୧୬ ବର୍ଷ ହେବ ବନ୍ଦ ରହିଛି ଚିଙ୍ଗୁଡ଼ି ପ୍ରଜନନ କେନ୍ଦ୍ର

ପାରାଦୀପ,୮ା୧୦(ସ୍ବ.ପ୍ର.): ପାରାଦୀପର ନେହେରୁବଙ୍ଗଳାଠାରେ ରାଜ୍ୟର ଏକମାତ୍ର କ୍ଷାରଜଳ ପ୍ରଶିକ୍ଷଣ କେନ୍ଦ୍ର ରହିଛି। ସେହି ସ୍ଥାନରେ ପ୍ରତିବର୍ଷ ପାରମ୍ପରିକ ମତ୍ସ୍ୟଜୀବୀ, ନବନିଯୁକ୍ତି ପାଇଥିବା ମତ୍ସ୍ୟବିଭାଗର ଚୁକ୍ତିଭିତ୍ତିକ କର୍ମଚାରୀ, ଛାତ୍ରୀଛାତ୍ରଙ୍କୁ ଲବଣ ଜଳର ମାଛ ଚାଷ, ସରକାରୀ ଯୋଜନାରେ ମାଛ ଚାଷ କରି କିପରି ସ୍ବାବଲମ୍ବୀ ହୋଇପାରିବ, ଉପକୂଳ ସୁରକ୍ଷା, ଯାଆଁଳ ସଂରକ୍ଷଣ, ଚିଙ୍ଗୁଡ଼ି ଚାଷ ପ୍ରଣାଳୀ, ମଧୁର ଜଳ ମାଛ ଚାଷ ଆଦି ପ୍ରସଙ୍ଗ ଉପରେ ପ୍ରଶିକ୍ଷଣ ଦିଆଯାଉଛି। କିନ୍ତୁ ଚିଙ୍ଗୁଡ଼ି ଚାଷ କିପରି କରାଯାଏ, ଯାଆଁଳ ସଂରକ୍ଷଣ ଆଦି କ୍ଷେତ୍ରରେ ପ୍ରଶିକ୍ଷାର୍ଥୀଙ୍କୁ ବାସ୍ତବ ତାଲିମ ଦିଆଯାଉନାହିଁ। କାରଣ ସେଠାରେ ଥିବା ରାଜ୍ୟର ଏକମାତ୍ର ଚିଙ୍ଗୁଡ଼ି ପ୍ରଜନନ କେନ୍ଦ୍ର ୨୦୦୬ରୁ ବନ୍ଦ ରହିଛି। ଏପରି ୧୬ ବର୍ଷ ଧରି ବନ୍ଦ ରହିବା ଯୋଗୁ ପ୍ରଜନନ କେନ୍ଦ୍ର ଏବେ ଭୂତକୋଠି ପରି ଦୃଶ୍ୟମାନ ହେଉଛି। ଏହାର ଚତୁଃପାର୍ଶ୍ୱରେ ଅନାବନା ଗଛ ଲତା ସବୁ ମାଡ଼ିଯାଇଛି।
ଫଳରେ ଡଙ୍ଗା, ଟାଙ୍କି, ପୋଖରୀ, ବରଫ କଳ ଆଦି ଦୃଶ୍ୟମାନ ହେଉନାହିଁ। ମତ୍ସ୍ୟବିଭାଗ (ସାମୁଦ୍ରିକ)ମୁଖ୍ୟ ଅଫିସ ସମ୍ମୁଖରେ ଏହା ରହିଛି। ମତ୍ସ୍ୟବିଭାଗ ଅଫିସ ଜରାଜୀର୍ଣ୍ଣ ହେବାରୁ ତାହା ପାରାଦୀପ ମାଛଧରାବନ୍ଦର ପରିସରରେ ଥିବା ସମିତି ଘରେ ଚାଲୁଛି। ଏବେ ପ୍ରଜନନ କେନ୍ଦ୍ର ପରିସରରେ ଥିବା ମତ୍ସ୍ୟବିଭାଗ କର୍ମଚାରୀଙ୍କ ୩୦ କ୍ବାଟର୍ସ ୧୯୯୯ ପରଠାରୁ ଶୋଚନୀୟ ହୋଇପଡ଼ିଛି। ସେଠାରେ ଏବେ କେତେଜଣ ଜବରଦଖଲକାରୀ ଅନାବନା ଗଛ ସଫା କରି ଘର କରି ରହିଲେଣି। ୨୦୨୦ରେ କେବଳ କ୍ଷାରଜଳ କେନ୍ଦ୍ର ନବୀକରଣ ହୋଇଛି।
ଚିଙ୍ଗୁଡ଼ି ପ୍ରଜନନ କେନ୍ଦ୍ରରେ ବିହନଯୁକ୍ତ ଚିଙ୍ଗୁଡ଼ି ଆଣି ଛଡାଯାଏ। ସପ୍ତାହ ମଧ୍ୟରେ ଉକ୍ତ ବିହନ ଫାଟି ଯାଆଁଳ ହୋଇଥାନ୍ତି। ବଡ ବଡ ଟାଙ୍କିରେ ଯାଆଁଳ ଗୁଡିକ ରଖାଯାଇ ଲବଣାକ୍ତ ଜଳ ପ୍ରକ୍ରିୟାକରଣ କରାଯାଏ। ୧୦ ରୁ ୧୨ ଦିନ ମଧ୍ୟରେ ଯାଆଁଳ ବିକ୍ରି ଯୋଗ୍ୟ ହୋଇଥାଏ। ସେହି ଯାଆଁଳ ମୂଲ୍ୟ କିଲୋ ପିଛା ୫ ରୁ ୭ ହଜାର ଟଙ୍କାରେ ବିକ୍ରି ହୁଏ। ଏହାବାଦ୍‌ ପାରମ୍ପରିକ ମତ୍ସ୍ୟଜୀବୀଙ୍କୁ ରିହାତି ଦରରେ ଚାଷ ପାଇଁ ଦିଆଯାଏ ବୋଲି କ୍ଷାରଜଳ କେନ୍ଦ୍ରର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ସେଠୀ କୁହନ୍ତି। ଏପରି ପ୍ରକଳ୍ପ ବନ୍ଦ ହେବା ପ୍ରସଙ୍ଗରେ ଜିଲା ମତ୍ସ୍ୟ ଅଧିକାରୀ ଦୀପ୍ତି କୁମାର ମହାପାତ୍ର କୁହନ୍ତି, ଧଳା ଚିଙ୍ଗୁଡ଼ି ବଜାରକୁ ଆସିବା ପରେ ଏହାର ଚାହିଦା କମି ଯାଇଥିଲା। ସେଥିପାଇଁ ସେତେବେଳର ଅଧିକାରୀମାନେ ଏହାକୁ ବନ୍ଦ କରିବାକୁ ପ୍ରସ୍ତାବ ଦେଇଥିଲେ। ଏବେ ପରିବର୍ତ୍ତିତ ସମୟରେ ପୁନର୍ବାର ଆବଶ୍ୟକ ହେଲାଣି। ଏନେଇ ଚିଙ୍ଗୁଡ଼ି ପ୍ରଜନନ କେନ୍ଦ୍ରକୁ ପୁନଃ ଆରମ୍ଭ କରିବା ପାଇଁ ଉଚ୍ଚ ଅଧିକାରୀଙ୍କୁ ଲେଖା ଯାଇଛି। ଏବେ ଯାହାକିଛି ନିଷ୍ପତ୍ତି ସରକାରୀସ୍ତରରେ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri