Posted inଫୁରସତ

ଚୋରି ଜିନିଷ ହେଲା ଭାରି, ପୋଲିସକୁ ନିଜେ ଡାକିଲେ ଚୋର

ଆପଣ ନିଶ୍ଚିତ ଚୋରି ସମ୍ପର୍କିତ ଅନେକ ଘଟଣା ଶୁଣିଥିବେ। ଯେଉଁଥିରେ ବେଳେବେଳେ ଅତ୍ୟନ୍ତ ଭୟଙ୍କର କିମ୍ବା ମଜାଳିଆ ଘଟଣା ଘଟିଥାଏ। କେଉଁଠି ଚୋର ଚୋରି କରିବାକୁ ଆସି ପୂଜା କରିଥାଏ ତ ଆଉ କେଉଁଠି ଖାଇପିଇ ଚୋରି କରି ଖସିଯାଇଥାଏ। ଏବେ ଏକ ଅଜବ ଚୋରି ସାମ୍ନାକୁ ଆସିଛି। ଚୋର ଆରାମରେ ଚୋରି କରିବା ପରେ ଯେତେବେଳେ ସେ ଅନୁଭବ କଲେ ଯେ, ସାମଗ୍ରୀ ବହୁତ ଓଜନିଆ ହୋଇଗଲା; ସେ ସାହାଯ୍ୟ ପାଇଁ ନିଜେ ପୋଲିସକୁ ଡାକିଥିଲେ।

ଫ୍ଲୋରିଡାରୁ ଏମିତି ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏହି କାହାଣୀଟି ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଏଠାରେ ଜଣେ ମହିଳା ଏବଂ ଜଣେ ପୁରୁଷ ଚୋରି କରିବାକୁ ଆସିଥିଲେ। ସେମାନେ ଏକ ତାଲା ପଡ଼ିଥିବା ଘର ଦେଖି ସେଠାରୁ ଜିନିଷ ଚୋରି କରିଥିଲେ। ଯେତେବେଳେ ଲୁଟ୍‌ ସାମଗ୍ରୀ ଅତ୍ୟଧିକ ହୋଇଗଲା, ମହିଳାଙ୍କ ମନରେ ଏପରି ଧାରଣା ଆସିଲା ଯେ, ସେ ସଙ୍ଗେ ସଙ୍ଗେ ୯୧୧କୁ ଫୋନ୍‌ କଲେ। ଫଳରେ ସେ ଲଗେଜ ଉଠାଇବାରେ ସାହାଯ୍ୟ ପାଇପାରିବେ। ପୋଲିସ ପକ୍ଷରୁ ଫୋନ୍‌ ଉଠାଯାଇଥିଲା, କିନ୍ତୁ କେହି କିଛି କହି ନ ଥିଲେ। ପୋଲସ କାଉଣ୍ଟି ସରିଫଙ୍କ ତରଫରୁ ତାଙ୍କୁ କୁହାଯାଇଥିଲା, ସେ ଉକ୍ତ ସ୍ଥାନକୁ ଯିବାକୁ ସ୍ଥିର କରିଛନ୍ତି।

ପୋଲିସର ସୂଚନାନୁସାରେ, ସେମାନେ ସେଠାରେ ପହଞ୍ଚିବା ପରେ ଘରେ କେହି ନ ଥିଲେ। ସେମାନେ ଦେଖିଲେ ଜଣେ ମହିଳା ଏବଂ ଜଣେ ପୁରୁଷ ତାଲା ପଡ଼ିଥିବା କବାଟ ପଛରେ ଲୁଚି ରହିଛନ୍ତି। ସୁରକ୍ଷା ଭିଡିଓ ମାଧ୍ୟମରେ ପୋଲିସ ତାଙ୍କୁ ଚିହ୍ନଟ କରିଥିଲା। ମହିଳା ଚୋର ତାଙ୍କ ଘର ବାହାରେ ଧରାପଡ଼ିଥିଲେ। ସେ କହିଥିଲେ, ସେ ଡକାଇଥିଲେ, କାରଣ ସେ ଚାହୁଁଥିଲେ , ପୋଲିସ ଲୁଟ୍‌ ସାମଗ୍ରୀ ନେଇ ବିମାନବନ୍ଦରକୁ ଯାଉ। ଯାହାଫଳରେ ସେ ଶେଷ ସପ୍ତାହ ନ୍ୟୁୟର୍କରେ ବିତାଇ ପାରିବେ। ତେବେ ପୋଲିସ ତାଙ୍କୁ ସିଧାସଳଖ ଜେଲକୁ ନେଇଥିଲା ଏବଂ ସପ୍ତାହ ଶେଷରେ ତାଙ୍କୁ ସ୍ବାଗତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଯିବେ NSA ଅଜିତ ଡୋଭାଲ; ଜାଣନ୍ତୁ ଏହାର ପ୍ରମୁଖ କାରଣ

ନୂଆଦିଲ୍ଲୀ,୨୩।୮: ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ସମ୍ପର୍କରେ ପୁଣି ଥରେ କୂଟନୈତିକ ଆଲୋଚନା ଆଗକୁ ବଢ଼ିବାକୁ ଯାଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri