ଦିବ୍ୟାଙ୍ଗ, ବୟସ୍କ ଭୋଟରଙ୍କ ପାଇଁ ଡାକଭୋଟ ବ୍ୟବସ୍ଥା

ଭଦ୍ରକ ଅଫିସ,୮।୧୦: ଭଦ୍ରକ ଜିଲା ଧାମନଗର ଉପନିର୍ବାଚନ କାର୍ଯ୍ୟ ପରିଚାଳନା ନେଇ ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲାପାଳ ଶାନ୍ତନୁ କୁମାର ମହାନ୍ତି ଓ ରାମଦାସ ଟୁଡ଼ୁ, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରୀତିମୟ, ଅତିରିକ୍ତ ନିର୍ବାହୀ ଅଧିକାରୀ (ପ୍ରଶାସନ) କୁଶଳ ଚନ୍ଦ୍ର ନାୟକ, ଉପଜିଲାପାଳ ମନୋଜ ପାତ୍ରଙ୍କ ସହ ବିଡିଓ, ତହସିଲଦାର ଏବଂ ଜିଲାସ୍ତରୀୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ନିର୍ବାଚନମଣ୍ଡଳୀ ଅଧୀନ ତିହିଡ଼ି ବ୍ଲକରେ ୭୧ ଓ ଧାମନଗର ବ୍ଲକରେ ୧୮୧ ସମୁଦାୟ ୨୫୨ ବୁଥ୍‌ କରାଯିବ। ବୁଥ୍‌ଗୁଡ଼ିକର ନାମ ଠିକ୍‌ ଅଛି କି ନାହିଁ ତଦାରଖ କରିବାକୁ ଜିଲା ଶିକ୍ଷାଧିକାରୀ ଏବଂ ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଦିବ୍ୟାଙ୍ଗ ଏବଂ ୮୦ବର୍ଷ ବୟସରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକ ଭୋଟରମାନଙ୍କ ପାଇଁ ପ୍ରଥମଥର ଏହି ନିର୍ବାଚନରେ ପ୍ରଚଳନ ହେବାକୁ ଥିବା ଡାକ ଭୋଟ୍‌ ବ୍ୟବସ୍ଥା ସମ୍ପର୍କରେ ଜିଲାପାଳ ସୂଚନା ଦେଇଥିଲେ। ବିଏଲ୍‌ଓ ଏବଂ ଅନ୍ୟ କର୍ମଚାରୀଙ୍କ ଜରିଆରେ ଏହି ଭୋଟରମାନଙ୍କୁ ଚିହ୍ନଟ ପାଇଁ ସର୍ଭେ କରି ଡାକଭୋଟ ପାଇଁ ଇଚ୍ଛୁକ ଥିବା ସ୍ବୀକୃତିପତ୍ର ସଂଗ୍ରହ କରିବାକୁ ଜିଲାପାଳ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ହସ୍ପିଟାଲରେ ଉତ୍ତେଜନା: ହାତାହାତି ହେଲେ ସାମ୍ବାଦିକ-ସୁରକ୍ଷାକର୍ମୀ

ଭୁବନେଶର,୧୪।୧୦: ଘରୋଇ ହସ୍ପିଟାଲରେ ଉତ୍ତେଜନା। ପୋର୍ଟାଲ ସାମ୍ବାଦିକ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହାତାହାତି। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲରେ। ଜଣେ...

ଜଗତସିଂହପୁର ଜିଲାରେ ରାବଣ ଆଉ ମହିଷାସୁର କିଏ?: କାହାକୁ ଆକ୍ଷେପ କଲେ ବିଧାୟକ

ଜଗତସିଂହପୁର,୧୪।୧୦।: ଜଗତସିଂହପୁର ଜିଲାରେ ରାବଣ କିଏ? ମହିଷାସୁର କିଏ?ରବିବାର ଜଗତସିଂହପୁରରେ ହୋଇଥିବା ରାବଣ ପୋଡ଼ି ଉତ୍ସବରେ ଅତିଥି ଭାବେ ଯୋଗଦେଇଥିଲେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ, ବିଧାୟକ...

ଖେଳ ସରିବାକୁ ଆଉ ଥିଲା ଅଢେଇ ମିନିଟ୍‌: କବାଡି କୋର୍ଟରେ ଟଳି ପଡ଼ିଲେ ଖେଳାଳି

ନୂଆପଡ଼ା,୧୪।୧୦।( ମକାରୁ ବେମାଲ): ଖେଳ ସରିବାକୁ ଅଢ଼େଇ ମିନିଟ୍‌ ଥିଲା। କେଇଟା ମୁହୁତ୍ତର୍ତ୍ତ ପରେ ବିଜୟ ସ୍ୱାଦ ଚାଖି ଥାଆନ୍ତେ। ଆଉ ପୁରସ୍କୃତ ହୋଇଥାଆନ୍ତେ। ହେଲେ...

ଜିଲାପାଳଙ୍କ ନିର୍ଦ୍ଦେଶକୁ ମାନିଲେନି ଶିକ୍ଷା କମିଟି: ଫେରିଗଲେ ପ୍ରଧାନ ଶିକ୍ଷକ

କେସିଙ୍ଗା,୧୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବାଲସି ସ୍ଥିତ ଜବାହାର ଉଚ୍ଚ ବିଦ୍ୟାପୀଠ ବାଲସି (କ) ର ପୂର୍ବତନ ପ୍ରଧାନ ଶିକ୍ଷକ ବଂଶୀଧର ରାଉତଙ୍କୁ...

ଗର୍ଜିଲେ ଆଶାକର୍ମୀ: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଛତ୍ରପୁର,୧୪।୧୦(ଦିଲ୍ଲୀପ ସାମଲ): ଆଶା କର୍ମଚାରୀ ଗ୍ରାମାଞ୍ଚଳ ତଥା ସହରାଞ୍ଚଳର ଲୋକଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ସର୍ବେକ୍ଷଣ, ଟୀକାକରଣ, ପରିମଳ, ମାତୃ ଓ ଶିଶୁ ଯତ୍ନ, ଔଷଧ...

ଭସାଣୀରେ ବାଜିବ ଡିଜେ: ଜାଣନ୍ତୁ କେତେ ଡେସିବେଲ ପର୍ଯ୍ୟନ୍ତ ବଜାଇପାରିବେ

ଭୁବନେଶର,୧୪।୧୦: ଆଜି ଭୁବନେଶ୍ୱରରେ ଭସାଣୀ। ଦଶହରା ସରିବା ପରେ ସୋମବର ଭସାଣୀ ଯାତ୍ରା ଆରମ୍ଭ ହୋଇଯାଇଛି। ଅନ୍ୟପକ୍ଷେ ଭୁବନେଶ୍ବର ଦୁର୍ଗା ପୂଜା ଭସାଣୀକୁ ନେଇ ଡିସିପି...

ଅମରଙ୍କୁ ପ୍ରତାପ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା, କହୁକହୁ କହିଦେଲେ ଗ୍ରହଣ କରିବେ…

ଭୁବନେଶ୍ୱର,୧୪।୧୦: ଅମର ଶତପଥୀଙ୍କୁ ନେଇ ଭାଜପା ଏମ୍‌ପି ପ୍ରତାପ ଷଡ଼ଙ୍ଗୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଶୀର୍ଷ ନେତୃତ୍ୱ ସ୍ଥିର କରିବେ ଅମରଙ୍କୁ ଗ୍ରହଣ କରିବେ...

ବିଧାୟକଙ୍କ ମହାନତା: କୋଡି, ଶାବଳ ଧରି ନିର୍ମାଣ କଲେ ଅସ୍ଥାୟୀ ଚେକ୍‌ଡ୍ୟାମ

ପୁରୁଷୋତ୍ତମପୁର,୧୪।୧୦(ସିମାଞ୍ଚଳ ମିଶ୍ର): ସରକାର ଚାଷୀଙ୍କ ଜମିକୁ ଜଳସେଚନର ସୁବିଧା ଲାଗି ଯୋଜନା ପରେ ଯୋଜନା କରୁଥିବା ବେଳେ ଲିପ୍ଟ ଇରିଗେସନ ବିଭାଗୀୟ କର୍ମଚାରୀଙ୍କ ଦାୟିତ୍ୱହୀନତା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri