Posted inଜାତୀୟ

ପୁଅ ପିଲାଙ୍କ ଡ୍ରେସ୍‌ ପିନ୍ଧି ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ ଛାତ୍ରୀ, ଆଉ ତା’ ପରେ…

ଗୁଆହାଟୀ,୧୭ା୯: ଆସାମରେ ଜଣେ ଛାତ୍ରୀ ପୁଅ ପିଲାଙ୍କ ଡ୍ରେସ୍‌ ପିନ୍ଧି ପରୀକ୍ଷା କେନ୍ଦ୍ରକୁ ଯାଇଥିବାରୁ ତାଙ୍କୁ ପରୀକ୍ଷା ଦେବା ପାଇଁ ଅନୁମିତି ମିଳି ନ ଥିଲା। ଫଳରେ ଛାତ୍ରୀ ଜଣକ ଦେହରେ ପରଦା ଢାଙ୍କି ପରୀକ୍ଷା ଦେଇଥିଲେ। ସୋନିତପୁର ଜିଲା ତେଜପୁରର ଏକ ପରୀକ୍ଷା କେନ୍ଦ୍ରରେ ଜଣେ ୧୯ ବର୍ଷୀୟା ଛାତ୍ରୀଙ୍କୁ କେନ୍ଦ୍ର ମଧ୍ୟକୁ ପ୍ରବେଶ କରିବାକୁ ଦିଆଯାଇ ନ ଥିଲା। କାରଣ ସେ ପୁଅପିଲାଙ୍କ ଡ୍ରେସ୍‌ ପିନ୍ଧିଥିଲେ।

ଏହି ଘଟଣା ଚୌଧୁରୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ ଆଣ୍ଡ୍‌ ଟେକ୍ନୋଲୋଜି, ତେଜପୁରରେ ହୋଇଛି। ସେପ୍ଟେମ୍ବର ୧୫ରେ କୃଷି ପ୍ରବେଶ ପରୀକ୍ଷା ଥିଲା। ୧୯ ବର୍ଷୀୟା ଜୁବୁଲି ତମୁଲି ନିଜ ପିତାଙ୍କ ସହ ବିଶ୍ୱନାଥରୁ ତେଜପୁର ଆସିଥିଲେ। ମାତ୍ର ଜୁବୁଲିଙ୍କୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପାଇଁ ଦିଆଯାଇ ନ ଥିଲା। ଜୁବୁଲି ପଚାରିବାରୁ କେନ୍ଦ୍ରର ପର୍ଯ୍ୟବେକ୍ଷକ ତାଙ୍କୁ କାହିଁକି ଏପରି ଡ୍ରେସ୍‌ ପିନ୍ଧି ଆସିଛ ବୋଲି ପଚାରିଥିଲେ। ଶେଷରେ ଜୁବୁଲିଙ୍କ ଦୁଇ ସାଙ୍ଗ ତାଙ୍କୁ ଏକ ସ୍କ୍ରିନ୍‌ ବା ପରଦା ଆଣି ଦେଇଥିଲେ। ଏହାକୁ ଦେହରେ ଘୋଡ଼ାଇ ହୋଇ ସେ ପରୀକ୍ଷା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜି-୨୩ରେ ପୁଣି ମାନସ ମନ୍ଥନ: ଆଉ କିଛି ସମୟ ପରେ ବସିବ ବୈଠକ

ନୂଆଦିଲ୍ଲୀ,୧୭।୩: ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଦଳରେ ନୂତନ ନେତୃତ୍ୱ ପାଇଁ ଦାବି ଜୋର ଧରିଛି। ଏଥିପାଇଁ ଦଳରେ ଏବେ...

ଯୌନ ନିର୍ଯାତନା ଅଭିଯୋଗ ପରେ ଇସ୍ତଫା ଦେଲେ କ୍ରୀଡା ମନ୍ତ୍ରୀ

ଚଣ୍ଡିଗଡ,୧।୧: ହରିୟାଣାର ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତଥା ପୂର୍ବତନ ହକି ଖେଳାଳି ସନ୍ଦୀପ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିବା...

କରୋନା ପରେ ଏବେ ଚିନ୍ତା ବଢ଼ାଉଛି ବ୍ଲାକ୍‌ ଫଙ୍ଗସ୍‌: ଦିଲ୍ଲୀରେ ୧୯୭ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୧।୫: ରାଜଧାନୀ ଦିଲ୍ଲୀରେ ପ୍ରଥମେ କରୋନା ଭାଇରସ୍‌ ଆଉ ଏବେ ବ୍ଲାକ୍‌ ଫଙ୍ଗସ୍‌ ଆତଙ୍କ ଖେଳାଇବାରେ ଲାଗିଛି। ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ସହ ମୁକାବିଲା କରିବା...

୧୦ ରାଜ୍ୟରେ ଯଦି କରୋନା ସଂକ୍ରମଣକୁ ରୋକାଯାଇ ପାରିବ ତେବେ ଦେଶ ଜିତିବ କରୋନା ଯୁଦ୍ଧ: ମୋଦି

ନୂଆଦିଲ୍ଲୀ,୧୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କରୋନା ଭାଇରସ ମହାମାରୀର ସ୍ଥିତିକୁ ନେଇ ଆଲୋଚନା କରିଛନ୍ତି। ବୈଠକରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ...

ନିର୍ଦ୍ଦୋଷଙ୍କୁ ଧରାଯିବ ନାହିଁ, ଦୋଷୀଙ୍କୁ ଛଡ଼ା ଯିବନି, କହିଲେ ଡିଜି…

ଲକ୍ଷ୍ନୌ, ୨୪।୬ : ନାଗରିକତ୍ୱ ଆଇନ (ସିଏଏ) ବିରୋଧରେ ହୋଇଥିବା ହିଂସାକୁ ନେଇ ଉତ୍ତରପ୍ରଦେଶରେ ପୋଲିସ ବିଭାଗ ପକ୍ଷରୁ ସତର୍କକତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।...

ଭାଜପା ନେତାଙ୍କ ବିବାଦୀୟ ଟିପ୍ପଣୀ: କୃଷକ ଆନ୍ଦୋଳନ ଯୋଗୁ ବ୍ୟାପୁଛି ବାର୍ଡ ଫ୍ଲୁ

ଜୟପୁର,୧୦ ।୧: କେନ୍ଦ୍ର କୃଷି ଆଇନକୁ ନେଇ ଦୀର୍ଘ ପ୍ରାୟ ଦେଢ ମାସ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା କୃଷକଙ୍କୁ ନେଇ ରାଜସ୍ଥାନର ଭାରତୀୟ...

ଚନ୍ଦ୍ରପୃଷ୍ଠର ସାନି ଫଟୋ ଜାରିକଲା ଇସ୍ରୋ

ଚେନ୍ନାଇ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପୁନର୍ବାର ଚନ୍ଦ୍ରର ପୃଷ୍ଠଭାଗ ଓ ଏଠାରେ ଥିବା ମୃତ ଆଗ୍ନେୟଗିରି ମୁଖ (କ୍ରେଟର)ର ଫଟୋ ପ୍ରକାଶ କରିଛି।...

କରୋନା ସଂକ୍ରମିତଙ୍କ ଘରେ ପୋଷ୍ଟର ଲଗାଇଲେ ଦିଲ୍ଲୀ ସରକାର: ଦୂରେଇ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ,୨୩।୩: କରୋନା ସଂକ୍ରମଣ ରୋକିବା ଲାଗି ଦିଲ୍ଲୀ ସରକାର ସଂକ୍ରମିତଙ୍କ ଘରେ ପୋଷ୍ଟର ଲଗାଯାଇଛି। ଅନ୍ୟ ଲୋକଙ୍କୁ ଏଭଳି ଘରଠାରୁ ଦୂରେଇ ରହିବା ପାଇଁ ପୋଷ୍ଟରରେ...

Advertisement
Archives

Model This Week