କମ୍ପାନୀ ଅଧିକାରୀଙ୍କୁ ଗୋଡ଼ାଇ ପିଟିଲେ

ଝାରସୁଗୁଡ଼ା ଅଫିସ,୧୧ା୬: ଝାରସୁଗୁଡ଼ା ଜିଲା ଲଖନପୁର ତହସିଲ ଅଞ୍ଚଳରେ ଶୁକ୍ରବାର ଏକ କମ୍ପାନୀର ପ୍ରକଳ୍ପ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ଜନଶୁଣାଣି ଆୟୋଜନ କରାଯାଇଥିଲା। ହେଲେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବା ସହ କମ୍ପାନୀ ଅଧିକାରୀଙ୍କୁ ମାଡ଼ ମାରିବାକୁ ପଛାଇ ନ ଥିଲେ।
ହାଇଦ୍ରାବାଦର ରାମ୍‌କୀ ଏନ୍‌ଭିରୋ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ କମ୍ପାନୀ ତରଫରୁ ଝାରସୁଗୁଡ଼ା ଜିଲା ଲଖନପୁର ତହସିଲ ଅନ୍ତର୍ଗତ ଜୁନିୟନ ଅଞ୍ଚଳର ୬୪ ଏକର ଜମିରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ନିର୍ମାଣକୁ ସ୍ଥାନୀୟ ଲୋକେ ବିରୋଧ କରିଆସୁଛନ୍ତି। ଏହାସତ୍ତ୍ୱେ କମ୍ପାନୀ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରୟାସ ଜାରି ରଖିଛି। ପରିବେଶ ମଞ୍ଜୁରୀ ପାଇଁ ଶୁକ୍ରବାର ଲଖନପୁର ସମଲେଇ ପଡ଼ିଆରେ ଜିଲା ପ୍ରଶାସନ ତରଫରୁ ଜନଶୁଣାଣିର ଆୟୋଜନ କରାଯାଇଥିଲା। ପ୍ରଶାସନିକ ଅଧିକାରୀ ଓ କମ୍ପାନୀ କର୍ତ୍ତୃପକ୍ଷ ଜନଶୁଣାଣି ସ୍ଥଳରେ ପହଞ୍ଚତ୍ବା ପରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ସ୍ଥାନୀୟ ଲୋକେ ଏହାକୁ କଡ଼ା ବିରୋଧ କରିଥିଲେ। ସେମାନେ ପୋଷ୍ଟର, ବ୍ୟାନର ଧରି ରାମ୍‌କୀ କମ୍ପାନୀ ଗୋବ୍ୟାକ୍‌ କହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏପରି କି ପ୍ରଶାସନିକ ଅଧିକାରୀଙ୍କୁ ଘେରାଉ କରି ମଞ୍ଚ ଉପରକୁ ଯିବାକୁ ଦେଇ ନ ଥିଲେ। ଉତ୍ତେଜନା ଦେଖାଦେବାରୁ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା। ପରେ ଅତିରିକ୍ତ ଜିଲାପାଳ ପ୍ରବୀର ନାୟକ ଜନଶୁଣାଣି ବାତିଲ କରିବାକୁ ବାଧ୍ୟ ହୋଇଥିଲେ। ପରବର୍ତ୍ତୀ ସମୟରେ ଉତ୍ତ୍ୟକ୍ତ ଲୋକେ ସେଠାରେ ଉପସ୍ଥିତ କମ୍ପାନୀ ଅଧିକାରୀ ଓ କର୍ମଚାରୀଙ୍କୁ ଠେଲାପେଲା କରିବା ସହ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଫଳରେ ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପସ୍ଥିତ ପୋଲିସ ଲୋକଙ୍କୁ ବୁଝାଶୁଝା କରି ପରିସ୍ଥିତି ଶାନ୍ତ କରିଥିଲା ା କମ୍ପାନୀର ଭାଇସ୍‌ ପ୍ରେସିଡେଣ୍ଟ ସଞ୍ଜୀବ କୁମାର ଏ ନେଇ ଲଖନପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି, ଜନଶୁଣାଣି ସ୍ଥାନରେ କେତେକ ଅଜଣା ଲୋକ କମ୍ପାନୀ ଅଧିକାରୀ ଓ କର୍ମଚାରୀଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରି ଧମକଚମକ ଦେଇଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ ଲଖନପୁର ଥାନା କେସ୍‌ ନଂ.୧୩୦/୨୨ରେ ମାମଲା ରୁଜୁକରି ତଦନ୍ତ ଚଳାଇଛି ା ଏହି ଘଟଣାରେ ପୋଲିସ କାହାରିକୁ ଗିରଫ କରିନାହିଁ ା
ପ୍ରକଳ୍ପକୁ ବିରୋଧ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଚାଷୀନେତା ବିରଞ୍ଚତ୍ ସାହୁ, ଗୋପୀନାଥ ମାଝି, ବ୍ଲକ୍‌ ଅଧ୍ୟକ୍ଷା ହୁତେଶ୍ୱରୀ ତିହିରିଆ, ଜିଲା ପରିଷଦ ଉପାଧ୍ୟକ୍ଷ ଅକ୍ଷୟ ସାହୁ, ପୁଷ୍ପାଞ୍ଜଳି ସେଠ୍‌, ଲଖନପୁର ସରପଞ୍ଚ ଆରତି ପ୍ରଧାନ, କୁଡାଲୋଇ ସରପଞ୍ଚ ସନାତନ ନାୟକ, ପିପିଲିମାଲ ସରପଞ୍ଚ ଦୀନବନ୍ଧୁ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ। ଜିଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲାପାଳ ପ୍ରବୀର ନାୟକ, ତହସିଲଦାର ବିଶ୍ୱକେଶନ ପାଣ୍ଡେ, ବିଡିଓ ସଞ୍ଜୀବ ପଟେଲ, ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇ, ଜିଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ହିରଣ୍ୟ ନାୟକ, ସହକାରୀ ବୈଜ୍ଞାନିକ ଅନୁଷା ଏକ୍କା, ଅଶୋକ ଭୋଇ, ବ୍ରଜରାଜନଗର ଆଇଆଇସି ବୈକୁଣ୍ଠ ବିହାରୀ ସେଠ୍‌, ଲଖନପୁର ଆଇଆଇସି ଦୁଃଖିନ୍ଦ୍ର ସାହୁ, ବନହରପାଲି ଆଇଆଇସି ରଶ୍ମିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଜିଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ହିରଣ୍ୟ ନାୟକ କହନ୍ତି, ସ୍ଥାନୀୟ ଲୋକେ ଜନଶୁଣାଣିକୁ ବିରୋଧ କଲାପରେ ଜିଲାପ୍ରଶାସନ ଏହାକୁ ବାତିଲ କରିଛି। ଏ ସମ୍ପର୍କରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦିଲ୍ଲୀ ଓ ଭୁବନେଶ୍ୱରଙ୍କୁ ଜଣାଇ ଦିଆଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ୨୦୨୧ ଅଗଷ୍ଟ ୨୭ରେ କମ୍ପାନୀର ପ୍ରସ୍ତାବିତ ଜନଶୁଣାଣିକୁ ସ୍ଥାନୀୟ ଲୋକେ ବିରୋଧ କଲାପରେ ଜିଲା ପ୍ରଶାସନ ଏହାକୁ ବାତିଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

‘ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବାକୁ ସରକାରୀସ୍ତରରେ ଯୋଜନା ଚାଲିଛି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି। ଭାଜପା ବିଧାୟକ, ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?