ଭଲ ବର୍ଷିଲା ଦକ୍ଷିଣ ପଶ୍ଚିମ ମୌସୁମୀ

ଭୁବନେଶ୍ୱର,୨୨ା୯(ବ୍ୟୁରୋ): ଚଳିତ ମୌସୁମୀ ଋତୁରେ ରାଜ୍ୟକୁ ଭଲ ବର୍ଷା ମିଳିଛି। ଦକ୍ଷିଣ ପଶ୍ଚିମ ମୌସୁମୀର ଓଡ଼ିଶା ଉପରେ ଶୁଭଦୃଷ୍ଟି ରହିଛି। ରାଜ୍ୟରେ ବର୍ଷା ସ୍ବାଭାବିକଠାରୁ ୫% ଅଧିକ ହୋଇଛି। କେତେକ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହୋଇଛି। ଆଉ କେତେକ ଜିଲାରେ ସ୍ବାଭାବିକଠାରୁ ଅଧିକ ହୋଇଛି। କୌଣସି ଜିଲାରେ ନିଅଣ୍ଟିଆ ବର୍ଷା ହୋଇନାହିଁ।

ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଜୁନ୍‌ ପହିଲାରୁ ସେପ୍ଟେମ୍ବର ୨୧ ମଧ୍ୟରେ ରାଜ୍ୟର ୨୫ ଜିଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ୫ ଜିଲାରେ ଅତ୍ୟଧିକ ବର୍ଷା ହୋଇଛି। ଏହି ସମୟରେ କନ୍ଧମାଳରେ ରାଜ୍ୟର ସର୍ବାଧିକ ବୃଷ୍ଟିପାତ ହୋଇଛି। ଏହି ଜିଲାରେ ୧୧୦୦.୬ ମିଲିମିଟର ବର୍ଷା ହେବାକୁ ଥିବା ବେଳେ ହୋଇଛି ୧୬୬୪.୯ ମିଲିମିଟର। ସ୍ବାଭାବିକଠାରୁ ୫୧ ପ୍ରତିଶତ ଅଧିକ ହୋଇଛି। ସେହିପରି କୋରାପୁଟରେ ସ୍ବାଭାବିକ ବର୍ଷା ୧୧୯୭.୧ ମିଲିମିଟର ହେବାକୁ ଥିବାବେଳେ ହୋଇଛି ୧୫୨୩.୮ ମିଲିମିଟର। ଏହି ଜିଲାରେ ୨୭ ପ୍ରତିଶତ ଅଧିକ ହୋଇଛି। ବୌଦ୍ଧରେ ସ୍ବାଭାବିକ (୯୯୧.୬ ମି.ମି)ଠାରୁ ୩୩ ପ୍ରତିଶତ, ଗଜପତିରେ ୨୪ ପ୍ରତିଶତ ଓ ଢେଙ୍କାନାଳରେ ୨୨ ପ୍ରତିଶତ ଅଧିକ ବର୍ଷା ହୋଇଛି। ସେହିପରି ନୟାଗଡ଼ରେ ସ୍ବାଭାବିକଠାରୁ ୧୭, ରାୟଗଡ଼ା ୧୭, ସୁନ୍ଦରଗଡ଼ ୧୪, ଦେବଗଡ଼ ୧୨, ଜଗତ୍‌ସିଂହପୁର ୧୧, ଗଞ୍ଜାମରେ ୧୧ ପ୍ରତିଶତ ଅଧିକ ବର୍ଷା ହୋଇଛି। ଚଳିତ ବର୍ଷ ଓଡ଼ିଶାରେ ସ୍ବାଭାବିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ରାଜ୍ୟକୁ ଆହୁରି ବର୍ଷା ମିଳିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ନୟାଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁଳି ଚୋରି ଧରାଇଲେ ମିଳିବ ପୁରସ୍କାର, ନାମ ଗୋପନ ରହିବ

ଭୁବନେଶ୍ୱର,୫।୯(ବ୍ୟୁରୋ): ଏଣିକି ବିଜୁଳି ଚୋରି ସମ୍ପର୍କରେ ସୂଚନା ଦେଲେ ସୂଚନାଦାତାଙ୍କୁ ମିଳିବ ଆର୍ଥିକ ପୁରସ୍କାର। ଯେଉଁମାନେ ବିଜୁଳି ଚୋରି କରୁଛନ୍ତି ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ।...

ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ: ଯାତ୍ରୀଙ୍କଠାରୁ ମିଳିଲା ୧୫୦.୯୨୦ ଗ୍ରାମର ସୁନା, ମୂଲ୍ୟ ୫ଲକ୍ଷରୁ ଅଧିକ

ଭୁବନେଶ୍ୱର, ୧୦।୭(ବ୍ୟୁରୋ): କଟକଣା ସତ୍ତ୍ୱେ କମୁନି ସୁନା ଚୋରା ଚାଲାଣ। ବୁଧବାର ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ କରିଛି କଷ୍ଟମ ବିଭାଗ। ବ୍ୟାଙ୍କକ୍‌ରୁ ଆସିଥିବା...

ମଙ୍ଗଳବାରରୁ କାଉଣ୍ଟରରେ ମିଳିବ ଦେଶୀ ମଦ

ଭୁବନେଶ୍ୱର, ୬।୭(ବ୍ୟୁରୋ): ମଙ୍ଗଳବାରଠାରୁ କାଉଣ୍ଟରରେ ଦେଶୀ ମଦ, ରନ୍ଧା ମଦ ମିଳିବ। ଏ ନେଇ ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତ ୧ ତାରିଖରୁ...

ଫନୀ ପାଇଁ ମିଳିଛି ଜାତୀୟ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ୩୧୧୪.୪୬ କୋଟି

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ଗତ ମେ ୩ ତାରିଖରେ ଉପକୂଳ ଓଡ଼ିଶାରେ ହୋଇଥିବା ପ୍ରଳୟଙ୍କରୀ ବାତ୍ୟା ଫନୀ ଯୋଗୁ ବହୁ ଧନଜୀବନ କ୍ଷତିଗ୍ରସ୍ତ ହୋଇଛି। ବାତ୍ୟାରେ କ୍ଷତିଗ୍ରସ୍ତ ଲୋକମାନଙ୍କର...

ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୧୬

ବାଲେଶ୍ୱର ଅଫିସ,୨୭ା୪ : ଜିଲାରେ ସୋମବାର ଅପରାହ୍ନରେ ଆଉଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି।...

ପୁଣି ପୂଜକଙ୍କ ଘର ଉଚ୍ଛେଦ ପାଇଁ ନୋଟିସ୍‌ ଜାରି

ଗଞ୍ଜାମ,୩୦ା୬(ଡି.ଏନ୍‌.ଏ.): ଗଞ୍ଜାମ ସହର ତ୍ରିବେଣୀ ମଠଛକଠାରେ ଦୀର୍ଘ ୭୦ବର୍ଷରୁ ଊର୍ଦ୍ଧ୍ୱ ହେବ ରହି ଆସୁଥିବା ପୂଜକ କନ୍ଧ ଶତପଥୀଙ୍କ ଘର ଆସନ୍ତା ୫ରେ ଭାଙ୍ଗିବାକୁ ପୁଣି...

କୋଇଲା ଖଣିରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: କ୍ଷତିପୂରଣ ଦାବିରେ ଆନ୍ଦୋଳନ

ତାଳଚେର,୨୮।୫(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ସ୍ଥିତ ଏମ୍‌ସିଏଲ ବଳରାମ କୋଇଲା ଖଣିରେ ସୋମବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟି ଜଣେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି।...

ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କଲେ ମା’

ଭୁବନେଶ୍ୱର,(ବ୍ୟୁରୋ)/ ଧର୍ମଶାଳା, (ଡି.ଏନ.ଏ.)୨୧।୩: ନୟାଗଡ଼ ଜିଲା ରଣପୁର ଥାନା ମଝିଆଖଣ୍ଡ ଗୋଡ଼ିପୋଖରୀ ଗ୍ରାମର କ୍ୟାମେରାମ୍ୟାନ ମାନସ ସ୍ବାଇଁଙ୍କୁ ଅପହରଣ ଓ ନିର୍ଯାତନା ପରେ ହତ୍ୟା କରି...

Advertisement
Archives

Model This Week