ଧାରଣାରେ ପାଚିକା, ରୋଷେଇ କଲେ ଶିକ୍ଷୟିତ୍ରୀ-ଶିକ୍ଷକ

ବାଲିଗୁଡ଼ା,୨୭ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମ୍‌ଜି ଛକରେ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଛି ପାଚିକା ସଂଘ। ପାଚିକା ସଂଘର ଆନ୍ଦୋଳନ ଯୋଗୁ ସ୍କୁଲଗୁଡ଼ିକ ପ୍ରଭାବିତ ହୋଇଛି ପିଲାଙ୍କ ମଧ୍ୟାହ୍ନଭୋଜନ। ସ୍କୁଲ ପିଲାଙ୍କ ମଧ୍ୟାହ୍ନଭୋଜନ ବନ୍ଦ ହୋଇଗଲେ ପିଲା ସ୍କୁଲ ଆସିବେ ନା’ ନାହିଁ ସନ୍ଦେହ। ଏଭଳି ସ୍ଥିତିରେ କୌଣସି ବିକଳ୍ପ ନ ପାଇ, ପାଠ ପଢ଼ାଉଥିବା ଶିକ୍ଷୟିତ୍ରୀ/ଶିକ୍ଷକ ଏବେ ପିଲାଙ୍କ ପାଇଁ ମଧ୍ୟାହ୍ନଭୋଜନ ପ୍ରସ୍ତୁତ କରୁଛନ୍ତି। ପାଠପଢ଼ାରୁ ସମୟ ବାହାର କରି କେଉଁ ଶିକ୍ଷକ ପରିବା କାଟିବାରେ ସହାୟତା କରୁଛନ୍ତି, ତ’ ଆଉ କେଉଁ ଶିକ୍ଷକ ଖାଦ୍ୟ ବାଣ୍ଟିବାରେ ସହଯୋଗ କରୁଛନ୍ତି। ପିଲାଙ୍କ ପାଠପଢ଼ା ଯେମିତି ଅଟକି ରହିବ ନାହିଁ ସେଥିପାଇଁ ପିଲାଙ୍କୁ ପାଳି କରି ପାଠ ମଧ୍ୟ ପଢ଼ାଉଛନ୍ତି। ଏଭଳି କିଛି ଖବର ଆସିଛି କନ୍ଧମାଳ ଜିଲାର ବାଲିଗୁଡ଼ା, ତୁମୁଡ଼ିବନ୍ଧ, କ.ନୂଆଗାଁ, କୋଟଗଡ଼ ବ୍ଲକରୁ। ବାଲିଗୁଡ଼ା ବ୍ଲକର ସରକାରୀ ପ୍ରାଥମିକ ବିଦ୍ୟାଳୟ, କର୍ଣ୍ଣାଟପୁର ଓ ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ମଣ୍ଡଳ ପଦର ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ/ଶିକ୍ଷକ ରୋଷେଇ କରୁଥିବାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। କେବଳ ଏହି ଗୋଟିଏ ସ୍କୁଲ ନୁହଁ ଅନେକ ସ୍କୁଲରେ ଏ ଭଳି ସ୍କୁଲର ଶିକ୍ଷୟିତ୍ରୀ/ଶିକ୍ଷକ କରିଥିବା ଜଣାପଡ଼ିଛି। ପାଚିକା ସଂଘର ଆନ୍ଦୋଳନ ହଟିବା ପରେ ହିଁ ସମସ୍ୟାର ସମାଧାନ ହେବ ବୋଲି ଶିକ୍ଷୟିତ୍ରୀ/ଶିକ୍ଷକ ପାଚିକା ସହାୟିକାମାନଙ୍କୁ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନ୍ୟତା, ମାସିକ ୨୬ ହଜାର ଟଙ୍କା ଦରମା, ବେଆଇନ ଛଟେଇ ବନ୍ଦ, ଛଟେଇ କର୍ମଚାରୀଙ୍କୁ ଥଇଥାନ, ଅବସରକାଳୀନ ବୟସ ସୀମାକୁ ୬୫ବର୍ଷ ବୃଦ୍ଧି, ୧୦ ମାସ ବଦଳରେ ୧୨ ମାସ ଦରମା, ଅବସର ପରେ ୧୦ ହଜାର ଟଙ୍କା ପେନ୍‌ସନ୍‌ ଆଦି ଦାବି ନେଇ ଆନ୍ଦୋଳନ କରୁଛି ପାଚିକା ସଂଘ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ମିଶିଲେ ବିଜେଡି ନେତା କେଦାର ସ୍ୱାଇଁ

ଗଞ୍ଜାମ, ୨୬/୬ (ବିଦ୍ୟାଧର ସାହୁ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିନ ଅବସରରେ ଛତ୍ରପୁରରେ ଆୟୋଜିତ ମେଗା ରକ୍ତଦାନ ଶିବିରରେ ବିଜେଡି ନେତା ତଥା ପୂର୍ବତନ ସରପଞ୍ଚ…

ଚାଇନାର ୧୦୯ ମହଲା ବିଶିଷ୍ଟ ଅଟ୍ଟାଳିକା ‘CITIC  ଟାଓ୍ବାର’ ସହ ପିଟିହେଲା ବିମାନ, ସାମ୍ନାକୁ ଆସିଲା ଭୟଙ୍କର VIDEO

ବେଜିଂ,୨୬।୬: ଚାଇନାର ରାଜଧାନୀ ବେଜିଂରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବେଜିଂର ସବୁଠାରୁ ଉଚ୍ଚ ସ୍କାଈସ୍କ୍ରେପର (ଗଗନଚୁମ୍ବୀ ଅଟ୍ଟାଳିକା) ଅଟ୍ଟାଳିକା…

ମା ‘ ରତ୍ନେଶ୍ୱରୀ ମନ୍ଦିର ପରିସରରୁ  ଶିଶୁପୁତ୍ର ଉଦ୍ଧାର

​ଦିଗପହଣ୍ଡି,୨୬|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମ ନିକଟରେ ଥିବା ମା’ ରତ୍ନେଶ୍ୱରୀ ମନ୍ଦିର ପରିସରର ପରିତ୍ୟକ୍ତ ଜମିରୁ  ଶୁକ୍ରବାର ସନ୍ଧ୍ୟାରେ ଏକ…

ଯୋଜନା ଅପହଞ୍ଚ, ସମସ୍ୟା ଘେରରେ ଟୁମୋନିଖୋଲ: ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ ଗାଁ

ଥୁଆମୂଳ ରାମପୁର,୨୬/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ଆଦିବାସୀ ବହୁଳ ତୁମୋନିଖୋଲ ଗ୍ରାମରେ ସରକାରୀ ଯୋଜନା ସମ୍ପୂର୍ଣ୍ଣ ପ୍ରହସନ ପାଲଟିଛି।…

ପରିବାରର ବିରୋଧ ସତ୍ତ୍ୱେ ପ୍ରେମୀ ଯୁଗଳଙ୍କ ହେଲା ବିବାହ; ନିରାଶ ହୋଇ ଫେରିଲେ ଝିଅ ଘର ଲୋକ

ହାଟଡିହୀ, ୨୬/୬ (ଶୁଭକାନ୍ତ ନାୟକ): ପରିବାର ଲୋକଙ୍କ ପ୍ରବଳ ବିରୋଧ ସତ୍ତ୍ୱେ ଜଣେ ପ୍ରେମୀ ଯୁଗଳ ନିଜ ଇଚ୍ଛାରେ ବିବାହ କରିଛନ୍ତି। ଝିଅକୁ ଫେରାଇ ନେବାକୁ ଆସିଥିବା…

ଟ୍ରକ ପଛରେ ପିକଅପ୍‌ର ଧକ୍କା; ଚାଲିଗଲା ଦୁଇ ଜୀବନ

ଛତ୍ରପୁର, ୨୪/୬ (ଦିଲ୍ଲୀପ ସାମଲ): ଜାତୀୟ ରାଜପଥ ପୁଣି  ରକ୍ତରଞ୍ଜିତ ହୋଇଛି। ଏକ ଭୟାବହ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଚାଲିଯାଇଛି। ଏହି ଦୁର୍ଘଟଣା ଗଞ୍ଜାମ…

ଓଡ଼ିଶା କଂଗ୍ରେସର ନୂଆ ପ୍ରଭାରୀ ହେଲେ ଲାଲ୍‌ଜୀ ଦେଶାଇ: AICC ପକ୍ଷରୁ ବିଜ୍ଞପ୍ତି ଜାରି

ଭୁବନେଶ୍ୱର,୨୬।୬: ରାଜ୍ୟ କଂଗ୍ରେସ ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲାଲ୍‌ଜୀ ଦେଶାଇଙ୍କୁ ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ସେ ପୂର୍ବତନ…

ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଅବକାରୀ ବିଭାଗ: ଦୁଇ ଶିକ୍ଷକ ସମେତ ଜଣେ ଗିରଫ

ଭବାନୀପାଟଣା,୨୬।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଦୁଇ ଜଣ ଶିକ୍ଷକ ସମେତ ଜଣେ ଯୁବକ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଶୁକ୍ରବାର ବଲାଙ୍ଗୀର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri