ଅନଶନ ସହଜ ନୁହେଁ

ଏନ୍‌ଇଇଟି ପରୀକ୍ଷାରେ ଅନିୟମିତତା ଓ ଶିକ୍ଷା ବ୍ୟବସ୍ଥାରେ ଅସଙ୍ଗତି ଦେଖାଦେଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ନୂଆଦିଲ୍ଲୀର ଯନ୍ତ୍ରରମନ୍ତରରେ ୨୧ ଦିନ ଆମରଣ ଅନଶନ କରିଆସୁଥିବା ସାମାଜିକ ତଥା ଜଳବାୟୁ କର୍ମୀ ସୋନମ ଓ୍ବାଙ୍ଗ୍‌ଚୁକ୍‌ଙ୍କୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ସାଧାରଣରେ ଏକ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଉଛି। ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେଇଥିବାରୁ ତାଙ୍କୁ ହସ୍ପିଟାଲରେ ରଖି ଚିକିତ୍ସା କରାଯିବା କେତେକେ ଠିକ୍‌ ବୋଲି କହୁଛନ୍ତି। ଆଉ କେତେକେ ଦିଲ୍ଲୀ ପୋଲିସର ବଳପୂର୍ବକ ଉଠାଇ ନେବା ଘଟଣାକୁ ନିନ୍ଦା କରି ସରକାର ବିରୋଧୀ ପ୍ରତିବାଦର ଏ ଦେଶରେ ସ୍ଥାନ ନାହିଁ ବୋଲି ଉଚ୍ଚାରଣ କରୁଛନ୍ତି। ସମୟ ଥିଲା ମହାତ୍ମା ଗାନ୍ଧୀ, ବିନୋବା ଭାବେ, ଜୟପ୍ରକାଶ ନାରାୟଣଙ୍କ ଭଳି ବ୍ୟକ୍ତି ଆମରଣ ଅନଶନ କରି ବ୍ରିଟିଶ ସରକାର ହେଉ ବା ନିଜ ଦେଶର ଶାସନ ବ୍ୟବସ୍ଥାରେ ଦେଖାଦେଉଥିବା ଅସଙ୍ଗତିକୁ ଦୂର କରିବା ଲାଗି ଆମରଣ ଅନଶନ କରୁଥିଲେ। ସ୍ଥଳବିଶେଷରେ ସେମାନେ ସେଥିରେ ସଫଳ ହେଉଥିଲେ। ମହାତ୍ମା ଗାନ୍ଧୀ ଅହିଂସା ଓ ସତ୍ୟାଗ୍ରହକୁ ବ୍ରିଟିଶ ବିରୋଧରେ ଗୋଟେ ଗୋଟେ ଅସ୍ତ୍ର ଭାବେ ବ୍ୟବହାର କରିଥିଲେ। ସବୁଠାରୁ ଶକ୍ତିଶାଳୀ ଓ ଶୃଙ୍ଖଳାଗତ ପ୍ରତିବାଦର ବାଟ ଭାବେ ଏହା ଜଣାଥିଲା। ସମ୍ଭବତଃ ସେହି ଚିନ୍ତାଧାରା ସମୟକ୍ରମେ ଆନ୍ଦୋଳନକାରୀଙ୍କୁ ବଳ ଦେଇ ଆସିଥିଲା। ଏବେ ଯେଉଁମାନେ ସେହି ବାଟ ଆପଣାଉଛନ୍ତି ସେମାନଙ୍କୁ ଚାପ ଗୋଷ୍ଠୀ ଆଖ୍ୟା ଦିଆଯାଉଛି। ଏପରିକି ଅନୀତି, ଦୁର୍ନୀତିକୁ ବିରୋଧ କରୁଥିବା ବ୍ୟକ୍ତିଙ୍କୁ ସରକାରୀ ବ୍ୟବସ୍ଥା ସହରୀ ମାଓବାଦୀ ଭାବେ ଅବିହିତ କରୁଛି। ଅବଶ୍ୟ ଆନ୍ନା ହାଜାରେଙ୍କ ଆମରଣ ଅନଶନ ଏକ ସମ୍ପୂର୍ଣ୍ଣ ଅସତ୍ୟ ଉପରେ ଥିଲା ବୋଲି ପରେ ଜଣାପଡ଼ିଲା। ଏଠାରେ ଭୁଲିଯିବା ନାହିଁ ଯେ, ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମଣିପୁର ବାସିନ୍ଦା ଇରୋମ ଶର୍ମିଳା ଚାନୁଙ୍କ ସଶସ୍ତ୍ରବାହିନୀ ସ୍ବତନ୍ତ୍ର କ୍ଷମତା ଆଇନ(ଆଫ୍‌ସ୍ପା) ଉଚ୍ଛେଦ ଦାବି କରି ଆମରଣ ଅନଶନ କରିଥିବା ଘଟଣା। ଇରୋମ ୧୬ ବର୍ଷ ଅନଶନରେ ରହି ଦୀର୍ଘ ସମୟ ବଞ୍ଚିପାରିଲେ, କାରଣ ଅଦାଲତର ହସ୍ତକ୍ଷେପ ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଭାବେ ନାକନଳି ବାଟେ ଖାଦ୍ୟ ଦିଆଯାଉଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଉତ୍ତରପୂର୍ବାଞ୍ଚଳରୁ ଆଫ୍‌ସ୍ପା ପ୍ରତ୍ୟାହୃତ ହୋଇନାହିଁ। ଅନ୍ୟ ଏକ ଉଦାହରଣ ହେଉଛି, ଆଇଆଇଟି କାନପୁରର ପ୍ରଫେସର ଜି.ଡି. ଅଗ୍ରଓ୍ବାଲଙ୍କ ୧୧୧ ଦିନ ଆମରଣ ଅନଶନ।
ଦାବିଥିଲା ଗଙ୍ଗା ନଦୀକୁ ସ୍ବଚ୍ଛ ରଖିବା ପାଇଁ ତା’ କୂଳରେ କିଛି ନବନିର୍ମାଣ କାର୍ଯ୍ୟକୁ ଅନୁମତି ମିଳିବା ଉଚିତ ନୁହେଁ। ବିଚରା ଅଗ୍ରଓ୍ବାଲଙ୍କ ମୃତ୍ୟୁ ଘଟିଗଲା ପଛେ ତାଙ୍କ ସକାରାତ୍ମକ ଦାବିକୁ ଆଜିର ସରକାର ସମ୍ପୂର୍ଣ୍ଣ ଭାବେ ଅଣଦେଖା କରିବା ସହିତ ଗଙ୍ଗା କିମ୍ବା ଭାରତର କୌଣସି ନଦୀକୁ ସ୍ବଚ୍ଛ କରିବା ପାଇଁ ତିଳେ ମାତ୍ର ଚେଷ୍ଟା କରିନାହିଁ।
କଥା ଉଠିଲାଣି ଦୀର୍ଘବର୍ଷ ମନମୁଖି ଶାସନ କରୁଥିବା ବ୍ୟକ୍ତିବିଶେଷଙ୍କୁ ବିରୋଧ କଲେ ହଇରାଣ ହରକତ ହେବାର ଆଶଙ୍କା ବଢ଼ୁଥିବାରୁ ଅନେକେ ଡରିଯାଇ ନୀରବ ରହୁଛନ୍ତି। ଆଜିର ଭାରତରେ ବହୁ ନାଗରିକ ନିଜର ସ୍ବାର୍ଥ ପାଇଁ ଶାସକ ଦଳକୁ ସମର୍ଥନ କରିଆସୁଛନ୍ତି। ସେମାନଙ୍କର ନିଜସ୍ବ ବ୍ୟବସାୟ କିମ୍ବା ରୋଜଗାରର ପନ୍ଥା ଶାସକ ଦଳର ଦୟାରୁ ଆସୁଥାଇପାରେ ବୋଲି ସନ୍ଦେହ କରାଯାଇପାରେ। ଅନ୍ୟପଟେ ଏକ ଭିନ୍ନ ଚିନ୍ତାଧାରା ପୋଷଣ କରୁଥିବା ନାଗରିକ ଗୋଷ୍ଠୀ ଏବେ ସରକାରଠାରୁ ଜବାବ ଖୋଜିବା ଆରମ୍ଭ କଲେଣି।
ଲଦାଖର ସ୍ବାତନ୍ତ୍ର୍ୟ ବଜାୟ ରଖି ରାଜ୍ୟ ମାନ୍ୟତା ଦାବି ଓ ସେଠାକାର ପରିବେଶଗତ ପବିତ୍ରତାକୁ ଅକ୍ଷୁଣ୍ଣ ରଖିବା ସକାଶେ ଲଢ଼େଇ କରି ଓ୍ବାଙ୍ଗ୍‌ଚୁକ୍‌ ୨୦୨୪ରେ ୨୧ ଦିନ ଓ ୨୦୨୫ରେ ୩୫ ଦିନ ଅନଶନ କରିଥିଲେ। ତାଙ୍କ ସ୍ବରକୁ ଚାପି ଦେବା ପାଇଁ ଗତବର୍ଷ ଜାତୀୟ ନିରାପତ୍ତା ଆଇନ (ଏନ୍‌ଏସ୍‌ଏ) ଅଧୀନରେ ଲେହରୁ ଗିରଫ କରାଯାଇ ରାଜସ୍ଥାନର ଯୋଧପୁର ଜେଲରେ ରଖାଯାଇଥିଲା। ମାଗ୍‌ସେସେ ପୁରସ୍କାର ବିଜେତା ଓ୍ବାଙ୍ଗ୍‌ଚୁକ୍‌ ଶିକ୍ଷା କ୍ଷେତ୍ରରେ ଅନେକ ପରୀକ୍ଷଣ କରି ସଂସ୍କାର ଆଣିଥିଲେ। ଅନ୍ୟପଟେ ଯେତେବେଳେ ଧାର୍ମିକ କାରଣରୁ କେହି ଉପବାସ କରନ୍ତି ତାହା ୧୨ ଘଣ୍ଟା ଟପିଲା ପରେ ମନ ଅସ୍ତବ୍ୟସ୍ତ ହୋଇଥାଏ। ସାଧାରଣ ଲୋକ ଗ୍ୟାସ୍‌ ଓ ଆସିଡିଟି (ପେଟ ଫମ୍ପେଇବା ଓ ଛାତି ପୋଡ଼ିବା ଭଳି)ରେ ଆକ୍ରାନ୍ତ ହୋଇ ଖାଇବା ପାଇଁ ବ୍ୟାକୁଳ ହେବେ। ଅନଶନ ଭଳି ପ୍ରତିବାଦ ଆଦୌ ସହଜ ନୁହେଁ। ଯେଉଁମାନେ ଓ୍ବାଙ୍ଗ୍‌ଚୁକ୍‌ଙ୍କୁ ପରିହାସ କରି ତାଙ୍କର ଅନଶନକୁ ବିଭିନ୍ନ ପ୍ରକାର କୌତୂହଳପୂର୍ଣ୍ଣ ରୂପ ଦେଉଛନ୍ତି, ସେମାନଙ୍କୁ ୫ ଦିନ ପାଇଁ ଜବରଦସ୍ତ ଅନଶନ କରାଇବା ଦରକାର। ସେଥିପାଇଁ ପରିହାସ କରିବା ପରିବର୍ତ୍ତେ ପ୍ରତ୍ୟେକ ଭାରତୀୟ ନାଗରିକର ନିଜର ସୁରକ୍ଷା ସମ୍ପର୍କରେ ଚିନ୍ତା କରିବାର ସମୟ ଆସିଲାଣି। ଆଜି ଯଦି କେହି ଭାବୁଥିବେ ଯେ, ଓ୍ବାଙ୍ଗ୍‌ଚୁକ୍‌ଙ୍କ ଅନଶନ କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି, କକ୍‌ରୋଚ ଜନତା ପାର୍ଟି( ସିଜେପି) ନାମ ବୃଦ୍ଧି କିମ୍ବା କେବଳ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଘଟୁ ବୋଲି କରାଯାଇଥିଲା, ତେବେ ସେହି ଧାରଣା ସମ୍ପୂର୍ଣ୍ଣ ଭାବେ ତ୍ରୁଟିପୂର୍ଣ୍ଣ। ଦିଲ୍ଲୀ ଯନ୍ତରମନ୍ତର ଅନଶନ ସଚେତନତା ବୃଦ୍ଧି କରାଇବାର ଉଦ୍ଦେଶ୍ୟ ରଖିଥିଲା। ଭାରତର ସରକାରୀ ବ୍ୟବସ୍ଥାରେ ଉତ୍ତରଦାୟିତ୍ୱ ରହିବା ଅତ୍ୟନ୍ତ ଆବଶ୍ୟକ ବୋଲି ଜନସାଧାରଣ ସଚେତନ ହେବା ଦରକାର। ଯେପର୍ଯ୍ୟନ୍ତ ସରକାରଙ୍କୁ ପ୍ରଶ୍ନ କରିବା ମାତ୍ରକେ ଉତ୍ତର ଦେବା ପରିବର୍ତ୍ତେ ବିରୋଧ କରାଯାଉଛି, ସେହି ସମୟ ଯାଏ ଭାରତର ଅର୍ଥନୈତିକ କିମ୍ବା ସାମାଜିକ ପରିବର୍ତ୍ତନ ବା ଆଧୁନିକୀକରଣ ହେବା ଅସମ୍ଭବ।

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଖାତାକୁ ଗଲା ସିଏମ୍‌ କିଷାନ ଯୋଜନା ଟଙ୍କା, ଗଞ୍ଜାମର ଏତିକି ଚାଷୀ ପାଇଲେ…

ଛତ୍ରପୁର,୪ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ପବିତ୍ର ଜନ୍ମାଷ୍ଟମୀ ଅବସରରେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ରବି ଋତୁ ୨୦୨୬-୨୭ ପାଇଁ ‘ମୁଖ୍ୟମନ୍ତ୍ରୀ କିଷାନ…

ଛାତ୍ରୀଛାତ୍ରଙ୍କ ଦୁର୍ଘଟଣା ସହାୟତାକୁ ନେଇ ଆସିଲା ନୂଆ ନିର୍ଦ୍ଦେଶାବଳୀ: ମୃତ୍ୟୁ ଘଟିଲେ ମିଳିବ…

ଭୁବନେଶ୍ୱର,୪।୯: ଛାତ୍ରୀଛାତ୍ରଙ୍କ ଦୁର୍ଘଟଣାଜନିତ ସମସ୍ୟାରେ ସହାୟତା ପ୍ରଦାନକୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଶିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରୀଛାତ୍ର ଏହି ବ୍ୟବସ୍ଥାରେ…

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ: ମନ ମୋହିଲା କୁନିକୁନି ପିଲାଙ୍କ ରାଧାକୃଷ୍ଣ ବେଶ

ଗଞ୍ଜାମ,୪ା୯(ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି। ଏହି ଅବସରରେ କୁନି ଶିଶୁମାନଙ୍କ ରାଧାକୃଷ୍ଣଙ୍କ ବେଶ…

୧୫୦୦ କିଲୋଗ୍ରାମ ପ୍ରସାଦ ସହ ୫୦୦ରୁ ଅଧିକ ବ୍ୟଞ୍ଜନର ନୈବେଦ୍ୟ, ଜନ୍ମାଷ୍ଟମୀ ପାଇଁ ନୋଏଡାରେ ସ୍ବତନ୍ତ୍ର ବ୍ୟବସ୍ଥା

ନୂଆଦିଲ୍ଲୀ,୪।୯: ଶୁକ୍ରବାର, ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ, ନୋଏଡାର ମନ୍ଦିରଗୁଡ଼ିକ ଭକ୍ତି, ମହିମା ଏବଂ ରାନ୍ଧଣା ଆନନ୍ଦର ଏକ ଅନନ୍ୟ ମିଶ୍ରଣ ଦେଖିବେ। କିଛି ସ୍ଥାନରେ, ଭଗବାନ ଶ୍ରୀକୃଷ୍ଣଙ୍କ…

ଜାହାଜ ଦୁର୍ଘଟଣା ପରେ ବି ଚେତୁନାହାନ୍ତି ଟ୍ରଲର ମାଲିକ, ବିପଦସଙ୍କୁଳ ଅବସ୍ଥାରେ ଚାଲିଛି ମାଛଧରା

ମହାକାଳପଡ଼ା,୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ୧୦ହଜାରରୁ ଅଧିକ ପାରମ୍ପରିକ ମତ୍ସ୍ୟଜୀବୀ ବଙ୍ଗୋପସାଗର ଉପରେ ନିର୍ଭର କରନ୍ତି। ମାଛ ଧରିଲେ ପରିବାର…

ଜଗନ୍ନାଥପ୍ରସାଦରେ ଚାଞ୍ଚଲ୍ୟ; ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ବାମୀ ଅଟକ

ଜଗନ୍ନାଥପ୍ରସାଦ,୪।୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ପଞ୍ଚଭୂତି ଗ୍ରାମର ଖଦାଳ ସାହିରେ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁକୁ…

ଲ୍ୟାଣ୍ଡିଂ ବେଳେ ଫେଲ୍‌ ହେଲା ବ୍ରେକ୍‌ : ସିଧା ଯାଇ ଖୁଣ୍ଟରେ ପିଟିହେଲା ଇଣ୍ଡିଗୋ ବିମାନ, ତା’ପରେ…

ଶ୍ରୀନଗର,୪।୯: ମୁମ୍ବାଇରୁ ଶ୍ରୀନଗର ପହଞ୍ଚିଥିବା ଇଣ୍ଡିଗୋର ବିମାନ 6E 225 ଲ୍ୟାଣ୍ଡିଂ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଲ୍ୟାଣ୍ଡିଂ ପରେ ବିମାନଟି ପାର୍କିଂ ବେ’ ଆଡ଼କୁ ଯାଉଥିବା ସମୟରେ…

ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ:ସୁରଧାପାଲି ଜଙ୍ଗଲରୁ ୩୪ ଏକରରୁ ଊର୍ଦ୍ଧ୍ୱ ଜବରଦଖଲ ଉଚ୍ଛେଦ

ଅମରପାଲି, ୪।୯(ପୀତାମ୍ବର ସାହୁ): ସୁବର୍ନପୁର ଜିଲା ବୀରମହାରାଜପୁର ତହସିଲ ଅଧୀନ କେନଝିରିଆପାଲି ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ ସୁରଧାପାଲି ଜଙ୍ଗଲ ମୌଜାରେ ଦୀର୍ଘଦିନ ଧରି ହୋଇଆସୁଥିବା ଜବରଦଖଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri