ଶିକ୍ଷକଙ୍କୁ ବୋକା ବନେଇ ନେଇଥିଲେ ୧୫ ଲକ୍ଷ

ଝାରସୁଗୁଡ଼ା ଅଫିସ,୨୮ା୯: ଝାରସୁଗୁଡ଼ା ଜିଲା ବଡମାଲ ଥାନା ପୋଲିସ ଏକ ଠକେଇ ଅଭିଯୋଗରେ ଜଣେ ଯୁବକଙ୍କୁ ମଙ୍ଗଳବାର ଗିରଫକରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ଶ୍ରୀପୁରା ଗ୍ରାମର ଲକ୍ଷ୍ମୀଧର ପୋଢ (୩୦)। ପୋଲିସ ତାଙ୍କ ନିକଟରୁ ନଗଦ ୪.୭ଲକ୍ଷ ଓ ବ୍ୟାଙ୍କ ଆକାଉଣ୍ଟରେ ଥିବା ୪ଲକ୍ଷ ଟଙ୍କା ଜବତ କରିଛି।
ସୂଚନାନୁସାରେ, ଠକେଇର ଶିକାର ହୋଇଥିବା ଶ୍ରୀପୁରା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ପ୍ରସନ୍ନ ଦୀକ୍ଷିତ(୮୩)ଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ବଡମାଲ ଥାନା (କେସ୍‌ନଂ୧୮୦/୨୧)ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ଅଭିଯୋଗରୁ ଜଣାପଡିଛି ଶିକ୍ଷକ ଦୀକ୍ଷିତ ଘରେ ଏକା ରହୁଥିବାବେଳେ ବିଭିନ୍ନ ସମୟରେ ଯୁବକ ଲକ୍ଷ୍ମୀଧର ତାଙ୍କ ଘରକୁ ଯିବାଆସିବା କରନ୍ତି। ଗତ ୪ତାରିଖରେ ଲକ୍ଷ୍ମୀଧର ଏକ ବ୍ୟାଗ୍‌ରେ କିଛି ଜିନିଷ ନେଇ ଶିକ୍ଷକଙ୍କ ଘରେ ରଖି କାଲି ନେବାକୁ କହିଥିଲେ।

ପରଦିନ ସେ ଶିକ୍ଷକଙ୍କ ଘରକୁ ଆସି ବ୍ୟାଗ୍‌ ନେଇଥିଲେ। ପରେ ସେ ଆସି ଶିକ୍ଷକଙ୍କୁ କହିଥିଲେ ବ୍ୟାଗ୍‌ରେ କଳାଟଙ୍କା ଥିଲା ।ଏହି ଟଙ୍କା ବ୍ୟାଗ୍‌ ନେଉଥିବାବେଳେ ପୋଲିସ ଜବତ କରିଛି । ପୋଲିସକୁ ୨ଲକ୍ଷ ଟଙ୍କା ଦେଲେ ଆମକୁ ଗିରଫ ନ କରି ଛାଡିଦେବ ବୋଲି କହିଥିଲେ ଯୁବକ। ଶିକ୍ଷକ ଜଣଙ୍କ ଭୟଭୀତ ହୋଇ ୨ଲକ୍ଷ ଟଙ୍କା ଦେଇଥିଲେ। ପରେ ଲକ୍ଷ୍ମୀଧର ଇନ୍‌କମ୍‌ ଟ୍ୟାକ୍ସ ବାହାନା କରି ପୁଣି ତାଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ। ଗତ ୪ରୁ ୨୩ତାରିଖ ମଧ୍ୟରେ ଶିକ୍ଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ୧୫ଲକ୍ଷ ଟଙ୍କା ଲକ୍ଷ୍ମୀଧର ଉଠାଇ ନେଇଥିଲେ। ପରେ ସେ ଶିକ୍ଷକଙ୍କଠାରୁ ୭୦ହଜାର ଟଙ୍କା ଦାବି କରିଥିଲେ। ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ନ ଥିବାରୁ ସେ ତାଙ୍କ ନାତିଙ୍କୁ ମାଗିଥିଲେ। ଏପଟେ ୨୦ଦିନ ମଧ୍ୟରେ ୧୫ଲକ୍ଷ ଟଙ୍କା ଉଠିଯିବା ଫଳରେ ବ୍ୟାଙ୍କ କର୍ତ୍ତୃପକ୍ଷ ସନ୍ଦେହକରି ତାଙ୍କ ପୁଅଙ୍କୁ ଜଣାଇଥିଲେ। ବ୍ରଜରାଜନଗରରେ ରହୁଥିବା ପୁଅ ଘରକୁ ଆସି ଘଟଣା ସମ୍ପର୍କରେ ଅବଗତ ହୋଇଥିଲେ । ପରେ ବାପା ଓ ପୁଅ ପୋଲିସରେ ଜଣାଇଥିଲେ। ବଡମାଲ ଥାନା ଆଇଆଇସି ଅମିତାଭ ପଣ୍ଡା ଲକ୍ଷ୍ମୀଧରଙ୍କୁ ଥାନାକୁ ଆଣି ପଚରାଉଚରା କଲା ପରେ ସେ ସତ ମାନିଯାଇଛନ୍ତି। ୧୫ଲକ୍ଷରୁ ସେ ଘରେ ୪.୭ ଲକ୍ଷ ରଖିଥିବାବେଳେ ୪ଲକ୍ଷ ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ରଖିଥିଲେ। ବାକି ଟଙ୍କାରେ ଘରର ବିଭିନ୍ନ ଆସବାପତ୍ର ଓ ଅଳଙ୍କାର କିଣି ଦେଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିଲାଙ୍କ କଳିକୁ ନେଇ ମହିଳାଙ୍କୁ ଟଣାଓଟରା କରି ମାରିଥିଲେ ମାଡ଼: ଅଭିଯୁକ୍ତ ଗିରଫ, ଜାମିନ ନାମଞ୍ଜୁର ପରେ…

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ବାବୁଲିବନ୍ଧ ଗ୍ରାମରେ ଜଣେ ମହିଳାଙ୍କୁ ଅସଦାଚରଣ ଓ ଆକ୍ରମଣ କରିବା…

ଭାଜପା ନେତାଙ୍କୁ ଟିକେଟ ନ ମିଳିବାରୁ ୧୨ ଘଣ୍ଟା ରାଜପଥ ବନ୍ଦ

ଭୋପାଳ,୧୧ା୭: ମଧ୍ୟପ୍ରଦେଶର ଡାଟିଆ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଭାଜପା ପକ୍ଷରୁ ଶୁକ୍ରବାର ଆଶୁତୋଷ ତିଓ୍ବାରୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ନିର୍ବାଚନ…

କଇଠଡା ପଞ୍ଚାୟତ କାର୍ଯ୍ୟାଳୟରୁ ଚୋରି: ତାଲା ଭାଙ୍ଗି… ସରପଞ୍ଚଙ୍କ ଏତଲା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡା ପଞ୍ଚାୟତ କାର୍ଯ୍ୟାଳୟରୁ ବିଳମ୍ବିତ ରାତିରେ ଚୋରି ହୋଇଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ…

ପାଉଣା ମିଳିଲାନି ବୋଲି ବିଦ୍ୟାଳୟ ରାସ୍ତା ଖୋଳି ନେଇଗଲେ ଠିକାଦାର: ପାଠପଢ଼ା ଠପ୍, ଚାପା ଉତ୍ତେଜନା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗ୍ରାମ ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ…

ଇନିଂସ ଅଗ୍ରଣୀ, ଦୃଢସ୍ଥିତିରେ ଭାରତ

ଲଣ୍ଡନ,୧୧ା୭: କ୍ରାନ୍ତି ଗୌଡ଼ (୫/୩୭)ଙ୍କ ଚମତ୍କାର ବୋଲିଂ ଯୋଗୁ ଲଡ୍ସରେ ଚାଲିଥିବା ଏକ ମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋରକୁ ୧୭୦ରନରେ ସୀମିତ…

ଅଙ୍ଗନୱାଡି ଗୃହ ନିର୍ମାଣ ବିବାଦ: ୨୧ ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କଲେ ସିଡିପିଓ

ଭଞ୍ଜନଗର, ୧୧।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଜଗନ୍ନାଥପ୍ରସାଦ ବ୍ଲକ ରାଉତି ପଞ୍ଚାୟତରେ ଅଙ୍ଗନୱାଡି କେନ୍ଦ୍ରର ସ୍ଥାୟୀ ଗୃହ ନିର୍ମାଣକୁ ନେଇ ଚାଲିଥିବା ବିବାଦ…

ରୋଗୀ ସାଜି ଆସିଲେ, ଡାକ୍ତରଙ୍କ ହାତ-ଗୋଡ଼ ବାନ୍ଧି କଳାକନା ବୁଲାଇଲେ: ଧର୍ମଗଡ଼ରେ ସଶସ୍ତ୍ର ଡକାୟତି

ଧର୍ମଗଡ଼,୧୧।୭(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହରର କେନ୍ଦ୍ରସ୍ଥଳରେ ଏକ ଦୁଃସାହସିକ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ…

ସହିଦ ପୀଠର ମର୍ଯ୍ୟାଦାକୁ ଆଘାତ? ମଙ୍ଗଳପୁର–ସହିଦ ପୀଠ ରାସ୍ତାରେ ମଦ ଦୋକାନକୁ ତୀବ୍ର ବିରୋଧ; ଅନ୍ୟତ୍ର…

ଧାମନଗର,୧୧ା୭(କାଳନ୍ଦି ବେହେରା): ଭଦ୍ରକ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ତଥା ଲୋକଙ୍କ ଭାବାବେଗର ପ୍ରତୀକ ‘ସହିଦ ପୀଠ’ ନିକଟରେ ମଦ ଦୋକାନ ଖୋଲିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri