ବସ୍‌ଯାତ୍ରୀଙ୍କୁ ଆତଙ୍କିତ କରୁଥିଲେ ବନ୍ଧୁକଧାରୀ: ସାହସିକତା ଦେଖାଇଲେ ସିପାହି, ସବୁ ମହଲରେ ପ୍ରଶଂସା

ଢେଙ୍କାନାଳ ଅଫିସ, ୨୯ା୧୧: ଯବାନଙ୍କୁ କେବେ ବିଶ୍ରାମ ନ ଥାଏ। ସୀମାନ୍ତରେ ହେଉ ଅବା ଆଭ୍ୟନ୍ତରୀଣ ଶାନ୍ତିରକ୍ଷା, ଦେଶମାତୃକାର ସେବାରେ ସେମାନେ ଥାଆନ୍ତି ସର୍ବଦା ତତ୍ପର। ସେମାନଙ୍କ ଦାୟିତ୍ୱ କେବଳ କର୍ମକ୍ଷେତ୍ରରେ ସୀମିତ ନ ଥାଏ, ବର୍ଦ୍ଦିରେ ନ ଥିବା ସମୟରେ ବି ଧନଜୀବନର ସୁରକ୍ଷା ଲାଗି ଆଗେଇ ଆସିଥାନ୍ତି ସେମାନେ। ଢେଙ୍କାନାଳ ଜିଲା ଭୁବନ ଥାନା ନୀଳକଣ୍ଠପୁର ବାଜି ରାଉତ ସେତୁ ଉପରେ ଗତ ଶୁକ୍ରବାର ଘଟିଥିବା ଏକ ଘଟଣା ଏହାକୁ ପ୍ରମାଣିତ କରିଛି। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୫ଟା ୨୦। କଟକରୁ ଯାତ୍ରୀଙ୍କୁ ନେଇ ଭୁବନ ବ୍ଲକ ଜୟପୁର ଅଞ୍ଚଳକୁ ଯାଉଥିଲା ଘରୋଇ ବସ୍‌ ‘ମଲ୍ଲିକ’। ଏହି ସମୟରେ ବସ୍‌ ଆଗରେ ଏକ ବାଇକ୍‌ରେ ଯାଉଥିବା ୨ଜଣ ଯୁବକ ଏବଂ ଜଣେ ଯୁବତୀ ହଠାତ୍‌ ଗାଡ଼ି ଅଟକାଇବା ସହ ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି କରିଥିଲେ। ଡ୍ରାଇଭର, କର୍ମଚାରୀ ଏବଂ ଯାତ୍ରୀଙ୍କୁ ଭୟଭୀତ କରାଇଥିଲେ। ବସ୍‌ରେ ଘରକୁ ଛୁଟିରେ ଯାଉଥିବା କେନ୍ଦୁଝର ସେକେଣ୍ଡ ଏସ୍‌ଏସ୍‌ ବାଟାଲିୟନର ଯବାନ ହିମାଂଶୁ ଶେଖର ପାତ୍ରଙ୍କ ପକ୍ଷେ ଏହା ଅସହ୍ୟ ହେଲା। ସେ ସାହସିକତା ପ୍ରଦର୍ଶନ କରି ବନ୍ଧୁକଧାରୀଙ୍କଠାରୁ ପିସ୍ତଲ ଛଡ଼ାଇ ନେଇଥିଲେ। ଏହାପରେ ୩ ଅଭିଯୁକ୍ତଙ୍କ ସହ ଧସ୍ତାଧସ୍ତି ହୋଇଥିଲା। ହିମାଂଶୁଙ୍କ ସମ୍ମୁଖୀନ ହୋଇ ନ ପାରି ସେମାନେ ପିସ୍ତଲ ଛାଡ଼ି ଫେରାର ହୋଇଯାଇଥିଲେ। ଯାଞ୍ଚ ବେଳେ ଉକ୍ତ ପିସ୍ତଲଟି ଖେଳନା ବୋଲି ଜଣାପଡ଼ିଛି। ଏହି ଘଟଣା ଜଣାପଡ଼ିବା ପରେ ହିମାଂଶୁ ସବୁ ମହଲରେ ପ୍ରଶଂସା କରାଯାଇଛି। ଏଭଳି ସାହସିକ କାର୍ଯ୍ୟ ପାଇଁ ଡିଜିପି ଅଭୟଙ୍କ ସମେତ ଉଚ୍ଚପଦସ୍ଥ ଅଧିକାରୀ ତାଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ଅନ୍ୟପଟେ ଏ ସଂକ୍ରାନ୍ତରେ ଡ୍ରାଇଭର ଦୁର୍ଯ୍ୟୋଧନ ସ୍ବାଇଁ (୪୯)ଙ୍କ ଅଭିଯୋଗକ୍ରମେ ଭୁବନ ଥାନାରେ ନଂ. ୩୪୭/୨୦ରେ ଏକ ମାମଲା ରୁଜୁ ହୋଇଛି। ଏ ସଂକ୍ରାନ୍ତରେ ଢେଙ୍କାନାଳ ଦାୟିତ୍ୱରେ ଥିବା ଅନୁଗୋଳ ଏସ୍‌ପି ଜଗମୋହନ ମୀନା କୁହନ୍ତି, ଜବତ କରାଯାଇଥିବା ପିସ୍ତଲଟି ନକଲି। ଏହା ଅସଲି ଭଳି ଦେଖାଯାଉଥିଲା, ଯାହାକୁ ଦେଖି ବସ୍‌ କର୍ମଚାରୀ ଏବଂ ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ। ସିପାହି ହିମାଂଶୁଙ୍କ ସାହସିକତା ପ୍ରଶଂସନୀୟ। କାମାକ୍ଷାନଗର ଏସ୍‌ଡିପିଓଙ୍କ ନେତୃତ୍ୱରେ ଅଭିଯୁକ୍ତଙ୍କୁ ଧରିବା ଲାଗି ଚଢ଼ାଉ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri