ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ କରିବ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପାଇବ।“-(ଯୋହନ ୩:୧୬)। ବାଇବେଲ କୁହେ ” ଜଗତର ବିଚାର କରିବା ନିମନ୍ତେ ଈଶ୍ୱର ଆପଣା ପୁତ୍ର ପ୍ରଭୁ ଯିଶୁଙ୍କୁ ଜଗତକୁ ପଠାଇଲେ। ଜଗତ ଯେପରି ତାହାଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତହୁଏ, ଏଥିପାଇଁ ତାହାଙ୍କୁ ପ୍ରେରଣ କଲେ। ପ୍ରଭୁ ଯିଶୁଙ୍କ ଜନ୍ମ ସମସ୍ତଙ୍କ ପାଇଁ। କାରଣ ଈଶ୍ୱର ସମସ୍ତଙ୍କୁ ପ୍ରେମ କରନ୍ତି ଏବଂ ତାଙ୍କ କରୁଣା ସଭିଙ୍କ ପାଇଁ। ବାଇବେଲ କୁହେ, ”ଆଦ୍ୟରେ ବାକ୍ୟ ଥିଲା , ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ସେହି ବାକ୍ୟ ଈଶ୍ୱର ଥିଲେ। ଆଉ ସେହି ବାକ୍ୟ ଦେହବନ୍ତ ହେଲେ, ପୁଣି ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ହୋଇ ଆମ୍ଭମାନଙ୍କ ମଧ୍ୟରେ (ମନୁଷ୍ୟ ସମାଜରେ) ବାସ କଲେ, ଆଉ ପିତାଙ୍କଠାରୁ ଆଗତ ଅଦ୍ୱିତୀୟ ପୁତ୍ରଙ୍କ ମହିମା ସଦୃଶ ଆମ୍ଭେମାନେ ତାହାଙ୍କ ମହିମା ଦେଖିଲୁ।“ ଜୀବନ୍ତ ଈଶ୍ୱରଙ୍କ ପ୍ରଥମ ଓ ଶେଷ ମନୁଷ୍ୟ ଅବତାର ନେଇ ଜନ୍ମଗ୍ରହଣ କରିବା ଏବଂ ମନୁଷ୍ୟ ଜାତିର ପାପ କ୍ଷମାର ଯୋଜନା ସଫଳ ହେଲା।
ବାଇବେଲ କୁହେ, ” କାଳ ସମ୍ପୂର୍ଣ୍ଣ ହୁଅନ୍ତେ, ଈଶ୍ୱର ଆପଣା ନିକଟରୁ ନିଜ ପୁତ୍ରଙ୍କୁ ପ୍ରେରଣ କଲେ, ଯେପରି ସେ ମୂଲ୍ୟ ଦେଇ ବ୍ୟବସ୍ଥାଧୀନ ଲୋକଙ୍କୁ ମୁକ୍ତ କରନ୍ତି, ପୁଣି ଆମ୍ଭେମାନେ (ସାରାଜଗତ) ପୁତ୍ରତ୍ୱର ଅଧିକାର ପ୍ରାପ୍ତ ହେଉ“। ପ୍ରଭୁଯିଶୁ ଠିକ୍‌ ସମୟରେ ମନୁଷ୍ୟ ଅବତାର ନେଇ ଜନ୍ମଗ୍ରହଣ କଲେ, ଯାହାଦ୍ୱାରା ମନୁଷ୍ୟ ଜାତି ମୁକ୍ତି ଓ ମୋକ୍ଷ ପାଇବେ। ବାଇବେଲ କୁହେ, ପାପ, ମନୁଷ୍ୟକୁ ପବିତ୍ର ଈଶ୍ୱରଙ୍କଠାରୁ ବିଚ୍ଛିନ୍ନ କରିଦେଇଛି। କିନ୍ତୁ ପ୍ରଭୁ ଯିଶୁଙ୍କ ମନୁଷ୍ୟ ଅବତାର ଜନ୍ମ ପରେ, ଲେଖାଅଛି, ” ଏକାମାତ୍ର ଈଶ୍ୱର ଅଛନ୍ତି, ଆଉ ଈଶ୍ୱର ତ ମନୁଷ୍ୟଙ୍କ ମଧ୍ୟରେ ଏକମାତ୍ର ମଧ୍ୟସ୍ଥ ଅଛନ୍ତି, ସେ ଖ୍ରୀଷ୍ଟ ଯିଶୁ, ଜଣେ ମନୁଷ୍ୟ।“ ପ୍ରଭୁ ଯିଶୁଙ୍କ ଜନ୍ମରେ ମନୁଷ୍ୟ ଜାତି ପବିତ୍ର ଜୀବନ ଈଶ୍ୱରଙ୍କ ସହ ସମ୍ପର୍କ ରଖିବା ସମ୍ଭବ ହୋଇପାରିଛି।
ପ୍ରଭୁ ଯିଶୁଙ୍କ ଜନ୍ମ ଏକ ଦରିଦ୍ର, ସାଧାରଣ ପରିବାରରେ ଏବଂ ଘୃଣ୍ୟ ପରିବେଶ, ଗୃହପାଳିତ ପଶୁଶାଳାରେ ହୋଇଥିଲା। ସେଥିପାଇଁ ପ୍ରଭୁ ଯିଶୁ ସବୁ ଶ୍ରେଣୀର ଲୋକଙ୍କୁ ଗ୍ରହଣ କରିପାରନ୍ତି ପୁଣି ସବୁ ଶ୍ରେଣୀର ଲୋକଙ୍କ ଦ୍ୱାରା ଆଦୃତ ହୁଅନ୍ତି। ତାହାଙ୍କ ଜନ୍ମର ପରିବେଶ ଦ୍ୱାରା, ସେ ମାନବ ଜାତିକୁ ସମତାର ଆଦର୍ଶ ଦେଇଛନ୍ତି। ନୂତନ ଧର୍ମ ସ୍ଥାପନାର୍ଥେ ନୁହଁ କି ଅବା କୌଣସି ପୁରାତନ ଧର୍ମକୁ ସଞ୍ଜୀବିତ କରିବାକୁ ନୁହଁ,ବରଂ ନୂତନ ଜୀବନୀ ପ୍ରଦାନ ପାଇଁ ଜନ୍ମଗ୍ରହଣ କରିଥିଲେ। ବାଇବେଲ କୁହେ, ”ଯିଶୁ ତାଙ୍କୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମକୁ କହୁଅଛି, ପୁନର୍ୱାର ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟ ଦେଖିପାରେ ନାହିଁ। ପ୍ରଭୁ ଯିଶୁ ନୂତନ ଜୀବନ ଦିଅନ୍ତି। ନୂତନ ଧର୍ମ ନୁହେଁ, ନୂତନ ଜୀବନ, ନୂତନ ପ୍ରକୃତି, ନୂତନ ଚରିତ୍ର ଓ ନୂତନ ଉତ୍ତମ ମନ ଦେବା ପାଇଁ ସେ ଜନ୍ମ ଗ୍ରହଣ କଲେ; ନୂତନ ଧର୍ମ ବା କୌଣସି ଧର୍ମ ସମ୍ୱନ୍ଧୀୟ ଆହ୍ୱାନ ନିମନ୍ତେ ଜନ୍ମି ନ ଥିଲେ।
ବାଇବେଲ କୁହେ ”ଊର୍ଦ୍ଧ୍ୱ ଲୋକରେ ଈଶ୍ୱରଙ୍କ ମହିମା, ପୁଣି ପୃଥିବୀରେ ତାହାଙ୍କ ସନ୍ତୋଷପାତ୍ର, ମନୁଷ୍ୟମାନଙ୍କ ମଧ୍ୟରେ ଶାନ୍ତି। ଶାନ୍ତିର ରାଜକୁମାର ପ୍ରଭୁ ଯିଶୁଙ୍କ ଜନ୍ମ ପୃଥିବୀରେ ଶାନ୍ତି ସ୍ଥାପନାର ଆହ୍ୱାନ ଦେଇଛି। ସର୍ୱସାଧାରଣ ମନୁଷ୍ୟ ସମାଜରେ ଶାନ୍ତି ସ୍ଥାପନ କରିବା ତାହାଙ୍କ ଲକ୍ଷ୍ୟ, ସାଧନା ଓ ଆହ୍ୱାନ। ଜାତି, ଧର୍ମ, ବର୍ଣ୍ଣ, ରଙ୍ଗ ଓ ଭୌଗୋଳିକ ସୀମା ନିର୍ୱିଶେଷରେ ପ୍ରଭୁ ଯିଶୁ ଶାନ୍ତି ସମସ୍ତଙ୍କ ପାଇଁ ପ୍ରଦାନ କରୁଛନ୍ତି। ନୂତନ ଜୀବନର ଆହ୍ୱାନ ଦେଉଛନ୍ତି। ପୁଣି ପରିତ୍ରାଣ ମୁକ୍ତିର ସୁଯୋଗ ନିଜେ ଅର୍ପଣ କରୁଛନ୍ତି।
ଯିଶୁଖ୍ରୀଷ୍ଟ ଜନ୍ମ ହେବା ବହୁ ପୂର୍ୱରୁ ଈଶ୍ୱରଙ୍କ ବାକ୍ୟ ବାଇବେଲରେ ଭବିଷ୍ୟତବାଣୀ ଉଲ୍ଲେଖ ହୋଇଥିଲା। ପୁରାତନ ନିୟମ ଶିଖାଇବାରୁ ପୁସ୍ତକରେ ଲେଖାଅଛି, ” ଯେହେତୁ ଆମ୍ଭମାନଙ୍କ ନିମନ୍ତେ ଏକ ପୁତ୍ରଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱ ଭାର ଦିଆଯିବ। ତାହାଙ୍କ ନାମ ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା, ଶାନ୍ତିରାଜା ହେବ“। ସେହି ସମୟରେ ଅନେକ ଇହୁଦୀ ଏବଂ ଅଣ ଇହୁଦୀ ଶାସ୍ତ୍ରଜ୍ଞ ଓ ପଣ୍ଡିତମାନେ ପ୍ରଭୁ ଯିଶୁଙ୍କର ଜନ୍ମ ଅପେକ୍ଷାରେ ଥିଲେ। ଅବଶ୍ୟ ପ୍ରଭୁ ଯିଶୁଙ୍କ ଜନ୍ମ ତାରିଖର ଲିଖିତ ପ୍ରମାଣ ବାଇବେଲରେ ନାହିଁ କିନ୍ତୁ ତାଙ୍କର ଜନ୍ମ ଭବିଷ୍ୟତ ବାଣୀକୁ ସଫଳ କରିଛି।
ଖ୍ରୀଷ୍ଟମାସ ପାଳନ ଅବସରରେ ମାନବ ସମାଜକୁ ପ୍ରଭୁ ଯିଶୁଙ୍କ ଆହ୍ୱାନ ରହିଛି। ବାଇବେଲ କୁହେ, ଯିଶୁ ତାହାଙ୍କୁ କହିଲେ ମୁଁ ପଥ, ସତ୍ୟ ଓ ଜୀବନ। ମୋ ଦେଇ ନ ଗଲେ କେହି ପିତା ଈଶ୍ୱରଙ୍କ ନିକଟକୁ ଯାଏ ନାହିଁ। ପୁଣି ଆହ୍ୱାନ ଦେଲେ, ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି। ମୋହର ଜୁଆଳି ଆପଣା ଆପଣା ଉପରେ ଘେନ, ପୁଣି ମୋ ଠାରୁ ଶିଖ, କାରଣ ମୁଁ ମୃଦୁଶୀଳ ଓ ନମ୍ର ଚିତ୍ତ, ଆଉ ତୁମ୍ଭେମାନେ ଆପଣା ଆପଣା ଆତ୍ମାରେ ବିଶ୍ରାମ ପାଇବ।
ସାଧାରଣତଃ ଧର୍ମ କହିଲେ, ମନୁଷ୍ୟ ଈଶ୍ୱରଙ୍କ ସନ୍ଧାନ କରେ। କିନ୍ତୁ ଖ୍ରୀଷ୍ଟ ବିଶ୍ୱାସରେ ଏହା ବିପରୀତ: ଈଶ୍ୱର ମନୁଷ୍ୟମାନଙ୍କ ସନ୍ଧାନରେ!
ପ୍ରଭୁ ଯିଶୁ ଈଶ୍ୱରଙ୍କ ମହିମାର ପ୍ରଭା ଓ ତାହାଙ୍କ ତତ୍ତ୍ୱର ପ୍ରତିମୂର୍ତ୍ତି। ପ୍ରଭୁ ଯିଶୁ ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା। ସେ ଆଜିକାଲି ଓ ସର୍ୱଦା ସମାନ ସେହିପରି ଅପରିବର୍ତ୍ତନୀୟ। ଯିଶୁଖ୍ରୀଷ୍ଟ ପ୍ରଭୁ ଓ ତ୍ରାଣକର୍ତ୍ତା। ମୁକ୍ତିଦାତା, ପାପ କ୍ଷମାକାରୀ, ସେ ଧର୍ମଗୁରୁ ବା କୌଣସି ନୂତନ ଧର୍ମର ସଂସ୍ଥାପକ ନୁହନ୍ତି। ସେ ଖ୍ରୀଷ୍ଟ ଧର୍ମ ଉପରେ। ଅତଏବ, ଏହି ଖ୍ରୀଷ୍ଟ ମାସରେ, ଈଶ୍ୱର ସମସ୍ତଙ୍କୁ ଦୟା, ଅନୁଗ୍ରହ ଓ ଆଶୀର୍ୱାଦ କରନ୍ତୁ ଏବଂ ୨୦୨୬ ନୂତନ ବର୍ଷରେ ପଦାର୍ପଣ କରିବାକୁ କଲ୍ୟାଣ କରନ୍ତୁ।
ଅହମଦାବାଦ, ଗୁଜରାଟ
ମୋ: ୯୪୯୪୭୮୨୭୭୭


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?