ଟ୍ରାକ୍‌କୁ ଫେରିଲା ଶେୟାର ବଜାର; ନିବେଶକଙ୍କୁ ୩.୫୨ ଲକ୍ଷ କୋଟି ଟଙ୍କା ଲାଭ

ନୂଆଦିଲ୍ଲୀ: ଗତ ୬ଦିନ ହେବ ଦେଶର ପୁଞ୍ଜିବଜାରରେ ହ୍ରାସ ଧାରା ଲାଗି ରହିଥିଲା। ଏହି ସମୟ ମଧ୍ୟରେ ନିବେଶକମାନେ ପ୍ରାୟ ୧୧ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ କ୍ଷତି ସହିଛନ୍ତି। ଶୁକ୍ରବାର ଶେୟାର ବଜାର ଟ୍ରାକ୍‌କୁ ଫେରିଥିବା ଜଣାପଡିଛି। ଏହି ସମୟରେ ନିବେଶକଙ୍କୁ ୩.୫୨ ଲକ୍ଷ କୋଟି ଟଙ୍କା ଲାଭ ହୋଇଛି। ଶୁକ୍ରବାର ସେନ୍‌ସେକ୍ସ ୮୩୫.୦୬ ପଏଣ୍ଟ ବା ୨.୨୮% ଉଚ୍ଚରେ ରହି ୩୭,୨୮୮ ପଏଣ୍ଟରେ କାରବାର ବନ୍ଦ ହୋଇଛି। ଏହା ପୂର୍ବରୁ ଗୁରୁବାର ସେନ୍‌ସେକ୍ସ ୧,୧୧୪ ପଏଣ୍ଟ ଖସି ୩୬,୫୫୩ ପଏଣ୍ଟରେ ବନ୍ଦ ହୋଇଥିଲା। ସାରା ଦେଶରେ ଶେୟାର କାରବାର ଉନ୍ନତ ହେବାରୁ ବଜାରରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିବା ଚଏସ୍‌ ବ୍ରୋକିଂ କମ୍ପାନୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁମିତ ବାଗାଡିଆ ସୂଚନା ଦେଇଛନ୍ତି।
ଭାରତୀ ଏୟାରଟେଲ, ବଜାଜ ଫିନସର୍ଭ, ଏଚ୍‌ସିଏଲ୍‌, ଇଣ୍ଡସଇଣ୍ଡ ବ୍ୟାଙ୍କ, ଟିସିଏସ୍‌, ଏଲ୍‌ଆଣ୍ଡଟି, ଆଇସିଆଇସିଆଇ ବ୍ୟାଙ୍କ, ଓଏନ୍‌ଜିସି ଭଳି କମ୍ପାନୀର ଶେୟାର କାରବାର ଉନ୍ନତ ରହିଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ମିଡ୍‌ କ୍ୟାପ ଏବଂ ସ୍ମଲ କ୍ୟାପ ସୂଚୀ ଏହି ସମୟରେ ୨.୯୦ ପଏଣ୍ଟ ଉଚ୍ଚରେ ରହିଛି। କରୋନା ମହାମାରୀ ଏବଂ ବିଶ୍ୱ ବଜାର ଚାପ ଭାରତ ଶେୟାର ବଜାର ଉପରେ ପଡିଥିଲା। ଫଳରେ ସେନ୍‌ସେକ୍ସରେ ଗତ ୬ ଦିନ ହେବ ଲଗାତର ହ୍ରାସ ଧାରା ଲାଗି ରହିଥିଲା। ଏହାର ପ୍ରଭାବ ଶୁକ୍ରବାର ବଜାର ଉପରେ ପ୍ରାୟ ନାହିଁ। ଫଳରେ କାରବାର ଟ୍ରାକ୍‌କୁ ଫେରିଥିବା ବିଶେଷଜ୍ଞ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri