Posted inଜାତୀୟ

୬ ମାସ ପରେ ସୋମବାରଠାରୁ ଖୋଲିବ ପ୍ରେମର ପ୍ରତୀକ ତାଜ ମହଲ

ଆଗ୍ରା, ୨୦।୯: ସପ୍ତଦଶ ଶତାବ୍ଦୀର ପ୍ରେମର ପ୍ରତୀକ ତାଜ ମହଲ ଓ ଆଗ୍ରା କିଲ୍ଲା ୬ ମାସ ପରେ ସୋମବାରଠାରୁ ପୁଣିଥରେ ଖୋଲିବ। କରୋନା ମହାମାରୀ ଲାଗି ଏହି ଦର୍ଶନୀୟ ସ୍ଥାନଗୁଡ଼ିକୁ ବନ୍ଦ କରି ଦିଆଯାଇଥିଲା। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍‌ଆଇ) ଅଧିକାରୀମାନେ ଏହି ପର୍ଯ୍ୟଟନ ସ୍ଥାନ ଖୋଲିବା ଲାଗି ସମସ୍ତ ବ୍ୟବସ୍ଥା କରିଛନ୍ତି।
କେୟାରଟେକର ଅମରନାଥ ଗୁପ୍ତା କହିଛନ୍ତି, ପୂର୍ବ ଓ ପଶ୍ଚିମ ଦ୍ୱାରରେ ସାନିଟାଇଜେଶନ, ଥର୍ମାଲ ସ୍କିନିଂ, ସାମାଜିକ ଦୂରତ୍ୱ ରକ୍ଷା ଲାଗି ସର୍କଲ ପେଣ୍ଟିଂ ଆଦି ବ୍ୟବସ୍ଥା ହୋଇଛି। ଗୋଟିଏ ସିଫ୍ଟରେ ୨୫୦୦ ଲୋକଙ୍କୁ ତାଜ ମହଲ ପରିଦର୍ଶନ ପାଇଁ ଅନୁମତି ରହିଛି। ଅନ୍‌ଲାଇନ ବୁକିଂ ଜରିଆରେ ପର୍ଯ୍ୟଟକଙ୍କୁ କେବଳ ଭିତରକୁ ଯିବାକୁ ଅନୁମତି ମିଳିବ। ବିଦେଶୀ ପର୍ଯ୍ୟଟକଙ୍କ ଲାଗି ଟିକେଟ୍‌ ମୂଲ୍ୟ ୧୧୦୦ ଟଙ୍କା ରହିଥିବାବେଳେ ଭାରତୀୟଙ୍କ ଲାଗି ୫୦ ଟଙ୍କା ରହିଛି। ସମ୍ରାଟ ଶାହ ଜାହାନ ଓ ମମତାଜ ମହଲଙ୍କ ସମାଧି ଦର୍ଶନ ଲାଗି ଅତିରିକ୍ତ ୨୦୦ ଟଙ୍କାର ଟିକେଟ୍‌ କାଟିବାକୁ ପଡ଼ିବ। ଏଠାରେ ଉଲ୍ଲେଖଯୋଗ୍ୟ, ଆଗ୍ରାରେ ବର୍ତ୍ତମାନ ସୁଦ୍ଧା ୪,୭୦୬ ଜଣ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୭ ଜଣଙ୍କ ମୃତ୍ୟୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୀରବ ମୋଦିଙ୍କ ୪ ସୁଇସ୍‌ ବ୍ୟାଙ୍କ ଖାତା ଅଚଳ: ଥିଲା ୨୮୩ କୋଟି ଜମା

ନୂଆଦିଲ୍ଲୀ,୨୭।୬: ପଳାତକ ଘୋଷିତ ନୀରବ ମୋଦି ଏବଂ ତାଙ୍କ ଭଉଣୀ ପୂର୍ବୀ ମୋଦିଙ୍କର ୪ ସୁଇସ୍‌ ବ୍ୟାଙ୍କ ଖାତାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଅଚଳ କରି...

ଏସ୍‌ସି/ଏସ୍‌ଟି ଆଇନ ଉପରେ ସୁପ୍ରିମକୋର୍ଟଙ୍କ ରାୟ: ସମୀକ୍ଷା କରିବ ୩ ଜଣିଆ ଖଣ୍ଡପୀଠ

ନୂଆଦିଲ୍ଲୀ,୧୪ା୯(ପି.ଟି.): ଅନୁସୂଚିତ ଜାତି/ଜନଜାତି (ଏସ୍‌ସି/ଏସ୍‌ଟି) ଆଇନ ଉପରେ ସୁପ୍ରିମକୋର୍ଟଙ୍କ ୨୦୧୮ ମାର୍ଚ୍ଚ ୨୦ ତାରିଖ ରାୟକୁ ୩ ଜଣିଆ ଖଣ୍ଡପୀଠ ସମୀକ୍ଷା କରିବେ। ରାୟର ପୁନର୍ବିଚାର...

କରୋନା ଭାଇରସ ପାଇଁ ଟିକା ନୁହେଁ ଯଥେଷ୍ଟ: ସାର୍ସ-ମର୍ସଠାରୁ ଅଧିକ ବେଗରେ ହେଉଛି ସଂକ୍ରମଣ!

ନୂଆଦିଲ୍ଲୀ,୨୫।୪: କରୋନା ଭାଇରସର ଚିକିତ୍ସା ପାଇଁ ଏବେ ସାରା ବିଶ୍ୱର ବିକାଶଶୀଳ ଦେଶ ଗବେଷଣାରେ ଲାଗି ପଡିଛନ୍ତି। ଏହାର ଭ୍ୟାକସିନ୍‌ ଓ ଔଷଧ ପ୍ରସ୍ତୁତି ଯେତେଶୀଘ୍ର...

ଅଯୋଧ୍ୟା ଶୁଣାଣିକୁ ସ୍ବାଗତ ଜଣାଇଲେ ମୋହନ ଭାଗବତ

ନୂଆଦିଲ୍ଲୀ,୯।୧୧: ଅଯୋଧ୍ୟା ଜମି ବିବାଦକୁ ନେଇ ସୁପ୍ରିମକୋର୍ଟ ପକ୍ଷରୁ ଶନିବାର ଐତିହାସିକ ରାୟ ପ୍ରକାଶ ପାଇଛି। ଏବେ ଏହାକୁ ନେଇ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ...

ଖବରଦାତାଙ୍କ ପୋଷାକ ଖୋଲିଦେଲା ଏମ୍‌ପି ପୋଲିସ

ଭୋପାଳ,୭।୪: ମଧ୍ୟପ୍ରଦେଶର ଏକ ଥାନାରେ ପୋଲିସ ନିର୍ଦ୍ଦେଶରେ ଜଣେ ଖବରଦାତା, ଯାତ୍ରା କଳାକାରଙ୍କ ସମେତ ୮ଜଣଙ୍କୁ ପ୍ୟାଣ୍ଟସାର୍ଟ ଖୋଲିବାକୁ ପଡ଼ିଛି। ଉକ୍ତ ଫଟୋ ସୋସିଆଲ ମିଡିଆରେ...

ପୁରୁଣା ଟିମ୍‌ ସହିତ କେଜରିଓ୍ବାଲଙ୍କ ନୂଆ ଇନିଂସ୍‌

ନୂଆଦିଲ୍ଲୀ,୧୬।୨: ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଅରବିନ୍ଦ କେଜରିଓ୍ବାଲ ଶପଥ ନେଇଛନ୍ତି। କେଜରିଓ୍ବାଲଙ୍କ ସହିତ ତାଙ୍କ ପୁରୁଣା ଟିମ୍‌ର ସଦସ୍ୟ ମଧ୍ୟ ଶପଥ ପାଠ କରିଛନ୍ତି।...

ଜମ୍ମୁ-କଶ୍ମୀରକୁ ଧର୍ମ-ଅଞ୍ଚଳ ଆଧାରରେ ବିଭାଜନ କରୁଛି ଭାଜପା: ମେହବୁବାଙ୍କ କଡ଼ା ସମାଲୋଚନା…

ଶ୍ରୀନଗର,୧୨।୧୦ : ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ସଭାପତି ମେହବୁବା ମୁଫତି ଜମ୍ମୁ-କଶ୍ମୀରରେ ନୂତନ ଭୋଟର ପଞ୍ଜୀକରଣ ଉପରେ ନିର୍ବାଚନ ଆୟୋଗଙ୍କ ଆଦେଶକୁ ସମାଲୋଚନା କରିବା...

ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ନାଁରେ ନାମିତ ହେଲା ବିମାନବନ୍ଦର

ନୂଆଦିଲ୍ଲୀ,୧୬।୧୦: ଦେଶର ୨୪ ବିମାନବନ୍ଦର ଏବଂ ୫ ଟର୍ମିନାଲକୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ନାମରେ ନାମିତ କରାଯାଇଛି। ଆର୍‌ଟିଆଇ ବଳରେ ଏହି ସୂଚନା ମିଳିଛି। ଗତ ସେପ୍ଟେମ୍ବର...

Advertisement
Archives

Model This Week