ହାତୀଦାନ୍ତ ଜବତ, ୨ ଶିକାରୀ ଗିରଫ

ଭୁବନେଶ୍ୱର, (ବ୍ୟୁରୋ)/ ବଲାଙ୍ଗୀର ଅଫିସ,୯।୧୨: କଠୋର ଆଇନ ଓ ବାରମ୍ବାର ଚଢ଼ାଉ ସତ୍ତ୍ୱେ ବନ୍ୟଜନ୍ତୁ ଶିକାର ଏବଂ ଚୋରା ଚାଲାଣ ବନ୍ଦ ହୋଇପାରୁ ନାହିଁ। ନଭେମ୍ବର ୧୪ରେ ବରଗଡ ଜିଲା ପଦ୍ମପୁର ଉପଖଣ୍ଡ କେନ୍ଦୁଭଟାରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ୍‌ ଫୋର୍ସ (ଏସ୍‌ଟିଏଫ୍‌) ଚଢ଼ାଉ କରି ଜଣେ ଶିକାରୀଙ୍କୁ ଗିରଫ କରିବା ସହ ଏକ ହାତୀଦାନ୍ତ ଜବତ କରିଥିଲା। ମଙ୍ଗଳବାର ବଲାଙ୍ଗୀରରୁ ଆଉଏକ ହାତୀଦାନ୍ତ ର଼୍ୟାକେଟ ଧରାପଡିଛି। ବନ ବିଭାଗ ସହାୟତାରେ ଏସ୍‌ଟିଏଫ୍‌ ଟିମ୍‌ ବଲାଙ୍ଗୀର ଜିଲା ତୁଷୁରା ଥାନା ଗୁଡ୍‌ଭେଲା ଗ୍ରାମ ନିକଟରେ ଚଢ଼ାଉ କରି ହାତୀ ଦାନ୍ତ ଜବତ କରିବା ସହ ଦୁଇଦିନରେ ୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଏହି ଥାନା ଅନ୍ତର୍ଗତ ନିମୁଡ୍‌ସିଂହା ଗ୍ରାମର ବିପୁଲ ବାଗ ଓ ମଧୁ ଭୂଇଁ। ବିପୁଲଙ୍କଠାରୁ ୩୬.୫ ଇଞ୍ଚ ଲମ୍ବ, ୧୨ ଇଞ୍ଚ ଗୋଲେଇ ଓ ୮.୯୦ କେ.ଜି. ଓଜନର ହାତୀଦାନ୍ତ ଜବତ କରାଯାଇଛି। ପରେ ଏସ୍‌ଟିଏଫ୍‌ ଅଭିଯୁକ୍ତ ଦ୍ୱୟଙ୍କୁ ବଲାଙ୍ଗୀର ବନ ବିଭାଗକୁ ହସ୍ତାନ୍ତର କରିଛି। ଏନେଇ ଦଓଗାଁ ରେଞ୍ଜରେ ମାମଲା (ନଂ.୨୧୩/୨୧-୨୨) ରୁଜୁ କରାଯାଇଛି। ଫେରାର ଶିକାରୀଙ୍କୁ ଧରିବାକୁ ଆଖପାଖ ଅଞ୍ଚଳରେ ଏସ୍‌ଟିଏଫ୍‌ ଛାନ୍‌ଭିନ୍‌ ଚଳାଇଛି। ତଦନ୍ତବେଳେ ଏକ ବଡ଼ ହାତୀଦାନ୍ତ ର଼୍ୟାକେଟ୍‌ ଚାଲିଥିବା ଜାଣିବାକୁ ପାଇଛି। ତେବେ ଜବତ ହାତୀଦାନ୍ତ ପ୍ରାୟ ଦୁଇମାସ ତଳେ ଟାଙ୍ଗିଆରେ କଟାଯାଇଥିବା ଅନୁମାନ କରାଯାଉଛି। ହାତୀଟି କିପରି ଓ କେଉଁଠି ମରିଥିଲା, ଦାନ୍ତକୁ ସେମାନେ ସିଧା କାଟି ଆଣିଥିଲେ ନା ଆଉ କାହାଠାରୁ ସଂଗ୍ରହ କରିଥିଲେ, ଏହାପୂର୍ବରୁ କେତୋଟି ହାତଦାନ୍ତକୁ ସେମାନେ କାହାକୁ ବିକ୍ରି କରିଛନ୍ତି, ଏଭଳି ବିଭିନ୍ନ ଦିଗକୁ ନେଇ ଏସ୍‌ଟିଏଫ୍‌ ତଦନ୍ତ ଜାରି ରଖିଛି।
ବଲାଙ୍ଗୀର ଡିଏଫ୍‌ଓ ନୀତୀଶ କୁମାରଙ୍କ ସୂଚନାନୁସାରେ, ଗୁଡ୍‌ଭେଲା ଅଞ୍ଚଳର କେତେଜଣ ଲୋକଙ୍କ ପାଖରେ ଏକ ହାତୀଦାନ୍ତ ରହିଥିବା ଏସ୍‌ଟିଏଫ୍‌ ସୂଚନା ପାଇବା ପରେ ବନ ବିଭାଗକୁ ଜଣାଇଥିଲା। ଏହାପରେ ଏସ୍‌ଟିଏଫ୍‌ ଓ ବନ ବିଭାଗ ମିଳିତ ଟିମ୍‌ ଗଠନ କରି ର଼୍ୟାକେଟକୁ ଧରିବାକୁ ଯୋଜନା କରିଥିଲା। ଅଧିକାରୀମାନେ କ୍ରେତା ଭାବେ ହାତୀଦାନ୍ତ ରଖିଥିବା ଅଭିଯୁକ୍ତଙ୍କ ସହ ଯୋଗାଯୋଗ କରିଥିଲେ। ଦାନ୍ତ କିଣିବା ଉଦ୍ଦେଶ୍ୟରେ ମଙ୍ଗଳବାର ରାତିରେ ଗୁଡ୍‌ଭେଲା-ଘୁନା ରାସ୍ତାର ଏକ ଛକକୁ ଆସିବା ପାଇଁ ଅଭିଯୁକ୍ତଙ୍କୁ କୁହାଯାଇଥିଲା। ସେ ସେଠାରେ ପହଞ୍ଚତ୍ବା ପରେ ଟିମ୍‌ ସେମାନଙ୍କ ଉପରେ ଅତର୍କିତ ଚଢାଉ କରିଥିଲା। ଘନ ଅନ୍ଧାର ଥିବାରୁ ସେଠାରୁ ଜଣେ ଶିକାରୀ ଦୌଡି ପଳାଇବାକୁ ସକ୍ଷମ ହୋଇଥିବାବେଳେ ନିମୁଡ୍‌ସିଂହା ଗ୍ରାମର ବିପୁଲ ଧରାପଡି ଯାଇଥିଲେ। ତାଙ୍କୁ ପଚରାଉଚରା ପରେ ବୁଧବାର ଏହି ର଼୍ୟାକେଟରେ ସମ୍ପୃକ୍ତ ଅନ୍ୟତମ ଅଭିଯୁକ୍ତ ମଧୁ ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ଗିରଫ ଅଭିଯୁକ୍ତଦ୍ୱୟଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯିବ ବୋଲି ସେ କହିଛନ୍ତି।
ଏସ୍‌ଟିଏଫ୍‌ର ରିପୋର୍ଟ ଅନୁଯାୟୀ, ଗତ ବର୍ଷକ ମଧ୍ୟରେ ୨୧ଟି ବାଘଛାଲ, ୧୨ଟି ହାତୀ ଦାନ୍ତ, ୨ଟି ହରିଣ ଚମଡ଼ା, ୮ ଜୀବନ୍ତ ବଜ୍ରକାପ୍ତା, ୧୫ କେଜି ବଜ୍ରକାପ୍ତା କାତି ଜବତ କରାଯିବା ସହ ଏଥିରେ ସମ୍ପୃକ୍ତ ୪୮ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri