ବସ୍‌ଯାତ୍ରୀଙ୍କୁ ଆତଙ୍କିତ କରୁଥିଲେ ବନ୍ଧୁକଧାରୀ: ସାହସିକତା ଦେଖାଇଲେ ସିପାହି, ସବୁ ମହଲରେ ପ୍ରଶଂସା

ଢେଙ୍କାନାଳ ଅଫିସ, ୨୯ା୧୧: ଯବାନଙ୍କୁ କେବେ ବିଶ୍ରାମ ନ ଥାଏ। ସୀମାନ୍ତରେ ହେଉ ଅବା ଆଭ୍ୟନ୍ତରୀଣ ଶାନ୍ତିରକ୍ଷା, ଦେଶମାତୃକାର ସେବାରେ ସେମାନେ ଥାଆନ୍ତି ସର୍ବଦା ତତ୍ପର। ସେମାନଙ୍କ ଦାୟିତ୍ୱ କେବଳ କର୍ମକ୍ଷେତ୍ରରେ ସୀମିତ ନ ଥାଏ, ବର୍ଦ୍ଦିରେ ନ ଥିବା ସମୟରେ ବି ଧନଜୀବନର ସୁରକ୍ଷା ଲାଗି ଆଗେଇ ଆସିଥାନ୍ତି ସେମାନେ। ଢେଙ୍କାନାଳ ଜିଲା ଭୁବନ ଥାନା ନୀଳକଣ୍ଠପୁର ବାଜି ରାଉତ ସେତୁ ଉପରେ ଗତ ଶୁକ୍ରବାର ଘଟିଥିବା ଏକ ଘଟଣା ଏହାକୁ ପ୍ରମାଣିତ କରିଛି। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୫ଟା ୨୦। କଟକରୁ ଯାତ୍ରୀଙ୍କୁ ନେଇ ଭୁବନ ବ୍ଲକ ଜୟପୁର ଅଞ୍ଚଳକୁ ଯାଉଥିଲା ଘରୋଇ ବସ୍‌ ‘ମଲ୍ଲିକ’। ଏହି ସମୟରେ ବସ୍‌ ଆଗରେ ଏକ ବାଇକ୍‌ରେ ଯାଉଥିବା ୨ଜଣ ଯୁବକ ଏବଂ ଜଣେ ଯୁବତୀ ହଠାତ୍‌ ଗାଡ଼ି ଅଟକାଇବା ସହ ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି କରିଥିଲେ। ଡ୍ରାଇଭର, କର୍ମଚାରୀ ଏବଂ ଯାତ୍ରୀଙ୍କୁ ଭୟଭୀତ କରାଇଥିଲେ। ବସ୍‌ରେ ଘରକୁ ଛୁଟିରେ ଯାଉଥିବା କେନ୍ଦୁଝର ସେକେଣ୍ଡ ଏସ୍‌ଏସ୍‌ ବାଟାଲିୟନର ଯବାନ ହିମାଂଶୁ ଶେଖର ପାତ୍ରଙ୍କ ପକ୍ଷେ ଏହା ଅସହ୍ୟ ହେଲା। ସେ ସାହସିକତା ପ୍ରଦର୍ଶନ କରି ବନ୍ଧୁକଧାରୀଙ୍କଠାରୁ ପିସ୍ତଲ ଛଡ଼ାଇ ନେଇଥିଲେ। ଏହାପରେ ୩ ଅଭିଯୁକ୍ତଙ୍କ ସହ ଧସ୍ତାଧସ୍ତି ହୋଇଥିଲା। ହିମାଂଶୁଙ୍କ ସମ୍ମୁଖୀନ ହୋଇ ନ ପାରି ସେମାନେ ପିସ୍ତଲ ଛାଡ଼ି ଫେରାର ହୋଇଯାଇଥିଲେ। ଯାଞ୍ଚ ବେଳେ ଉକ୍ତ ପିସ୍ତଲଟି ଖେଳନା ବୋଲି ଜଣାପଡ଼ିଛି। ଏହି ଘଟଣା ଜଣାପଡ଼ିବା ପରେ ହିମାଂଶୁ ସବୁ ମହଲରେ ପ୍ରଶଂସା କରାଯାଇଛି। ଏଭଳି ସାହସିକ କାର୍ଯ୍ୟ ପାଇଁ ଡିଜିପି ଅଭୟଙ୍କ ସମେତ ଉଚ୍ଚପଦସ୍ଥ ଅଧିକାରୀ ତାଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ଅନ୍ୟପଟେ ଏ ସଂକ୍ରାନ୍ତରେ ଡ୍ରାଇଭର ଦୁର୍ଯ୍ୟୋଧନ ସ୍ବାଇଁ (୪୯)ଙ୍କ ଅଭିଯୋଗକ୍ରମେ ଭୁବନ ଥାନାରେ ନଂ. ୩୪୭/୨୦ରେ ଏକ ମାମଲା ରୁଜୁ ହୋଇଛି। ଏ ସଂକ୍ରାନ୍ତରେ ଢେଙ୍କାନାଳ ଦାୟିତ୍ୱରେ ଥିବା ଅନୁଗୋଳ ଏସ୍‌ପି ଜଗମୋହନ ମୀନା କୁହନ୍ତି, ଜବତ କରାଯାଇଥିବା ପିସ୍ତଲଟି ନକଲି। ଏହା ଅସଲି ଭଳି ଦେଖାଯାଉଥିଲା, ଯାହାକୁ ଦେଖି ବସ୍‌ କର୍ମଚାରୀ ଏବଂ ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ। ସିପାହି ହିମାଂଶୁଙ୍କ ସାହସିକତା ପ୍ରଶଂସନୀୟ। କାମାକ୍ଷାନଗର ଏସ୍‌ଡିପିଓଙ୍କ ନେତୃତ୍ୱରେ ଅଭିଯୁକ୍ତଙ୍କୁ ଧରିବା ଲାଗି ଚଢ଼ାଉ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କପି କରୁଥିଲେ ପରୀକ୍ଷାର୍ଥୀ: ମାଡ଼ି ବସିଲେ ସ୍କ୍ବାଡ

ପାଟଣା,୧୯।୩(ବୀର କିଶୋର ଦାଶ): ଧରଣୀଧର ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଯୁକ୍ତ ୩ ବିଜ୍ଞାନ ଏବଂ କଳା ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି।...

ବ୍ଲାକରୋଜ ଜାହାଜ ବୁଡ଼ି ମାମଲା; ହାଇକୋର୍ଟରେ ସିବିଆଇର୍ ସତ୍ୟପାଠ ଦାଖଲ

କଟକ,୧୯।୩ (କାର୍ତ୍ତିକ ସାହୁ) ବ୍ଲାରୋଜ ଜାହାଜ ବୁଡ଼ି ଘଟଣାର ସିବିଆଇ ତଦନ୍ତ ଦାବି ନେଇ ରୁଜୁ ମାମଲାରେ ସିବିଆଇ ପକ୍ଷରୁ ହାଇକୋର୍ଟରେ ମଙ୍ଗଳବାର ସତ୍ୟପାଠ ଦାଖଲ...

ଦୁଇ ବନ କର୍ମଚାରୀଙ୍କୁ ବାଜିଥିଲା ଗୁଳି : ଏସସିବି ସର୍ଜରୀ ବିଭାଗରେ ଭର୍ତ୍ତି

କଟକ,୧୯।୩(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲରେ ଗୁରୁତର ହୋଇ ଭର୍ତ୍ତି ହେଲେ ବାଲେଶ୍ୱର ଜିଲାର ଦୁଇ ବନ କର୍ମଚାରୀ । ସୋମବାର ବିଳମ୍ବିତ ରାତିରେ ପଞ୍ଚଲିଙ୍ଗେଶର ଅଭୟାରଣ୍ୟରେ...

ପରୀକ୍ଷା ଦେବାକୁ ଯାଉଥିଲେ ୨ ଛାତ୍ର: ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ

ପାପଡ଼ାହାଣ୍ଡି,୧୯।୩(ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି-ନବରଙ୍ଗପୁର ରାସ୍ତା ମୃଗବିହାର ନିକଟରେ ମଙ୍ଗଳବାର ଏକ ଗାଡ଼ି ଧକ୍କାରେ ଜଣେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ...

ଦୋଳ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ସୁନାବେଶ

ପୁରୀ,୧୯।୩: ଶ୍ରୀମନ୍ଦିରରେ ଦୋଳ ପୂର୍ଣ୍ଣିମା ପାଇଁ ଛତିଶା ନିଯୋଗ ବୈଠକରେ ନୀତିକାନ୍ତି ଚୂଡାନ୍ତ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ...

ଝାଟିମାଟି ଘରେ ଜୀବନ

ନାକଟିଦେଉଳ,୧୯ା୩(ବୈକୁଣ୍ଠ ନାଥ ସାହୁ): ଗରିବ ଅସହାୟ ପରିବାରକୁ ପକ୍କା ଘର ଯୋଗାଇଦେବାକୁ ସରକାର ଆବାସ ଯୋଜନା ପ୍ରଣୟନ କରିଛନ୍ତି। ଏଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର...

ବନ କର୍ମଚାରୀଙ୍କୁ ଗୁଳି ମାରିଲେ ଶିକାରୀ

ନୀଳଗିରି,୧୯।୩ (ପ୍ରଶାନ୍ତ କୁମାର ବିଶ୍ବାଳ): ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳିମାଡ଼। ଏପରି ଏକ ଅଘଟଣ ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟର...

ବିପଦସଙ୍କୁଳ ଅଚଳ ମୋବାଇଲ ଟାୱାର

ଯାଜପୁରରୋଡ୍‌,୧୯ା୩(ପବିତ୍ର ରଞ୍ଜନ ମହାନ୍ତି):ଯାଜପୁର ଜିଲାର ବିଭିନ୍ନ ଅଞ୍ଚଳରେ ଛତୁ ଫୁଟିଲା ପରି ମୋବାଇଲ ଟାୱାର ନିର୍ମାଣ ହୋଇଛି। ମୋବାଇଲ ଟାୱାର କମ୍ପାନୀଗୁଡ଼ିକ ସେମାନଙ୍କ ସୁବିଧା ଅନୁଯାୟୀ...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri