ସ୍ବପ୍ନର ବୈଷୟିକ ଡିଜାଇନର

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଫ୍ରାଙ୍କଲିନ୍‌ ଡି. ରୁଜ୍‌ଭୋଲ୍ଟଙ୍କ ସହଧର୍ମିଣୀ ଏଲିନୋର୍‌ ରୁଜ୍‌ଭେଲ୍ଟ ଏକଦା କହିଥିଲେ, ‘ଯେଉଁମାନେ ସେମାନଙ୍କ ସ୍ବପ୍ନର ସୌନ୍ଦର୍ଯ୍ୟକୁ ଦେଖିଥାଆନ୍ତି ସେମାନଙ୍କ ଭବିଷ୍ୟତ ସେଭଳି ହୋଇଥାଏ’। ଏଭଳି ଏକ ପ୍ରେରଣାଦାୟୀ ଉକ୍ତିର ଯଥାର୍ଥ ଅନୁପାଳକ ହେବାର ଦୃଷ୍ଟାନ୍ତ ପାଲଟିଛନ୍ତି ମୁମ୍ବାଇ ମହିଳା ଶାହିନା ଅଟ୍ଟାରଓ୍ବାଲା। ପିଲାବେଳୁ ଚାକିରି ପାଇବା ଯାଏ ମୁମ୍ବାଇ ବସ୍ତିରେ କଟିଥିଲା। ମାଇକ୍ରୋସଫ୍ଟରେ ପ୍ରଡକ୍ଟ ଡିଜାଇନ୍‌ ମ୍ୟାନେଜର ହୋଇ ଏକ ସୁନ୍ଦର ଜୀବନ ବିତାଇବା ଯାଏ ସେ ଅଜଣା ଥିଲେ। ହେଲେ ଗୋଟିଏ ସପ୍ତାହ ମଧ୍ୟରେ ସଂଘର୍ଷରୁ ସଫଳତାର କାହାଣୀ ଦିଗବିଦିଗ ହେବା ପରେ ତାଙ୍କ ବ୍ୟକ୍ତିତ୍ୱ ଅନେକଙ୍କ ପାଇଁ ଅନୁକରଣୀୟ ହୋଇଯାଇଛି। ସେ ଓଭର ଦି ଟପ୍‌ (ଓଟିଟି)ରେ ‘ବ୍ୟାଡ୍‌ ବଏ ବିଲିୟନେୟାର୍ସ’ ଦେଖୁଥିଲେ। ସେଥିରେ ବାନ୍ଦ୍ରା ରେଳ ଷ୍ଟେଶନ ନିକଟବର୍ତ୍ତୀ ଦର୍ଗା ଗଳି ବସ୍ତିରେ ଥିବା ତାଙ୍କ ପୁରୁଣା ଘରର ଚିତ୍ର ଦେଖିବାକୁ ପାଇବା ପରେ ଅତି ଭାବବିହ୍ବଳ ହୋଇଯାଇଥିଲେ। ନିଜ ଜୀବନର କାହାଣୀକୁ ସେ ଟୁଇଟରରେ ଶେୟାର କରିବା ପରେ ତାଙ୍କ ପ୍ରତି ଚାରିଆଡ଼ୁ ଶ୍ରଦ୍ଧା ଓ ଶୁଭକାମନା ଛୁଟିବାରେ ଲାଗିଛି। ଫଳରେ ସେ କଷ୍ଟରେ ଜୀବନ ବିତାଉଥିବା ବର୍ଗଙ୍କ ପାଇଁ ଆଶାର ଆଲୋକ ପାଲଟି ଯାଇଛନ୍ତି।
