ବିମୁଦ୍ରୀକରଣକୁ ପୂରିଲା ୪ ବର୍ଷ

୨୦୧୬ ନଭେମ୍ବର ୮ରେ କେନ୍ଦ୍ର ସରକାର ବିମୁଦ୍ରୀକରଣ ଘୋଷଣା ଦ୍ୱାରା ମହାତ୍ମା ଗାନ୍ଧୀ ସିରିଜର ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌ଗୁଡିକୁ ଅଚଳ କରିଦେଲେ। ଏହା ପରେ ନୂଆ ୫୦୦ ଏବଂ ୨୦୦୦ ଟଙ୍କିଆ ସହ ଅନ୍ୟ ନୂଆ ନୋଟ୍‌ ବଜାରକୁ ଛଡ଼ାଗଲା। କଳାଟଙ୍କା, ବେଆଇନ କାର୍ଯ୍ୟ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିବା ଦିଗରେ ଏଭଳି ପଦକ୍ଷେପ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ନଗଦ କାରବାର ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଥିବା ଭାରତୀୟ ଅର୍ଥ ବ୍ୟବସ୍ଥା ବିମୁଦ୍ରୀକରଣ ଦ୍ୱାରା ସଙ୍କଟ ସ୍ଥିତିକୁ ଚାଲିଗଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ଲୋକମାନେ ସେମାନଙ୍କ କଷ୍ଟ ଉପାର୍ଜିିତ ଅର୍ଥ ଉଠାଇବା ଏବଂ ବଦଳାଇବା ଲାଗି ଲାଇନରେ ଛିଡାହେବାକୁ ପଡିଲା। ଏଥିରେ ଅନେକ ଲୋକଙ୍କ ଜୀବନ ମଧ୍ୟ ଚାଲିଗଲା। ଦେଶର ଉନ୍ନତ ସ୍ଥିତି ଲାଗି ଏଭଳି କଷ୍ଟ ଦେଶବାସୀ ସହିଲେ ହେଲେ ଅର୍ଥ ବ୍ୟବସ୍ଥାକୁ ଯେଉଁ କ୍ଷତି ହେଲା ତାହାକୁ ଭରଣା କରିବା ଆଜି ଯାଏ ସମ୍ଭବ ହୋଇପାରିନାହିଁ ବୋଲି ଅନେକ ରିପୋର୍ଟରେ ଉଲ୍ଲେଖ ରହିଛି।
୨୦୧୮ରେ ରିଜର୍ଭ ବ୍ୟାଙ୍କ ଦେଇଥିବା ତଥ୍ୟ ମୁତାବକ ୧୫.୩୦ ଲକ୍ଷ କୋଟି ଟଙ୍କା ଅଚଳ ନୋଟ୍‌ ବ୍ୟାଙ୍କ ସିଷ୍ଟମକୁ ଫେରି ଆସିଛି। ବଜାରରେ ପ୍ରଚଳିତ ଥିବା ମୋଟ ନଗଦ ମଧ୍ୟରୁ ଏହା ପ୍ରାୟ ୯୯.୩% ଥିଲା। ମାତ୍ର ୧୦,୨୭୦ କୋଟି ଟଙ୍କା ବ୍ୟାଙ୍କିଙ୍ଗ୍‌ ସିଷ୍ଟମକୁ ଫେରିପାରିଲା ନାହିଁ। ତେବେ ସରକାରଙ୍କ କହିବା ମୁତାବକ ବଜାରରେ ରହିଥିବା ବୃହତ୍‌ ପରିମାଣର କଳାଟଙ୍କା କୁଆଡ଼େଗଲା ବୋଲି ବଜାର ବିଶେଷଜ୍ଞ ପ୍ରଶ୍ନ ଉଠାନ୍ତି। ଆଜି ଯାଏ ସରକାର ତା’ର ଉତ୍ତର ଦେଇପାରିନାହାନ୍ତି। ଯଦି କଳାଟଙ୍କା ନ ଥିଲା ବୋଲି ମାନି ନିଆଯାଏ ତେବେ ସରକାର ଏଭଳି କାହିଁକି ଲୋକମାରଣ ନୀତି ଗ୍ରହଣ କରି ଅର୍ଥ ବ୍ୟବସ୍ଥାକୁ ସଙ୍କଟକୁ ଠେଲିଦେଲେ ବୋଲି ଆଜି ମଧ୍ୟ ଅନେକେ ପ୍ରଶ୍ନ କରନ୍ତି। ସରକାରଙ୍କ ଏଭଳି ପଦକ୍ଷେପକୁ ଚାରିଆଡୁ ସମାଲୋଚନା କରାଯାଇଛି। ଠିକ୍‌ ଭାବେ ଯୋଜନା ନ କରି ଏଭଳି ପଦକ୍ଷେପକୁ କାର୍ଯ୍ୟକାରୀ କରାଇବାକୁ ଅନେକେ ନାପସନ୍ଦ ମଧ୍ୟ କରନ୍ତି। ସଂସଦଠାରୁ ବିଭିନ୍ନ ସ୍ଥାନରେ ଏହାକୁ ନେଇ ସରକାରଙ୍କୁ ବିରୋଧ ମଧ୍ୟ କରାଯାଇଛି।
କଳାଟଙ୍କା ଉପରେ ନିୟନ୍ତ୍ରଣ ଜାରି କରିବା ଲାଗି ପୂର୍ବରୁ ୧୯୪୬ ଏବଂ ୧୯୭୮ରେ ବିମୁଦ୍ରୀକରଣ ପଦକ୍ଷେପ ନିଆଯାଇଛି। ୧୯୭୮ରେ ଜନତାଦଳ ମେଣ୍ଟ ସରକାର ୧୦୦୦, ୫୦୦୦ ଏବଂ ୧୦୦୦୦ ଟଙ୍କିଆ ନୋଟ୍‌କୁ ବିମୁଦ୍ରୀକରଣ କରିଥିଲେ। ସୂଚନା ଯୋଗ୍ୟ, ୨୦୧୨ରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ କହିଥିଲା ଯେ କଳାଟଙ୍କା ଉପରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ବିମୁଦ୍ରୀକରଣ ଏକ ବିକଳ୍ପ ନୁହେଁ। କଳାଧନକୁ ଲୋକମାନେ ସୁନା, ସୁନାଗହଣା ଏବଂ ବେନାମୀ ସମ୍ପତ୍ତି ଭାବେ ରଖୁଥିବାରୁ କେବଳ ନଗଦ ଅର୍ଥ ଉପରେ କଟକଣା ଲାଗିଲେ କଳାଟଙ୍କା ବିରୋଧୀ ପଦକ୍ଷେପ ସଫଳ ହେବ ନାହିଁ। ଆୟକର ବିଭାଗର ଡାଟା ମୁତାବକ କଳାଟଙ୍କା ରଖିଥିବା ବ୍ୟକ୍ତିବିଶେଷ ୬% କିମ୍ବା ଏହାଠାରୁ କମ୍‌ ପରିମାଣର ଅର୍ଥ ନଗଦ ଭାବେ ରଖିଥାନ୍ତି। ଏହି କଥାଗୁଡିକ ସରକାରଙ୍କୁ ପୂର୍ବରୁ ହୁଏତ ଜଣାଥିବ। ଯଦି ସରକାର ଏହା ଜାଣିଥିଲେ ତେବେ କାହିଁକି ପୁଣି ଥରେ ଏଭଳି କଲେ ତାହା ଏବେ ଯାଏ ସମସ୍ତଙ୍କ ଲାଗି ଅବୁଝା ହୋଇ ରହିଛି। ଏଥିରୁ କ’ଣ ମିଳିଲା ବୋଲି ଅନେକ ଆଲୋଚନା ଏବଂ ପର୍ଯ୍ୟାଲୋଚନା ହୋଇଛି। ହେଲେ ସାଧାରଣ ଲୋକ ଏବଂ ଅର୍ଥ ବ୍ୟବସ୍ଥା ସାମ୍ନା କରିଥିବା କ୍ଷତିକୁ ନେଇ କୌଣସି ସରକାରୀ ଆକଳନ ନାହିଁ।
ଜାଲ୍‌ ନୋଟ୍‌ ଏବଂ କଳାଟଙ୍କା କାରବାର ଉପରେ ବର୍ତ୍ତମାନ ସମ୍ପୂର୍ଣ୍ଣ କଟକଣା ଲାଗି ପାରିନାହିଁ। ବିମୁଦ୍ରୀକରଣ ଦ୍ୱାରା ଟିକସ ସଂଗ୍ରହ ଏବଂ ଡିଜିଟାଲ କାରବାର ବଢୁଥିବା କଥା ସରକାର ଯୁକ୍ତିରେ କହିଛନ୍ତି। ଏପଟେ ଦେଶର ଅର୍ଥ ବ୍ୟବସ୍ଥାରେ ନଗଦ କାରବାର ମଧ୍ୟ ବଢିଥିବା ପ୍ରସଙ୍ଗକୁ ଏଡ଼ାଯାଇପାରିବ ନାହିଁ। ମାର୍ଚ୍ଚ ୨୦୧୯ ଡାଟା ମୁତାବକ ଦେଶ ମଧ୍ୟରେ ୨୧.୪୧ ଲକ୍ଷ କୋଟି ଟଙ୍କା ମୂଲ୍ୟର ନୋଟ୍‌ ପ୍ରଚଳନରେ ରହିଛି; ଯାହା ବିମୁଦ୍ରୀକରଣ ମୂଲ୍ୟ ତୁଳନାରେ ପ୍ରାୟ ୧୯.୪୧% ଅଧିକ। ବିମୁଦ୍ରୀକରଣ ଘୋଷଣା ଦ୍ୱାରା ଏଟିଏମ୍‌ଗୁଡିକରେ ନଗଦ ଅର୍ଥ ମିଳି ନ ଥିଲା। କାରଣ ନୋଟ୍‌ ଛାପିବାକୁ ଅଧିକ ସମୟ ଲାଗିଥିଲା। ଏହି ସମୟରେ ଲୋକମାନେ ନଗଦ ଲାଗି ନାହିଁ ନ ଥିବା ସମସ୍ୟା ସାମ୍ନା କଲେ। ଉଠାଣ ସୀମା ଲାଗିବା ଯୋଗୁ ଲୋକମାନେ ନିଜ ଅର୍ଥ ଉଠାଣରେ ସମସ୍ୟା ଭୋଗିଲେ। ସେହି ସମୟରେ ପ୍ରାୟ ୮ ଲକ୍ଷ ଟ୍ରକ୍‌ ଡ୍ରାଇଭର ସମସ୍ୟା ସାମ୍ନା କଲେ। ପରିବହନ କ୍ଷେତ୍ର କ୍ଷତିଗ୍ରସ୍ତ ହେଲା। ଦେଶର ପୁଞ୍ଜିବଜାର ପ୍ରାୟ ୬ ମାସର ନିମ୍ନ ସ୍ତରକୁ ଖସିଗଲା। ଶିଳ୍ପ ଉତ୍ପାଦନ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିଲା।
ବିଶ୍ୱ ବଜାରର ବିଶେଷଜ୍ଞଙ୍କ ଆକଳନ ମୁତାବକ, ବିମୁଦ୍ରୀକରଣ ଯୋଗୁ ଭାରତର ଜିଡିପି ୨୦୧୭-୧୭ରେ ପ୍ରାୟ ୩%କୁ ଖସିଯାଇଥିଲା। ହୁଏତ ସରକାର ଏହାକୁ ମାନି ନ ପାରନ୍ତି। ଏମ୍‌ଏସ୍‌ଏମ୍‌ଇଗୁଡିକରେ ତାଲା ଝୁଲିବା ସହ ଅଣ ସଙ୍ଗଠିତ କ୍ଷେତ୍ରରେ କେତେ ଯେ ନିଯୁକ୍ତି ହ୍ରାସ ହୋଇଛି ସେ ସମ୍ପର୍କିତ ଡାଟା ସରକାରଙ୍କ ପାଖରେ ବର୍ତ୍ତମାନ ଯାଏ ନାହିଁ। ବିମୁଦ୍ରୀକରଣ ପରେ ସରକାର ତରବରିଆ ଭାବେ ଲାଗୁ କରିଥିବା ଜିଏସ୍‌ଟି ଯୋଗୁ ଘରୋଇ ବଜାର ଆହୁରି କ୍ଷତିଗ୍ରସ୍ତ ହୋଇଛି। କେତେଜଣ ଅର୍ଥନୀତିଜ୍ଞଙ୍କୁ ଛାଡିଦେଲେ ସରକାରଙ୍କ ବିମୁଦ୍ରୀକରଣ ପଦକ୍ଷେପକୁ ଅନେକେ ଡ୍ରାକୋନିଆନ ବୋଲି କହିଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ, ୨୦୧୯ ପରଠାରୁ ଭାରତ ଆର୍ଥତ୍କ ମାନ୍ଦାବସ୍ଥା ଦେଇ ଗତି କରୁଛି। ବିମୁଦ୍ରୀକରଣ ସହ ସରକାରଙ୍କ ଅନ୍ୟ ଆର୍ଥତ୍କ ନୀତିକୁ ଏଥିଲାଗି ଦାୟୀ କରାଯାଇଥାଏ। ଆର୍ଥତ୍କ ବିଶେଷଜ୍ଞଙ୍କ ମୁତାବକ, ଯଦି ନୀତି ଲୋକଙ୍କ ହିତରେ ଆସିବା ଅପେକ୍ଷା ସେମାନଙ୍କ ଜୀବନ ଏବଂ ଜୀବିକାକୁ ସଙ୍କଟ ସ୍ଥିତିକୁ ଠେଲିଦିଏ ତେବେ ସରକାର କୌଣସି ନୀତି ଉପରେ କାମ କରିବା ଆଗରୁ ଅନେକ ଥର ଏହାକୁ ବିଚାର କରିବା ଆବଶ୍ୟକ। ତରତରିଆ ଭାବେ କୌଣସି କାମ କରି ସେଥିରେ ବିଫଳ ହେବା ବୁଦ୍ଧିମାନର କାମ ନୁହେଁ। ତେବେ ବିମୁଦ୍ରୀକରଣ ଲାଭ କ’ଣ ମିଳିଲା ତାହା ଏବେ ମଧ୍ୟ ପ୍ରଶ୍ନବାଚୀ।


Enter your email to get our daily news in your inbox.

All Right Reserved By Dharitri.Com

ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ସହ କାବିଲର ବୁଝାମଣା

ଭୁବନେଶ୍ୱର,୨୫।୪: କାଉନସିଲ ଅଫ୍‌ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌)ର ପ୍ରମୁଖ ପ୍ରତିଷ୍ଠାନ ନ୍ୟାଶନାଲ ଜିଓଫିଜିକାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ବା ଏନ୍‌ଜିଆର୍‌ଆଇ ଅଥବା ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ଏବଂ...

ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ

ଭୁବନେଶ୍ୱର,୨୫।୪: ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ବିନ୍ଧ୍ୟ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ରିଲାଏନ୍ସ ଜୁଏଲ୍ସ ବିନ୍ଧ୍ୟ...

୫୦୦୦ ଟଙ୍କା କମିଲା ରୁପା, ୧୬୦୦ଟଙ୍କା କମିଲା ସୁନା

ଭୁବନେଶ୍ୱର,୨୫।୪ (ଅଭୟ ଦାଶ): କ୍ରମାଗତ ଭାବେ ସୁନା ଓ ରୁପା ଦରରେ ହ୍ରାସ ଘଟିବାରୁ ଅଳଙ୍କାର ବଜାରରେ ସୁଧାର ଆସିଛି। ଏପରିକି ଦରବୃଦ୍ଧିକୁ ନେଇ ଆଶା...

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri