Posted inଫୁରସତ

ସବୁଠୁ ଛୋଟ କୁକୁର

ଅନେକେ କୁକୁରକୁ ପେଟ୍‌ ଭାବେ ରଖନ୍ତି। କୁକୁର ଏତେ ବିଶ୍ୱସ୍ତ ଓ ମଣିଷ ସହ ଏତେ ନିବିଡ଼ ସମ୍ବନ୍ଧ ଗଢ଼ନ୍ତି ଯେ, ପରିବାରର ସଦସ୍ୟ ପାଲଟି ଯାଆନ୍ତି। ମଣିଷ ଛୁଆ ଭଳି ସେ ବି କେତେ ଅଳି ଅଝଟ କରେ। ବାହାରକୁ ଗଲେ ସେ ବି ସାଥୀରେ ଯିବାକୁ ଅଳି କରେ। ହେଲେ ସବୁ ଜାଗାକୁ ତ ପେଟ୍‌ କୁକୁରଙ୍କୁ ନେଇ ଯିବା ସମ୍ଭବ ହୋଇ ନ ଥାଏ। ତେଣୁ ସେମାନଙ୍କୁ ଘରେ ରହିବାକୁ ହୁଏ। ହେଲେ ଏମିତି ବି ଏକ କୁକୁର ଅଛି ଯାହାକୁ ଆପଣ ଯେକୌଣସି ସ୍ଥାନକୁ ନେଇପାରିବେ। କାରଣ ଏହାର ଆକାର ଖୁବ୍‌ ଛୋଟ। ବ୍ୟାଗ ଭିତରେ, ଏମିତିକି ପୁରୁଷମାନେ ନିଜ ପକେଟ୍‌ରେ ରଖିକି ତାକୁ ନେଇପାରିବେ। ଉକ୍ତ କୁକୁରଟି ଚିହୁଆହୁଆ ପ୍ରଜାତିର କୁକୁର ଅଟେ। ନାଁ ହେଉଛି ପର୍ଲ। ଆମେରିକାରେ ରହୁଥିବା ଏହି କୁକୁରର ଉଚ୍ଚତା ମାତ୍ର ୯.୧୪ ସେ.ମି. ଓ ଲମ୍ବ ୧୨.୭ ସେ.ମି.। ଆଉ ଓଜନ ମାତ୍ର ୫୫୩ ଗ୍ରାମ। ଏହା ଟିଭି ରିମୋଟଠୁ ବି ଛୋଟ। ପର୍ଲର ମାଲିକ ଭେନେସା ସେମଲର୍‌ କୁହନ୍ତି, ‘ପର୍ଲ ଖୁବ୍‌ ଶାନ୍ତ ସ୍ବଭାବର ଓ ଖୁବ ଭଲ କୁକୁର। ସେ ସମସ୍ତଙ୍କ ମନ ଖୁବ୍‌ ଶୀଘ୍ର ଜିଣିନିଏ। ପର୍ଲ ପାଇଁ ମୁଁ ବେଶ୍‌ ଗର୍ବିତ।’


Enter your email to get our daily news in your inbox.

All Right Reserved By Dharitri.Com

ପୃଥିବୀରେ ମାଡ଼ ହେବ ଭୟଙ୍କର ଆଷ୍ଟ୍ରୋଏଡ, ବୈଜ୍ଞାନିକ କହିଦେଲେ ତାରିଖ; ୨୨ଟି ପରମାଣୁ ବୋମା ଭଳି ଘଟିବ ପ୍ରଳୟ !

ନୂଆଦିଲ୍ଲୀ,୪।୮: ପୃଥିବୀରେ ମାଡ଼ ହେବ ବିରାଟ ଆଷ୍ଟ୍ରୋଏଡ୍ । ଧ୍ୱଂସ ହୋଇଯିବ ସବୁ କିଛି । ଛାରଖାର ହୋଇଯିବ ପୃଥିବୀ। ଯାହାକୁ ନେଇ ବୈଜ୍ଞାନିକମାନେ ଛାନିଆ ହେଲେଣି…

ବୁଧବାର ଚନ୍ଦ୍ରରେ ହେବ ଭୟଙ୍କର ବିସ୍ଫୋରଣ, ପ୍ରଚଣ୍ଡ ଶବ୍ଦରେ ହୋଇଯିବ ଛାରଖାର!

ନୂଆଦିଲ୍ଲୀ,୪।୮: ଆସନ୍ତା ୫ ତାରିଖ ବୁଧବାରରେ ସ୍ପେସ୍ ଏକ୍ସ ରକେଟର ୩,୯୦୦ କି.ଗ୍ରା ଓଜନର ଏକ ଟୁକୁଡା ଚନ୍ଦ୍ରପୃଷ୍ଠରେ ବିସ୍ଫୋରଣ ହେବ। ୨୦୨୫ ଜାନୁଆରୀ ୧୫ରେ ସ୍ପେସ…

ଶ୍ରାବଣରେ ମାଛ-ମାଂସ ଖାଇବାକୁ କାହିଁକି ମନା କରାଯାଏ? କେବଳ ଧାର୍ମିକ ନୁହେଁ ରହିଛି ବୈଜ୍ଞାନିକ କାରଣ

ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି । ହିନ୍ଦୁ ଧର୍ମରେ ଏହି ମାସକୁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ । ଶହ ଶହ ବର୍ଷରୁ ଏହା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri