ଭାରତ ସହ ଭଲ ସମ୍ପର୍କ ଚାହୁଁଛି ତାଲିବାନ

କାବୁଲ,୧୨।୧୧: ଆଫଗାନିସ୍ତାନରେ ଶାସନ କରୁଥିବା ତାଲିବାନ ଭାରତକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦେଶ ଆଖ୍ୟା ଦେଇଛି। ତାଲିବାନ ଭାରତ ସହ ଭଲ କୂଟନୈତିକ ସମ୍ପର୍କ ଚାହୁଁଛି। ଆଫଗାନିସ୍ତାନ ସମ୍ବନ୍ଧରେ ଭାରତରେ ଆୟୋଜିତ ହୋଇଥିବା ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ସ୍ତରୀୟ ବୈଠକକୁ ନେଇ ତାଲିବାନ ସନ୍ତୋଷ ବ୍ୟକ୍ତି କରିଛି। ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ କହିଛନ୍ତି ଯେ, ଯଦିଓ ଆମେ ଏହି ବୈଠକରେ ଉପସ୍ଥିତ ନ ଥିଲୁ, ଆଫଗାନିସ୍ତାନର ସ୍ବାର୍ଥ ପାଇଁ ଏହି ବୈଠକକୁ ବିଶ୍ୱାସ କରୁ। କାରଣ ଏହା ଆଫଗାନିସ୍ତାନର ସାମ୍ପ୍ରତିକ ସ୍ଥିତିକୁ ବିଚାର କରୁଛି ଏବଂ ଏଥିରେ ସମ୍ପୃକ୍ତ ଦେଶମାନେ ମଧ୍ୟ ଆଫଗାନିସ୍ତାନରେ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ବିଷୟରେ ଚିନ୍ତା କରୁଛନ୍ତି।
ସୂଚନାଯୋଗ୍ୟ, ନଭେମ୍ବର ୧୦ରେ ଭାରତର ଏନଏସଏ ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ୭ଟି ଦେଶର ସୁରକ୍ଷା ପରାମର୍ଶଦାତା/ସଚିବମାନେ ଯୋଗ ଦେଇଥିଲେ। ଏହା ପରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି, ଆଫଗାନିସ୍ତାନବାସୀଙ୍କୁ ଭାରତର ସମର୍ଥନ ବହୁତ ସ୍ପଷ୍ଟ। ଆଫଗାନିସ୍ତାନକୁ ମାନବିକ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ। ଆମେ ବର୍ଷ ବର୍ଷ ଧରି ଆଫଗାନିସ୍ତାନର ସମସ୍ତ ଲୋକଙ୍କୁ ସାହାଯ୍ୟ କରି ଆସୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଯିଏ ପକାଇଥିଲେ ଏସିଡ୍‌, ତାଙ୍କୁ ହେଲେ ବାହା

ତୁର୍କୀ,୨୬ା୧୨: ତୁର୍କୀର ଜଣେ ୨୦ ବର୍ଷୀୟା ଯୁବତୀଙ୍କ ଉଦାରତା ଏବେ ଚର୍ଚ୍ଚାରେ ରହିଛିି। ଯେଉଁ ଯୁବକ ତାଙ୍କ ମୁହଁକୁ ଏସିଡ୍‌ ପକାଇଥିଲେ ସେହି ଯୁବକଙ୍କୁ ବିବାହ...

ତୃତୀୟ ବିଶ୍ୱଯୁଦ୍ଧର ପଦଧ୍ୱନୀ !…

ଓ୍ବାଶିଂଟନ/ମସ୍କୋ/କ୍ୱିଭ୍‌, ୨୩।୨ : ୟୁକ୍ରେନ୍‌ର ଡୋନେସ୍କ୍‌ ଏବଂ ଲୁହାନସ୍କ୍‌ ସହରର କେତେକ ଅଞ୍ଚଳକୁ ରୁଷିଆ ସମର୍ଥିତ ବିଦ୍ରୋହୀ ସ୍ବତନ୍ତ୍ର ଘୋଷଣା କରିଛନ୍ତି। ରୁଷିଆର ଏଭଳି ପଦକ୍ଷେପକୁ...

ଇମ୍ରାନ୍‌ଙ୍କ ଦଳରେ ବିଦ୍ରୋହ: ପିଓକେ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ଇସ୍‌ଲାମାବାଦ,୧୬।୪: ଇମ୍ରାନ୍‌ ଖାନ୍‌ଙ୍କ ପ୍ରଧାନମନ୍ତ୍ରୀ ପଦ ଯିବା ପରେ ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ୍‌ (ପିଟିଆଇ)କୁ ଆଉ ଏକ ଝଟ୍‌କା ଲାଗିଛି। ପାକ୍‌-ଅଧିକୃତ କଶ୍ମୀର (ପିଓକେ) ପ୍ରଧାନମନ୍ତ୍ରୀ ସର୍ଦ୍ଦାର...

କମଲା ହାରିସ୍‌ଙ୍କୁ ‘ଫାଷ୍ଟ ଲେଡି’ କହିଲେ ବାଇଡେନ୍‌

ଓ୍ବାଶିଂଟନ୍‌, ୧୭ା୩: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ମଙ୍ଗଳବାର ହ୍ବାଇଟ୍‌ହାଉସ୍‌ରେ ‘ସମାନ ବେତନ ଦିବସ’ ଉପରେ ମନ୍ତବ୍ୟ ରଖୁଥିବାବେଳେ ଭୁଲ୍‌ରେ ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କୁ ଫାଷ୍ଟ...

‘ପେଟ୍‌ ବ୍ଲଡ୍‌ ବ୍ୟାଙ୍କ’

ନ୍ୟୁୟର୍କ: ପାଳିତ ପ୍ରାଣୀଙ୍କ ପାଇଁ ବ୍ଲଡ୍‌ ବ୍ୟାଙ୍କ ଏବଂ ପ୍ଲାଜମା ସେଣ୍ଟର। ଏଠାରେ ସେମାନେ ରକ୍ତ ଦାନ କରିପାରିବେ। ଆବଶ୍ୟକସ୍ଥଳେ ରକ୍ତ ମଧ୍ୟ ନେଇପାରିବେ। ଗୃହପାଳିତ...

ନ୍ୟୁୟର୍କରୁ ମିଳିଲା ଦୋମୁହାଁ ମାଛ

ନ୍ୟୁୟର୍କ, ୨୨।୮: ନ୍ୟୁର୍କରେ ଜଣେ ମାଛ ଧରାଳି ଦୋମୁହାଁ ମାଛ ଧରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ହୋଇଛି। ନ୍ୟୁୟର୍କରେ ଡେବୀ...

ଟ୍ରମ୍ପଙ୍କୁ ଭେଟିଥିବା ବ୍ରାଜିଲ ଅଧିକାରୀଙ୍କୁ କରୋନା

ବ୍ଲୁମ୍‌ବର୍ଗ, ୧୩।୩: ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲ୍‌ସୋନାରୋଙ୍କ ସହଯୋଗୀ ତଥା ବରିଷ୍ଠ ଅଧିକାରୀ ଫାବିଓ ଓ୍ବାଜ୍‌ଙ୍ଗର୍ଟେନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ କରି ତାଙ୍କ...

ସର୍ବସାଧାରଣ ସ୍ଥାନରେ ସ୍ତ୍ରୀଙ୍କ ସହ ଦେଖା ଦେଲେ କିମ୍‌

ପ୍ୟୋଙ୍ଗୟାଙ୍ଗ୍‌,୨ା୨: ଉତ୍ତରକୋରିଆର କ୍ରୁର ଶାସକ କିମ୍‌-ଜୋଙ୍ଗ-ଉନ୍‌ ତାଙ୍କ ସ୍ତ୍ରୀ ଏବଂ ଖୁଡ଼ୀଙ୍କ ସହ ବୁଧବାର ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି। କରୋନା ମହାମାରୀ ସମୟରେ ଶାସକ ପରିବାର...

Advertisement
Archives

Model This Week