ସୁବର୍ଣ୍ଣରେଖା ନଦୀବନ୍ଧ ବିପଦସଙ୍କୁଳ

ଜଳେଶ୍ୱର, ୨୮।୯(ଡି.ଏନ.ଏ.)-ଚଳିତବର୍ଷ ସୁବର୍ଣ୍ଣରେଖା ନଦୀରେ ୩ଥର ବନ୍ୟାପାଣି ଆସି ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରଭୂତ କ୍ଷତି ଘଟିଛି। ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ଥିବା ସୁବର୍ଣ୍ଣରେଖା ନଦୀବନ୍ଧର ୩ଟି ସ୍ଥାନରେ ଅତଡ଼ା ଖସୁଥିବା ନଜରକୁ ଆସିଛି। ନଦୀବନ୍ଧ ଏବେ ବିପଦସଙ୍କୁଳ ଅବସ୍ଥାରେ ଥିବା ଏଥିରୁ ସ୍ପଷ୍ଟ ହେଉଛି। ବନ୍ୟା ପୂର୍ବରୁ ଗୋଟିଏ ସ୍ଥାନର ମରାମତି ଲାଗି କାର୍ଯ୍ୟାଦେଶ ଦିଆଯାଇଥିବା ବେଳେ ଅନ୍ୟ ୨ଟିକୁ ରାଜ୍ୟର ଉଚ୍ଚ କ୍ଷମତାସମ୍ପନ୍ନ ବିଶେଷଜ୍ଞ ଦଳ ମଞ୍ଜୁରୀ ଦେଇଛନ୍ତି। ଏହା ମରାମତି ନ ହେଲେ ପରିସ୍ଥିତି ଜଟିଳ ହେବାର ଆଶଙ୍କା ରହିଛି ।
ଜଳେଶ୍ୱର ବ୍ଲକ ଅଧୀନ ସୁବର୍ଣ୍ଣରେଖା ନଦୀ ଦକ୍ଷିଣ ପାର୍ଶ୍ୱରେ ଥିବା ମାଳିପାଳଠାରେ ନଦୀବନ୍ଧ ମରାମତି ଲାଗି ୩୩ଲକ୍ଷ ୫୮ହଜାର ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଥିଲେ ମଧ୍ୟ ତାହା ଆରମ୍ଭ ହୋଇନାହିଁ । ସେଠାରେ ନଦୀବନ୍ଧ ସୁରକ୍ଷା ଦିଆ ନ ଗଲେ ନଦୀର ପଶ୍ଚିମପଟେ ମହାବିଲା ଖାଳ ଗତି କରିଥିବାରୁ ନଦୀର ଗତିପଥ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। କିନ୍ତୁ କାର୍ଯ୍ୟ ଆରମ୍ଭ ହୋଇ ନ ଥିବାରୁ ବନ୍ୟା ବେଳେ ଲୋକେ ଭୟଭୀତ ଅବସ୍ଥାରେ କାଳାତିପାତ କରୁଛନ୍ତି । ସେହିପରି ନଦୀର ପୂର୍ବପଟେ ଜମାଳପୁର ନିକଟ ସାନରାଉତପଡ଼ାଠାରେ ସ୍ପର ଓ ପଥରପ୍ୟାକିଂ ଲାଗି ୬ କୋଟି ୬୬ ଲକ୍ଷ ୪୮ ହଜାର ଟଙ୍କାର ପ୍ରକଳ୍ପକୁ ଟିଏସି ଅନୁମୋଦନ କରିଛି। ସେହିପରି ବିରିଷପୁରଠାରେ ଅନ୍ୟ ଏକ ପ୍ରକଳ୍ପ ଲାଗି ୧୮କୋଟି ୩୧ଲକ୍ଷ ୨୪ହଜାର ଟଙ୍କାର ପ୍ରକଳ୍ପକୁ ଟିଏସି ଅନୁମୋଦନ କରିଥିଲେ ମଧ୍ୟ ୩ବର୍ଷ ଧରି ଅର୍ଥ ଅଭାବରୁ କାର୍ଯ୍ୟ ହୋଇପାରୁନାହିଁ। ଗତ ୫ଦିନ ତଳେ ଦେଖାଦେଇଥିବା ସୁବର୍ଣ୍ଣରେଖାରେ ବନ୍ୟା ଯୋଗୁ ଲକ୍ଷ୍ମଣନାଥ ନିକଟରେ ଉକ୍ତ ବନ୍ଧର ୨ଟି ସ୍ଥାନରେ ବଡ଼ ବଡ଼ ଅତଡ଼ା ଖସିଛି । ସୂଚନାଯୋଗ୍ୟ ୨୦୦୮ରେ ପ୍ରଳୟଙ୍କରୀ ବନ୍ୟାରେ ଏହି ବନ୍ଧ ବିଭିନ୍ନ ସ୍ଥାନରେ ଧୋଇଯିବା ପରେ ଏହାର ମରାମତି କରାଯାଇଥିଲା। ଏହି ବନ୍ଧକୁ ସୁଦୃଢ଼ କରାଯିବାକୁ ସ୍ଥାନୀୟ ଜନପ୍ରତିନିଧି ଓ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri