ରତ୍ନଭଣ୍ଡାର ଖୋଲିବା ନେଇ ଏସ୍‌ଓପି ପ୍ରଦାନ କଲେ ରାଜ୍ୟ ସରକାର, ଏଥିରେ ରହିଛି…

ପୁରୀ,୧୩ା୭: ରତ୍ନଭଣ୍ଡାର ଖୋଲାଯିବା ନେଇ ଶନିବାର ଏସ୍‌ଓପି ପ୍ରଦାନ କରାଯାଇଛି। ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ଏସ୍‌ଓପି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯାଇଛି ବୋଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।

ସେ କହିଛନ୍ତି, ରତ୍ନଭଣ୍ଡାର ଗଣତି, ମଣତି ନେଇ ଆର୍‌ବିଆଇର ସହାୟତା ନିଆଯିବ। ତାଙ୍କ ପ୍ରତିନିଧି ଉପସ୍ଥିତ ରହିବେ ଓ ଆମ ଟିମ୍‌କୁ ସହାୟତା କରିବେ। ସ୍ୱଚ୍ଛତାର ସହ ପ୍ରକ୍ରିୟା ପରିଚାଳନା କରିବା ଦାୟିତ୍ୱ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କର।

ଅଳଙ୍କାରର ସଂଖ୍ୟା, ମାନ ଏବଂ ଓଜନ ନିର୍ଦ୍ଧାରଣ କରାଯିବ। ଅଳଙ୍କାରଗୁଡ଼ିକର ଡିଜିଟାଲ ଫଟୋଗ୍ରାଫି କରାଯିବ। ଫଟୋଗ୍ରାଫ କରାଯାଇ ଏକ ଡିଜିଟାଲ କାଟାଲଗ୍‌ ତିଆରି ହେବ। ଆଗାମୀ ଦିନ ପାଇଁ ଏହା ଏକ ରେଫରେନ୍ସ ଡକ୍ୟୁମେଣ୍ଟ ଭାବେ ରହିବ ବୋଲି ଆଇନମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୮ ମାର୍ଚ୍ଚ ୨୨ରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପ୍ରଥମେ ମାର୍ଚ୍ଚ ୨୬ରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଟିମ ରତ୍ନଭଣ୍ଡାର ଯାଞ୍ଚ କରିଥିଲେ। ପରେ ଏପ୍ରିଲ ୪ରେ ଭିତର ରତ୍ନଭଣ୍ଡାର ଖୋଲିବାକୁ ୧୭ ଜଣିଆ ପ୍ରାଧିକୃତ୍ ଟିମ ଯାଇଥିଲା। ତେବେ ଚାବି ହଜିଥିବାରୁ ଭିତର ରତ୍ନଭଣ୍ଡାର ଖୋଲାଯାଇପାରି ନ ଥିଲା। ପରେ ଚାବି ହଜିବା ସମ୍ପର୍କରେ ସରକାରଙ୍କ ପକ୍ଷରୁ ଜଷ୍ଟିସ ରଘୁବୀର ଦାସ କମିଶନ ତଦନ୍ତ କରିଥିଲା। ମାତ୍ର ତଦନ୍ତ ରିପୋର୍ଟ ସାର୍ବଜନୀନ କରାଗଲା ନାହିଁ। ଶ୍ରୀମନ୍ଦିର ରେକର୍ଡ ଅଫ ରାଇଟସ ମୁତାବକ ପ୍ରତି ତିନିବର୍ଷରେ ରତ୍ନଭଣ୍ଡାର ଖୋଲାହେବା ନିୟମ ରହିଥିବାବେଳେ ଆଜିକୁ ପ୍ରାୟ ୪୫ ବର୍ଷ ହେବ ଏହା ଖୋଲାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

‘ଶିକ୍ଷକଙ୍କ ହାତରେ ରହିଛି ଉତ୍ତମ ଶିଶୁ ଗଠନର ଦାୟିତ୍ୱ’

ଭୁବନେଶ୍ୱର,୫ା୯: ବାଲିପୁଟର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେଣ୍ଟ୍‌ ଜାଭିଅର କିଡ୍ସରେ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି ଗୁରୁଦିବସ। ବିଦ୍ୟାଳୟର ପ୍ରାର୍ଥନା ପର୍ବ ପରେ ପୂର୍ବତନ ରାଷ୍ଟ୍ରପତି ତଥା…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri