ବେଶ ଆଗରେ ରହିବେନି ସେବାୟତ

ପୁରୀ ଅଫିସ,୧୧ା୬: ସ୍ନାନଯାତ୍ରାଠାରୁ ସୁନାବେଶ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତିକୁ ଶୃଙ୍ଖଳିତ କରିବା ପାଇଁ ଶୁକ୍ରବାର ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନ ଏବଂ ପରିଚାଳନା କମିଟି ଆଲୋଚନା କରିଛି। ରଥ ଉପରକୁ ମୋବାଇଲ ଫୋନ୍‌ ନେବା ବାରଣଠାରୁ ଆରମ୍ଭ କରି ହାତୀବେଶ ଓ ସୁନାବେଶ ଭଳି ଦୁର୍ଲ୍ଲଭ ବେଶ ସମୟରେ ମହାପ୍ରଭୁଙ୍କ ସମ୍ମୁଖରେ ସେବାୟତମାନେ ନ ରହିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ ଜିଲାପାଳ ସମର୍ଥ ବର୍ମା ଏବଂ ଅନ୍ୟ ଅଧିକାରୀଙ୍କ ସମେତ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଦଇତାପତି ନିଯୋଗର ସଦସ୍ୟମାନେ ଉପସ୍ଥିତ ଥିଲେ।
ଦୀର୍ଘଦିନ ପରେ ଭକ୍ତ ଚର୍ମଚକ୍ଷୁରେ ଦାରୁଦିଅଁଙ୍କ ଦର୍ଶନ କରିବେ। ଏଥିରେ କେହି ବାଧକ ନ ହେବା ନେଇ ସେବାୟତମାନେ ଧ୍ୟାନ ଦେବା ଦରକାର ବୋଲି ବୈଠକରେ ସର୍ବସମ୍ମତ ମତ ପ୍ରକାଶ ପାଇଛି। ଦଇତାପତି ସେବାୟତମାନେ ମହାପ୍ରଭୁଙ୍କ ଦର୍ଶନରେ ବାଧକ ସାଜିବେ ନାହିଁ ବୋଲି ପରିଚାଳନା କମିଟି ଓ ପ୍ରଶାସନକୁ ଆଶ୍ୱସ୍ତ କରିଛନ୍ତି। ସ୍ନାନଯାତ୍ରା ଦିନ ସ୍ନାନବେଦୀ ତଳେ ଦିନତମାମ୍‌ ଦର୍ଶନ ହେବ। ଧୂପ ସରିଲେ, ଭକ୍ତ ସ୍ନାନବେଦୀ ନିକଟକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଚତୁର୍ଦ୍ଧାବିଗ୍ରହଙ୍କୁ କେହି ସ୍ପର୍ଶ କରିବେ ନାହିଁ। ହାତୀବେଶକୁ ସୁରକ୍ଷିତ ରଖାଯିବ ଓ ସଯତ୍ନରେ ଓଲାଗି କରାଯିବ। ସେହିଭଳି ଅନବସର ସମୟରେ ମହାପ୍ରଭୁଙ୍କ ସେବାରେ ଲାଗିବାକୁ ଥିବା ରାଶିତେଲ, ଚନ୍ଦନ ଓ ଝୁଣା ଇତ୍ୟାଦି ପ୍ରସ୍ତୁତ ହୋଇରହିଛି। ଭୋଗ ସାମଗ୍ରୀ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ଅନବସର ପରେ ନବଯୌବନଠାରୁ ଭକ୍ତଙ୍କ ଆଗମନ ବଢ଼ିବ। ଏଭଳି ସ୍ଥଳେ ନୀତିକାନ୍ତି ବିଳମ୍ବ ହେଲେ ରଥଯାତ୍ରା ନୀତିକାନ୍ତି ମଧ୍ୟ ପ୍ରଭାବିତ ହେବ। ଏଣୁ ନବଯୌବନ ଦର୍ଶନଠାରୁ ନୀତିକାନ୍ତିକୁ ସମୟ ଥାଇ ସାରିବା ପାଇଁ କୁହାଯାଇଛି। ରଥଯାତ୍ରା ଦିନ ନିର୍ଦ୍ଧାରିତ ସମୟର ଘଣ୍ଟାଏ ପୂର୍ବରୁ ସବୁ ନୀତିକାନ୍ତି କରାଯିବା ପାଇଁ ଯୋଜନା କରାଯାଇଛି। ଯେଉଁ ସମୟ ଧାର୍ଯ୍ୟ ହୋଇଛି, ତା’ଠାରୁ ସଅଳ କାର୍ଯ୍ୟ ହୋଇପାରିଲେ ଠିକ୍‌ ସମୟରେ ଗୁଣ୍ଡିଚା ଘରେ ରଥ ପହଞ୍ଚିପାରିବ। ସେହିଭଳି ବାହୁଡ଼ାଯାତ୍ରା ଓ ସୁନାବେଶରେ ମଧ୍ୟ ସଅଳ ନୀତିକାନ୍ତି କରାଯିବା ନେଇ ଆଲୋଚନା ହୋଇଥିବା ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି। ସେହିପରି ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସମହାପାତ୍ର କହିଛନ୍ତି, ସ୍ନାନଯାତ୍ରାର କାର୍ଯ୍ୟକ୍ରମ ଅନୁଯାୟୀ ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଭକ୍ତ ଦର୍ଶନ କରିପାରିବେ। ସ୍ନାନବେଦୀ ଉପରେ ୩ରୁ ୪ ଘଣ୍ଟା ଦର୍ଶନ ହେବ। ଆନନ୍ଦବଜାରରେ ମହାପ୍ରସାଦର ବ୍ୟବସ୍ଥା ହେବ। ଭକ୍ତମାନେ ମହାପ୍ରସାଦ ସେବନ କରିପାରିବେ। ସେବାୟତମାନେ ହାତୀବେଶରୁ ଫୁଲ ନେଇପାରିବେ ନାହିଁ। ଭକ୍ତଙ୍କ ଦର୍ଶନ ନ ସରିବା ପର୍ଯ୍ୟନ୍ତ ବେଶ ସୁରକ୍ଷିତ ରହିବ। ବେଶକୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସୁରକ୍ଷିତ ଭାବେ ରଖାଯିବ। ସ୍ନାନଯାତ୍ରାରେ ୫ରୁ ୭ ଲକ୍ଷ ଭକ୍ତ ପୁରୀ ଆସିବା ସମ୍ଭାବନା ରହିଛି। ତେବେ ଶ୍ରୀମନ୍ଦିର ପ୍ରଶାସନର ବୈଠକ ପରେ ବିଭିନ୍ନ ନିଯୋଗର ମୁଖ୍ୟମାନେ ବୈଠକ କରି ସ୍ନାନଯାତ୍ରା ପରିଚାଳନା ଉପରେ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନାବେଡ଼ା/ସେମିଳିଗୁଡ଼ା,୨୦ା୪(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): କୋରାପୁଟ ଜିଲା ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ମେ’ ୧୩ରେ ନିର୍ବାଚନ ହେବ। କଂଗ୍ରେସ ଓ ଶାସକ ବିଜେଡି ନିଜର ପ୍ରାର୍ଥୀ ପରିବର୍ତ୍ତନ...

ବାହାର ଅଞ୍ଚଳ ପ୍ରାର୍ଥୀ ବନାମ ମାଟିର ପୁଅ

ଯାଜପୁର,୨୦ା୪(ହର୍ଷବର୍ଦ୍ଧନ ବେହେରା): ସମ୍ପ୍ରତି ଜିଲା ତଥା ନିର୍ବାଚନମଣ୍ଡଳୀ ବାହାର ପ୍ରାର୍ଥୀଙ୍କୁ ନେଇ ବହୁ ଚର୍ଚ୍ଚା ହେଉଛି। ହେଲେ ନେତାମାନେ ନିଜ ଅଞ୍ଚଳଠାରୁ ଦୂର ଅନ୍ୟ ଏକ...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ଏକହୋଇ ଲଢ଼ିବାକୁ ପ୍ରଣବଙ୍କ ପରାମର୍ଶ

ଚଣ୍ଡିଖୋଲ,୨୦ା୪(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲାର ବଡ଼ଚଣା ଏକ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ। ହେଲେ ଏ ପର୍ଯ୍ୟନ୍ତ ବିଜେଡି ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ। ଶୁକ୍ରବାର...

୩ ଜିଲା ଲକ୍ଷ୍ମୀ ବସ୍‌ ସେବାରେ ବାଧକ ସାଜିଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୦ା୪(ଅନିଲ ଦାସ): ଓଡ଼ିଶାର ଲକ୍ଷ୍ମୀ ବସ୍‌ ସେବା ଭାରତର ଏକନମ୍ବର ଗ୍ରାମୀଣ ଯୋଗାଯୋଗ କାର୍ଯ୍ୟକ୍ରମ, ଯାହା ରାଜ୍ୟର ୧୦୦% ଜିଲାକୁ ସଂଯୋଗ କରୁଛି। ଯେଉଁଥିରେ ବ୍ଲକ୍‌...

ଟିକେଟ ଆଶା କରିଥିଲି, ମତେ ବି ଦୁଃଖ ଲାଗୁଛି

ଜଗତ୍‌ସିଂହପୁର, ୨୦ା୪(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲା ପରେ ଟିକେଟ ନ ପାଇ ସବୁଠାରୁ ଦୁଃଖରେ...

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri