ଟିକା ନେବାପରେ ବାପାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ଆଣିଲେ ପୁଅ

ନବରଙ୍ଗପୁର/ଡାବୁଗାଁ/ପାପଡ଼ାହାଣ୍ଡି,୩।୪: କରୋନା ଟିକା ନେଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ନବରଙ୍ଗପୁର ଜିଲା ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି। ମୃତକ ହେଲେ ପାପଡ଼ାହାଣ୍ଡି ବ୍ଲକ ହାତୀବେଢ଼ା ପଞ୍ଚାୟତ ଶୁଣ୍ଢିଗୁଡା ଗ୍ରାମର ଟଙ୍କଧର ବିଶୋଇ(୬୬)। ମୃତଦେହ ବ୍ୟବଚ୍ଛେଦ ପାଇଁ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ପଠାଯାଇଛି।
ସୂଚନା ଅନୁଯାୟୀ, ଟଙ୍କଧର ଗୁରୁବାର ସ୍ଥାନୀୟ ମହେନ୍ଦ୍ରୀ ଉପସ୍ବାସ୍ଥ୍ୟକେନ୍ଦ୍ରରେ କୋଭିଡ୍‌ ଟିକା ନେଇଥିଲେ। ଶୁକ୍ରବାର ତାଙ୍କର ପେଟ ବ୍ୟଥା ସହ ଜ୍ୱର ହୋଇଥିଲା। ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିଲା। ଟିକା ଯୋଗୁ ଟଙ୍କଧରଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଆଶାକର୍ମୀଙ୍କୁ ଡକାଇ ଅଭିଯୋଗ କରିଥିଲେ। ଏପରି କି ମୃତକଙ୍କ ପୁଅ ନରସିଂହ ଶୁକ୍ରବାର ରାତିରେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ। ପୋଲିସ ଏକ ଅପମୃତ୍ୟୁ ମାମଲା(ନଂ.୮/୨୧) ରୁଜୁ କରିଛି। ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଏକ ଟିମ୍‌ ଓ ଡାବୁଗାଁ ପୋଲିସ ଗାଁରେ ପହଞ୍ଚତ୍ ମୃତଦେହ ବ୍ୟବଚ୍ଛେଦ ପାଇଁ ମାଗିଥିଲେ। ପରିବାର ଲୋକେ ମୃତଦେହ ଦେବାକୁ ମନା କରିଦେଇଥିଲେ। ଶନିବାର ପାପଡ଼ାହାଣ୍ଡି ତହସିଲଦାର ପ୍ରେମଲାଲ ହିଆଲ, ମେଡିକାଲ ଟିମ୍‌ ଓ ପୋଲିସ ପୁଣିଥରେ ଶୁଣ୍ଢିଗୁଡ଼ାକୁ ଯାଇ ଟଙ୍କଧରଙ୍କ ପରିବାର ଲୋକଙ୍କୁ ବୁଝାଶୁଝା କରିବା ପରେ ସେମାନେ ପ୍ରଶାସନକୁ ମୃତଦେହ ହସ୍ତାନ୍ତର କରିଥିଲେ। ବ୍ୟବଚ୍ଛେଦ ପାଇଁ ମୃତଦେହ ପଠାଯାଇଛି। ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ିଗଲେ ଦିବ୍ୟାଙ୍ଗ

ପୁରୁଷୋତ୍ତମପୁର,୧୯ା୭(ଡି.ଏନ୍‌.ଏ.)- ପୁରୁଷୋତ୍ତମପୁର ଥାନା ବାଳକେଶ୍ୱରପୁର ଗ୍ରାମରେ ବୁଧବାର ପୋଖରୀରେ ଗାଧୋଇବାବେଳେ ବୁଡିଯାଇ ଜଣେ ଦିବ୍ୟାଙ୍ଗଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଏମ୍‌. ହରିକୃଷ୍ଣ ରେଡ୍ଡୀ(୫୫)। ହରିକୃଷ୍ଣ...

ସିଲ୍‌ଜୋରା, କାଳିମାଟି ଖଣି ହାତେଇଲେ ଓଡ଼ିଆ ଖଣି ବ୍ୟବସାୟୀ

ଭୁବନେଶ୍ୱର,୧୪।୨(ବ୍ୟୁରୋ): କେନ୍ଦୁଝର ଜିଲା ଅନ୍ତର୍ଗତ ସିଲ୍‌ଜୋରା ଏବଂ କାଳିମାଟି ଲୁହାପଥର ଏବଂ ମାଙ୍ଗାନିଜ୍‌ ଖଣିକୁ ଓଡ଼ିଆ ଖଣି ବ୍ୟବସାୟୀ ଦେବବ୍ରତ ବେହେରା ହାତେଇଛନ୍ତି। ଗୁରୁବାର ଚାଲିଥିବା...

ଡିଜିଟାଲ ଶ୍ରେଣୀଗୃହ ଓ ବିଜ୍ଞାନଗାର ଉଦ୍‌ଘାଟିତ

ନୟାଗଡ଼ ଅଫିସ,୯।୧୧: ନୟାଗଡ଼ ଜିଲା ନୂଆଗାଁ ବ୍ଳକ ଜନଶକ୍ତି ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ପରିସରରେ ମୋ ସ୍କୁଲ ଅଭିଯାନ ଆନୁକୂଲ୍ୟରେ ହୋଇଥିବା ବିଜ୍ଞାନାଗାର ଓ ଡିଜିଟାଲ...

ଶରୀର ଦାନ କରିବେ ଶିକ୍ଷୟିତ୍ରୀ

ସିମୁଳିଆ, ୨୪ା୧୦(ସନ୍ତୋଷ କୁମାର ନାୟକ)-ଏବେ ଶିକ୍ଷାଦାନ କରି ପିଲାମାନଙ୍କୁ ଶିକ୍ଷିତ କରୁଛନ୍ତି। ଜୀବନର ଅନ୍ତିମ ସମୟରେ ଅଙ୍ଗଦାନ ସହ ତାଙ୍କ ଶରୀରକୁ ମଧ୍ୟ ବିଜ୍ଞାନ ବିଭାଗର...

ଯୋଡ଼ାରେ ନିର୍ମାଣ ହେଉଛି ସର୍ବବୃହତ ଫ୍ଲାଏ ଓଭର

ଯୋଡ଼ା,୧୭ା୩(ଡି.ଏନ.ଏ): ରାଜ୍ୟ ସରକାର କେନ୍ଦୁଝର ଜିଲା ଖଣିଜ ପାଣ୍ଠି ଅନୁଦାନରେ ଯୋଡ଼ା ଖଣି ଅଞ୍ଚଳରେ ଟ୍ରାଫିକ ଓ ପ୍ରଦୂଷଣ ଜନିତ ସମସ୍ୟାରୁ ମୁକ୍ତି ପାଇଁ ସର୍ବ...

କାର୍‌-ବାଇକ୍‌ ମୁହାଁମୁହିଁ: ଜଣେ ମୃତ, ଜଣେ ଆହତ

ବାଲିଗୁଡ଼ା,୨୧ା୧୨(ଡି.ଏନ୍‌.ଏ.): କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତକ ତୁମୁଡ଼ିବନ୍ଧ ଥାନା ମାଲିପଡ଼ା ଅଞ୍ଚଳର ଜିହୁଦା...

ଭୁବନେଶ୍ୱରରୁ ଆଜି ପୁଣି ୩୭ ପଜିିଟିଭ୍‌ ଚିହ୍ନଟ: ୨୯ ସୁସ୍ଥ

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୩୭ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୫ ଜଣ ରହିଥିବା ବେଳେ ଲୋକାଲ କେସ୍‌...

କରୋନା କବଳରେ ବିଶ୍ୱର ୨୧୦ ଦେଶ : ଲକ୍ଷେ ଟପିଲା ମୃତ୍ୟୁ ସଂଖ୍ୟା, ସଂକ୍ରମିତ ମାମଲାରେ ଭାରତର ସ୍ଥାନ ୨୧

ଭୁବନେଶ୍ୱର,୧୧।୪(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତିକୁ ନେଇ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ପ୍ରତିଦିନ ସୂଚନା ପ୍ରଦାନ କରୁଛନ୍ତି। ଶନିବାର...

Advertisement
Archives

Model This Week