Odisha Elections 2024

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଜଣେ କଂସ କଳାକାର(ବରଗଡ଼ ଧନୁଯାତ୍ରାର ନୁହେଁ) ସୁଶିଲ ମେହେରଙ୍କ ସଂଳାପ ଚର୍ଚ୍ଚାର ବିଷୟ ପାଲଟିଛି। ଚଳିତ ନିର୍ବାଚନରେ ବରଗଡ଼ ଜିଲା ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡ଼ି ପ୍ରାର୍ଥିନୀଭାନେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ସ୍ନେହାଙ୍ଗିନୀ ଛୁରିଆ ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ତେବେ ସେ ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ସକାଳୁ ଛୁରିଆଙ୍କ ବାସଭବନରେ ତାଙ୍କ ସମର୍ଥକଙ୍କ ଗହଳି ହୋଇଥିଲା । ସେମାନଙ୍କ ମଧ୍ୟରେ କଂସ କଳାକାର ମେହେର ମଧ୍ୟ ଉପସ୍ଥିତ ଥିଲେ । ତେବେ ଛୁରିଆଙ୍କ ସମର୍ଥକଙ୍କ ଗହଳି ତଥା ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ କଂସ କଳାକାର ମେହେର ସଂଳାପରେ କହିଥିଲେ, ମୁଁ ହିଁ ସୃଷ୍ଟି, ମୁଁ ହିଁ ସଂହାର….। ଧନୁ ସଂକ୍ରାନ୍ତୀ ପରେ ଏ ମହୀ ମଣ୍ଡଳରେ ପଦ୍ମଫୁଲ ପ୍ରସ୍ଫୁଟିତ ହୁଏ ନାହିଁ, ଏ ମହାରାଜ କଂସର ଆଦେଶ, ହାଃ ହାଃ ହାଃ । କଳାକାର ମେହେରଙ୍କ ଏହି ସଂଳାପକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ପଦ୍ମଫୁଲ ଭାଜପାର ଦଳୀୟ ଚିହ୍ନ ହୋଇଥିବାବେଳେ ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପ୍ରାର୍ଥିନୀ ଛୁରିଆଙ୍କ ପ୍ରମୁଖ ପ୍ରତିଦ୍ୱନ୍ଦୀଭାବେ ଭାଜପା ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦ ରହିଛନ୍ତି । ଗୋଟିଏ ପଟେ ବିଜେଡ଼ି ସମର୍ଥକଙ୍କୁ ଉତ୍ସାହିତ କରିବା ପାଇଁ ଏବଂ ଅନ୍ୟପଟେ ଭାଜପାକୁ ଟାର୍ଗେଟ କରି ବିଜେଡ଼ି ପ୍ରାର୍ଥିନୀ ଛୁରିଆଙ୍କ ବାସଭବନରେ ତାଙ୍କ ଉପସ୍ଥିତିରେ କଳାକାର ମେହେର ସେଭଳି ସଂଳାପ ଦେଇଥିବା ସାଧାରଣରେ ଆଲୋଚିତ ହେଉଛି । ଅନ୍ୟପଟେ କ୍ୟାଲେଣ୍ଡରରେ ଚଳିତବର୍ଷ ଡିସେମ୍ବର ୧୬ ତାରିଖ ଧନୁ ସଂକ୍ରାନ୍ତି ଥିବାବେଳେ ଏହା ପୂର୍ବରୁ କଳାକାରଙ୍କ ମେହେରଙ୍କ ସେଭଳି ସଂଳାପ ଏବେ ସାଧାରଣରେ ଆଲୋଚିତ ହେଉଛି । ତେବେ କେଉଁ ପରିସ୍ଥିତିରେ କାହାକୁ ଲକ୍ଷ୍ୟ କରି ସେ ବିଜେଡ଼ି ପ୍ରାର୍ଥିନୀ ଛୁରିଆଙ୍କ ବାସଭବନରେ ସେଭଳି ସଂଳାପ ଦେଇଥିଲେ, ସେ ନେଇ ଜାଣିବାକୁ କଂସ କଳାକାର ମେହେରଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲା । ମାତ୍ର ସେ ଫୋନ ନ ଉଠାଇବାରୁ ତାଙ୍କ ମତାମତ ମିଳିପାରି ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ଶୁର ବଳାତ୍କାର କରିବା ପରେ ଚରମ ନିଷ୍ପତ୍ତି ନେଲେ ମହିଳା

ଭବାନୀପାଟଣା,୨୨ା୫(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ଜଣେ ବିବାହିତା ମହିଳାଙ୍କୁ ନିଜ ସମ୍ପର୍କୀୟ ଦେଢ଼ଶୁର ବଳାତ୍କାର କରିଥିବା ନେଇ ଥାନାରେ...

ଜୁନାଗଡ଼ରେ ପ୍ରାଚୀନ ନଗର ସଭ୍ୟତାର ସନ୍ଧାନ

ଭବାନୀପାଟଣା,୨୨ା୫(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ପ୍ରାଚୀନ ନଗର ସଭ୍ୟତା ଧ୍ୱଂସାବଶେଷର ସନ୍ଧାନ ମିଳିଛି। ଅନ୍ତର୍ଜାତୀୟ ପତ୍ରିକା ‘ହେରିଟେଜ୍‌’ରେ ଏ ସମ୍ପର୍କିତ ରିପୋର୍ଟ ପ୍ରକାଶ...

ମୁଖ୍ୟମନ୍ତ୍ରୀଙ୍କ ବ୍ଲାଙ୍କ୍‌ ଚେକ୍‌ କଟକର ବିକାଶ ପାଇଁ ବିନିଯୋଗ କରିବି

୨୦ ବର୍ଷରୁ ଅଧିକ ହେବ ରାଜନୀତି, କଟକର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ସହ ଜଡିତ ରହିଛନ୍ତି ପ୍ରକାଶ ବେହେରା। ପୂର୍ବରୁ ସେ ସାଲେପୁରର...

ଅଞ୍ଚଳବାସୀଙ୍କ ବିକାଶ ମୋର ପ୍ରାଥମିକ ଦାୟିତ୍ୱ

ଭୁବନେଶ୍ୱର ଉତ୍ତର ବିଧାନସଭା ନିର୍ବାଚନମଣ୍ଡଳୀରୁ ଭାଜପାର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି ପ୍ରିୟଦର୍ଶୀ ମିଶ୍ର। ୨୦୧୪-୧୯ ପର୍ଯ୍ୟନ୍ତ ସେ ବିଜେଡିରୁ ଉତ୍ତର ଭୁବନେଶ୍ୱରର...

ଦୁର୍ଘଟଣାରେ ଇସ୍ରୋ ଛାତ୍ରଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ସୋର, ୨୨ା୫(ଜନ୍ମେଜୟ ମିଶ୍ର):ଇସ୍ରୋରେ ପାଠ ପଢୁଥିବା ସୋର ପୌରାଞ୍ଚଳ ୧ ନମ୍ବର ୱାର୍ଡ ବାରପଡା ଗ୍ରାମର ଶ୍ରବଣ କୁମାର ଦାସ(୨୧)ଙ୍କ ସୋମବାର କାର୍‌ ଦୁର୍ଘଟଣାରେ ମୃତ୍ୟୁ...

ଆଜି ପ୍ରଦର୍ଶନ ହେବ ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’ର ଟ୍ରେଲର

ଭୁବନେଶ୍ୱର,୨୨।୫(ଶର୍ମିଷ୍ଠା ପାଣିଗ୍ରାହୀ):କାନ୍ସ ଫିଲ୍ମ ଫେଷ୍ଟିଭାଲରେ ବୁଧବାର ଓଡ଼ିଆ ଚଳଚ୍ଚିତ୍ର ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’ର ଟ୍ରେଲର ପ୍ରଦର୍ଶନ ହେବାକୁ ଯାଉଛି। ଅପରାହ୍ନ ୪ଟା ୧୫ରେ ଏହା ପ୍ରଦର୍ଶିତ...

୨୪ ଘଣ୍ଟାରେ ପ୍ରଧାନମନ୍ତ୍ରୀ କ୍ଷମା ମାଗନ୍ତୁ

ପୁରୀ,୨୨ା୫(ଅଜିତ୍‌ କୁମାର ମହାନ୍ତି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୋମବାର ପୁରୀରେ ରୋଡ୍‌ ଶୋ’ ପରେ ଭାଜପାର ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ଲୋକ ସଭା ଆସନରେ...

 ଓଡ଼ିଶାରେ ତାମିଲ ଲୋକ ଶାସନ କରିପାରିବେ ନାହିଁ: ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୧।୫(ସୁନିତ୍‌ ମିଶ୍ର): ନବୀନବାବୁ ଓଡ଼ିଆ ଅସ୍ମିତାର କଣ୍ଠରୋଧ କରିବାକୁ ପ୍ରୟାସ କରୁଛନ୍ତି। ଓଡ଼ିଶାରେ ତାମିଲ ଲୋକ ଶାସନ କରିପାରିବେ ନାହିଁ। ଓଡ଼ିଶାର ଶାସନ ଭାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri