ଆଇଜରରେ ପଢ଼ିବେ ପାନ ଦୋକାନୀଙ୍କ ପୁଅ

ଚୌଦ୍ୱାର,୨୪ା୧୦(ଡି.ଏନ୍‌.ଏ.): କଠିନ ଅଧ୍ୟବସାୟ ଓ ଦୃଢ଼ ଇକ୍ତାଶକ୍ତି ଥିଲେ ସବୁ ସମ୍ଭବ। ମନରେ ଦୃଢ ସଙ୍କଳ୍ପ ରଖିଲେ ମଣିଷ ଅଭାବ ଅନଟନ ଭିତରେ ବି ସଫଳତା ପାଇପାରେ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ପାନ ଦୋକାନୀଙ୍କ ପୁଅ। ସେ ହେଲେ କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ ଶଙ୍କରପୁର ଗ୍ରାମର ସୁବାଶିଷ ବେହେରା। ରେଭେନ୍‌ଶା କଲେଜର ସୁବାଶିଷ +୨ ବିଜ୍ଞାନ ପରୀକ୍ଷାରେ ୮୫ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହେବା ସହ ତିରୁପତିସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ସାଇଣ୍ଟିଫିକ୍‌ ଆଣ୍ଡ୍‌ ଇଞ୍ଜିନିୟରିଂ ରିସର୍ଚ୍ଚ (ଆଇଜର୍‌)ରେ ପଢ଼ିବାର ସୁଯୋଗ ହାସଲ କରିଛନ୍ତି। ଏହି ସଫଳତା ତାଙ୍କ ଗ୍ରାମ ଶଙ୍କରପୁର ସହିତ ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ ପାଲଟିଛି। ସୁବାଶିଷଙ୍କ ବାପା ପରମାନନ୍ଦ ବେହେରା ଏକ ଛୋଟିଆ ପାନଦୋକାନ କରି ପରିବାର ପ୍ରତିପୋଷଣ କରୁଥିବାବେଳେ ପୁଅ ଏଭଳି ସଫଳତା ପାଇ ତାଙ୍କ ମାନ ରଖିଛନ୍ତି। ପାନ ଦୋକାନରୁ ଯାହା ରୋଜଗାର ହୁଏ ସେଥିରେ ପରିବାରର ୪ ପ୍ରାଣୀ କୁଟୁମ୍ବ ଚଳିବା କଷ୍ଟସାଧ୍ୟ ହେଉଥିଲେ ହେଁ ପୁଅର ପାଠପଢ଼ା ପାଇଁ ସେ ଅଭାବକୁ ସହି ଯାଉଛନ୍ତି ବୋଲି ପରମାନନ୍ଦ କହିଛନ୍ତି। ସୁବାଶିଷ ୨୦୧୮ରେ ଆଗ୍ରାହାଟସ୍ଥିତ ସରସ୍ବତୀ ଶିଶୁ ମନ୍ଦିରରୁ ମାଟ୍ରିକ ପରୀକ୍ଷାରେ ୯୦ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ କଟକ ରେଭେନ୍‌ଶା କଲେଜରେ ଅଧ୍ୟୟନ କଲେ। ମେଧାବୀ ଛାତ୍ର ଭାବେ ସେ ଶିକ୍ଷକମାନଙ୍କ ପ୍ରିୟ ହୋଇପାରିଥିଲେ। ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ସେ ଭଲ କୋଚିଂ ସେଣ୍ଟରରେ ପଢି ପାରି ନ ଥିଲେ। କିନ୍ତୁ ବୈଜ୍ଞାନିକ ହେବାର ଅଦମ୍ୟ ନିଶା ତାଙ୍କ ମନରୁ ଦୂରେଇ ଯାଇ ନ ଥିଲା। ସେ ଆଇନ୍‌ଷ୍ଟାଇନ୍‌ଙ୍କ ଭଳି ଜଣେ ବଡ ବୈଜ୍ଞାନିକ ହେବାକୁ ଆଶା ରଖିଛନ୍ତି। ସେ ତାଙ୍କର ଏହି ସଫଳତାର ଶ୍ରେୟ ମା’, ବାପା ଓ ଶିକ୍ଷକମାନଙ୍କୁ ଦେଇଛନ୍ତି। ପୁଅର ବୈଜ୍ଞାନିକ ହେବା ସ୍ବପ୍ନ ସତ ହେବାକୁ ଯାଉଥିବାରୁ ପରିବାର ଲୋକେ ଖୁସିରେ ଆମତ୍ହରା ହୋଇ ପଡ଼ିଛନ୍ତି। ତିରୁପତିସ୍ଥିତ ଆଇଜର୍‌ରେ ଅଧ୍ୟୟନ କରିବାର ସୁଯୋଗ ମିଳିଥିବାରୁ ସୁବାଶିଷ ଭଗବାନଙ୍କୁ କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଗଜ ପତ୍ର ନ ଥାଇ ଚାଲୁଥିଲା ବସ୍‌: ଧରିଲା ପରିବହନ ବିଭାଗ, ଏତିକି ଟଙ୍କା ଜୋରିମନା

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): କୌଣସି ସଠିକ କାଗଜ ପତ୍ର ନଥାଇ ଗାଡି ଚଳାଇବା ଏକ ବସକୁ ପଡିଛି ମହଙ୍ଗା। ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ…

ବଲାଙ୍ଗୀରରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ, ୫ ଲକ୍ଷ ୨ ହଜାର ସ୍ୱାକ୍ଷର ସମ୍ବଳିତ ପ୍ରାର୍ଥନାପତ୍ର…

ବଲାଙ୍ଗୀର,୨୭।୭(ସୁନିଲ କୁମାର ମହାନ୍ତି): ଗୋମାତାଙ୍କ ସେବା, ସୁରକ୍ଷା ଓ ସମ୍ମାନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସାରା ଦେଶରେ ଚାଲିଥିବା ଗୋ ସମ୍ମାନ ଆହ୍ୱାନ ଅଭିଯାନର ପ୍ରଭାବ ବଲାଙ୍ଗୀରରେ…

ସରକାରୀ ଛୁଟି ନଥାଇ ସ୍କୁଲରେ ତାଲା, ଘରକୁ ଫେରିଆସିଲେ ପିଲା

ଲାଞ୍ଜିଗଡ଼,୨୭।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କମଲେଇ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି ।…

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO

ପାରଳାଖେମୁଣ୍ଡି,୨୭।୭(ଗିରିଧାରୀ ପରିଛା) : ବହୁଚର୍ଚ୍ଚିତ ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଇନର ଫାଶରେ ଛନ୍ଦି ହୋଇଛନ୍ତି ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। ସୋମବାର…

ମାଗଣା ଅଟୋ ଆମ୍ବୁଲାନ୍ସ ସେବା ଯୋଗାଇଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର:ଗର୍ଭବତୀ-ପ୍ରସୂତି ପାଇବେ ସୁବିଧା

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ନିରୀକ୍ଷଣ…

ଜାତୀୟ ସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କଲେ ଦିଗପହଣ୍ଡି ପୁଅ, ଛୁଟୁଛି ଶୁଭେତ୍ସାର ସୁଅ

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ଗ୍ରାମର ଯୋଗେନ୍ଦ୍ର ସେଠୀ ଜାତୀୟ ସ୍ତରୀୟ ସନ୍ତରଣ ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।…

ଦାଦନ ଖଟିବାକୁ ଯାଇ ଗୋଆରେ ଛାତ୍ରଙ୍କ ମୃତ୍ୟୁ, ମର ଶରୀର ଗାଁ ଆଣିବାକୁ ନିବେଦନ କଲେ ଗ୍ରାମବାସୀ

ମୋହନା,୨୭।୭(ମନ୍ମଥ ମିଶ୍ର): ଉଚ୍ଚଶିକ୍ଷାର ସ୍ୱପ୍ନ ପୂରଣ ପାଇଁ ଗୋଆକୁ ଦାଦନ ଖଟିବାକୁ ଯାଇଥିଲେ। ବି.ଇ.ଡ଼ି ଆଡମିଶନ୍ କରିବାକୁ ଟଙ୍କା ଅଭାବରୁ ଘର ଛାଡ଼ି ରୋଜଗାର ପାଇଁ ବାହାର…

ସ୍ବାଧୀନତା ଦିବସ ପାଳନ ପ୍ରସ୍ତୁତି: ଶାନ୍ତି-ଶୃଙ୍ଖଳା ଉପରେ ନଜର

ଭଞ୍ଜନଗର,୨୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଆସନ୍ତା ୮୦ତମ ସ୍ବାଧୀନତା ଦିବସ ପାଳନକୁ ସୁଚାରୁ ଓ ଶୃଙ୍ଖଳିତ ଭାବେ ଆୟୋଜନ କରିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri