ଶିକ୍ଷକଙ୍କ ଗ୍ରେଡେସନ ତାଲିକାରେ ତାଳ ମେଳ ରହୁନି

ନାଉଗାଁ,୨୬।୩(ସ୍ବ.ପ୍ର): ଶିକ୍ଷକମାନଙ୍କର ପଦୋନ୍ନତି ପାଇଁ ପ୍ରତିବର୍ଷ ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକମାନଙ୍କର ଗ୍ରେଡେଶନ ତାଲିକା ପ୍ରସ୍ତୁତ କରାଯାଇଥାଏ। ଏହି ଗ୍ରେଡେଶନ ତାଲିକା ଜିଲା ଶିକ୍ଷାଧିକାରୀ ଓ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇ ଶିକ୍ଷା ବିଭାଗକୁ ପ୍ରଦାନ କରାଯାଇଥାଏ। କିନ୍ତୁ ଜଗତ୍‌ସିଂହପୁର ଜିଲା ନାଉଗଁା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଦ୍ୱାରା ପ୍ରସ୍ତୁତ ହୋଇଥିବା ୩ ବର୍ଷର ଗ୍ରେଡେଶନ ତାଲିକାରେ କିଛି ଶିକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତା ଓ ତାଲିମ ଯୋଗ୍ୟତାରେ ତାଳମେଳ ନ ଥିବା ଜନ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାଯାଇଛି। ସୂଚନା ଅନୁସାରେ, ଜନୈକ ସୂଚନା ଅଧିକାର କର୍ମୀ ଜନସୂଚନା ଆଇନ ବଳରେ ଜଗତ୍‌ସିଂହପୁର ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ନାଉଗଁା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଶିକ୍ଷକଙ୍କ-୨୦୨୦, ୨୦୨୧ ଓ ୨୦୨୨ର ଗ୍ରେଡେଶନ ତାଲିକାର ତଥ୍ୟ ମାଗିଥିଲେ। ନାଉଗଁା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ପତ୍ରସଂଖ୍ୟା-୪୫୦/୧୦ା୩ା୨୦୨୩ରେ ଜନସୂଚନା ଅଧିକାରୀଙ୍କ ପକ୍ଷରୁ ସମ୍ପୃକ୍ତ ସୂଚନା ଅଧିକାର କର୍ମୀଙ୍କୁ ତଥ୍ୟ ଯୋଗାଇ ଦିଆଯାଇଥିଲା। ମିଳିଥିବା ତଥ୍ୟ ଅନୁସାରେ, ନାଉଗଁା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଶିକ୍ଷକଙ୍କ ଗ୍ରେଡେଶନ ତାଲିକା ୨୦୨୦ରେ ଶିକ୍ଷକ ଲକ୍ଷ୍ମୀଧର ବେହେରାଙ୍କ ଆଇଏ(ସିଟି) ରହିଥିବାବେଳେ ତାଲିକା ୨୦୨୧ରେ ଆଇଏ(ସିଟି) ଓ ତାଲିକା ୨୦୨୨ରେ ଯୁକ୍ତ ୩ କଳା(ସିଟି)ରହିଛି। ସେହିପରି ଶିକ୍ଷକ ଦିଲୀପ କୁମାର ମହାପାତ୍ରଙ୍କ ତାଲିକା ୨୦୨୦ରେ ଆଇଏ(ସିଟି) ରହିଥିବା ବେଳେ ୨୦୨୧ରେ ଆଇଏ(ସିଟି) ଓ ୨୦୨୨ରେ ଯୁକ୍ତ ୩ କଳା(ସିଟି) ଦର୍ଶାଯାଇଛି। ସେହିପରି ଶିକ୍ଷୟିତ୍ରୀ ରିନା ବେହେରାଙ୍କ ତାଲିକା ୨୦୨୦ରେ ଯୁକ୍ତ ୩ କଳା(ସିଟି) ରହିଥିବା ବେଳେ ୨୦୨୧ରେ ଯୁକ୍ତ୩ କଳା(ସିଟି) ଓ ୨୦୨୨ରେ ଯୁକ୍ତ ୩କଳା(ବିଇଡି), ଶିକ୍ଷୟିତ୍ରୀ ଖୁଲଣା ଦାସଙ୍କ ତାଲିକା ୨୦୨୦ରେ ଯୁକ୍ତ୨କଳା(ସିଟି) ରହିଥିବାବେଳେ ୨୦୨୧ରେ ଯୁକ୍ତ ୩ କଳା(ସିଟି) ଓ ୨୦୨୨ରେ ଯୁକ୍ତ ୩ କଳା(ସିଟି) ଉଲ୍ଲେଖ ରହିଛି। ଶିକ୍ଷୟିତ୍ରୀ ପ୍ରିୟତମା ସ୍ବାଇଁଙ୍କର ତାଲିକା ୨୦୨୦ରେ ମାଟ୍ରିକ୍‌(ସିଟି) ରହିଥିବା ବେଳେ ୨୦୨୧ରେ ମାଟ୍ରିକ୍‌(ସିଟି) ଓ ୨୦୨୨ରେ ଯୁକ୍ତ୨(ସିଟି)ଦର୍ଶାଯାଇଛି। କେବଳ ଏତିକି ଶିକ୍ଷୟିତ୍ରୀ ଓ ଶିକ୍ଷକ ନୁହନ୍ତି, ଏହି ଗ୍ରେଡେଶନ ତାଲିକାରେ ଏଭଳି ଆହୁରି ଅନେକଙ୍କ ଏପରି ହୋଇଥିବା ଜଣାଯାଇଛି। ଏହି ୩ ବର୍ଷର ତାଲିକାକୁ ଅନୁଧ୍ୟାନ କଲେ ଜଣାଯାଉଛି, ଉପରୋକ୍ତ ଶିକ୍ଷୟିତ୍ରୀ, ଶିକ୍ଷକମାନେ ନିଯୁକ୍ତ ହେବା ପରେ ଉଚ୍ଚଶିକ୍ଷା ଗ୍ରହଣ କରିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି, ଉପରୋକ୍ତ ଶିକ୍ଷୟିତ୍ରୀ ଶିକ୍ଷକମାନେ କେବେ ଓ କେଉଁବର୍ଷ ଉଚ୍ଚଶିକ୍ଷା ଗ୍ରହଣ କରିବା ପାଇଁ ଆବେଦନ କରିଥିଲେ। ଯଦି ଆବେଦନ କରିଥିଲେ, ଶିକ୍ଷା ବିଭାଗଠାରୁ ଅନୁମତି ନେଇ ଆବେଦନ କରିଛନ୍ତି କି ନାହିଁ, ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଆହୁରି ବହୁ ତଥ୍ୟ ସାମ୍‌ନାକୁ ଆସିପାରିବ ବୋଲି ମତପ୍ରକାଶ ପାଇଛି।
ଏ ସମ୍ପର୍କରେ ଜିଲା ଶିକ୍ଷାଧିକାରୀ ନିରଞ୍ଜନ ବେହେରାଙ୍କୁ ପଚାରିବାରେ, ପ୍ରସଙ୍ଗକୁ ଏଡ଼ାଇବାକୁ ଯାଇ ଏ ବିଷୟରେ ମୁଁ ଜାଣିନାହିଁ। ବ୍ଲକ ଶିକ୍ଷାଧିକାରୀଙ୍କୁ ପଚାରିଲେ କହି ପାରିବେ ବୋଲି କହିଥିଲେ। ଏ ବିଷୟରେ ବ୍ଲକ ଶିକ୍ଷାଧିକାରୀ ମନୋରମା ରାଉତଙ୍କ ସହ ମୋବାଇଲ୍‌ ଫୋନ୍‌ ଯୋଗେ ଯୋଗାଯୋଗ କରା ଯାଇଥିଲେ ମଧ୍ୟ ସେ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଲ୍‌କାତାରେ ହେବ ବାର୍ସେଲୋନା, ରିୟଲ ମାଡ୍ରିଡ୍‌ ଲିଜେଣ୍ଡ୍ସ ମ୍ୟାଚ୍‌

କୋଲ୍‌କାତା,୧୩ା୧୦: ବିଶ୍ୱ ଫୁଟ୍‌ବଲର ଅନ୍ୟତମ ସଫଳ କ୍ଲବ ବାର୍ସେଲୋନା ଓ ରିୟଲ ମାଡ୍ରିଡ୍‌ର ଲିଜେଣ୍ଡ୍ସ ଦଳ ଆସନ୍ତା ନଭେମ୍ବର ୨୫ରେ କୋଲ୍‌କାତାରେ ଏକ ପ୍ରଦର୍ଶନୀ ମ୍ୟାଚ୍‌ ଖେଳିବେ।…

ଗଞ୍ଜେଇ ସହ ବାଇକ ଜବତ: ଅଭିଯୁକ୍ତ ଗଲେ ଜେଲ             

ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧୭ ନଂ.ରାଜ୍ୟ ରାଜପଥ କଡ଼ରେ ଥିବା ପଥପାର୍ଶ୍ଵ ସୁବିଧାକେନ୍ଦ୍ର ନିକଟରୁ ମଙ୍ଗଳବାର ପୂର୍ବାହ୍ନ ସାଢେ ୬…

ତେଜିଲା ଆନ୍ଦୋଳନ, ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ବୈଶିଙ୍ଗା,୧୩।୧୦(ରତନ ଦାଶ): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ତଥା ବୈଶିଙ୍ଗା ଥାନା ଅନ୍ତର୍ଗତ ବଣଦାମଦରପୁର ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କ ବଦଳି ନିର୍ଦ୍ଦେଶକୁ ଗ୍ରାମବାସୀ ବିରୋଧ କରିଛନ୍ତି।…

ଆସନ୍ତାକାଲି ଅସ୍ତ ହେବେ ଶୁକ୍ର! ୪ ରାଶିଙ୍କ ଉପରେ ଘୋର ଆର୍ଥିକ ସଙ୍କଟ! ଅଯଥାରେ ବଢିଯିବ ଖର୍ଚ୍ଚ…

ଧନ, ସମୃଦ୍ଧି ଏବଂ ଖୁସିର ଗ୍ରହ ଶୁକ୍ର ଆସନ୍ତା ୧୪ ଅକ୍ଟୋବରରେ ତୁଳା ରାଶିରେ ଅସ୍ତ ହେଉଛନ୍ତି । ନବରାତ୍ରିର ପବିତ୍ର ଦିନଗୁଡ଼ିକରେ ଶୁକ୍ରଙ୍କ ଅସ୍ତଗମନ କିଛି…

ମୋଦିଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ଏଲ୍‌. ମୁରୁଗନ୍‌, ଭବିଷ୍ୟତ ଯୋଜନା ସମ୍ପର୍କରେ ସୂଚନା ଦେଇ କହିଲେ….

ନୂଆଦିଲ୍ଲୀ,୧୩।୧୦: ଭାଜପାର ବରିଷ୍ଠ ନେତା ତଥା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଏଲ୍‌. ମୁରୁଗନ୍‌ ମଙ୍ଗଳବାର ମୋଦି କ୍ୟାବିନେଟ୍‌ରୁ ଇସ୍ତଫା ଦେଇଛନ୍ତି। ଏପରିକି ଏଲ୍‌. ମୁରୁଗନ୍‌…

ନିର୍ବାଚନ ବାତିଲକୁ ନେଇ କେସିଙ୍ଗା କଲେଜରେ ରାଜନୈତିକ ଝଡ଼

କେସିଙ୍ଗା, ୧୩।୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବାକୁ ନେଇ ରାଜନୈତିକ ଉତ୍ତେଜନା ଦେଖାଦେଇଛି। ଏହାର ପ୍ରତିବାଦରେ ବିଜେଡି…

ହୃଦ୍‌ଘାତରେ ଚାଲିଗଲା ଡାକ୍ତରଙ୍କ ଜୀବନ

ଖଡିଆଳ,୧୩ା୧୦ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଚଲାନପଡ଼ା ଗ୍ରାମର ଆୟୁଷ ଡାକ୍ତର ଚିତ୍ତରଞ୍ଜନ ରାଉତ (୫୫)ଙ୍କ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ବୋଡ଼େନ ବ୍ଲକ…

ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାର ମାଧ୍ୟମ ‘ସୁରଭି’

ଦାରିଙ୍ଗବାଡ଼ି,୧୩।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ବ୍ଲକସ୍ତରୀୟ ‘ସୁରଭି-୨୦୨୬’ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି। ଛାତ୍ରୀଛାତ୍ରଙ୍କ ମଧ୍ୟରେ ଥିବା ଲୁକ୍କାୟିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?