ନୂଆ ଭାରତର ସ୍ଥିତି

‘ଈଶ୍ୱର ତାଙ୍କ ଚମତ୍କାରିତା ପ୍ରଦର୍ଶନ କରିବା ପାଇଁ ରହସ୍ୟମୟ ତରିକାରେ ଆଗକୁ ବଢ଼ନ୍ତି’ (ଗଡ୍‌ ମୁଭସ୍‌ ଇନ୍‌ ମିଷ୍ଟେରିୟସ ଓ୍ବେଜ୍‌ ହିଜ୍‌ ଓ୍ବଣ୍ଡର୍ସ ଟୁ ପର୍‌ଫର୍ମ)- ଏହି ଐଶ୍ୱରୀୟ ସ୍ତୁତିିକୁ ମୁଁ ସ୍କୁଲରେ ପଢ଼ିଥିଲି। ପ୍ରକୃତ କଥା ହେଉଛି ମନୁଷ୍ୟର ଜ୍ଞାନ ବାହାରେ ସାଧାରଣତଃ ଅଲୌକିକ ଘଟଣା ଘଟିଥାଏ, ଯେଉଁଠି ଉଚ୍ଚତର ଶକ୍ତି କାମ କରେ। ସେଭଳି କିଛି ଭାରତର ବୈଦେଶିକ ନୀତିରେ ଘଟୁଛି। ସରକାରଙ୍କ ପ୍ରଚାର ଅନୁଯାୟୀ ଏହି କ୍ଷେତ୍ରରେ ବଡ଼ ଜିନିଷ ହାସଲ ହୋଇଛି, କିନ୍ତୁ ଏ ସମ୍ବନ୍ଧରେ ସବିଶେଷ ତଥ୍ୟ କେହି ଜାଣନ୍ତି ନାହିଁ। ତେବେ ଗୋଟିଏ ସପ୍ତାହ ମଧ୍ୟରେ ଜାତିସଂଘର ସାଧାରଣ ସଭାରେ ଆମର କ’ଣ ବିଜୟ ଘଟିଛି ସେ ସମ୍ପର୍କରେ ଜାଣିବା ପାଇଁ ଚାହିଁଲି ଏବଂ ଏଥିଲାଗି ମୋ ବନ୍ଧୁମାନଙ୍କ ଦ୍ୱାରା ପ୍ରସ୍ତୁତ ଏକ ଫାଇଲ ଉପଯୋଗୀ ହୋଇପାରେ ବୋଲି ଭାବିଲି। ଯଦି ତୁମେ ଏକ ବୈଦେଶିକ ନୀତିର ବୈଧ ତଥ୍ୟକୁ ପରଖିବ, ତେବେ ବୁଝିପାରିବ ଯେ ବିଶ୍ୱରେ ନୂଆ ଭାରତର ସ୍ଥିତି କେଉଁଠି। ଆମ ପଡ଼ୋଶୀଙ୍କଠାରୁ ଆରମ୍ଭ କରିବା। ମୁଁ ସୂଚିତ କରିପାରେ, ପାକିସ୍ତାନ ସହ ଆମ ସମ୍ପର୍କ ଖରାପ। ପାକିସ୍ତାନ ବିରୋଧରେ ଆମ ମିଲିଟାରି ଅପରେଶନକୁ ଶେଷ ନ କରି ସ୍ଥଗିତ ରଖିଥିବାରୁ ସେମାନଙ୍କ ସହ ‘ଯୁଦ୍ଧ’ରେ ଅବତୀର୍ଣ୍ଣ ହୋଇଛୁ ବୋଲି କୁହାଯାଇପାରେ। ‘ଯୁଦ୍ଧ’କୁ କୋଟେଶନ ଚିହ୍ନ ମଧ୍ୟରେ ରଖିବାର କାରଣ ହେଉଛି ଆମେ ବାସ୍ତବରେ ଯୁଦ୍ଧ ଘୋଷଣା କରିନାହଁୁ। ବାଂଲାଦେଶ ସେମାନଙ୍କ ପ୍ରଧାନମନ୍ତ୍ରୀଙ୍କୁ ଫେରାଇବା ଲାଗି ତାହା ଦାବି କରୁଛି, ଯେଉଁଥିରେ ତାଙ୍କୁ ଦଣ୍ଡିତ କରାଯାଇପାରେ। କିନ୍ତୁ ଆମେ ଏଯାବତ୍‌ ମନାକରି ଆସିଛୁ। ବାଂଲାଦେଶର ନେତା ସାର୍କକୁ ପୁନର୍ଗଠନ କରାଯିବାକୁ ଚାହଁୁଛନ୍ତି ଏବଂ ଭାରତ ଏହାକୁ ନିଷ୍କ୍ରିୟ କରିଦେବା ଅଭିଯୋଗ କରିଛନ୍ତି। ୨୦୨୨ରେ ଅଗ୍ନିପଥ ଯୋଜନା ଆରମ୍ଭ କରି ଭାରତୀୟ ଆର୍ମିରେ ନେପାଳୀମାନେ ଭାଗନେବାର ୨୦୦ ବର୍ଷର ସମ୍ପର୍କକୁ ଶେଷ କରିଦେଇଛନ୍ତି। ୨୦୧୫ରେ ନେପାଳୀଙ୍କ ବିିରୋଧରେ କଟକଣା ସେମାନଙ୍କୁ କ୍ରୋଧିତ କରିଛି। ଗାଜାରେ ଗଣହତ୍ୟା ବନ୍ଦ କରିବା ପାଇଁ ଦାବି କରି ଶ୍ରୀଲଙ୍କା ଆମ ତୁଳନାରେ ଅଧିକ ସାହସ ଦେଖାଇଛି। କିଛିଦିନ ପୂର୍ବେ ସରକାରଙ୍କ ସମର୍ଥକମାନେ ମାଲଡେଭିସ ସହ ସମ୍ପର୍କ ନ ରଖିବାକୁ ଦାବି କରିଥିଲେ, କାରଣ ଆମେ ସେମାନଙ୍କ ଉପରେ ଅସନ୍ତୁଷ୍ଟ ଥିଲୁ। ଆମର ଏବେ ସେମାନଙ୍କ ସହ ବନ୍ଧୁତ୍ୱ ରହିଛି କି ନାହିଁ ତାହା ଅସ୍ପଷ୍ଟ। ଆମ ନେତାଙ୍କ ନିର୍ଦ୍ଦେଶରେ ଚାଇନିଜ ଟେଲିଭିଜନକୁ ନଷ୍ଟ କରିଥିଲୁ। ଏଥିପାଇଁ ଭାରତୀୟଙ୍କୁ କ୍ଷମା କରିଦିଆଯାଇପାରେ, କାରଣ କେବଳ ସେମାନେ ନୁହନ୍ତି, କେହି ବି ଏବେ ଚାଇନା ସହିତ ଆମ ସମ୍ପର୍କ କିଭଳି ରହିଛି ଜାଣନ୍ତି ନାହିଁ। ବିଗତ ଦିନରେ ତାଲିବାନକୁ ସମାଲୋଚନା କରୁଥିଲେ ବି ଏବେ ତାକୁ କାହିଁକି ଗ୍ରହଣ କରିଛୁ ସ୍ପଷ୍ଟ କରାଯାଉନାହିଁ। ୮ ବର୍ଷ ପୂର୍ବେ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଆମେ ଇରାନଠାରୁ ତେଲ କିଣିବା ବନ୍ଦ କରିଥିଲୁ, ହେଲେ ସେମାନେ ଏବେ ମଧ୍ୟ ଆମ ତୀର୍ଥଯାତ୍ରୀଙ୍କୁ ଗ୍ରହଣ କରୁଛନ୍ତି।
ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପାଇଁ ଆମେ ଦୁଇଟି ବିରାଟ ରାଲିର ଆୟୋଜନ କରିଥିଲୁ। ତାଙ୍କ ପାଇଁ ଆମ କର୍ପୋରେଟ ଟ୍ୟାକ୍ସ ହ୍ରାସ କରିଥିଲୁ ଓ ଆମେରିକା ନିର୍ବାଚନରେ ହସ୍ତକ୍ଷେପ କରିଥିଲୁ। ସେହି ଟ୍ରମ୍ପ୍‌ ଏବେ ଆମ(୨୫%) ତୁଳନାରେ ପାକିସ୍ତାନ(୧୯%) ଏବଂ ବାଂଲାଦେଶ(୨୦%) ଉପରେ କମ୍‌ ଟାରିଫ ଲାଗୁ କରିଥିଲେ ଓ ପରେ ଆମ ଉପରେ ଆଉ ୨୫% ବଢ଼ାଇଛନ୍ତି। ଏହା ବ୍ୟତୀତ ଏଚ୍‌- ଓ୍ବାନ୍‌ -ବି ଭିଜା ଦେୟ ବୃଦ୍ଧି କରି ୧,୦୦,୦୦୦ ଡଲାର କରିଛନ୍ତି। ଏବେ ସେ ଫାର୍ମା ଉପରେ ଆଉ ଅଧିକ ଟାରିଫ ଲଗାଇଛନ୍ତି। ଏହା ନିଶ୍ଚିତ ଯେ, ଆମେରିକା ଆମ ବନ୍ଧୁ ନୁହେଁ। କିନ୍ତୁ ଇସ୍ରାଏଲ ଆମ ବନ୍ଧୁ। ଜାତିସଂଘରେ ଗଣହତ୍ୟାକୁ ଯୁକ୍ତିଯୁକ୍ତ ଦର୍ଶାଇ ନେତାନ୍ୟାହୁ ଅଭିଭାଷଣ ରଖିଥିବାବେଳେ ବିଶ୍ୱର ବହୁ ଦେଶର ପ୍ରତିନିଧିମାନେ ବାହାରକୁ ଚାଲିଯାଇଥିଲେ, ହେଲେ ଭାରତ ତାଙ୍କୁ ପ୍ରଶଂସା କରିଥିଲା। ତୁର୍କୀ ଓ ଆଜାରବୈଜାନ ହେଉଛନ୍ତି ଶତ୍ରୁ, କାରଣ ସେମାନେ ପାକିସ୍ତାନର ବନ୍ଧୁ। ସମଗ୍ର ଆଫ୍ରିକୀୟ ଉପମହାଦେଶ(୫୪ରୁ ୫୩ଟି ଦେଶ, ପୁରୁଣା ସ୍ବାଜିଲାଣ୍ଡକୁ ଛାଡ଼ି ସମସ୍ତେ) ଚାଇନାର ବେଲ୍ଟ ଆଣ୍ଡ୍‌ ରୋଡ୍‌ ପ୍ରୋଗ୍ରାମର ଅଂଶ ଭାବେ ରହିଛନ୍ତି। ନିଶ୍ଚିତ ଯେ, ସେମାନଙ୍କ ଉପରେ ଆମର ଅଧିକ ପ୍ରଭାବ ନାହିଁ। ସମାନ କାରଣ ପାଇଁ କେନ୍ଦ୍ର ଏସିଆ ଓ ଆସିଆନ ରାଷ୍ଟ୍ରଗୁଡ଼ିକ କ୍ଷେତ୍ରରେ ମଧ୍ୟ ସମାନ କଥା ଘଟୁଛି। ଚାଇନା ସହ ଭାରତର ଥିବା ବାଣିଜ୍ୟର ମାତ୍ର ୧୦% ଏବଂ ଆଫ୍ରିକା ସହ ଥିବା ବାଣିଜ୍ୟର ଏକ ଚତୁର୍ଥାଂଶ ରହିଛି ଆସିଆନ ସହ। ରୁଷିଆ ସହ ଆମର ନେଣଦେଣ ସମ୍ପର୍କ। ଅସ୍ତ୍ରଶସ୍ତ୍ର ପାଇଁ ଆମେ ସମ୍ପୂର୍ଣ୍ଣ ଭାବେ ଏହାକୁ ଏକ ଉତ୍ସ ଭାବେ ବ୍ୟବହାର କରୁଛୁ ଏବଂ ଏବେ ତେଲ ପାଇଁ ତାହା କରୁଛୁ। ପ୍ରତିବଦଳରେ ସେମାନେ ଆମକୁ ବନ୍ଧୁ ନୁହେଁ, ବରଂ ଗ୍ରାହକ ଭାବେ ଦେଖୁଛନ୍ତି। ଆମକୁ କଦାପି ସହଯୋଗୀ ଭାବେ ବିଚାର କରୁନାହାନ୍ତି। ଇସ୍ରାଏଲକୁ କୋଳେଇ ନେବା ଯୋଗୁ ଭାରତ ଆରବ ଦେଶଗୁଡ଼ିକର ଲୋକମାନଙ୍କ ସମର୍ଥନ ହରାଇଛି। ଏହା ଆରବ ଦେଶଗୁଡ଼ିକ ସହ ଥିବା ସମ୍ପର୍କକୁ ପ୍ରଭାବିତ କରି ନ ପାରେ, କିନ୍ତୁ ଆରବର ଏକଚ୍ଛତ୍ରବାଦୀ ଶାସକମାନେ ଆମକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି।
ମୂଲ୍ୟବୋଧ ଦୃଷ୍ଟିରୁ ଆମେ ଧର୍ମନିରପେକ୍ଷ, ଉଦାରବାଦୀ ବ୍ୟବସ୍ଥାରୁ ଦୂରେଇ ଯାଇଛୁ, ଯେଉଁଠିକୁ ଏବେ ୟୁରୋପୀୟ ଦେଶଗୁଡ଼ିକ ସେମାନଙ୍କ ଯୁବପିଢ଼ି ଯୋଗୁ ଫେରିବାକୁ ବାଧ୍ୟ ହେଉଛନ୍ତି। ଆମ ବ୍ରିକ୍ସ ସହଯୋଗୀ ବ୍ରାଜିଲ ଆମେରିକାର ସାମ୍ରାଜ୍ୟବାଦକୁ ଦୃଢ଼ ଭାବେ ଅସ୍ବୀକାର କରିଛି, ଯାହା ଆମେ କେବେ ବି କରିନାହଁୁ। ବିଶ୍ୱରେ ଭାରତ ଏମିତି ଏତେ ଏପାଖ ସେପାଖ ହେବା ଇତିହାସରେ କୌଣସି ସମୟରେ କେବେ ବି ଦେଖାଯାଇନାହିଁ। କାହା ପକ୍ଷରେ ରହିବ କିମ୍ବା କାହା ବିରୋଧରେ ଠିଆହେବ ତାହାକୁ ନେଇ ଅଧିକ ଦ୍ୱନ୍ଦ୍ୱରେ ପଡ଼ିବା ଏବଂ ଅଧିକ ଅପମାନିତ ହେବା ବି ଅତୀତରେ ଲକ୍ଷ୍ୟ କରାଯାଇନାହିଁ। ଏହା ପାଠକଙ୍କୁ ବୁଝିବାରେ ସାହାଯ୍ୟ କରିବ କାହିଁକି ଆମେ ଜଗତୀକରଣର ଅନେକ ବର୍ଷ ପରେ ଜି୨୦ ନେତୃତ୍ୱ ଓ ବିଶ୍ୱଗୁରୁ ତଥା ଅନ୍ୟସବୁ ବିଷୟରେ କହି ଏବେ ଆତ୍ମନିର୍ଭର କଥା କହୁଛୁ। ଏହାକୁ ଆମେ ନୂଆ ‘ନୂତନ ଭାରତ’ର ସ୍ଥିତି ବୋଲି କହିପାରିବା।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଘୁଞ୍ଚିଲା ଆର୍‌ଆଇ ପରୀକ୍ଷା, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୮।୬: OSSSC ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍‌ଆଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖରେ ହେବ ବୋଲି…

ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ

ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ: ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୮।୬: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ…

ଭାଜପା ସହ ବଡ଼ ଗେମ ଖେଳିଦେଲେ ଡିକେ ଶିବକୁମାର! କ୍ରସ-ଭୋଟିଂ କରି ୫ ଆସନ ହାସଲ କଲେ

ବେଙ୍ଗାଲୁରୁ,୧୮।୬: ଡି.କେ. ଶିବକୁମାର କର୍ନାଟକର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ନିର୍ବାଚନୀ ପ୍ରତିଯୋଗିତାରେ, ଗୁରୁବାର (ଜୁନ ୧୮, ୨୦୨୬) ଶାସକ କଂଗ୍ରେସ ଦଳ ସାତଟି ବିଧାନସଭା ପରିଷଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri