ଆଗାମୀ ଆର୍ଥତ୍କ ବର୍ଷରେ ସ୍ବାଭାବିକ ହେବ ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ: ଆସନ୍ତା ବର୍ଷରେ ଦେଶର ଅର୍ଥ ବ୍ୟବସ୍ଥା ସ୍ବାଭାବିକ ସ୍ଥିତିକୁ ଫେରିବା ନେଇ ଆଶା ରହିଛି ବୋଲି ଏସ୍‌ବିଆଇ ଅଧ୍ୟକ୍ଷ ଦିନେଶ କୁମାର ଖାରା ଶନିବାର କହିଛନ୍ତି। କୋଭିଡ୍‌-୧୯ ଯୋଗୁ ଅର୍ଥ ବ୍ୟବସ୍ଥାକୁ ବଡ଼ ସମସ୍ୟା ସାମ୍ନା କରିବାକୁ ପଡିଛି। ଏହି ସମସ୍ୟାରୁ ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ବାହାରିବାକୁ ପ୍ରୟାସ ଜାରି ରଖିଛି। ଏହା ପରେ ସିଷ୍ଟମ ଅଧିକ ପରିପକ୍ୱ ହେବ ବୋଲି ବେଙ୍ଗଲ ଚାମ୍ବର୍ସ ଅଫ୍‌ କମର୍ସର ଏକ ଭର୍ଚୁଆଲ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଖାରା ଏହା କହିଛନ୍ତି। ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଅର୍ଥ ବ୍ୟବସ୍ଥାରେ ସକାରାତ୍ମକ ଦିଗ ଦେଖିବାକୁ ମିଳିଛି। କର୍ପୋରେଟ୍‌ଗୁଡିକର ନିବେଶ ଚାହିଦା ବଢ଼ିବା ପାଇଁ ହେଲେ କିଛି ସମୟ ଲାଗିବ। ବର୍ତ୍ତମାନ କର୍ପୋରେଶନଗୁଡିକର କ୍ଷମତା ଉପଯୋଗ ୬୯% ସ୍ତରରେ ରହିଛି। ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକରେ ନଗଦ ସ୍ଥିତି ଉନ୍ନତ ଥିବାରୁ ଏହା ନିବେଶ ଚାହିଦାକୁ ବଢାଇବ। ଋଣ କରିବା କ୍ଷେତ୍ରରେ ଦେଶର କର୍ପୋରେଟ କ୍ଷେତ୍ର ବର୍ତ୍ତମାନ ସତର୍କତା ଦେଖାଉଛି। କମ୍ପାନୀଗୁଡିକ ନିଜର ସମ୍ବଳକୁ କିଛି କିଛି ମାତ୍ରାରେ ଖର୍ଚ୍ଚ କରୁଛନ୍ତି। ଦେଶର କୋର୍‌ ସେକ୍ଟର ଶିଳ୍ପ ବର୍ତ୍ତମାନ ଉନ୍ନତ ସ୍ଥିତିକୁ ଆସୁଛି। ଶିଳ୍ପଗୁଡିକ ରପ୍ତାନି ଲାଗି ବର୍ତ୍ତମାନ ଆଗଭର ହେଲେଣି। ମାତ୍ର ଟ୍ରାଭେଲ ଏବଂ ଟୁରିଜମ କ୍ଷେତ୍ର ଏବେ ସୁଦ୍ଧା ମଧ୍ୟ ସଙ୍କଟ ସମୟ ଦେଇ ଗତି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Men’s Hockey World Cup: ବିଜୟରୁ ଭାରତର ଅଭିଯାନ ଆରମ୍ଭ

ଆମଷ୍ଟେଲଭିନ, ୧୫।୮: ଆରମ୍ଭ ହୋଇଯାଇଛି ପୁରୁଷ ହକି ବିଶ୍ୱକପ। ଶନିବାର ଅନୁଷ୍ଠିତ ପୁଲ ଡି’ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ୱେଲ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ବିଜୟରୁ…

ମାଛ ଧରୁଥିବା ବେଳେ ଗୋଡ଼ ଖସିଯିବାରୁ ପ୍ରଖର ସ୍ରୋତରେ ଭାସିଯାଇଥିଲେ, ଚାଲିଗଲା ଯୁବ ଅଧ୍ୟାପକଙ୍କ ଜୀବନ

ବୈଶିଙ୍ଗା,୧୫|୮(ରତନ ଦାଶ): ମୟୂରଭଞ୍ଜ ଓ ବାଲେଶ୍ଵର ଜିଲା ସୀମାନ୍ତ ବୁଢ଼ାବଳଙ୍ଗ ନଦୀର ଏକ ନାଳରେ ଶନିବାର ଦିନ ୧୦ଟା ସମୟରେ ମାଛ ଧରୁଥିବା ବେଳେ ପାଣିର ପ୍ରଖର…

ସୁବୁଠି ଉଡ଼ିଲା ତ୍ରିରଙ୍ଗା

ଲାଞ୍ଜିଗଡ,୧୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଲାଞ୍ଜିଗଡ଼ ଯୁବକ ସଂଘ…

ସିଜିମାଲି ପାହାଡ଼ରେ ଉଡ଼ିଲା ତ୍ରିରଙ୍ଗା

କଲ୍ୟାଣସିଂହପୁର,୧୫।୮(ଦୀପକ କୁମାର ପରିଡ଼ା): ବହୁ ଚର୍ଚ୍ଚିତ ସିଜିମାଲି ଅଞ୍ଚଳରେ ‘ମା’ ମାଟି ମାଳି ସୁରକ୍ଷା ମଞ୍ଚ’ ଆନୁକୂଲ୍ୟରେ ୮୦ତମ ସ୍ବଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ…

ଖୋର୍ଦ୍ଧାରେ ପତାକା ଉତ୍ତୋଳନ କଲେ ଜିଲାପାଳ

ଖୋର୍ଦ୍ଧା,୧୫।୮: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ୮୦ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ବିଜେବି ହାଇସ୍କୁଲ ଖେଳପଡିଆରେ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଜଲାପାଳ ଅମ୍ରିତ ଋତୁରାଜ…

କେସିଙ୍ଗାରେ ପାଳିତ ହେଲା ୮୦ ତମ ସ୍ବାଧୀନତା ଦିବସ

କେସିଙ୍ଗା,୧୫।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସି କାର୍ଯ୍ୟାଳୟରେ ଅଧ୍ୟକ୍ଷ ନୃପରାଜ ଯାଦବ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ବିଦ୍ୟାପୀଠ ଖେଳ ପଡିଆରେ ନାଗରିକକମିଟି ପକ୍ଷରୁ…

୪୯ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟି ଓ…

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri