ବେଶ ଆଗରେ ରହିବେନି ସେବାୟତ

ପୁରୀ ଅଫିସ,୧୧ା୬: ସ୍ନାନଯାତ୍ରାଠାରୁ ସୁନାବେଶ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତିକୁ ଶୃଙ୍ଖଳିତ କରିବା ପାଇଁ ଶୁକ୍ରବାର ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନ ଏବଂ ପରିଚାଳନା କମିଟି ଆଲୋଚନା କରିଛି। ରଥ ଉପରକୁ ମୋବାଇଲ ଫୋନ୍‌ ନେବା ବାରଣଠାରୁ ଆରମ୍ଭ କରି ହାତୀବେଶ ଓ ସୁନାବେଶ ଭଳି ଦୁର୍ଲ୍ଲଭ ବେଶ ସମୟରେ ମହାପ୍ରଭୁଙ୍କ ସମ୍ମୁଖରେ ସେବାୟତମାନେ ନ ରହିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ ଜିଲାପାଳ ସମର୍ଥ ବର୍ମା ଏବଂ ଅନ୍ୟ ଅଧିକାରୀଙ୍କ ସମେତ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଦଇତାପତି ନିଯୋଗର ସଦସ୍ୟମାନେ ଉପସ୍ଥିତ ଥିଲେ।
ଦୀର୍ଘଦିନ ପରେ ଭକ୍ତ ଚର୍ମଚକ୍ଷୁରେ ଦାରୁଦିଅଁଙ୍କ ଦର୍ଶନ କରିବେ। ଏଥିରେ କେହି ବାଧକ ନ ହେବା ନେଇ ସେବାୟତମାନେ ଧ୍ୟାନ ଦେବା ଦରକାର ବୋଲି ବୈଠକରେ ସର୍ବସମ୍ମତ ମତ ପ୍ରକାଶ ପାଇଛି। ଦଇତାପତି ସେବାୟତମାନେ ମହାପ୍ରଭୁଙ୍କ ଦର୍ଶନରେ ବାଧକ ସାଜିବେ ନାହିଁ ବୋଲି ପରିଚାଳନା କମିଟି ଓ ପ୍ରଶାସନକୁ ଆଶ୍ୱସ୍ତ କରିଛନ୍ତି। ସ୍ନାନଯାତ୍ରା ଦିନ ସ୍ନାନବେଦୀ ତଳେ ଦିନତମାମ୍‌ ଦର୍ଶନ ହେବ। ଧୂପ ସରିଲେ, ଭକ୍ତ ସ୍ନାନବେଦୀ ନିକଟକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଚତୁର୍ଦ୍ଧାବିଗ୍ରହଙ୍କୁ କେହି ସ୍ପର୍ଶ କରିବେ ନାହିଁ। ହାତୀବେଶକୁ ସୁରକ୍ଷିତ ରଖାଯିବ ଓ ସଯତ୍ନରେ ଓଲାଗି କରାଯିବ। ସେହିଭଳି ଅନବସର ସମୟରେ ମହାପ୍ରଭୁଙ୍କ ସେବାରେ ଲାଗିବାକୁ ଥିବା ରାଶିତେଲ, ଚନ୍ଦନ ଓ ଝୁଣା ଇତ୍ୟାଦି ପ୍ରସ୍ତୁତ ହୋଇରହିଛି। ଭୋଗ ସାମଗ୍ରୀ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ଅନବସର ପରେ ନବଯୌବନଠାରୁ ଭକ୍ତଙ୍କ ଆଗମନ ବଢ଼ିବ। ଏଭଳି ସ୍ଥଳେ ନୀତିକାନ୍ତି ବିଳମ୍ବ ହେଲେ ରଥଯାତ୍ରା ନୀତିକାନ୍ତି ମଧ୍ୟ ପ୍ରଭାବିତ ହେବ। ଏଣୁ ନବଯୌବନ ଦର୍ଶନଠାରୁ ନୀତିକାନ୍ତିକୁ ସମୟ ଥାଇ ସାରିବା ପାଇଁ କୁହାଯାଇଛି। ରଥଯାତ୍ରା ଦିନ ନିର୍ଦ୍ଧାରିତ ସମୟର ଘଣ୍ଟାଏ ପୂର୍ବରୁ ସବୁ ନୀତିକାନ୍ତି କରାଯିବା ପାଇଁ ଯୋଜନା କରାଯାଇଛି। ଯେଉଁ ସମୟ ଧାର୍ଯ୍ୟ ହୋଇଛି, ତା’ଠାରୁ ସଅଳ କାର୍ଯ୍ୟ ହୋଇପାରିଲେ ଠିକ୍‌ ସମୟରେ ଗୁଣ୍ଡିଚା ଘରେ ରଥ ପହଞ୍ଚିପାରିବ। ସେହିଭଳି ବାହୁଡ଼ାଯାତ୍ରା ଓ ସୁନାବେଶରେ ମଧ୍ୟ ସଅଳ ନୀତିକାନ୍ତି କରାଯିବା ନେଇ ଆଲୋଚନା ହୋଇଥିବା ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି। ସେହିପରି ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସମହାପାତ୍ର କହିଛନ୍ତି, ସ୍ନାନଯାତ୍ରାର କାର୍ଯ୍ୟକ୍ରମ ଅନୁଯାୟୀ ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଭକ୍ତ ଦର୍ଶନ କରିପାରିବେ। ସ୍ନାନବେଦୀ ଉପରେ ୩ରୁ ୪ ଘଣ୍ଟା ଦର୍ଶନ ହେବ। ଆନନ୍ଦବଜାରରେ ମହାପ୍ରସାଦର ବ୍ୟବସ୍ଥା ହେବ। ଭକ୍ତମାନେ ମହାପ୍ରସାଦ ସେବନ କରିପାରିବେ। ସେବାୟତମାନେ ହାତୀବେଶରୁ ଫୁଲ ନେଇପାରିବେ ନାହିଁ। ଭକ୍ତଙ୍କ ଦର୍ଶନ ନ ସରିବା ପର୍ଯ୍ୟନ୍ତ ବେଶ ସୁରକ୍ଷିତ ରହିବ। ବେଶକୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସୁରକ୍ଷିତ ଭାବେ ରଖାଯିବ। ସ୍ନାନଯାତ୍ରାରେ ୫ରୁ ୭ ଲକ୍ଷ ଭକ୍ତ ପୁରୀ ଆସିବା ସମ୍ଭାବନା ରହିଛି। ତେବେ ଶ୍ରୀମନ୍ଦିର ପ୍ରଶାସନର ବୈଠକ ପରେ ବିଭିନ୍ନ ନିଯୋଗର ମୁଖ୍ୟମାନେ ବୈଠକ କରି ସ୍ନାନଯାତ୍ରା ପରିଚାଳନା ଉପରେ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ଲଘୁଚାପ ସମ୍ଭାବନା: ୨୧ ଜିଲାକୁ ଝଡ଼ବର୍ଷା ସତର୍କତା

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ) – ୪ଦିନ ହେବ ରାଜ୍ୟରେ ବର୍ଷା ନ ଥିବାବେଳେ ଖରା ଓ ଗୁଳୁଗୁଳି ଜାରି ରହିଛି। ଏପରିସ୍ଥିତିରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ…

ପାହାଡିଆ ରାସ୍ତାରେ ଜୀବନ: ପଡିଯାଇ ବାହାରିପଡିଲା ଛାତ୍ରଙ୍କ ଅନ୍ତନଳୀ

ମୋହନା,୨୧ା୮(ମନ୍ମଥ ମିଶ୍ର): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ରହିଛି ଧରାକୋଟ ବ୍ଲକର ତାନାର୍ଜିପଲ୍ଲୀ ଗାଁ। ବିଦ୍ୟାଳୟକୁ ବାଲିପଦର ଗ୍ରାମକୁ ୫ କି.ମି. ଛାତ୍ରୀଛାତ୍ରଙ୍କୁ ପାହାଡିଆ, ପଥୁରିଆ…

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri