ବନ୍ଦ ହୋଇଯିବ ରାଜ୍ୟର ୧୦୦୦ ଏମ୍‌ଏସ୍‌ଏମ୍‌ଇ

ଭୁବନେଶ୍ୱର: ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ର ବିକାଶକୁ ରାଜ୍ୟ ସରକାର ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ବିଭିନ୍ନ ନୀତି କାର୍ଯ୍ୟକାରୀ କରାଇବା ବେଳେ କ୍ଷୁଦ୍ରଶିଳ୍ପଗୁଡିକ ଯେଭଳି ସଙ୍କଟ ମଧ୍ୟକୁ ଚାଲି ନ ଯାଆନ୍ତି ତାକୁ ସରକାର ଧ୍ୟାନରେ ରଖିବା ଉଚିତ ବୋଲି ଶିଳ୍ପ ସଂଘଗୁଡିକ ଏକ ମିଳିତ ଖବରଦାତା କାର୍ଯ୍ୟକ୍ରମରେ ଏଭଳି ଦାବି ଉଠାଇଛନ୍ତି। ରାଜ୍ୟର ଏମ୍‌ଏସ୍‌ଏମ୍‌ଇ ସ୍ବାର୍ଥକୁ ଜଗିବା ଏବଂ ସ୍ଥାନୀୟ କ୍ଷୁଦ୍ରଶିଳ୍ପର ବିକାଶ ଲାଗି ଉଦ୍ଦିଷ୍ଟ ଥିବା ଇପିଏମ୍‌ ରେଟ୍‌ କଣ୍ଟ୍ରାକ୍ଟ ବ୍ୟବସ୍ଥାକୁ ପୂର୍ବଭଳି ବଜାୟ ରଖିବାକୁ ସଂଘ ଦାବି କରିଛନ୍ତି। ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁ ଏଭଳି ବ୍ୟବସ୍ଥା ଉଚ୍ଛେଦ ଦ୍ୱାରା ରାଜ୍ୟର ପ୍ରାୟ ୧ ହଜାର ଏମ୍‌ଏସ୍‌ଏମ୍‌ଇ ବନ୍ଦ ହେବା ସହ ପ୍ରାୟ ୧ ଲକ୍ଷ କର୍ମଚାରୀଙ୍କ ଚାକିରି ଚାଲିଯିବ ବୋଲି ଆଶଙ୍କା କରାଯାଇଛି। ଏହି ସମସ୍ୟାକୁ ନେଇ ଶିଳ୍ପୋଦ୍ୟୋଗୀ ଆମରଣ ଅନଶନରେ ବସିବା ନେଇ କହିଛନ୍ତି। ରାଜ୍ୟରେ ଗଭର୍ନମେଣ୍ଟ ଇ-ନାମ(ଜିଇଏମ୍‌) ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଲାଗୁ ହେଲେ ପ୍ରାକୃତିକ ଦୁର୍ବିପାକ ଏବଂ କୋଭିଡ୍‌-୧୯ ଭଳି ମହାମାରୀ ସମୟରେ ସାମଗ୍ରୀ ଓ ସେବା ଯୋଗାଣରେ ବ୍ୟାଘାତ ସୃଷ୍ଟି କରିବ।
ଇପିଏମ୍‌ ରେଟ୍‌ କଣ୍ଟ୍ରାକ୍ଟ ସାମଗ୍ରୀର ପୂର୍ବ ଏବଂ ତଦାରଖ ବ୍ୟବସ୍ଥାରେ ଜିଇଏମ୍‌ରେ ନ ଥିବା ସଂଘଗୁଡିକ କହିଛନ୍ତି। ଦର ଚୁକ୍ତି ବା ରେଟ୍‌ କଣ୍ଟ୍ରାକ୍ଟ ଓଡ଼ିଶାର ଏକ ଅଦ୍ୱିତୀୟ ସଂଗ୍ରହ ବ୍ୟବସ୍ଥା ହୋଇଥିବା ବେଳେ ବର୍ତ୍ତମାନ ସରକାରଙ୍କ ପଦକ୍ଷେପ ଯୋଗୁ ଏହା ସତ୍ତା ହରାଇଥିବାରୁ ସଂଘଗୁଡିକ ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି। ଏମ୍‌ଏସ୍‌ଏମ୍‌ଇ ମାରଣ ନୀତିକୁ ତ୍ୟାଗକରି ସରକାର କ୍ଷୁଦ୍ରଶିଳ୍ପ ବିକାଶ କଥା ଚିନ୍ତା କରନ୍ତୁ ବୋଲି ମିଳିତ ଖବରଦାତା କାର୍ଯ୍ୟକ୍ରମରେ ସଂଘଗୁଡିକ ନିବେଦନ କରିଛନ୍ତି। କାର୍ଯ୍ୟକ୍ରମରେ ଶିଳ୍ପ ସଂଘ ଓସିଆର ସଭାପତି ସ୍ମରଜିତ ମହାନ୍ତି, ଓଇଆର ସଭାପତି ମିହିର କାନୁନେ୍‌ଗା, ଓସ୍‌ମେ ମହାସଚିବ ସାତ୍ତ୍ୱିକ ସ୍ବାଇଁ, ଓଇଆ ଅଧ୍ୟକ୍ଷ ଅବନୀ କାନୁନ୍‌ଗୋ ଏବଂ ୟୁପିଏମ୍‌ଇ ସଭାପତି ଭାଗୀରଥି ଧଳ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗହମ ରପ୍ତାନି ଉପରେ କଟକଣା

ନୂଆଦିଲ୍ଲୀ,୧୫।୫: ଭାରତ ସରକାରଙ୍କ ପକ୍ଷରୁ ଗହମ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି। ସରକାର ଏହି ନିଷ୍ପତ୍ତିକୁ ତତ୍କାଳ କାର୍ଯ୍ୟକାରୀ କରିଛନ୍ତି। ସରକାରୀ ନିର୍ଦ୍ଦେଶନାମା ଅନୁସାରେ, ଦେଶରେ...

ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ୬୩ ବର୍ଷର ପରମ୍ପରା: ଦୀପାବଳି ଶୁଭ ମୂହୁର୍ତ୍ତ ଟ୍ରେଡିଂ; ସନ୍ଧ୍ୟା ୬ଟା ୧୫ରୁ ୭ଟା ୧୫ ପର୍ଯ୍ୟନ୍ତ ଘଣ୍ଟେ ପାଇଁ ହେବ ଅନୁଷ୍ଠିତ

ମୁମ୍ବାଇ,୧୪।୧୧: ଦୀପାବଳି ଉପଲକ୍ଷେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ୬୩ ବର୍ଷର ପରମ୍ପରା ଶୁଭ ମୂହୁର୍ତ୍ତ ଟ୍ରେଡିଂ ଶନିିବାର ସନ୍ଧ୍ୟା ୬ଟା ୧୫ରୁ ୭ଟା ୧୫ ପର୍ଯ୍ୟନ୍ତ...

ଚାଇନା ଆଣୁଛି ସରକାରୀ ଡିଜିଟାଲ କରେନ୍ସି

ନୂଆଦିଲ୍ଲୀ,୧।୫: ଚାଇନା ଏହାର ସରକାରୀ ଡିଜିଟାଲ କରେନ୍ସି ଇ-ଆର୍‌ଏମ୍‌ବିକୁ ପରିକ୍ଷଣ ଭିତ୍ତିରେ ଲାଗୁ କରିବାକୁ ଯାଉଛି। ଆସନ୍ତା ସପ୍ତାହରେ ଚାଇନାର ୪ ପ୍ରମୁଖ ସହରରେ ଏହି...

୭ମାସରେ ଚାକିରି ଛାଡ଼ିଛନ୍ତି ୫୮ ସିଇଓ-ଏମ୍‌ଡି

ନୂଆଦିଲ୍ଲୀ,୨୩-୮: ଇଣ୍ଡିଆ ଇଙ୍କ୍‌ର କର୍ନର ଅଫିସ୍‌ରୁ ଚଳିତ ବର୍ଷର ୭ ମାସ ମଧ୍ୟରେ ୫୮ ଜଣ ସିଇଓ-ଏମ୍‌ଡି ଚାକିରି ଛାଡ଼ିଛନ୍ତି। ପ୍ରାଇମ ଡାଟାବେସ୍‌ ପକ୍ଷରୁ ଏନ୍‌ଏସ୍‌ଇଇନ୍‌ଫୋବେସ୍‌...

ପରିବର୍ତ୍ତନ ଆଣିଛି ଡିଜିଟାଲ ଇଣ୍ଡିଆ: ମୋଦି

ନୂଆଦିଲ୍ଲୀ: ସରକାର ଗ୍ରହଣ କରିଥିବା ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଦେଶରେ ଅନେକ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଛି। ବାଙ୍ଗାଲୋର ଟେକ୍‌ ସମିଟ-୨୦୨୦କୁ ଭର୍ଚୁଆଲ ଯୋଗେ ଉଦ୍‌ଘାଟନକରି...

କମିଲା ସୁନା ଦର

ନୂଆଦିଲ୍ଲୀ, ୧୭ା୩: ଅନ୍ତର୍ଜାତୀୟ ବଜାରରେ ବୁଧବାର ବହୁମୂଲ୍ୟ ଧାତୁ ସୁନା ଏବଂ ରୂପା ଦରରେ ପରିବର୍ତ୍ତନ ଆସିଥିବା ଦେଖିବାକୁ ମିଳିଛି। ସୁନାଦର ୨୧୬ଟଙ୍କା ହ୍ରାସ ଘଟିଥିବା...

ବଜାଜ୍‌ ଅଲ୍‌ ନ୍ୟୁ ପଲ୍‌ସର ପି ୧୫୦ର ଶୁଭାରମ୍ଭ

ଭୁବନେଶ୍ୱର,୨୩।୧୧: ଦେଶର ପ୍ରମୁଖ ୨ ଚକିଆ ଯାନ ନିର୍ମାତା ‘ବଜାଜ୍‌ ଅଟୋ’ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ପଲ୍‌ସର ସିରିଜ୍‌ର ନୂଆ ବାଇକ୍‌...

ଟାଟା ଟେକ୍ନୋଲୋଜିସ୍‌ ପକ୍ଷରୁ ଡିଆର୍‌ଏଚ୍‌ପି ଦାଖଲ

ନୂଆଦିଲ୍ଲୀ,୧୪।୩: ଇଞ୍ଜିନିୟରିଂ ସେବା ପ୍ରଦାନକାରୀ ସଂସ୍ଥା ଟାଟା ଟେକ୍ନୋଲୋଜିସ୍‌ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍‌ ହେରିଂ ପ୍ରସ୍‌ପେକ୍ଟସ୍‌...

Advertisement
Archives

Model This Week