‘ରାଜ୍ୟ ସରକାର କୃଷକଙ୍କ ସୁଖ-ସମୃଦ୍ଧିକୁ ନେଇ ସମ୍ପୂର୍ଣ୍ଣ ପ୍ରତିବଦ୍ଧ’

ଖୋର୍ଦ୍ଧା,୩୦ା୪(ପ୍ରଭାତ ପାଣିଗ୍ରାହୀ): ‘କୃଷି’ ହେଉଛି ଆମ ଅସ୍ତିତ୍ୱର ମୂଳ ଆଧାର। ଏହି କ୍ଷେତ୍ରରେ କୃଷକମାନେ ତାଙ୍କର ଅଦମ୍ୟ ପରିଶ୍ରମ, ଆଶା ଓ ଆତ୍ମବଳ ଦ୍ବାରା ଆଜି ଓଡ଼ିଶାକୁ ଆତ୍ମନିର୍ଭର ଓ ସମୃଦ୍ଧିମୟ କରିଛନ୍ତି। ରାଜ୍ୟ ସରକାର ମଧ୍ୟ କୃଷକଙ୍କ ସୁଖ ଓ ସମୃଦ୍ଧିକୁ ନେଇ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

ଖୋର୍ଦ୍ଧାସ୍ଥିତ ଜୟୀ ରାଜଗୁରୁ ଟାଉନ ହଲ୍‌ଠାରେ ଆୟୋଜିତ ଜିଲାସ୍ତରୀୟ କୃଷକ ଦିବସ-୨୦୨୫ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଇନମନ୍ତ୍ରୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୨୦୨୫ ଖରିଫ ଋତୁ ପାଇଁ ୫୦ ଲକ୍ଷ ହିତାଧିକାରୀ କୃଷକଙ୍କୁ ମୁଖ୍ୟମନ୍ତ୍ରୀ କିଷାନ କିସ୍ତି ଅଧିନରେ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହି ସହାୟତା କୃଷକଙ୍କ ଚାଷ କାର୍ଯ୍ୟକୁ ସାହାଯ୍ୟ କରି ଉତ୍ପାଦନ ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ମୁଁ ଆଶା କରୁଛି। ରାଜ୍ୟ ସରକାର କୃଷକଙ୍କ ସାବଲମ୍ବନ ଓ ସମୃଦ୍ଧି ପାଇଁ ଅନେକ ଯୋଜନା ପ୍ରଚଳିତ କରିଛନ୍ତ। ଏଥି ମଧ୍ୟରେ ରହିଛି କିଷାନ କ୍ରେଡିଟ କାର୍ଡ (KCC) ଯାହାକି କୃଷକମାଙ୍କୁ ସହଜରେ କମ୍‌ ସୁଧରେ ଋଣ ଯୋଗାଇ ପାରୁଛି।

ସେହିପରି ଚାଷୀମାନଙ୍କୁ ସେମାନଙ୍କର ଉତ୍ପାଦନର ଉଚିତ ମୂଲ୍ୟ ପ୍ରଦାନ କରିବା ପାଇଁ ପ୍ୟାଡି ପ୍ରୋକ୍ୟୁରମେଣ୍ଟ ଯୋଜନା ମାଧ୍ୟମରେ ୮୦୦ ଟଙ୍କାର ଇନ୍‌ପୁଟ ସହାୟତା ରାଶି ସହ ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ କରୁଛନ୍ତି ରାଜ୍ୟ ସରକାର। ଆଜିର ପବିତ୍ର ଦିବସରେ କୃଷକ ଭାଇ ଓ ଭଉଣୀମାନଙ୍କୁ ଗୋଟିଏ ଅପିଲ ରହିବ ଯେ, ରାସାୟନିକ ସାର ଏବଂ କୀଟନାଶକର ବ୍ୟବହାରକୁ ସମ୍ପୂର୍ଣ ବନ୍ଦ କରିବା ସହିତ ଜୈବିକ କୃଷିକୁ ଆପଣେଇବା ପାଇଁ ପ୍ରୟାସ ଆରମ୍ଭ କରିବାକୁ ଆହ୍ବାନ ଦେଇଥିଲେ। ମୁଁ ବିଶ୍ବାସ କରେ ଯେ, ଏହି ସମସ୍ତ ଉଦ୍ୟମ ଦ୍ବାରା ଆମ ରାଜ୍ୟର କୃଷକମାନେ ସାବଲମ୍ବୀ ହେବେ ଏବଂ ଓଡ଼ିଶା ଆମ ଦେଶରେ କୃଷିରେ ଏକ ମଡେଲ ରାଜ୍ୟ ଭାବରେ ପରିଚିତ ହେବ।
ଏହି ଅବସରରେ ଖୋର୍ଦ୍ଧା ଜିଲାର ବିଭିନ୍ନ ବ୍ଲକର ସଫଳ ଚାଷୀ ଭାଇମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମ ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ଉପଜିଲାପାଳ କିଶୋର କୁମାର ପଣ୍ଡା, ଜିଲା କୃଷି ଅଧିକାରୀ ରବି ସେନାପତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଜିଲାର ବିଭିନ୍ନ ବ୍ଲକର ଚାଷୀ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri