ବନ୍ଦ ହୋଇଯିବ ରାଜ୍ୟର ୧୦୦୦ ଏମ୍‌ଏସ୍‌ଏମ୍‌ଇ

ଭୁବନେଶ୍ୱର: ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ର ବିକାଶକୁ ରାଜ୍ୟ ସରକାର ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ବିଭିନ୍ନ ନୀତି କାର୍ଯ୍ୟକାରୀ କରାଇବା ବେଳେ କ୍ଷୁଦ୍ରଶିଳ୍ପଗୁଡିକ ଯେଭଳି ସଙ୍କଟ ମଧ୍ୟକୁ ଚାଲି ନ ଯାଆନ୍ତି ତାକୁ ସରକାର ଧ୍ୟାନରେ ରଖିବା ଉଚିତ ବୋଲି ଶିଳ୍ପ ସଂଘଗୁଡିକ ଏକ ମିଳିତ ଖବରଦାତା କାର୍ଯ୍ୟକ୍ରମରେ ଏଭଳି ଦାବି ଉଠାଇଛନ୍ତି। ରାଜ୍ୟର ଏମ୍‌ଏସ୍‌ଏମ୍‌ଇ ସ୍ବାର୍ଥକୁ ଜଗିବା ଏବଂ ସ୍ଥାନୀୟ କ୍ଷୁଦ୍ରଶିଳ୍ପର ବିକାଶ ଲାଗି ଉଦ୍ଦିଷ୍ଟ ଥିବା ଇପିଏମ୍‌ ରେଟ୍‌ କଣ୍ଟ୍ରାକ୍ଟ ବ୍ୟବସ୍ଥାକୁ ପୂର୍ବଭଳି ବଜାୟ ରଖିବାକୁ ସଂଘ ଦାବି କରିଛନ୍ତି। ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁ ଏଭଳି ବ୍ୟବସ୍ଥା ଉଚ୍ଛେଦ ଦ୍ୱାରା ରାଜ୍ୟର ପ୍ରାୟ ୧ ହଜାର ଏମ୍‌ଏସ୍‌ଏମ୍‌ଇ ବନ୍ଦ ହେବା ସହ ପ୍ରାୟ ୧ ଲକ୍ଷ କର୍ମଚାରୀଙ୍କ ଚାକିରି ଚାଲିଯିବ ବୋଲି ଆଶଙ୍କା କରାଯାଇଛି। ଏହି ସମସ୍ୟାକୁ ନେଇ ଶିଳ୍ପୋଦ୍ୟୋଗୀ ଆମରଣ ଅନଶନରେ ବସିବା ନେଇ କହିଛନ୍ତି। ରାଜ୍ୟରେ ଗଭର୍ନମେଣ୍ଟ ଇ-ନାମ(ଜିଇଏମ୍‌) ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଲାଗୁ ହେଲେ ପ୍ରାକୃତିକ ଦୁର୍ବିପାକ ଏବଂ କୋଭିଡ୍‌-୧୯ ଭଳି ମହାମାରୀ ସମୟରେ ସାମଗ୍ରୀ ଓ ସେବା ଯୋଗାଣରେ ବ୍ୟାଘାତ ସୃଷ୍ଟି କରିବ।
ଇପିଏମ୍‌ ରେଟ୍‌ କଣ୍ଟ୍ରାକ୍ଟ ସାମଗ୍ରୀର ପୂର୍ବ ଏବଂ ତଦାରଖ ବ୍ୟବସ୍ଥାରେ ଜିଇଏମ୍‌ରେ ନ ଥିବା ସଂଘଗୁଡିକ କହିଛନ୍ତି। ଦର ଚୁକ୍ତି ବା ରେଟ୍‌ କଣ୍ଟ୍ରାକ୍ଟ ଓଡ଼ିଶାର ଏକ ଅଦ୍ୱିତୀୟ ସଂଗ୍ରହ ବ୍ୟବସ୍ଥା ହୋଇଥିବା ବେଳେ ବର୍ତ୍ତମାନ ସରକାରଙ୍କ ପଦକ୍ଷେପ ଯୋଗୁ ଏହା ସତ୍ତା ହରାଇଥିବାରୁ ସଂଘଗୁଡିକ ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି। ଏମ୍‌ଏସ୍‌ଏମ୍‌ଇ ମାରଣ ନୀତିକୁ ତ୍ୟାଗକରି ସରକାର କ୍ଷୁଦ୍ରଶିଳ୍ପ ବିକାଶ କଥା ଚିନ୍ତା କରନ୍ତୁ ବୋଲି ମିଳିତ ଖବରଦାତା କାର୍ଯ୍ୟକ୍ରମରେ ସଂଘଗୁଡିକ ନିବେଦନ କରିଛନ୍ତି। କାର୍ଯ୍ୟକ୍ରମରେ ଶିଳ୍ପ ସଂଘ ଓସିଆର ସଭାପତି ସ୍ମରଜିତ ମହାନ୍ତି, ଓଇଆର ସଭାପତି ମିହିର କାନୁନେ୍‌ଗା, ଓସ୍‌ମେ ମହାସଚିବ ସାତ୍ତ୍ୱିକ ସ୍ବାଇଁ, ଓଇଆ ଅଧ୍ୟକ୍ଷ ଅବନୀ କାନୁନ୍‌ଗୋ ଏବଂ ୟୁପିଏମ୍‌ଇ ସଭାପତି ଭାଗୀରଥି ଧଳ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri