ଶେରଗଡ଼ ସ୍ଥିତି ବିଗୁଡ଼ିଛି , ୩୦ ଗାଁରେ ୫୨ ପଜିଟିଭ୍‌

ଶେରଗଡ଼,୬ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ବ୍ଲକର ୩୦ ଗ୍ରାମରେ ବର୍ତ୍ତମାନ ସୁଦ୍ଧା ୫୨ଜଣ ଆକ୍ରାନ୍ତ ହେଲେଣି। ସେଥିରୁ କରୋନା ୧୫ କରୋନା ଯୋଦ୍ଧା, ୩୦ ପ୍ରବାସୀ, ଅନ୍ୟସ୍ଥାନୀୟ ୫ଟି କେସ୍‌ ଥିବାବେଳେ ଦୁଇଜଣଙ୍କ ମୃତ୍ୟୁ ଘଟିସାରିଲାଣି। ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଏକ ତଥ୍ୟକୁ ଆଧାର କରି ବର୍ତ୍ତମାନ ବ୍ଲକର ୨୨ ପଞ୍ଚାୟତରେ କୋଭିଡ୍‌ କେୟାର ସେଣ୍ଟର ଖୋଲାଯାଇଛି। ଆକ୍ରାନ୍ତ ହୋଇଥିବା ଗ୍ରାମ ମଧ୍ୟରେ ଅଲାରିଗଡ଼,କୁରୁଲା,ପିତ୍ତଳ,ନରେନ୍ଦ୍ରପୁର,କାଞ୍ଜିଆମା, ରାମଚନ୍ଦ୍ରପୁର, ଗୋବିନ୍ଦପୁର, ସେରଙ୍କୁଡା,ସାଗ୍ରପଲି, ପଦ୍ମପୁର,ବନ୍ଧାଗୁଡା, ବାକିଲିକଣା, ସମେତ ୩୦ଟି ଗ୍ରାମରେ ଏହା ବ୍ୟାପିଛି। ଫଳରେ ଶେରଗଡ଼ ବ୍ଲକ ଅଞ୍ଚଳରେ ଏକ ପ୍ରକାର ଅସୁସ୍ଥ ବାତାବରଣ ଆସିଯାଇଛି। କରୋନା ଯୋଦ୍ଧା ମଧ୍ୟରେ ସରପଞ୍ଚ, ଡାକ୍ତର, ଅଙ୍ଗନଓ୍ବାଡି କର୍ମୀ,ସହାୟିକା ଅଛନ୍ତି। ଶେରଗଡ଼ର ସ୍ଥିତି ନିୟନ୍ତ୍ରଣ କରିବା ଲାଗି ଚାରିଛକରେ ବ୍ୟାରିକେଟ୍‌ କରାଯାଇଛି। ସୋମବାର ଶେରଗଡ଼ ଥାନା ଆଇଆଇସି ରମେଶ ଚନ୍ଦ୍ର ଦାସ,ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ପହଞ୍ଚି କଡ଼ା ଯାଞ୍ଚ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷା, ସ୍ବାସ୍ଥ୍ୟ ଅଧିକାର ଦାବିରେ ରାଲି

ଫୁଲବାଣୀ ଅଫିସ, ୩ା୧୨: ଶିକ୍ଷା, ସ୍ବାସ୍ଥ୍ୟ ଆମ ଅଧିକାର ଦାବି ନେଇ ଫୁଲବାଣୀରେ ଓଡ଼ିଶା ଶ୍ରମଜୀବୀ ମଞ୍ଚ ଓ ମହିଳା ଶ୍ରମଜୀବୀ ମଞ୍ଚ ପକ୍ଷରୁ ଏକ...

ସୁନାବେଶରେ ଦର୍ଶନ ଦେଲେ ମା’ ତାରିଣୀ

ଘଟଗାଁ, ୭।୧୦(ଡି.ଏନ.ଏ.)-କେନ୍ଦୁଝର ଜିଲାର ପ୍ରସିଦ୍ଧ ଘଟଗାଁ ପୀଠରେ ମା’ ତାରିଣୀଙ୍କ ଶାରଦୀୟ ପୂଜା ଉପଲକ୍ଷେ ରବିବାର ମହାଷ୍ଟମୀ ତିଥିରେ ସୁନାବେଶ ଅନୁଷ୍ଠିତ ହୋଇଥିଲା। ଶହ ଶହ...

ଅଦିନିଆ ରଥଯାତ୍ରାକୁ ବିରୋଧ

ପୁରୀ ଅଫିସ,୧୭।୧୦: ଅଦିନରେ ପୁଣି ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଛି। ଗତ ୧୦ ତାରିଖରେ ଆମେରିକାର ମେରିଲ୍ୟାଣ୍ଡ ଅନ୍ତର୍ଗତ ବାଲ୍ଟିମୋରଠାରେ ଏହି ରଥଯାତ୍ରା ହୋଇଥିଲା। ସେଠାକାର...

ନାବାଳିକା ବଳାତ୍କାର ମାମଲା: ରିମାଣ୍ଡରେ ଆସିଲେ ୪ ଅଭିଯୁକ୍ତ

ଚାନ୍ଦବାଲି,୧୫।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣ ବଳାତ୍କାର ମାମଲାରେ ପୂର୍ବରୁ ସମସ୍ତ ୪ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ । ଏ ନେଇ...

ଛୋଟ ପିଲାଙ୍କୁ ଖାଦ୍ୟ ବାଣ୍ଟିଲେ ଆଶାକର୍ମୀ

ବିଞ୍ଝାରପୁର,୬।୪(ଡି.ଏନ.ଏ): ସ୍ବଳ୍ପ ଦରମା ସତ୍ତ୍ୱେ ବିଞ୍ଝାରପୁର ବ୍ଲକ ଘଣ୍ଟିଆଳି ପଞ୍ଚାୟତ ଲେଙ୍କାସାହିର ଆଶାକର୍ମୀ ତିଳୋତ୍ତମା ବେହେରା ନିଜସ୍ବ ଉଦ୍ୟମରେ ଗ୍ରାମର ବିଭିନ୍ନ ପରିବାରରେ ଥିବା ଛୋଟ...

ଚିପ୍ସ ଓଭରଲୋଡିଂ ଗାଡ଼ି ଚଳାଚଳ ଅଣାୟତ୍ତ: ଅଘୋଷିତ ଚୁକ୍ତିକାରୀଙ୍କୁ ଛାଡ଼

ଯାଜପୁର ଅଫିସ, ୭|୯- ଯାଜପୁର ଜିଲା ଚଣ୍ଡିଖୋଲ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଅଧୀନରେ ଲଘୁ ଖଣିଜ ସମ୍ପଦର ପ୍ରାଚୂର୍ଯ୍ୟ ରହିଛି। ହେଲେ ପରିବେଶଗତ ଅନୁମତି...

କରୋନା ଆକ୍ରାନ୍ତ ହେଲେ କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡ଼କରୀ

ନୂଆଦିଲ୍ଲୀ, ୧୬।୯: କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଟୁଇଟ୍‌ ଯୋଗେ ଗଡ଼କରୀ ନିଜେ ଏହି ସୂଚନା ଦେଇଛନ୍ତି। ଗଡ଼କରୀ କହିଛନ୍ତି,...

ଆଧାରକେନ୍ଦ୍ରରେ ତୁମୁଳକାଣ୍ଡ: କର୍ମଚାରୀଙ୍କୁ ମାଡ଼ ମାରି ଯୁବକ ଫେରାର

ବାଲେଶ୍ୱର ଅଫିସ, ୨୫।୧୨-ନୂତନ ଆଧାର କାର୍ଡ କରିବାର ବିଳମ୍ବ ହେବାରୁ ବାଲେଶ୍ୱର ଜିଲାପାଳ ଅଫିସ୍‌ ପରିସର ସରକାରୀ ଗୃହରେ ଓକାକ୍‌ ଦ୍ୱାରା ଅନୁମୋଦିତ ଆଧାରକେନ୍ଦ୍ରରେ ତୁମୁଳକାଣ୍ଡ...

Play 250+ Trending Games
Archives

Model This Week

Why Dharitri