୧୫ରୁ ଆହୁରି ବଢ଼ିବ ତାତି

ଭୁବନେଶ୍ୱର,୧୧ା୩(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ଆରମ୍ଭ ହୋଇଗଲାଣି। ପାରଦ ଉପରମୁହାଁ ହୋଇଛି। ଆସନ୍ତା ଦିନେ ଦୁଇଦିନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସକୁ ଛୁଇଁବ। ଦକ୍ଷିଣ ପଶ୍ଚିମ ଦିଗରୁ ଗରମ ବାୟୁ ପ୍ରବାହ ପରିବେଶକୁ ଉତ୍ତପ୍ତ କରିଛି। ଗୁରୁବାର ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୫ରୁ ୩୬ ଡିଗ୍ରୀ ସେଲ୍‌ସିୟସ ଉପରେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବଲାଙ୍ଗୀରରେ ସର୍ବୋଚ୍ଚ ତାପମାତ୍ରା ୩୬.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁର ୩୬, ଟିଟିଲାଗଡ଼ ୩୬.୪, ବୌଦ୍ଧ ୩୬, ନୟାଗଡ଼ ୩୬, ଭୁବନେଶ୍ୱରରେ ୩୫.୬, ବାରିପଦା ୩୫.୮, ଝାରସୁଗୁଡ଼ା ୩୫.୮, ହୀରାକୁଦ ୩୫.୫, ଭବାନୀପାଟଣା ୩୫.୫, ମାଲକାନଗିରି ୩୫, ସୋନପୁର ୩୫.୯ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ଆସନ୍ତା ୧୫ ତାରିଖରୁ ତାତି ଆହୁରି ବଢ଼ିବା ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ଶୁଷ୍କ ବାୟୁ ପ୍ରବାହ ହେବାର ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ଡେଇଁଯିବା ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକଙ୍କ ଘରେ ଇଡିର ଚଢ଼ାଉ

ଭୁବନେଶ୍ୱର,୧୧ା୫(ବ୍ୟୁରୋ): କେନ୍ଦୁଝର ଜିଲା ତଥା ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ାଉ କରିଛି। ଅର୍ଥ ହେରଫେର୍‌ ମାମଲାରେ...

ନିରାଡ଼ମ୍ବର ଭାବେ ଜନ୍ମଦିନ ପାଳନ କରିବାକୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶନିବାର ଜନ୍ମଦିନ। ହେଲେ କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ମୁଖ୍ୟମନ୍ତ୍ରୀ ଜନ୍ମଦିନ ପାଳନ କରିବେନି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ...

୩୧ ଯାଏ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ବନ୍ଦ

କଟକ ଅଫିସ, ୨୮।୮: ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ଏଥିପାଇଁ ଗୁରୁବାରଠାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟକୁ ବନ୍ଦ ଘୋଷଣା କରିଛନ୍ତି...

ଶେଷ ପର୍ଯ୍ୟାୟରେ ଯଖପୁରା-ଜରୋଲି ରେଳ ପ୍ରକଳ୍ପ ନିର୍ମାଣ

ଯାଜପୁର ଅଫିସ, ୨୨ା୧୦: ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ପରିବର୍ତ୍ତନ, ଗଛ ସଂଖ୍ୟା ନିରୂପଣ, ଗଛକଟା ବାବଦ କ୍ଷତିପୂରଣ, ଏଫ୍‌ଆର୍‌ଏ (ଫରେଷ୍ଟ ରାଇଟ୍‌ ଆକ୍ଟ) ସାର୍ଟିଫିକେଟ,...

ଜୀବନ ନେବା ପରେ ବି ପଶୁନି ଚେତା

ଭୁବନେଶ୍ୱର,୧୦।୬(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ କାୟା ବିସ୍ତାର ଆରମ୍ଭ କଲାଣି। ସରକାରୀ ଭାବେ ସହରରୁ ମାତ୍ର ୫/୬ଜଣ ରୋଗୀ ଚିହ୍ନଟ ହୋଇଥିବା କୁହାଯାଉଥିବାବେଳେ ବେସରକାରୀ ସଂଖ୍ୟା...

ଛାଡିଲା ବର୍ଷା, ଆସୁଛି କୁହୁଡ଼ି: ପାଣିପାଗ ବିଭାଗ ପକ୍ଷରୁ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ୱର, ୨୬।୨(ବ୍ୟୁରୋ): ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ଦୁଇ ଦିନ ହେବ ଲାଗିରହିଥିବା ବର୍ଷା ଏବେ ଛାଡ଼ିଯାଇଛି। ଆଗକୁ କୁହୁଡ଼ି ଆସୁଛି। ଏ ନେଇ ବିଭିନ୍ନ...

ଭୁବନେଶ୍ୱରରୁ ଗୁରୁତର ରୋଗୀ ଯିବେ ହାଇଦ୍ରାବାଦ: ନୟାପଲ୍ଲୀରୁ ଗ୍ରୀନ୍‌ କରିଡର ଯୋଗେ ଗଲେ ବିମାନ ବନ୍ଦର

ଭୁବନେଶ୍ୱର, ୨୩।୧୦(ବ୍ୟୁରୋ): ଜଣେ ଗୁରୁତର ରୋଗୀଙ୍କୁ ଏୟାର ଆମ୍ବୁଲାନ୍ସରେ ନେବା ପାଇଁ ଭୁବନେଶ୍ୱରର ନୟାପଲ୍ଲୀରୁ ବିମାନ ବନ୍ଦର ପର୍ଯ୍ୟନ୍ତ ସ୍ବତନ୍ତ୍ର ଗ୍ରୀନ୍‌ କରିଡର କରାଗଲା। ନୟାପଲ୍ଲୀର...

ଆଜି ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଖୋର୍ଦ୍ଧା ଅଫିସ,୨୪ା୩: ପୌର ନିର୍ବାଚନ ପାଇଁ ଗୁରୁବାର ଭୋଟ ଗ୍ରହଣ ହେବ। ୩ବର୍ଷ ପରେ ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ସମସ୍ତଙ୍କ ମଧ୍ୟରେ ରହିଛି ଉତ୍କଣ୍ଠା। କିଏ...

Advertisement
Archives

Model This Week