Posted inଜାତୀୟ

ସୁପ୍ରିମକୋର୍ଟ ‘ତାରିଖ ପେ ତାରିଖ’ କୋର୍ଟ ନୁହେଁ

ନୂଆଦିଲ୍ଲୀ,୪ା୧୧: ସୁପ୍ରିମକୋର୍ଟରେ ବିଚାରାଧୀନ ସଦ୍ୟ ପ୍ରସଙ୍ଗଗୁଡ଼ିକର ଶୁଣାଣି ପାଇଁ ଆଉ ଅଧିକ ସମୟ ନ ମାଗିବାକୁ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଶୁକ୍ରବାର ଓକିଲମାନଙ୍କୁ ପରାମର୍ଶ ଦେଇଛନ୍ତି। ହିନ୍ଦୀ ଫିଲ୍ମ ‘ଦାମିନୀ’ରେ ଅଭିନେତା ସନ୍ନି ଦେଓଲଙ୍କ ଡାଇଲଗ୍‌କୁ ମନେପକାଇ ସିଜେଆଇ କହିଛନ୍ତି, ସୁପ୍ରିମକୋର୍ଟକୁ ‘ତାରିଖ ପେ ତାରିଖ’ କୋର୍ଟ କରିବାକୁ ସେ ଚାହୁଁନାହାନ୍ତି।
ସର୍ବୋଚ୍ଚ ଅଦାଲତରେ ଶୁଣାଣି ଆରମ୍ଭ ହେବା ପରେ ସିଜେଆଇ ଚନ୍ଦ୍ରଚୂଡ଼ ଗତ ୨ ମାସ ମଧ୍ୟରେ ଆଇନଜୀବୀମାନେ ମାଗିଥିବା ତାରିଖକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। କେବଳ ସେପ୍ଟେମ୍ବର ଓ ଅକ୍ଟୋବରରେ ଆଇନଜୀବୀମାନେ ନୂଆ ମାମଲାଗୁଡ଼ିକରେ ୩,୬୮୮ ଥର ଆଡ୍‌ଜର୍ନମେଣ୍ଟ ସ୍ଲିପ୍‌ ଦାଖଲ କରି ଅଧିକ ସମୟ ମାଗିଥିଲେ। ଅତି ଜରୁରୀ ନ ପଡ଼ିଲେ ଦୟାକରି ଆଡ୍‌ଜର୍ନମେଣ୍ଟ ସ୍ଲିପ୍‌ ଦାଖଲ କରନ୍ତୁ ନାହିଁ। ଏହି କୋର୍ଟକୁ ମୁଁ ‘ତାରିଖ ପେ ତାରିଖ’ କୋର୍ଟରେ ପରିଣତ କରିବାକୁ ଚାହୁଁନାହିଁ ବୋଲି ଜଷ୍ଟିସ୍‌ ଜେ.ବି. ପରଡିଓ୍ବାଲା ଏବଂ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠର ଅଧ୍ୟକ୍ଷତା କରୁଥିବା ସିଜେଆଇ ପ୍ରକାଶ କରିଥିଲେ। ସିଜେଆଇ ଆହୁରି କହିଥିଲେ, ବର୍ତ୍ତମାନ ଓକିଲ ସଂଘଗୁଡ଼ିକର ସହଯୋଗକ୍ରମେ ନୂଆ ମାମଲାଗୁଡ଼ିକୁ ତାଲିକାଭୁକ୍ତ କରିବା ନେଇ ସମୟ ବ୍ୟବଧାନ ହ୍ରାସ ପାଇଛି। କିନ୍ତୁ ସେଗୁଡ଼ିକ ଖଣ୍ଡପୀଠଙ୍କ ନିକଟରେ ଶୁଣାଣି ପାଇଁ ଲିଷ୍ଟିଂ ହେବା ପରେ ଓକିଲମାନେ ଆଡଜର୍ନମେଣ୍ଟ କଲ୍ଚର ଆପଣାଉଛନ୍ତି। ଏହା ବାହ୍ୟ ଦୁନିଆକୁ ଅତି ଖରାପ ସନ୍ଦେଶ ଦେଉଛି। ନଭେମ୍ବର ୩ ପାଇଁ ଆମେ ୧୭୮ ଆଡଜର୍ନମେଣ୍ଟ ସ୍ଲିପ୍‌ ପାଇଛୁ। ଅକ୍ଟୋବାର ଆରମ୍ଭରୁ ପ୍ରତିଦିନ ଏଭଳି ୧୫୦ ସ୍ଲିପ୍‌ ମିଳିଛି। ମାମଲାର ଶୁଣାଣିକୁ ତ୍ୱରାନ୍ବିତ କରିବାରେ ଏହା ବଡ଼ ବାଧକ ବୋଲି ସିଜେଆଇ କହିଛନ୍ତି।
ପ୍ରକାଶ ଯେ, ୧୯୯୩ରେ ମୁକ୍ତିଲାଭ କରିଥିବା ‘ଦାମିନୀ’
ସୁପ୍ରିମକୋର୍ଟ ‘ତାରିଖ ପେ …
ଫିଲ୍ମରେ ସନ୍ନି ଦେଓଲ ଜଣେ ଓକିଲ ଭୂମିକାରେ ନଜରକୁ ଆସିଥିଲେ। ସେ ନିଜ ମହକିଲ (ଜଣେ ବଳାତ୍କାର ପୀଡ଼ିତା)ଙ୍କ ପାଇଁ ମାମଲା ଲଢ଼ୁଥିବାବେଳେ ଅଭିଯୁକ୍ତଙ୍କ ଓକିଲ ଭୂମିକାରେ ଥିବା ଅମରୀଶ ପୁରୀ ଅଦାଲତଙ୍କୁ ଅଧିକ ସମୟ ମାଗିଥିଲେ। ଏହାକୁ ନେଇ ସନ୍ନି ଦେଓଲ ବିରକ୍ତି ଭାବ ପ୍ରକାଶ କରି ଏହି ‘ତାରିଖ ପେ ତାରିଖ’ ଡାଇଲଗ୍‌ ମାରିଥିଲେ, ଯାହାକି ଅଦ୍ୟାବଧି ସିନେପ୍ରେମୀଙ୍କ ମଧ୍ୟରେ ଲୋକପ୍ରିୟ ହୋଇ ରହିଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?