ସ୍କୁଲ୍‌ ଯିବାକୁ ଡରୁଛନ୍ତି ଛାତ୍ରୀ

ପାଟଣା,୨୬ା୯(ସ୍ବ.ପ୍ର.): ପ୍ରଧାନ ଶିକ୍ଷୟିତ୍ରୀ ଶ୍ରେଣୀ ଗୃହରେ ତାଲା ପକାଇ ରଖି ଦେଉଛନ୍ତି। ପରିସ୍ରା କରିବାକୁ ବି ଛାଡୁ ନାହାନ୍ତି। କବାଟ ବାଡ଼େଇଲେ ମାଡ଼ ମାରୁଛନ୍ତି। ଏଭଳି ଅଭିଯୋଗ କରିଛନ୍ତି କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଉପାନ୍ତ ଅଞ୍ଚଳ ଚିନାମାଳି ପଶି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ୮ମ ଶ୍ରେଣୀର ୫ ଛାତ୍ରୀ। ଶୁକ୍ରବାର ଶିକ୍ଷୟିତ୍ରୀ ଜଣଙ୍କ ମାଡ଼ ମାରିଥିବା ବେଳେ ଶନିବାର ମାଡ଼ ଭୟରେ ଛାତ୍ରୀମାନେ ସ୍କୁଲ ଯିବାକୁ ଡରିିଥିଲେ। ଘଟଣା ସମ୍ପର୍କରେ ଅଭିଭାବକ ଜାଣିବା ପରେ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସରକାର ସମସ୍ତ ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିଥିବା ବେଳେ ଶିକ୍ଷୟିତ୍ରୀଙ୍କ ଏଭଳି ଆଚରଣ ଶିକ୍ଷା ବିଭାଗକୁ ଅଡ଼ୁଆରେ ପକାଇଛି।
ଅଭିଯୋଗ ଅନୁଯାୟୀ, ଶୁକ୍ରବାର ଅପରାହ୍ନ ୨ଟା ସମୟରେ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ଗୋଟିଏ ପ୍ରକୋଷ୍ଠରେ ଭର୍ତ୍ତିକରି ପ୍ରଧାନ ଶିକ୍ଷୟିତ୍ରୀ ନିରୁପମା ସାହୁ ବାହାର ପାର୍ଶ୍ୱରୁ କବାଟର ଶିକୁଳି ଦେଇ ଚାଲିଯାଇଥିଲେ। ପିଲାମାନଙ୍କୁ ପରିସ୍ରା ଲାଗିବାରୁ ୪ଟା ସମୟରେ କେତେ ଜଣ କବାଟ ବାଡ଼େଇଥିଲେ। ଏତିକିରେ ଶିକ୍ଷୟିତ୍ରୀ ଉତ୍‌କ୍ଷିପ୍ତ ହୋଇ ଏକ ଅମରି ବାଡ଼ିରେ ଅଷ୍ଟମ ଶ୍ରେଣୀର ୫ ଛାତ୍ରୀଙ୍କୁ ନିର୍ଧୂମ ପିଟିବା ସହ ଜାତିଆଣ ଅକ୍ଷେପ କରିଥିଲେ। ମାଡ଼ରେ ପାଲାଣ ଘାଟି ପଞ୍ଚାୟତ କୁମୁଳାବାହାଳ ଗ୍ରାମର ଲୁସି ମହାନ୍ତ, ଲିସା ମହାନ୍ତ, କୁମୁଳାବାହାଳି ଖଇରନ୍ଧା ସାହିର ପୂଜା ମହାନ୍ତ, ପଲାଣଘାଟି ପଞ୍ଚାୟତ ଚିନାମାଳି ପଶି ତଣ୍ଡିଆ ସାହିର ତ୍ରିଶକ୍ତି ନାଏକ ଓ ନୂଆପଡ଼ାର ମିତାଲି ନାଏକ ଆହତ ହୋଇଥିଲେ। ଲୁସି ମହାନ୍ତଙ୍କ ଡାହାଣ ହାତ ଫୁଲି ଯାଇଥିବା ବେଳେ ଲିସା ଓ ତ୍ରିଶକ୍ତିଙ୍କ ପିଠିରେ ଦାଗ ପଡ଼ିଯାଇଥିବା ଦେଖିବାକୁ ମିଳିଛି। ଶିକ୍ଷୟିତ୍ରୀଙ୍କ ମାଡ଼ ଭୟରେ ଛାତ୍ରୀମାନେ ଶନିବାର ସ୍କୁଲ୍‌ ଯିବାକୁ ମନା କରିଥିଲେ ବୋଲି ଅଭିଭାବକ ଫୁଲମଣି ମହାନ୍ତ ଓ ଫୁଲମଣି ନାଏକ କହିଛନ୍ତି। ଘଟଣା ସମ୍ପର୍କରେ ବୁଝିବାକୁ ଅଭିଭାବକ ସ୍କୁଲ୍‌ ଯାଇଥିବା ବେଳେ ଶିକ୍ଷୟିତ୍ରୀ ଶନିବାର ବିଦ୍ୟାଳୟ ଆସି ନ ଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ଶିକ୍ଷୟିତ୍ରୀଙ୍କୁ ସମର୍ଥନ ଯୋଗାଇ ଘଟଣାଟିକୁ ଚପାଇ ଦେବାକୁ ଉଦ୍ୟମ ହେଉଛି। ଜିଲା ଶିକ୍ଷାଧିକାରୀ ପୂଣ୍ଣର୍ର୍ଚନ୍ଦ୍ର ସେଠୀ ଓ ବିଇଓ ପୂର୍ଣ୍ଣଚନ୍ଦ୍ର ଅମାନ୍ତ ଘଟଣାର ନିରପେକ୍ଷ ତଦନ୍ତ କରି ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଭିଭାବକ ଦାବି କରିଛନ୍ତି।
ଏ ନେଇ ବ୍ଲକ୍‌ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅମାନ୍ତ କହିଛନ୍ତି ଯେ, ଅଭିଯୋଗ ଆସିଲେ ତଦନ୍ତ କରି ବିଚାର କରାଯିବ। ଏ ନେଇ ସମ୍ପୃକ୍ତ ଶିକ୍ଷୟିତ୍ରୀ କୁହନ୍ତି, ପିଲାଙ୍କୁ ଚାବି ପକାଇବା ଓ ମାଡ଼ ମାରିବା କଥା ମିଛ। ବଡ଼ବଡ଼ ପିଲା ସେମାନେ, ଭିତର ପଟୁ ନିଜେ କବାଟ ଦେଇଥିଲେ। ମୋର ୨୬ ବର୍ଷର ଅଭିଜ୍ଞତା, ମୁଁ ମଣିଷ ନା ପଶୁ ଯେ ଏଭଳି ପିଟିବି। ପିଲାମାନେ କ’ଣ କହିଛନ୍ତି ମୁଁ ଜାଣିନାହିଁ। ଶନିବାର ଜ୍ୱର ହୋଇଥିବାରୁ ମୁଁ ଛୁଟିରେ ଥିଲି। ଆସନ୍ତାକାଲି ସରପଞ୍ଚଙ୍କ ଉପସ୍ଥିତିରେ ବିଦ୍ୟାଳୟରେ ମିଟିଂ ହେବାର ଅଛି ସେଠି ସବୁ କଥା ଆଲୋଚନା ହେବ ବୋଲି ପ୍ରଧାନଶିକ୍ଷୟିତ୍ରୀ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

‘ହିଞ୍ଜିଳି ଦାଦନଙ୍କ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ’

ଆଠମଲ୍ଲିକ,୨୫ା୪(ଉଦୀପ୍ତ ପୁରୋହିତ)ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଧବାର ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ...

ଗୋଷ୍ଠୀ କନ୍ଦଳରୁ ଫାଇଦା ଉଠାଇବାକୁ ପ୍ରୟାସ

ଖୋର୍ଦ୍ଧା/ବାଲିପାଟଣା,୨୫ା୪(ପ୍ରଭାତ ପାଣିଗ୍ରାହୀ/ଅଭିମନ୍ୟୁ ନାୟକ)ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ଜୟଦେବ ନିର୍ବାଚନମଣ୍ଡଳୀ ଅନୁସୂଚିତ ଜାତି (ଏସ୍‌ସି) ପାଇଁ ସଂରକ୍ଷିତ ରହିଛି। ଗତ ୩ଟି ନିର୍ବାଚନରେ ଏହି...

ମୋକିମଙ୍କ ଝିଅ ସୋଫିଆ ଲଢ଼ିପାରନ୍ତି ନିର୍ବାଚନ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ବାରବାଟୀ-କଟକ କଂଗ୍ରେସକୁ ଚିନ୍ତା ଘାରିଛି। ବରିଷ୍ଠ କଂଗ୍ରେସ ନେତା ଇଂ. ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର କରିଛନ୍ତି...

ବ୍ୟାପୁଛି ଜଙ୍ଗଲ ନିଆଁ, ବନ୍ୟଜନ୍ତୁ କଲବଲ

କେନ୍ଦୁଝର,୨୫ା୪(ଦୀପକ ମିଶ୍ର)କେନ୍ଦୁଝର ବନଖଣ୍ଡର ୭ଟି ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ଏଥିରେ ବହୁ ମୂଲ୍ୟବାନ୍‌ ଗଛ ନଷ୍ଟ ହେଉଥିବା ବେଳେ ବନ୍ୟପ୍ରାଣୀ ଉତ୍ତାପରେ...

ଆଉ ସହି ହେବନି,ଏଥର ଭୋଟ ବର୍ଜନ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଯଦୁନାଥପୁର ପଞ୍ଚାୟତବାସୀ ଅବହେଳିତ ଓ ନିଷ୍ପେଷିିତ ଅବସ୍ଥାରେ ଜୀବନଯାପନ କରୁଛନ୍ତି। ଦେଶ ସ୍ବାଧୀନତାର ୭୭ବର୍ଷ ପରେ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବର୍ଷା, ଶର୍ମିଷ୍ଠାଙ୍କୁ ସ୍ବାଗତ ପାଇଁ ବିଜେଡିର ପ୍ରସ୍ତୁତି

ବଡ଼ଚଣା/ଛତିଆ,୨୫ା୪(ଦିଲୀପ କୁମାର ମହାନ୍ତି/ ସୌମ୍ୟ ରଞ୍ଜନ ସାହୁ)ଆସନ୍ତା ୨୬ ତାରିଖ ଶୁକ୍ରବାର ବଡ଼ଚଣା ବିଜେଡି ବିଧାୟକ ପ୍ରାର୍ଥିନୀ ବର୍ଷା ପ୍ରିୟଦର୍ଶିନୀ ଓ ଯାଜପୁର ସାଂସଦ ପ୍ରାର୍ଥତ୍ନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri