ଦୋଳରେ ଦୁଲୁକାଇବ ଦୁଲ୍‌ଦୁଲ

ଖମାର,୧୮ା୩(ଡି.ଏନ.ଏ.) ୨ବର୍ଷ ହେଲା କୋଭିଡ୍‌ କାରଣରୁ ଦୋଳ ଓ ହୋଲି ପର୍ବ ଫିକା ପଡ଼ିଯାଇଥିଲା। ହେଲେ ଏବେ ସ୍ଥିତି ନିୟନ୍ତ୍ରଣରେ ଥିବାରୁ ଚଳିତବର୍ଷ ଧୁମ୍‌ଧାମରେ ଦୋଳ ଉତ୍ସବ ପାଳନ ହେବ। ସମ୍ବଲପୁରୀ ଲୋକବାଦ୍ୟ ଦୁଲ୍‌ଦୁଲିରେ କମ୍ପିବ ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକର ଶଙ୍ଖମୁର ଗ୍ରାମ। ଗଁା ସ୍ଥାପନ ପରଠାରୁ ପ୍ରତିବର୍ଷ ନିଆରା ଢଙ୍ଗରେ ପାଳନ ହେଉଥିବା ଏହି ପର୍ବ ୨୦୨ ବର୍ଷରେ ପହଞ୍ଚିଛି। ତେଣୁ ଏଥର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ବ୍ୟବସ୍ଥା କରାଯାଇଛି। ମେଲୋଡ଼ି ସହ ନାଟକ ପରିବେଷଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଶଙ୍ଖମୁର ଗଁା ସ୍ଥାପନ ପରେ ପୁରୀ ମୁକ୍ତିମଣ୍ଡପରେ ପୂଜାର୍ଚ୍ଚନା କରି ରାଧାକୃଷ୍ଣଙ୍କ ପ୍ରତିମାଙ୍କୁ ମନ୍ଦିରରେ ସ୍ଥାପନ ପରଠାରୁ ଏଠାରେ ଦୋଳ ମହୋତ୍ସବ ପାଳନ ହୋଇଆସୁଛି। ଫାଲ୍‌ଗୁନ ମାସ ଶୁକ୍ଳପକ୍ଷ ଦଶମୀରୁ ଆରମ୍ଭ ହୋଇ ଏହା ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିଥାଏ। ପରଦିନ ହୋଲି ଉତ୍ସବ ପାଳନ ହୋଇଥାଏ। ଦଶମୀ ଦିନ ରାଧାକୃଷ୍ଣଙ୍କ ଚଳନ୍ତି ପ୍ରତିମାକୁ ମନ୍ଦିର ବାହାରକୁ ଅଣାଯାଇ ୪ ଦିନ ପର୍ଯ୍ୟନ୍ତ ପରିକ୍ରମା କରାଯାଇଥାଏ। ପ୍ରଥମେ ମାଉସୀ ଘର, ଦ୍ୱିତୀୟ ଦିନ ଗ୍ରାମ ପ୍ରଧାନଙ୍କ ଘର, ତୃତୀୟ ଦିନ ପଡୋଶୀ ଗ୍ରାମ ଓ ଚତୁର୍ଥ ଦିନ ଶଙ୍ଖମୁର ଗ୍ରାମ ପରିକ୍ରମା ହୋଇଥାଏ। ପୂର୍ଣ୍ଣିମା ପୂର୍ବ ଦିନ ଅର୍ଥାତ ଚତୁର୍ଦ୍ଦଶୀ ତିଥିରେ ହୋଲିକା ଦହନ ହୋଇଥାଏ। ଦୋଳ କାର୍ଯ୍ୟକ୍ରମକୁ ୩ ଭାଗ ଅର୍ଥାତ୍‌ ଦିନ ପହଣ୍ଡି, ରାତି ପହଣ୍ଡି ଓ ମନୋରଞ୍ଜନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯାଏ। ଦିବା ପହଣ୍ଡିରେ ଦହଲା, ନଦିଆ ସଂକୀର୍ତ୍ତନ, ଗୋପାଳମାନଙ୍କ ବାଡ଼ି ଖେଳ, ସମ୍ବଲପୁରୀ ଦୁଲଦୁଲି ବାଦ୍ୟ ଓ ଜନ ସମାଗମ ମଧ୍ୟମରେ ରାଧାକୃଷ୍ଣଙ୍କୁ ଦୋଳ ମଣ୍ଡପ ଯାଏ ପହଣ୍ଡି କରି ନିଆଯାଇଥାଏ। ସେଠାରେ ରାଧାକୃଷ୍ଣଙ୍କୁ ଦୋଳିରେ ବିରାଜମାନ କରାଇ ବର୍ଷର ପ୍ରଥମ ପଞ୍ଜିକା ପାଠ କରାଯାଇଥାଏ। ରାତି ୧୦ଟା ପର୍ଯ୍ୟନ୍ତ ଠାକୁରଙ୍କ ଦର୍ଶନ କାର୍ଯ୍ୟ ଚାଲେ। ରାତି ପହଣ୍ଡି ମାଧ୍ୟମରେ ରାଧାକୃଷ୍ଣଙ୍କୁ ମନ୍ଦିର ବେଢ଼ାରେ ରଖାଯାଇଥାଏ ଓ ରାତି ୨ଟା ପରେ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ପରଦିନ ସକାଳେ ୧୦ରୁ୧୫ ଦଳ ଦହଲା ବାଦକଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ। ଯୁବକମାନେ ହୋଲି ଖେଳର ମଜା ନେଇଥାନ୍ତି। ସାରେ ରାଧାକୃଷ୍ଣଙ୍କୁ ସ୍ନାନ କରାଇ ମନ୍ଦିରରେ ପ୍ରବେଶ ସହ ଦୋଳ ଯାତ୍ରା ସମ୍ପୂର୍ଣ୍ଣ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ: ଅକ୍ଟୋବର ୧୭ରୁ ଆରମ୍ଭ ହେବ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ପବିତ୍ର ଶାରଦୀୟ ଯାତ୍ରା ମହୋତ୍ସବ ନିମନ୍ତେ ବଜାର ସାହି…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ମୁଖ୍ୟ ଅଭିଯୁକ୍ତ କ୍ଷୀତିଶଙ୍କୁ ପୋଲିସର ମାରାଥନ ଜେରା, ଫିଟିବ ରହସ୍ୟ…

ବଲାଙ୍ଗୀର,୨୯।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କୁ…

ବର୍ଷାପବନରେ ଉଡ଼ି ଯାଇଥିଲା ଟିଣ ଛପର, ଅସହାୟ ମହିଳାଙ୍କୁ ହାତ ବଢାଇଲେ…

ଗଞ୍ଜାମ,୨୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ.୭ ବାଲି ସାହିରେ ରୁହନ୍ତି ସନ୍ତୋଷୀ ନାୟକ ଏବଂ ତାଙ୍କ ଛୋଟ ପରିବାର l ପରିବାର କହିଲେ ଏକ…

ନବ ନିର୍ମାଣ କୃଷକ ସଂଗଠନ ପରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ, ଏହି ଦିନ…

ଭୁବନେଶ୍ବର,୨୯।୯: ଆସନ୍ତା ଅକ୍ଟୋବର ୮ ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏନେଇ ଘୋଷଣା କଲେ ପିସିସି ସଭାପତି ଭକ୍ତ ଚରଣ ଦାସ…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?