୧୬ ବର୍ଷ ହେବ ବନ୍ଦ ରହିଛି ଚିଙ୍ଗୁଡ଼ି ପ୍ରଜନନ କେନ୍ଦ୍ର

ପାରାଦୀପ,୮ା୧୦(ସ୍ବ.ପ୍ର.): ପାରାଦୀପର ନେହେରୁବଙ୍ଗଳାଠାରେ ରାଜ୍ୟର ଏକମାତ୍ର କ୍ଷାରଜଳ ପ୍ରଶିକ୍ଷଣ କେନ୍ଦ୍ର ରହିଛି। ସେହି ସ୍ଥାନରେ ପ୍ରତିବର୍ଷ ପାରମ୍ପରିକ ମତ୍ସ୍ୟଜୀବୀ, ନବନିଯୁକ୍ତି ପାଇଥିବା ମତ୍ସ୍ୟବିଭାଗର ଚୁକ୍ତିଭିତ୍ତିକ କର୍ମଚାରୀ, ଛାତ୍ରୀଛାତ୍ରଙ୍କୁ ଲବଣ ଜଳର ମାଛ ଚାଷ, ସରକାରୀ ଯୋଜନାରେ ମାଛ ଚାଷ କରି କିପରି ସ୍ବାବଲମ୍ବୀ ହୋଇପାରିବ, ଉପକୂଳ ସୁରକ୍ଷା, ଯାଆଁଳ ସଂରକ୍ଷଣ, ଚିଙ୍ଗୁଡ଼ି ଚାଷ ପ୍ରଣାଳୀ, ମଧୁର ଜଳ ମାଛ ଚାଷ ଆଦି ପ୍ରସଙ୍ଗ ଉପରେ ପ୍ରଶିକ୍ଷଣ ଦିଆଯାଉଛି। କିନ୍ତୁ ଚିଙ୍ଗୁଡ଼ି ଚାଷ କିପରି କରାଯାଏ, ଯାଆଁଳ ସଂରକ୍ଷଣ ଆଦି କ୍ଷେତ୍ରରେ ପ୍ରଶିକ୍ଷାର୍ଥୀଙ୍କୁ ବାସ୍ତବ ତାଲିମ ଦିଆଯାଉନାହିଁ। କାରଣ ସେଠାରେ ଥିବା ରାଜ୍ୟର ଏକମାତ୍ର ଚିଙ୍ଗୁଡ଼ି ପ୍ରଜନନ କେନ୍ଦ୍ର ୨୦୦୬ରୁ ବନ୍ଦ ରହିଛି। ଏପରି ୧୬ ବର୍ଷ ଧରି ବନ୍ଦ ରହିବା ଯୋଗୁ ପ୍ରଜନନ କେନ୍ଦ୍ର ଏବେ ଭୂତକୋଠି ପରି ଦୃଶ୍ୟମାନ ହେଉଛି। ଏହାର ଚତୁଃପାର୍ଶ୍ୱରେ ଅନାବନା ଗଛ ଲତା ସବୁ ମାଡ଼ିଯାଇଛି।
ଫଳରେ ଡଙ୍ଗା, ଟାଙ୍କି, ପୋଖରୀ, ବରଫ କଳ ଆଦି ଦୃଶ୍ୟମାନ ହେଉନାହିଁ। ମତ୍ସ୍ୟବିଭାଗ (ସାମୁଦ୍ରିକ)ମୁଖ୍ୟ ଅଫିସ ସମ୍ମୁଖରେ ଏହା ରହିଛି। ମତ୍ସ୍ୟବିଭାଗ ଅଫିସ ଜରାଜୀର୍ଣ୍ଣ ହେବାରୁ ତାହା ପାରାଦୀପ ମାଛଧରାବନ୍ଦର ପରିସରରେ ଥିବା ସମିତି ଘରେ ଚାଲୁଛି। ଏବେ ପ୍ରଜନନ କେନ୍ଦ୍ର ପରିସରରେ ଥିବା ମତ୍ସ୍ୟବିଭାଗ କର୍ମଚାରୀଙ୍କ ୩୦ କ୍ବାଟର୍ସ ୧୯୯୯ ପରଠାରୁ ଶୋଚନୀୟ ହୋଇପଡ଼ିଛି। ସେଠାରେ ଏବେ କେତେଜଣ ଜବରଦଖଲକାରୀ ଅନାବନା ଗଛ ସଫା କରି ଘର କରି ରହିଲେଣି। ୨୦୨୦ରେ କେବଳ କ୍ଷାରଜଳ କେନ୍ଦ୍ର ନବୀକରଣ ହୋଇଛି।
ଚିଙ୍ଗୁଡ଼ି ପ୍ରଜନନ କେନ୍ଦ୍ରରେ ବିହନଯୁକ୍ତ ଚିଙ୍ଗୁଡ଼ି ଆଣି ଛଡାଯାଏ। ସପ୍ତାହ ମଧ୍ୟରେ ଉକ୍ତ ବିହନ ଫାଟି ଯାଆଁଳ ହୋଇଥାନ୍ତି। ବଡ ବଡ ଟାଙ୍କିରେ ଯାଆଁଳ ଗୁଡିକ ରଖାଯାଇ ଲବଣାକ୍ତ ଜଳ ପ୍ରକ୍ରିୟାକରଣ କରାଯାଏ। ୧୦ ରୁ ୧୨ ଦିନ ମଧ୍ୟରେ ଯାଆଁଳ ବିକ୍ରି ଯୋଗ୍ୟ ହୋଇଥାଏ। ସେହି ଯାଆଁଳ ମୂଲ୍ୟ କିଲୋ ପିଛା ୫ ରୁ ୭ ହଜାର ଟଙ୍କାରେ ବିକ୍ରି ହୁଏ। ଏହାବାଦ୍‌ ପାରମ୍ପରିକ ମତ୍ସ୍ୟଜୀବୀଙ୍କୁ ରିହାତି ଦରରେ ଚାଷ ପାଇଁ ଦିଆଯାଏ ବୋଲି କ୍ଷାରଜଳ କେନ୍ଦ୍ରର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ସେଠୀ କୁହନ୍ତି। ଏପରି ପ୍ରକଳ୍ପ ବନ୍ଦ ହେବା ପ୍ରସଙ୍ଗରେ ଜିଲା ମତ୍ସ୍ୟ ଅଧିକାରୀ ଦୀପ୍ତି କୁମାର ମହାପାତ୍ର କୁହନ୍ତି, ଧଳା ଚିଙ୍ଗୁଡ଼ି ବଜାରକୁ ଆସିବା ପରେ ଏହାର ଚାହିଦା କମି ଯାଇଥିଲା। ସେଥିପାଇଁ ସେତେବେଳର ଅଧିକାରୀମାନେ ଏହାକୁ ବନ୍ଦ କରିବାକୁ ପ୍ରସ୍ତାବ ଦେଇଥିଲେ। ଏବେ ପରିବର୍ତ୍ତିତ ସମୟରେ ପୁନର୍ବାର ଆବଶ୍ୟକ ହେଲାଣି। ଏନେଇ ଚିଙ୍ଗୁଡ଼ି ପ୍ରଜନନ କେନ୍ଦ୍ରକୁ ପୁନଃ ଆରମ୍ଭ କରିବା ପାଇଁ ଉଚ୍ଚ ଅଧିକାରୀଙ୍କୁ ଲେଖା ଯାଇଛି। ଏବେ ଯାହାକିଛି ନିଷ୍ପତ୍ତି ସରକାରୀସ୍ତରରେ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭାୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

ବିଜେଡି ମହିଳା ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଜାଣନ୍ତୁ କାହାକୁ କେଉଁଠି ମିଳିଲା…

ଭୁବନେଶ୍ୱର,୧୫ା୨: ବିଜୁ ମହିଳା ଜନତା ଦଳ (BMJD) ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲା ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରିଛନ୍ତି…

ଈଶାନ କିଶନଙ୍କ ବିବାହ ପକ୍କା, ବିଶ୍ୱକପ୍‌ ପରେ ଏହି ସୁନ୍ଦରୀଙ୍କ ଧରିବେ ହାତ; ବୋହୂ ଭାବେ…

ନୂଆଦିଲ୍ଲୀ,୧୫।୨: ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, କ୍ରିକେଟର ଈଶାନ କିଶନଙ୍କ ବିବାହକୁ ନେଇ ଆସିଛି ଏକ ବଡ଼ ଅପଡେଟ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri