Posted inଖେଳ

ପୁରୁଷ ହକି ଦଳକୁ ଭେଟିବେ କ୍ରୀଡ଼ାମନ୍ତ୍ରୀ

ନୂଆଦିଲ୍ଲୀ,୧୪ା୮: କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ସେପ୍ଟେମ୍ବର ୧୦ ପୂର୍ବରୁ ବ୍ରୋଞ୍ଜ ବିଜୟୀ ଭାରତୀୟ ପୁରୁଷ ହକି ଦଳ ସହିତ ଏକ ବୈଠକ କରିବେ। ୨୦୨୮ ଲସ୍‌ଏଞ୍ଜେଲ୍ସ ଗେମ୍ସରେ ଯେପରି ସ୍ବର୍ଣ୍ଣ ପଦକ ହାସଲ କରାଯିବା ପ୍ରୟାସରେ ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋଚନା କରିବେ। ମାଣ୍ଡବ୍ୟ ମଙ୍ଗଳବାର ସକାଳେ ପ୍ୟାରିସ୍‌ରୁ ଫେରିଥିବା ଷ୍ଟାର ଗୋଲକିପର ପି.ଆର. ଶ୍ରୀଜେଶ, ଡିଫେଣ୍ଡର ସଞ୍ଜୟ, ଅମିତ ରୋହିଦାସ ଓ ଷ୍ଟ୍ରାଇକର ଅଭିଷେକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ମାଣ୍ଡବ୍ୟ କହିଥିଲେ, ଆପଣମାନଙ୍କ ପ୍ରଦର୍ଶନ ଜବରଦସ୍ତ ରହିଥିଲା। ଆମେ ସ୍ବର୍ଣ୍ଣ ଜିତିପାରି ନ ଥିଲେ ହେଁ ଏହାର ନିକଟତର ହୋଇପାରିଥିଲେ। ସେମିଫାଇନାଲରେ ପରାଜିତ ହେବାପରେ ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ମ୍ୟାଚରେ ଯେପରି ପ୍ରଦର୍ଶନ କଲ ତାହା ପ୍ରଶଂସା ଯୋଗ୍ୟ। ମାତ୍ର ଏହି ରାସ୍ତାର ଅନ୍ତ ଘଟିନାହିଁ, ଲସ୍‌ଏଞ୍ଜେଲ୍ସରୁ ଆମକୁ ସ୍ବର୍ଣ୍ଣ ସହିତ ଫେରିବାକୁ ହେବ। ଏଦିଗରେ ଆମେ କିପରି ସଫଳ ହୋଇପାରିବା ସେ ନେଇ ମୁଁ ଆପଣମାନଙ୍କ ପରାମର୍ଶ ଲୋଡୁଛି। ସରକାର ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଦେବାକୁ ପ୍ରସ୍ତୁତ। ମନ୍ତ୍ରୀ ପୁଣି କହିଥିଲେ, ଗତ ସଂସ୍କରଣ ସହ ଯଦିଓ ତୁଳନୀୟ ନୁହେଁ ତେବେ ପ୍ୟାରିସ ଗେମ୍ସରେ ଭାରତୀୟ ଆଥ୍‌ଲେଟଙ୍କ ପ୍ରଦର୍ଶନକୁ ନେଇ ସେ ସନ୍ତୁଷ୍ଟ। ଟୋକିଓରେ ଭାରତ ଗୋଟିଏ ସ୍ବର୍ଣ୍ଣ ସମେତ ୭ ପଦକ ଜିତିଥିଲା, କିନ୍ତୁ ପ୍ୟାରିସ୍‌ରେ ଦେଶ ୫ ବ୍ରୋଞ୍ଜ ଓ ଗୋଟିଏ ରୌପ୍ୟ ସମେତ ୬ ପଦକ ଜିତିବାରେ ସମର୍ଥ ହୋଇଛି। ତେବେ ଭାରତ ଚତୁର୍ଥ ସ୍ଥାନରେ ରହି ୭ଟି ପଦକ ଅଳ୍ପକେ ହାତଛଡ଼ା କରିଛି। ତେଣୁ ମୋଟ ଉପରେ ଏହାକୁ ଏକ ଭଲ ପ୍ରଦର୍ଶନ ବୋଲି କୁହାଯାଇପାରିବ। ମାଣ୍ଡବ୍ୟ ଏହା ପୂର୍ବରୁ ଫେରିଥିବା ହକି ଦଳର ଅନ୍ୟ ସଦସ୍ୟମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri