‘ହୃଦୟ ଦୀପ’ର କାହାଣୀକାର

ମୋ ଗାଁ ବରଗଛ ମୂଳେ ଜନ୍ମ ହୋଇଥିବା ଏକ କାହାଣୀ ସମଗ୍ର ବିଶ୍ୱରେ ତା’ର ଛାୟା ବିସ୍ତାର କରିପାରେ।’ ଇଣ୍ଟରନ୍ୟାଶନାଲ ବୁକ୍‌ର ପ୍ରାଇଜ୍‌ ପାଇବା ପରେ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ଏଭଳି ବୈଶ୍ୱିକ ବାଣୀ ଉଚ୍ଚାରଣ କରିଥିବା ମହିଳା ବାନୁ ମୁସ୍ତାକ୍‌ ଏବେ ପାଲଟି ଯାଇଛନ୍ତି ଚର୍ଚ୍ଚିତ ଲେଖିକା। କନ୍ନଡ଼ ଭାଷାରେ ଲିଖିତ ‘ହୃଦୟ ଦୀପ’କୁ ‘ଇଂଲିଶ୍‌ରେ ‘ହାର୍ଟ ଲ୍ୟାମ୍ପ’ ଭାବେ ଅନୁବାଦ କରି ଅନ୍ତର୍ଜାତୀୟ ପୁରସ୍କାର ସିଦ୍ଧ କରିଥିବାରୁ ଅନୁବାଦିକା ଦୀପା ଭସ୍ତିଙ୍କୁ ବାନୁ ଉଚ୍ଚ ପ୍ରଶଂସା କରିଛନ୍ତି। ମୁସଲମାନ ଲେଖିକା ଓ ହିନ୍ଦୁ ଅନୁବାଦିକାଙ୍କ ଯୁଗଳ ସୃଜନ କର୍ନାଟକ ସାହିତ୍ୟକୁ ଉଚ୍ଚରେ ପହଞ୍ଚାଇବାରେ ସକ୍ଷମ ହୋଇଛି। ଅନେକଟି ସୃଷ୍ଟିରେ ନାରୀକୁ କେନ୍ଦ୍ରୀୟ ଚରିତ୍ର କରି ତା’ର ଅଧିକାର ସାବ୍ୟସ୍ତ ସକାଶେ ଲେଖନୀ ଚାଳନା କରିଥିବା ମହିଳାଙ୍କ ଚିନ୍ତାଧାରାକୁ ଉଚିତ ବ୍ୟାଖ୍ୟାନ କରିଥିବା ଆଉ ଜଣେ ମହିଳା ନିଶ୍ଚିତ ଭାବେ ସମ୍ମାନଯୋଗ୍ୟା। ଦୁହିଁଙ୍କୁ ଅନ୍ତର୍ଜାତୀୟ ସମ୍ମାନର ଅର୍ଥ ନାରୀ ସମାଜକୁ ମର୍ଯ୍ୟାଦାର ଗାଦିରେ ବସାଇ ଦିଆଯିବା। ଜୀବନବ୍ୟାପୀ ମହିଳାଙ୍କ ହକ୍‌ ପାଇଁ ସାମାଜିକ ଆନ୍ଦୋଳନ ଓ ସଂସ୍କୃତିସମ୍ପନ୍ନ ସାହିତ୍ୟ ଯାତ୍ରା ମାଧ୍ୟମରେ ସ୍ଥାନୀୟ ଚରିତ୍ରକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇଥିବାରୁ ବାନୁଙ୍କୁ ନେଇ ଚାରିଆଡ଼େ ଗୋଟେ ସକାରାତ୍ମକ ଆଲୋଚନା ହେବା ଜଣେ ସ୍ରଷ୍ଟା ପାଇଁ ଅତି ଗୌରବର କଥା। ପ୍ରତ୍ୟେକଙ୍କ ହୃଦୟରେ ଦୀପଟିଏ ଜାଳିବା ପାଇଁ ନିଜେ ସଳିତା ପାଲଟିବା ସମସ୍ତଙ୍କ ଭାଗ୍ୟରେ ଜୁଟି ନ ଥାଏ। ବାନୁ ଆଜି ତାଙ୍କ ସୃଜନ ସଳିତାରେ ବିଶ୍ୱକୁ ଆଲୋକୀକରଣ କରିଥିବାରୁ ତାଙ୍କ ଜୀବନ ଓ ସୃଜନଯାତ୍ରା ବିଷୟରେ ସମସ୍ତେ ଜିଜ୍ଞାସା ରଖିବା ସ୍ବାଭାବିକ।
ବାନୁ ମୁସ୍ତାକ୍‌ କର୍ନାଟକର ହାସାନଠାରେ ୧୯୪୮ରେ ଏକ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ। ମାତ୍ର ୮ ବର୍ଷ ବୟସରେ ତାଙ୍କୁ ଶିବମୋଗାସ୍ଥିତ କନ୍ନଡ଼ ଲାଙ୍ଗୁଏଜ୍‌ ମିଶନାରି ସ୍କୁଲରେ ଭର୍ତ୍ତି କରାଯାଇଥିଲା। ସର୍ତ୍ତ ଥିଲା ସେ ୬ ମାସ ମଧ୍ୟରେ ଯେପରି କନ୍ନଡ଼ ଭାଷା ଲେଖିବା ଓ ପଢ଼ିବା କରିପାରନ୍ତି। ହେଲେ ସେ ମାତ୍ର କେଇ ଦିନରେ ତାହା କରି ଦେଖାଇବା ପରେ ତାଙ୍କ ପ୍ରତିଭାର ପରିଚୟ ପିଲାଦିନୁ ମିଳିପାରିଥିଲା। ପରବର୍ତ୍ତୀ ସମୟରେ ସେ ବିଶ୍ୱବିଦ୍ୟାଳୟରେ ପଢ଼ାଶେଷ କରିଥିଲେ। ୨୬ ବର୍ଷରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ତାଙ୍କ ପ୍ରାରମ୍ଭିକ ବୃତ୍ତି ଥିଲା ସାମ୍ବାଦିକତା, ‘ଲଙ୍କେଶ ପତ୍ରିକେ’ରେ ରିପୋର୍ଟର। ପରବର୍ତ୍ତୀ ସମୟରେ ସେ କିଛି ସମୟ ପାଇଁ ବେଙ୍ଗାଲୁରୁସ୍ଥିତ ଆକାଶବାଣୀରେ କାର୍ଯ୍ୟ କରିଥିଲେ। ୧୯୮୦ରେ ବାନୁ କର୍ନାଟକରେ ଦେଖାଦେଇଥିବା ମୌଳବାଦ ଓ ସାମାଜିକ ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରି ଆନ୍ଦୋଳନରେ ସାମିଲ ହୋଇଥିଲେ। ମସ୍‌ଜିଦରେ ମୁସଲମାନ ମହିଳାଙ୍କ ପ୍ରବେଶ ଅଧିକାରକୁ ସମର୍ଥନ କରିବାରୁ ତାଙ୍କୁ ଓ ତାଙ୍କ ପରିବାର ବିରୋଧରେ ୨୦୦୦ ମସିହାରେ ୩ ମାସିଆ ସାମାଜିକ ବାସନ୍ଦ ଲାଗୁ କରାଯାଇଥିଲା। ଏପରିକି ତାଙ୍କୁ ଟେଲିଫୋନ୍‌ରେ ଅନେକେ ଅଭଦ୍ର ଭାଷାରେ ଗାଳି କରିବା ସହ ଜଣେ ଛୁରି ଭୁସିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସ୍ବାମୀଙ୍କ ପ୍ରତିରୋଧ ଯୋଗୁ ସେ ଅଘଟଣରୁ ବର୍ତ୍ତି ଯାଇଥିଲେ। ଅସ୍ବାଭାବିକ ସ୍ଥିତିର ସମ୍ମୁଖୀନ ହୋଇଥିଲେ ମଧ୍ୟ ସେ ତାଙ୍କ ଲକ୍ଷ୍ୟପଥରୁ ବିଚ୍ୟୁତ ହୋଇ ନ ଥିଲେ, ବରଂ ସବୁ ଅଡ଼ୁଆ ଘଟଣା ତାଙ୍କୁ ସଶକ୍ତ ହେବା ଲାଗି ସୁଯୋଗ ଯୋଗାଇ ଦେଇଥିଲା।
ପିଲାଟିବେଳୁ ଲେଖାଲେଖି ପ୍ରତି ଆଗ୍ରହ ଥିଲେ ମଧ୍ୟ ୨୯ ବର୍ଷଯାଏ ସେ ଲେଖକୀୟ ସ୍ବୀକୃତି ପାଇପାରି ନ ଥିଲେ। ପରବର୍ତ୍ତୀ ସମୟରେ ମହିଳାଙ୍କ ପ୍ରତି ହେଉଥିବା ଅନ୍ୟାୟ ଓ ଅତ୍ୟାଚାରକୁ ସେ ପ୍ରତ୍ୟକ୍ଷ କରିବା ପରେ ନାରୀବାଦୀ ଲେଖିକା ହୋଇଯାଇଥିଲେ। ୬ଟି କ୍ଷୁଦ୍ରଗଳ୍ପ ସଙ୍କଳନ ସହ ଗୋଟିଏ ଲେଖାଏ ଉପନ୍ୟାସ, ପ୍ରବନ୍ଧ ଓ କବିତା ସମଗ୍ରକୁ ନେଇ ତାଙ୍କ ସୃଜନ ସଂସାର ବେଶ୍‌ ସୁଦୃଢ଼। ତାଙ୍କ କାହାଣୀ ‘ହାସିନା’ ଚଳଚ୍ଚିତ୍ର ଭାବେ ମୁକ୍ତିଲାଭ କରିବା ପରେ ତାହା ଅନେକଙ୍କୁ ପ୍ରଭାବିତ କରିଥିଲା। ୧୯୭୦ରେ ବନ୍ଦୟ ସାହିତ୍ୟ (ଲେଖକଙ୍କ ବୈପ୍ଳବିକ ମଞ୍ଚ)ର ସେ ଅଂଶବିଶେଷ ପାଲଟିଥିଲେ। ପୁଣି ଜଣେ ଆଇନଜୀବୀ ଭାବେ ବାନୁ ମହିଳାଙ୍କୁ ନ୍ୟାୟ ବାଣ୍ଟିବା ବେଳେ ସେଥିରୁ ସେ ଅନେକ ଚରିତ୍ରକୁ ଭେଟିଛନ୍ତି, ଯେଉଁଗୁଡ଼ିକ ତାଙ୍କ ପାଇଁ ପରବର୍ତ୍ତୀ ସମୟରେ କାହାଣୀର ରୂପ ପାଇପାରିଛି। ଏକ ଶୁଦ୍ଧ ମନ ଓ ସକାରାତ୍ମକ ସଂକଳ୍ପ ନେଇ ସେ ପ୍ରତିଟି ଚରିତ୍ରକୁ ବାସ୍ତବାୟିତ କରିପାରିଥିବାରୁ ଦିନେ ତାଙ୍କ ଉପରେ ଲାଗିଥିବା ‘ଫତ୍‌ଓ୍ବା’ ତାଙ୍କ ପାଇଁ ‘ଫେମ୍‌’ ଆଣିଦେଲା ବୋଲି ସମୀକ୍ଷକମାନେ ମତ ଦେଇଥାଆନ୍ତି। ବିଶେଷକରି ୧୨ଟି କ୍ଷୁଦ୍ରଗଳ୍ପ ସଙ୍କଳନ ‘ହୃଦୟ ଦୀପ’ରେ ବାନୁ ଦକ୍ଷିଣ ଭାରତର ପିତୃକୈନ୍ଦ୍ରିକ ପରିବାରରେ ମହିଳାଙ୍କ ଦୈନନ୍ଦିନ ଜୀବନ, ସେମାନଙ୍କୁ କରାଯାଉଥିବା ଶୋଷଣ ଓ ସ୍ବାଧୀନତାକୁ କ୍ୱଚିତ ସହ୍ୟ କରୁଥିବା ରକ୍ଷଣଶୀଳ ସମାଜର ପ୍ରତିଟି ଦିଗକୁ ବ୍ୟାଖ୍ୟାନ କରିଛନ୍ତି। ତେଣୁ ୭୧ ବର୍ଷୀୟା ମହିଳା ତାଙ୍କ ଲେଖା ମାଧ୍ୟମରେ କହିବାକୁ ଚାହିଁଛନ୍ତି ‘ଆମ୍ଭେମାନେ ଏପରିକି ଏକ ବିଶ୍ୱ ସମୁଦାୟ ଭାବେ ତିଷ୍ଠିପାରିବା ଯେତେବେଳେ ବିବିଧତାକୁ କୋଳେଇ ନେବା, ମତଭେଦକୁ ସମ୍ମାନ ଦେବା ଓ ପରସ୍ପରର ଉନ୍ନତିରେ ନିଜକୁ ଉତ୍ସର୍ଗ କରିପାରିବା’। ଆଞ୍ଚଳିକ ଚିନ୍ତାଧାରା କିଭଳି ବୈଶ୍ୱିକ ଭାବଧାରାକୁ ପରିବର୍ତ୍ତନ କରିବାରେ ସହାୟକ ହୋଇପାରେ, ବାନୁ ‘ହୃଦୟ ଦୀପ’ ଜରିଆରେ ଦର୍ଶାଇବାକୁ ଚାହିଁଛନ୍ତି। ଦୀର୍ଘ ୩୦ ବର୍ଷ ଧରି ରଚିତ କାହାଣୀର ସଙ୍କଳିତ ରୂପ ‘ହାର୍ଟ ଲ୍ୟାମ୍ପ’ ନିଶ୍ଚିତ ଭାବେ ଅନେକଙ୍କ ପାଇଁ ଆଲୋକବର୍ତ୍ତିକା ପାଲଟିବା ଥୟ।
କୌତୂହଳର ବିଷୟ, ଲଣ୍ଡନର ଟାଟେ ମଡର୍ନଠାରେ ମର୍ଯ୍ୟାଦାପୂର୍ଣ୍ଣ ସାହିତ୍ୟ ସମ୍ମାନ ଗ୍ରହଣ କରୁଥିବା ବେଳେ ବାନୁଙ୍କ ହସ ବେଶ୍‌ ସୁନ୍ଦର ଥିଲା ଓ ତାଙ୍କ ଶାଢ଼ି ମଧ୍ୟ ଝଟକୁଥିଲା। କିନ୍ତୁ ସେ ପରିଧାନ କରିବାକୁ ଯୋଜନା କରିଥିବା ଶାଢ଼ି ତାହା ନ ଥିଲା। କାରଣ ଲଣ୍ଡନଯାତ୍ରା ସମୟରେ ତାଙ୍କ ସୁଟ୍‌କେଶଟି ହଜିଯାଇଥିଲା, ଯେଉଁଥିରେ ଥିଲା ଆବଶ୍ୟକ ଔଷଧ ଓ ପୁରସ୍କାର ଉତ୍ସବ ପାଇଁ ବାଛିଥିବା ରେଶମୀ ଶାଢ଼ି। କାହାଣୀକାର ଯେତେବେଳେ ନିଜ କାହାଣୀର ଚରିତ୍ର ପାଲଟି ଯାଆନ୍ତି, ସେତେବେଳେ ହଜିଯାଇଥିବା ଜିନିଷ ତାଙ୍କ ପାଖକୁ ନ ଆସି ‘ଦାବିବିହୀନ ବସ୍ତୁ’ ବିକ୍ରୟ କେନ୍ଦ୍ରରେ ନୂଆ ମାଲିକ ପାଇଯିବା ନିଶ୍ଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ଗଭୀର ଅବପାତର ରୂପ ନେଲା ଲଘୁଚାପ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ଆରମ୍ଭ

ଗଞ୍ଜାମ,୨୧।୯(ବିଦ୍ୟାଧର ସାହୁ ): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇ ବଙ୍ଗୋପସାଗର ଆଡ଼କୁ ଗତି କରିବା ନେଇ ଭାରତୀୟ ପାଣିପାଗ…

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଶନିଙ୍କ ଚାଲିବ ଦିଗ ବଦଳ: ୨୦୨୭ରେ କାହା ଉପରେ ଚଢ଼ିବ ସାଢେସାତୀ? କେଉଁ ରାଶି ପାଇବେ ମୁକ୍ତି, ପଢନ୍ତୁ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ସାଢେସାତୀକୁ ଏକ କଠିନ ସମୟ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଏହି ସମୟରେ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ, ବ୍ୟବସାୟ, ଚାକିରି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

୧୨ ବର୍ଷ ପରେ ସିଂହ ରାଶିରେ ଘଟୁଛି ଅଦ୍ଭୁତ ଘଟଣା: ୨୦୨୭ ଯାଏ ୩ ରାଶି ପାଇଁ ସୁବର୍ଣ୍ଣ ସମୟ, ମାଲାମାଲ ସହ ନୂଆ ଚାକିରି…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆସନ୍ତା ୩୧ ଅକ୍ଟୋବର ୨୦୨୬ରେ ଗୁରୁ ଗ୍ରହ ଏକ ବଡ଼ ରାଶି ପରିବର୍ତ୍ତନ କରିବେ। ଦିନ ୧୨ଟା ୦୧ ମିନିଟରେ ଗୁରୁ…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?