକ ପରେ ଗୋଟିଏ ସେହିଭଳି ଜିନିଷ ଗଛରୁ ପଡ଼ିଲା ଏବଂ ଅଳ୍ପ କିଛି ସେକେଣ୍ଡରେ ସବୁଜ ରଙ୍ଗର ସାପ ଛୁଆ ମୁଣ୍ଡ ହଲେଇ ବାହାରି ଚାଲିଲେ। ମନ୍ଦିରରେ ଭକ୍ତଙ୍କ ଗହଳି ମଧ୍ୟ ଅଧିକ ଥିଲା। ସାପ କଥା ଶୁଣୁ ଭକ୍ତମାନେ ଭୟଭୀତ ହୋଇପଡିଥିଲେ। ତେଣୁ ମନ୍ଦିର କମିଟି ସମ୍ପାଦକ ଉକ୍ତ ବଉଳ ଗଛ ଚାରିପଟେ ବାଉଁଶ ବାରିକେଡ୍‌ କରିବା ସହିତ ସାପଗୁଡିକ ବାହାରକୁ ଆସିତବା ରାସ୍ତାକୁ ବନ୍ଦ କରି ଦେଇଥିଲେ। ମନ୍ଦିର କମିଟି ଚେୟାରମ୍ୟାନଙ୍କଠାରୁ ଖବର ପାଇ ସ୍ନେକ୍‌ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଓ ସଦସ୍ୟ ପୂର୍ଣ୍ଣ ଚନ୍ଦ୍ର ଦାସ ଘଟଣା ସ୍ଥଳରେ ପହଞ୍ଚତ୍ଥିଲେ। ସେତେବେଳକୁ ମନ୍ଦିର କର୍ମଚାରୀମାନେ ୭ଟି ସବୁଜ ରଙ୍ଗର ସାପ ଛୁଆଙ୍କୁ ବାଡ଼ିରେ ଟେକି ଏକ ପ୍ଲାଷ୍ଟିକ ଟବ୍‌ ଭିତରେ ସୁରକ୍ଷିତ ରଖି ସାରିଥିଲେ। ତେବେ ଆଉ ୪-୫ଟି ଛୁଆ ଚାରିଆଡୁ ଚାଲି ପଳାଇଥିଲେ। ଏଗୁଡିକ ଲାଉଡଙ୍କିଆ ସାପ ଛୁଆ ଥିଲା ଓ ସେସବୁକୁ ମନ୍ଦିର ପାଖରୁ ଅନତିଦୂରରେ ଜଙ୍ଗଲିଆ ସ୍ଥାନରେ ଛାଡ଼ି ଦିଆଯାଇଥିବା ଶୁଭେନ୍ଦୁ କହିଛନ୍ତି। ସେ କୁହନ୍ତି, କିଛି ସାପ ଅଣ୍ଡା ଦେଇଥାନ୍ତି ଓ ପ୍ରାୟ ଦୁଇ ମାସ ପରେ ସେଇ ଅଣ୍ଡାରୁ ଛୁଆ ଫୁଟିଥାଏ। କିଛି ସାପ ସିଧାସଳଖ ଛୁଆ ଜନ୍ମ କରିଥାନ୍ତି। ଏହି ଲାଉଡଙ୍କିଆ ସାପଙ୍କ ଛୁଆମାନେ ଏକ ପାରଦର୍ଶୀ ଝିଲ୍ଲି ଆବରଣ ଯୁକ୍ତ ଖୋଳ ଭିତରେ ବଢ଼ି ଥାଆନ୍ତି। ମାଆ ପେଟରୁ ବାହାରି ଗଛରୁ ତଳେ ପଡ଼ିବାବେଳେ ସେ ଝିଲି ଫାଟି ଯାଇଥାଏ ଓ ଛୁଆମାନେ ବାହାରକୁ ଆସିଥାଆନ୍ତି। ଝିଲି ଭିତରେ ଥିବା ତରଳ ପଦାର୍ଥ ଯୋଗୁ ସାପ ଛୁଆଙ୍କର ଗଛରୁ ତଳେ ପଡ଼ିବା ଦ୍ୱାରା କିଛି କ୍ଷତି ହୋଇ ନ ଥାଏ ବୋଲି ଶୁଭେନ୍ଦୁ କହିଛନ୍ତି। ଏଥିରେ ମନ୍ଦିର ପରିସରରେ ମା’ ସାପ ରହିଥିବା ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ପରିବାରଲୋକେ କରୁଥିଲେ ନାପସନ୍ଦ, ପ୍ରେମିକଙ୍କୁ ପାଇବାକୁ ଅପହରଣ ନାଟକ ରଚିଥିଲେ ପ୍ରେମିକା, ଏବେ ପୋଲିସ…

ଫୁଲବାଣୀ, ୨ା୧(ରାକେଶ କୁମାର ରାଉତ)- କନ୍ଧମାଳ ଜିଲା ଗୋଛାପଡା ଥାନା ଅଞ୍ଚଳର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ କେତେ ଜଣ ଯୁବକ ତାଙ୍କ ଗାଁ ନିକଟରୁ...

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ନୂଆବର୍ଷ ଦିନ ହୋଇଯାଇଥିଲେ ନିଖୋଜ, ସକାଳୁ ଗଛରେ ଝୁଲୁଥିଲା ମୃତଦେହ; କୋକସରା ପୋଲିସ…

କୋକସରା,୨।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧିନସ୍ଥ ଜୟନ୍ତପୁର ପଞ୍ଚାୟତ ରଏନଗୁଡା ଗ୍ରାମରୁ ଶୁକ୍ରବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର...

ସହକାରୀ ପିପି ଭାବେ ନିଯୁକ୍ତି ହେଲେ ହୀରାଧର

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକର ଆଇନଜୀବୀ ହୀରାଧର ମାଳିଙ୍କୁ ଓଡ଼ିଶା ରାଜ୍ୟ ସରକାରର ଆଇନ ବିଭାଗର ବିଜ୍ଞପ୍ତି ଅନୁସାରେ ଚନ୍ଦାହାଣ୍ଡି ଜେମଏଫସି...

ନାଟ୍ୟ ନର୍ତ୍ତନ ଡ୍ୟାନ୍ସ ଫେଷ୍ଟିଭାଲ: ସଫଳତା ଆଣିଲେ….

ଖଡ଼ିଆଳ,୨ା୧ (ସୁଜିତ କୁମାର ପ୍ରଧାନ):  ନୂଆପଡ଼ା ଜିଲା ଖଡିଆଳ ସହରର ଲାଲ ସାହେବ ପଡ଼ାରେ ଥିବା ଧର୍ମେଶ ଡ୍ୟାନ୍ସ ଏକାଡେମୀ ପୁଣି ଏକ ସଫଳତା ହାସଲ...

ଏନ୍‌ଏସ୍‌ଏସ୍‌ ଅର୍ଥ ୧୦ ତାରିଖ ସୁଦ୍ଧା ଖର୍ଚ୍ଚ କର ଯଦି ନ ହୁଏ ତେବେ…

ଭଞ୍ଜନଗର,୨ା୧(ବାବୁଲା ପ୍ରଧାନ): ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ଅର୍ଥ ନିର୍ଦ୍ଧାରିତ ସମୟ ମଧ୍ୟରେ କିଭଳି ଖର୍ଚ୍ଚ ହେବ ସେନେଇ ଅନଲାଇନ ମାଧ୍ୟମରେ ଏକ ସମୀକ୍ଷା ବୈଠକ...

ଜବ୍‌ କାର୍ଡ ଦେଖାଇ ଖାଇଗଲେ ୫୫ ଲକ୍ଷ ଟଙ୍କା, ବନ୍ଧାହେଲେ ଫରେଷ୍ଟର

ଭବାନୀପାଟଣା,୨ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଥୁଆମୂଳ ରାମପୁର ରେଞ୍ଜର ପୂର୍ବତନ ଫରେଷ୍ଟର ଜୟ କୁମାର ଜୁଆଡ଼ଙ୍କୁ ୫୫ଲକ୍ଷ ଟଙ୍କା ଆତ୍ମସାତ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri