ଦାରିଙ୍ଗବାଡ଼ିରେ ଓଡ଼ିଆ ଚଳଚ୍ଚିତ୍ର ‘ବିଗୁଲ୍‌’ର ଶୁଟିଂ ଆରମ୍ଭ

ଦାରିଙ୍ଗବାଡ଼ି,୨୩ା୩(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ କନ୍ଧମାଳକୁ ନେଇକି ଓଡ଼ିଆ ଓଡ଼ିଆ ଚଳଚ୍ଚିତ୍ର ‘ବିଗୁଲ୍‌’ର ଶୁଟିଂ ଆରମ୍ଭ ହୋଇଛି। ଏହା ଓଡ଼ିଆରେ ଶୁଟିଂ ହେଉଥିବା ବେଳେ ହିନ୍ଦୀ ଭାଷାରେ ମଧ୍ୟ ଡବିଂ କରାଯିବାକୁ ଯୋଜନା କରାଯାଉଛି। ଏହାକୁ ସର୍ବଭାରତୀୟ ଚଳଚ୍ଚିତ୍ର ଭଳି ପ୍ରସ୍ତୁତ ହେଉଥିବା ନିର୍ଦ୍ଦେଶକ ଅଜୟ କୁମାର ପାଢ଼ୀ କହିଛନ୍ତି। ସ୍ଥାନୀୟ ମା’ ପାଟ୍ଟଖଣ୍ଡାଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ଡ଼ୁଲୁରୀ ପାଇନ ବଣ ସମେତ ୫୯ନଂ ଜାତୀୟ ରାଜପଥର ବିଭିନ୍ନ ଜଙ୍ଗଲ ଘାଟି ରାସ୍ତାରେ ଦିନ ରାତି ଶୁଟିଂ ଚାଲିଛି। ସାଇ ଦରବାର ଫିଲ୍ମସ ବ୍ୟାନରରେ ଅଜୟ ପାଢ଼ୀଙ୍କ ନିର୍ଦ୍ଦେଶନା ଏବଂ ସର୍ବେଶ୍ୱର ସୂତାରଙ୍କ ପ୍ରଯୋଜନାରେ ‘ବିଗୁଲ୍‌’ ଚଳଚ୍ଚିତ୍ର ସମ୍ପୂର୍ଣ୍ଣ କନ୍ଧମାଳ ଜିଲାର ବିଭିନ୍ନ ସତ୍ୟ ଘଟଣା ସମ୍ପର୍କରେ ରହିଛି। ତେଣୁ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ଏବଂ ଫିରିଙ୍ଗିଆ ବ୍ଲକର କାଶିନିପଦର ଗ୍ରାମ ଅଞ୍ଚଳରେ ଏହା ଶୁଟିଂ କରାଯାଉଥିବା କୁହାଯାଇଛି। ଜିଲାରେ ହଳଦୀ ଚାଷୀ କିଭଳି ଦଲାଲଙ୍କ ଦ୍ୱାରା ଶୋଷିତ ହେଉଛନ୍ତି। ଏଥିସହ ପରମ୍ପରା ଦଣ୍ଡନାଚ, ଘାଟି ରାସ୍ତାରେ ଲୁଟ୍‌ପାଟ, ଅନ୍ଧ ବିଶ୍ୱାସ, ଗୁଣିଗାରେଡ଼ି ସହ ଅଞ୍ଚଳରେ ଅନୁସୂଚିତ ଜାତି ଜନଜାତିଙ୍କ ପାରମ୍ପରିକ ଚଳଣି ସହ ସେମାନଙ୍କ ଜଙ୍ଗଲ ଜାତୀୟ ସାମଗ୍ରୀକୁ ବିକ୍ରିବଟା କରିବା ଆଦି ରହିଛି। ଏହି ଚଳଚ୍ଚିତ୍ରରେ ଫିରିଙ୍ଗିଆ ଥାନା ସମେତ ବ୍ଲକ କାର୍ଯ୍ୟାଳୟ ଓ ବିଭିନ୍ନ ଗ୍ରାମରେ ଶୁଟିଂ କରାଯାଉଥିବା ଜଣାପଡ଼ିଛି। ସିନେମାରେ ମୁଖ୍ୟ ଚରିତ୍ରଟି ଜଣେ ନାୟିକାଙ୍କୁ ନେଇ କରାଯାଉଥିବା ବେଳେ ଏଥିରେ ବିଶିଷ୍ଟ ନାୟିକା ସୁପ୍ରିୟା ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି।

ଏହି ଫିଲ୍ମରେ ଓଲିଉଡ୍‌ ସମେତ ମୁମ୍ବାଇରୁ କିଛି ବିଶିଷ୍ଟ କଳାକାର ଅଭିନୟ କରୁଥିବା ବେଳେ ଜିଲାର ସ୍ଥାନୀୟ କଳାକାର ତଥା ଓଡ଼ିଆ ସିନେମାର ଅଭିନେତା ତଥା କୁଇ ଗାୟକ, ସଙ୍ଗୀତଜ୍ଞ ଜଳନ୍ଧର ବେହେରା, ମିଳନ କହଁର, ଏବଂ କେବେ ସିନେମାରେ କାର୍ଯ୍ୟ କରି ନ ଥିବା ସୁବ୍ରତ ମହାନ୍ତିଙ୍କ ଭଳି ବହୁ କଳାକାର ଏହି ସିନେମାରେ କାମ କରିବାର ସୁଯୋଗ ପାଇଛନ୍ତି। ସେହିପରି ଏବେ ଦାରିଙ୍ଗବାଡ଼ି ଶୁଟିଂରେ ଓଡ଼ିଆ ସିନେମା ଜଗତର ବିଶିଷ୍ଟ କଳାକାର ଇଲୁ ବାନାର୍ଜୀ ଜଣେ ପୋଲିସ ଚରିତ୍ରରେ ଅଭିନୟ କରୁଛନ୍ତି। ଦାରିଙ୍ଗବାଡ଼ିରେ ଚଳିତ ମାସ ଶେଷ ପର୍ଯ୍ୟନ୍ତ ପ୍ରାୟ ସିନେମାର ଶୁଟିଂ ଚାଲିବ ବୋଲି ଆସୋସିଏଟ ପ୍ରଡ୍ୟୁସର ହିମାଦ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri