ସ୍କୁଲ୍‌ ଯିବାକୁ ଡରୁଛନ୍ତି ଛାତ୍ରୀ

ପାଟଣା,୨୬ା୯(ସ୍ବ.ପ୍ର.): ପ୍ରଧାନ ଶିକ୍ଷୟିତ୍ରୀ ଶ୍ରେଣୀ ଗୃହରେ ତାଲା ପକାଇ ରଖି ଦେଉଛନ୍ତି। ପରିସ୍ରା କରିବାକୁ ବି ଛାଡୁ ନାହାନ୍ତି। କବାଟ ବାଡ଼େଇଲେ ମାଡ଼ ମାରୁଛନ୍ତି। ଏଭଳି ଅଭିଯୋଗ କରିଛନ୍ତି କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଉପାନ୍ତ ଅଞ୍ଚଳ ଚିନାମାଳି ପଶି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ୮ମ ଶ୍ରେଣୀର ୫ ଛାତ୍ରୀ। ଶୁକ୍ରବାର ଶିକ୍ଷୟିତ୍ରୀ ଜଣଙ୍କ ମାଡ଼ ମାରିଥିବା ବେଳେ ଶନିବାର ମାଡ଼ ଭୟରେ ଛାତ୍ରୀମାନେ ସ୍କୁଲ ଯିବାକୁ ଡରିିଥିଲେ। ଘଟଣା ସମ୍ପର୍କରେ ଅଭିଭାବକ ଜାଣିବା ପରେ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସରକାର ସମସ୍ତ ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିଥିବା ବେଳେ ଶିକ୍ଷୟିତ୍ରୀଙ୍କ ଏଭଳି ଆଚରଣ ଶିକ୍ଷା ବିଭାଗକୁ ଅଡ଼ୁଆରେ ପକାଇଛି।
ଅଭିଯୋଗ ଅନୁଯାୟୀ, ଶୁକ୍ରବାର ଅପରାହ୍ନ ୨ଟା ସମୟରେ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ଗୋଟିଏ ପ୍ରକୋଷ୍ଠରେ ଭର୍ତ୍ତିକରି ପ୍ରଧାନ ଶିକ୍ଷୟିତ୍ରୀ ନିରୁପମା ସାହୁ ବାହାର ପାର୍ଶ୍ୱରୁ କବାଟର ଶିକୁଳି ଦେଇ ଚାଲିଯାଇଥିଲେ। ପିଲାମାନଙ୍କୁ ପରିସ୍ରା ଲାଗିବାରୁ ୪ଟା ସମୟରେ କେତେ ଜଣ କବାଟ ବାଡ଼େଇଥିଲେ। ଏତିକିରେ ଶିକ୍ଷୟିତ୍ରୀ ଉତ୍‌କ୍ଷିପ୍ତ ହୋଇ ଏକ ଅମରି ବାଡ଼ିରେ ଅଷ୍ଟମ ଶ୍ରେଣୀର ୫ ଛାତ୍ରୀଙ୍କୁ ନିର୍ଧୂମ ପିଟିବା ସହ ଜାତିଆଣ ଅକ୍ଷେପ କରିଥିଲେ। ମାଡ଼ରେ ପାଲାଣ ଘାଟି ପଞ୍ଚାୟତ କୁମୁଳାବାହାଳ ଗ୍ରାମର ଲୁସି ମହାନ୍ତ, ଲିସା ମହାନ୍ତ, କୁମୁଳାବାହାଳି ଖଇରନ୍ଧା ସାହିର ପୂଜା ମହାନ୍ତ, ପଲାଣଘାଟି ପଞ୍ଚାୟତ ଚିନାମାଳି ପଶି ତଣ୍ଡିଆ ସାହିର ତ୍ରିଶକ୍ତି ନାଏକ ଓ ନୂଆପଡ଼ାର ମିତାଲି ନାଏକ ଆହତ ହୋଇଥିଲେ। ଲୁସି ମହାନ୍ତଙ୍କ ଡାହାଣ ହାତ ଫୁଲି ଯାଇଥିବା ବେଳେ ଲିସା ଓ ତ୍ରିଶକ୍ତିଙ୍କ ପିଠିରେ ଦାଗ ପଡ଼ିଯାଇଥିବା ଦେଖିବାକୁ ମିଳିଛି। ଶିକ୍ଷୟିତ୍ରୀଙ୍କ ମାଡ଼ ଭୟରେ ଛାତ୍ରୀମାନେ ଶନିବାର ସ୍କୁଲ୍‌ ଯିବାକୁ ମନା କରିଥିଲେ ବୋଲି ଅଭିଭାବକ ଫୁଲମଣି ମହାନ୍ତ ଓ ଫୁଲମଣି ନାଏକ କହିଛନ୍ତି। ଘଟଣା ସମ୍ପର୍କରେ ବୁଝିବାକୁ ଅଭିଭାବକ ସ୍କୁଲ୍‌ ଯାଇଥିବା ବେଳେ ଶିକ୍ଷୟିତ୍ରୀ ଶନିବାର ବିଦ୍ୟାଳୟ ଆସି ନ ଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ଶିକ୍ଷୟିତ୍ରୀଙ୍କୁ ସମର୍ଥନ ଯୋଗାଇ ଘଟଣାଟିକୁ ଚପାଇ ଦେବାକୁ ଉଦ୍ୟମ ହେଉଛି। ଜିଲା ଶିକ୍ଷାଧିକାରୀ ପୂଣ୍ଣର୍ର୍ଚନ୍ଦ୍ର ସେଠୀ ଓ ବିଇଓ ପୂର୍ଣ୍ଣଚନ୍ଦ୍ର ଅମାନ୍ତ ଘଟଣାର ନିରପେକ୍ଷ ତଦନ୍ତ କରି ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଭିଭାବକ ଦାବି କରିଛନ୍ତି।
ଏ ନେଇ ବ୍ଲକ୍‌ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅମାନ୍ତ କହିଛନ୍ତି ଯେ, ଅଭିଯୋଗ ଆସିଲେ ତଦନ୍ତ କରି ବିଚାର କରାଯିବ। ଏ ନେଇ ସମ୍ପୃକ୍ତ ଶିକ୍ଷୟିତ୍ରୀ କୁହନ୍ତି, ପିଲାଙ୍କୁ ଚାବି ପକାଇବା ଓ ମାଡ଼ ମାରିବା କଥା ମିଛ। ବଡ଼ବଡ଼ ପିଲା ସେମାନେ, ଭିତର ପଟୁ ନିଜେ କବାଟ ଦେଇଥିଲେ। ମୋର ୨୬ ବର୍ଷର ଅଭିଜ୍ଞତା, ମୁଁ ମଣିଷ ନା ପଶୁ ଯେ ଏଭଳି ପିଟିବି। ପିଲାମାନେ କ’ଣ କହିଛନ୍ତି ମୁଁ ଜାଣିନାହିଁ। ଶନିବାର ଜ୍ୱର ହୋଇଥିବାରୁ ମୁଁ ଛୁଟିରେ ଥିଲି। ଆସନ୍ତାକାଲି ସରପଞ୍ଚଙ୍କ ଉପସ୍ଥିତିରେ ବିଦ୍ୟାଳୟରେ ମିଟିଂ ହେବାର ଅଛି ସେଠି ସବୁ କଥା ଆଲୋଚନା ହେବ ବୋଲି ପ୍ରଧାନଶିକ୍ଷୟିତ୍ରୀ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାତୁଲୀ ୟୁଥ୍ କ୍ଲବ୍ କ୍ରିକେଟ ଟୁର୍ନାମେଣ୍ଟ: ସେମିଫାଇନାଲରେ ଅଙ୍ଗାରଗାଁର ଦମଦାର ବିଜୟ, ଫାଇନାଲରେ…

ଗଞ୍ଜାମ,୧୦।୭(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସନ୍ତୋଷପୁର ପଞ୍ଚାୟତ ଅଧୀନସ୍ଥ ସାତୁଲୀ ୟୁଥ୍ କ୍ଲବ୍ ଆନୁକୂଲ୍ୟରେ ଚାଲିଥିବା କ୍ରିକେଟ ଟୁର୍ନାମେଣ୍ଟର ଶୁକ୍ରବାର ଦିନ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି।…

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ସମଣା ଘାଟରୁ ଉଠୁନି ଗୋଟେ ମୁଠା ବାଲି; ତଥାପି ପୋଲିସ,ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କୁ ମିଛ ଟାର୍ଗେଟ: ପ୍ରତିବାଦରେ ଗର୍ଜିଲେ…

ହାଟଡିହୀ,୧୦।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନସ୍ଥ ସମଣା ବାଲିଘାଟକୁ ନେଇ ଚାଲିଥିବା ଇଚ୍ଛାକୃତ ଅପପ୍ରଚାର ଓ ଷଡ଼ଯନ୍ତ୍ର ବିରୋଧରେ ଗ୍ରାମବାସୀ ସ୍ୱର ଉତ୍ତୋଳନ କରିଛନ୍ତି।…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ: ଦ୍ୱିପ୍ରହରରେ ଗାଡ଼ି ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ

ଛତ୍ରପୁର, ୧୦।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ଏକ ଦୁଃସାହସିକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri