ଯୁବ ପ୍ରତିଭାଙ୍କୁ ସମର୍ଥନ କରିବ ସୁଶାନ୍ତ ସିଂ ରାଜପୁତ ଫାଉଣ୍ଡେଶନ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁରଙ୍କ ଆତ୍ମହତ୍ୟା ଘଟଣା ତାଙ୍କ ପ୍ରଶଂସକଙ୍କ ସମେତ ପରିବାରକୁ ଖୁବ୍‌ ଆଘାତ ଦେଇଛି। ଏଥିପାଇଁ ପରିବାର ପୁଅ ନାମରେ ଏକ ଫାଉଣ୍ଡେଶନ ‘ସୁଶାନ୍ତ ସିଂ ରାଜପୁତ ଫାଉଣ୍ଡେଶନ’ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ମାଧ୍ୟମରେ ସେମାନେ ଭଲପାଉଥିବା ଜିନିଷ ଯେପରିକି ବିଜ୍ଞାନ, ଖେଳ ଏବଂ ଫିଲ୍ମ ସହ ଜଡିତ ଯୁବ ପ୍ରତିଭାଙ୍କୁ ସମର୍ଥନ କରାଯିବ। ଏଥିସହ ସୁଶାନ୍ତଙ୍କ ପିଲା ଦିନ କଟିଥିବା ପାଟଣାର ରାଜୀବନଗର ଘରକୁ ଏକ ସ୍ମାରକୀରେ ପରିଣତ କରାଯିବ। ଏଠାରେ ସୁଶାନ୍ତଙ୍କ ବ୍ୟକ୍ତିଗତ ଜିନିଷକୁ ପ୍ରଶଂସକଙ୍କ ପାଇଁ ରଖାଯିବ। ଏଥିରେ ହଜାରେ ବହି, ତାଙ୍କ ଟେଲିସ୍କୋପ, ଫ୍ଲାଇଟ୍‌ ସିମୁଲେଟର ଆଦି ରହିବ।
ସେହିପରି ସୁଶାନ୍ତଙ୍କ ଇନ୍‌ଷ୍ଟାଗ୍ରାମ୍‌, ଟୁଇଟର ଏବଂ ଫେସ୍‌ବୁକ୍‌ ପେଜ୍‌କୁ ତାଙ୍କ ପରିବାର ଲୋକେ ବଜାୟ ରଖିବେ। ଏହା ଦ୍ୱାରା ତାଙ୍କ ସ୍ମୃତି ଜୀବିତ ରହିପାରିବ। ପରିବାର ଦ୍ୱାରା ଦିଆଯାଇଥିବା ଏକ ଶୁଭେଚ୍ଛା ବାର୍ତ୍ତାରେ ଏହି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଥର ବିବାହ କରିବାକୁ ସଜ ହେଲେଣି ଆମିର ଖାନ୍‌ ! କିଛି ଏଭଳି ହେଉଛି ଚର୍ଚ୍ଚା..

ବମ୍ବେ: କିରଣଙ୍କୁ ଛାଡ଼ପତ୍ର ଦେବା ପରେ ଏବେ ତୃତୀୟ ବିବାହ କରିବାକୁ ଯାଉଛନ୍ତି ଅଭିନେତା ଆମିର ଖାନ୍‌। ଏପରି କିଛି ଚର୍ଚ୍ଚା ଏବେ ବଲିଉଡ୍‌ ଗଳିକନ୍ଦିରେ...

ଡ୍ରଗ୍ସ କାରବାର ମାମଲା: ବଲିଉଡ କଳାକାରଙ୍କ ତାଲିକା ପ୍ରସ୍ତୁତ କରିବାକୁ ମନା କଲା ଏନ୍‌ସିବି

ମୁମ୍ବାଇ,୧୩।୯-ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କାରବାରକୁ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ପୂର୍ବରୁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ ଅନ୍ୟମାନଙ୍କୁ ଗିରଫ...

ହସ୍ପିଟାଲରୁ ଜୀବନର ମନ୍ତ୍ର ପଢାଇଲେ ଅମିତାଭ ବଚ୍ଚନ, ଏମିତି ଲୋକଙ୍କଠାରୁ ଦୂରେଇ ରୁହନ୍ତୁ

ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ କରୋନା ଆକ୍ରାନ୍ତ ହୋଇ ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ...

ସୁଶାନ୍ତଙ୍କ ମୃତ୍ୟୁର କାରଣ ଜଣା ନ ପଡ଼ିଲେ ପଦ୍ମଶ୍ରୀ ଫେରାଇବେ କଙ୍ଗନା

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ କଙ୍ଗନା ରାଣାଓ୍ବତ ବଲିଉଡ୍‌ର ବଡ ବଡ଼ ନିର୍ଦ୍ଦେଶକ ତଥା ନିର୍ମାତାଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,...

କାଟ୍ରିନା-ଭିକିଙ୍କ ମଧ୍ୟରୁ କାହା ରୋଜଗାର ଅଧିକ

ବଲିଉଡ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଭିକି କୌଶଲଙ୍କ ବିବାହ ଖବର ଆଜିକାଲି ଗଣମାଧ୍ୟମରେ ଖୁବ ଚର୍ଚ୍ଚାରେ ରହିଛି। ଉଭୟ ଡିସେମ୍ବର ୯ରେ ବିବାହ ବନ୍ଧନରେ...

ଭାଇଙ୍କ ପାଇଁ ଭାବବିହ୍ବଳ ପୋଷ୍ଟ ଲେଖିଲେ ସାଜିଦ୍‌

ବଲିଉଡ୍‌ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଓ୍ବାଜିଦ୍‌ ଖାନ୍‌ଙ୍କ ଅଚାନକ ପରଲୋକ ଘଟିଛି। ଏଥିରେ ଭାଙ୍ଗିପଡିଛନ୍ତି ତାଙ୍କ ଭାଇ ସାଜିଦ୍‌ ଖାନ୍‌। ସେ ହସ୍ପିଟାଲ୍‌ରେ ଚିକିତ୍ସିତ ଥିବା...

୮ ବର୍ଷର ‘ଛୋଟ କଙ୍ଗନା’ଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ

୮ ବର୍ଷର ଜଣେ ଝିଅ ଏବେ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ହେଉଛନ୍ତି ସୁମନ...

୫୪ଟି କଷ୍ଟ୍ୟୁମ ପରେ…

ପ୍ରଯୋଜକ ୟଶ ଚୋପ୍ରା। ତାଙ୍କ ପ୍ରଯୋଜିତ ‘ଦିଲ୍‌ ତୋ ପାଗଲ ହେ’ ସୁପରହିଟ୍‌ ହୋଇଥିଲା। କେବଳ ଶାହରୁଖ, ଅକ୍ଷୟ କୁମାର, କରିସ୍ମା କପୁର ଏବଂ ମାଧୁରୀ...

Advertisement
Archives

Model This Week