ଶାହିନାଙ୍କ ପିତା ଜଣେ ବୁଲା ବିକାଳି। ଉତ୍ତରପ୍ରଦେଶରୁ ପିତା କାର୍ଯ୍ୟ ଅନ୍ବେଷଣରେ ଆସି ମୁମ୍ବାଇରେ ପହଞ୍ଚତ୍ଥିଲେ। ପରିବାର ସହ ଶାହିନା ଦର୍ଗା ଗଳି ବସ୍ତିରେ ରହୁଥିଲେ। ଅତି ଦରିଦ୍ର ହୋଇଥିବାରୁ ସେମାନଙ୍କ ପାଇଁ ଘର ମଧ୍ୟ ନ ଥିଲା। ବର୍ଷ ବର୍ଷ ରାସ୍ତାକଡ଼ରେ ସେମାନଙ୍କୁ ଶୋଇବାକୁ ପଡ଼ିଛି। ଯେତେବେଳେ ତାଙ୍କ ବୟସ ବଢ଼ିଛି ଓ ବସ୍ତି ଲୋକଙ୍କ କୋଳାହଳପୂର୍ଣ୍ଣ ଜୀବନ ଭିତରେ ଜିଇଛନ୍ତି, ସେତେବେଳେ ଚାରିଆଡ଼ୁ ତାଙ୍କ ପ୍ରତି ବିପଦ ଆସିଛି। ଏପରି କି ଯୌନ ଉତ୍ପୀଡ଼ନର ଶିକାର ମଧ୍ୟ ହୋଇଛନ୍ତି। ତଥାପି ଜୀବନଯାତ୍ରାରେ ହାରିଯିବାକୁ ସମୟକୁ ସୁଯୋଗ ଦେଇନାହାନ୍ତି। ପିତାଙ୍କ ସ୍ବଳ୍ପ ରୋଜଗାରରେ ବମ୍ବେ ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ଅର୍ଜନ କରିବା ତାଙ୍କ ପାଇଁ ବଡ଼ ଆହ୍ବାନ ଥିଲା। ଏଥିସହିତ ତାଙ୍କ ମନ ସର୍ବଦା ଚାହୁଁଥିଲା ବୈଷୟିକ ଶିକ୍ଷାଟିକେ ମିଳନ୍ତା କି। ଆଶା କେତେକାଂଶରେ ପୂରଣ ହେଲା ଯେତେବେଳେ ସେ ଶିକ୍ଷାଗତ ଯୋଗ୍ୟତାରେ ଯୋଡ଼ିଥିଲେ ଏନ୍‌ଆଇଆଇଟିରୁ ଡିପ୍ଲେ୍‌ାମା ଇନ୍‌ ଭିଜୁଆଲ କମ୍ୟୁନିକେଶନ ଆଣ୍ଡ୍‌ ଡିଜାଇନ୍‌ ପ୍ରମାଣପତ୍ର। ଏହାସତ୍ତ୍ୱେ ଜ୍ଞାନର ଭୋକ ତାଙ୍କୁ ଅଧିକ ଆହରଣ କରିବା ଲାଗି ବ୍ୟସ୍ତ କରିଦେଉଥିଲା। ସ୍କୁଲ ପଢ଼ା ବେଳୁ କମ୍ପ୍ୟୁଟର ଉପରେ ନଜର ଥିଲା। ହେଲେ ଅନ୍ୟ ସହପାଠୀଙ୍କ ଭଳି ସେ ସେହି ଯନ୍ତ୍ରଟି ପାଇବା ତାଙ୍କ ପାଇଁ ସ୍ବପ୍ନ ଥିଲା। ଦୃଢ଼ ଇଚ୍ଛାଶକ୍ତି ଥିବାରୁ ସେ ସେହି ଶିକ୍ଷା ପ୍ରତି ଆକର୍ଷିତ ହୋଇଥିଲେ। ଅଭାବୀ ପରିବାରର ଝିଅ ପାଇଁ ପ୍ରତିବନ୍ଧକଗୁଡ଼ିକ ପାହାଡ଼ ଭଳି ଠିଆ ହେଉଥିବାରୁ ପରୀକ୍ଷାରେ ଦୁର୍ବଳ ଗ୍ରେଡ୍‌ ତାଙ୍କୁ କମ୍ପ୍ୟୁଟର ଶ୍ରେଣୀକକ୍ଷ ପରିବର୍ତ୍ତେ ଛୁଞ୍ଚିସୂତା ସିଲେଇ ଶ୍ରେଣୀକୁ ପଠାଇଦେଇଥିଲା। ତଥାପି ସେ ବୈଷୟିକ ବିଦ୍ୟାକୁ ସ୍ବପ୍ନ ଭିତରେ ଉଜ୍ଜୀବିତ କରି ରଖିଥିଲେ। ପିତାଙ୍କୁ ଏସବୁ କହିବା ପରେ କିଛି ଧାର ଅର୍ଥରେ ସେ ସ୍ଥାନୀୟ ଏକ କମ୍ପ୍ୟୁଟର ସେଣ୍ଟରରୁ ଶିକ୍ଷା ଗ୍ରହଣ କରିଥିଲେ। ଏକ କମ୍ପ୍ୟୁଟରର ମାଲିକାଣୀ ହେବା ପାଇଁ ଖରାବେଳର ଖାଦ୍ୟ ତ୍ୟାଗ ଓ ଶିକ୍ଷାନୁଷ୍ଠାନରୁ ଚାଲିକରି ଘରକୁ ଫେରିବା ଯୋଗୁ ସଞ୍ଚତ୍ତ ଅର୍ଥ କାମ ଦେଇଥିଲା। ତା’ ପରେ କମ୍ପ୍ୟୁଟରରେ ଡିଜାଇନ୍‌ ପ୍ରୋଗ୍ରାମିଂରେ ମନୋନିବେଶ କରିଦେଇଥିଲେ। ଅନବରତ ଅଧ୍ୟୟନ ଫଳରେ ଶେଷରେ ମାଇକ୍ରୋସଫ୍ଟରେ କାର୍ଯ୍ୟ କରିବାର ସୁଯୋଗ ପାଇଲେ।
ଦୀର୍ଘବର୍ଷର କଠିନ ପରିଶ୍ରମ, ତ୍ୟାଗ ଓ ଆହ୍ବାନକୁ ମୁକାବିଲା କରିବା ଲାଗି ଯୁଦ୍ଧପୂର୍ଣ୍ଣ ଜୀବନ ଏବେ ତାଙ୍କୁ ଓ ପରିବାରବର୍ଗଙ୍କୁ ବମ୍ବେର ଏକ ସୁନ୍ଦର ଆପାର୍ଟମେଣ୍ଟରେ ପ୍ରଚୁର ସୂର୍ଯ୍ୟକିରଣ ଓ ବାୟୁଚଳାଚଳ କରିବା ଲାଗି ଜାଗା ଦେଇଛି। ପିତାଙ୍କ ହକର୍‌ ଜୀବନ, ରାସ୍ତାକଡ଼ରେ ଶୋଇବା ସମୟର ଦୃଶ୍ୟକୁ ମନେପକାଇ ସେ ଉଲ୍ଲେଖ କରିଛନ୍ତି ଯେ, ‘କଠୋର ପରିଶ୍ରମ ଓ ଜୀବନ ଯୁଦ୍ଧକୁ ସାମ୍ନା କରିଥିବା ମଣିଷ ପାଇଁ ଭାଗ୍ୟ ଏମତି ଆସେ। ସେଥିପାଇଁ ଗୋଟେ ସ୍ବପ୍ନ ରଖି ତାହାକୁ ସାକାର କରିବା ଲାଗି ପ୍ରୟାସ ହେବା ଦରକାର।’ ୧୫ ବର୍ଷ ବୟସ ହୋଇଥିବା ବେଳେ ସେ ତାଙ୍କ ବସ୍ତିର ଝିଅ ଓ ମହିଳାଙ୍କ ଅସହାୟ ଜୀବନକୁ ଦେଖିଥିଲେ। କାହା ଉପରେ ବୋଝ ନ ହୋଇ ନିଜ ଜୀବନ ଲାଗି ଏକ ସୁନ୍ଦର ଚିତ୍ର ଆଙ୍କିପାରିଥିବାରୁ ଶାହିନା ଆଜି ସମ୍ଭବତଃ କମ୍ପ୍ୟୁଟରରେ ଅନ୍ୟମାନଙ୍କ ପାଇଁ ଡିଜାଇନ୍‌ କରିଚାଲିଛନ୍ତି।

– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri